• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପରଟେକ୍‌ର ଚେୟାରମ୍ୟାନ ଆରକେ ଆରୋରାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏମରଲ୍ଡ କୋର୍ଟରେ ଟ୍ଵିନ୍ ଟାଓ୍ଵାରର ନିର୍ମାଣ ସମୟରେ କୌଣସି ପ୍ରକାର ନିୟମର ଉଲ୍ଲଂଘନ ହୋଇନଥିଲା। ଏମରଲ୍ଡ କୋର୍ଟର ନିଷ୍ପତ୍ତି କ୍ରମେ ହିଁ ଟାଓ୍ଵାର ନିର୍ମାଣ କାମ ଜାରି ରହିଥିଲା। ମାତ୍ର ଏହାର ଉଚ୍ଚତା ୪୦ ମହଲା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନିଷ୍ପତ୍ତି  ପରେ ନିଆଯାଇଥିଲା। ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଆରୋରା।
  2. ଉତ୍ତର ପ୍ରଦେଶର ମଥୁରା ଷ୍ଟେସନରେ ଶୋଇଥିବା ସମୟରେ ମାଆ-ବାପାଙ୍କଠାରୁ ଗତ ସପ୍ତାହରେ ଚୋରି ହୋଇଥିବା ୭ ମାସର ଶିଶୁକୁ ଜଣେ ବିଜେପି ନେତାଙ୍କ ଘରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରୁ ୧୦୦ କିଲୋମିଟର ଦୂର ଫିରୋଜାବାଦରୁ ଜଣେ ବିଜେପି କର୍ପୋରେଟରଙ୍କ ଘରୁ ଏହି ଶିଶୁକୁ ଉଦ୍ଧାର କରାଯାଇଛି ।
  3. ଆମେରିକାର ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ଉତକ୍ଷେପଣକୁ ଶେଷ ମୂହୂର୍ତ୍ତରେ ସ୍ଥଗିତ କରିଛି । ଟ୍ୱିଟରେ ନାସା କହିଛି, ‘ଇଞ୍ଜିନରେ ତ୍ରୁଟି ଯୋଗୁଁ ଆଜି ଆର୍ଟେମିସ ୧ର ଉତକ୍ଷେପଣ ହେବ ନାହିଁ । ସମସ୍ୟାକୁ ଦୂର କରିବା ପାଇଁ ଟିମ ଡାଟା ସଂଗ୍ରହ କରୁଛି।
  4. ଅମିତ ଶାହଙ୍କର ସେପ୍ଟେମ୍ୱର ୨୩ ଓ ୨୪ରେ ସୀମାଞ୍ଚଳରେ ପ୍ରବାସ କାର୍ଯ୍ୟକ୍ରମ ରହିଛି। ପୁର୍ଣ୍ଣିଆରେ ହେବାକୁ ଥିବା ବିଷାଳ ଜନସଭା ପରେ ସେ କିଶନଗଞ୍ଜରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ୱୋଧନ କରିବେ। 
  5. ଟିଏମ୍‌ସି ଛାତ୍ର ଶାଖା ଦ୍ୱାରା ଆୟୋଜିତ ଏକ ରାଲିରେ ଯୋଗ ଦେଇ ମମତା କହିଛନ୍ତି “ ମୋ ପାଖରେ ବି ସିବିଆଇ, ଇଡି ଓ ଅନ୍ୟ କେନ୍ଦ୍ରୀୟ ଅଫିସରଙ୍କ ବିରୋଧରେ ମାମଲା ରହିଛି। ଯଦି ଆପଣ ମୋ ଅଫିସରମାନଙ୍କୁ ଦିଲ୍ଲୀ ଡାକୁଛନ୍ତି ତେବେ ମୁଁ ବି ଆପଣଙ୍କ ଅଫିସରମାନଙ୍କୁ ଏଠିକି ଡାକିପାରିବି।”
  6. ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଧ୍ୟରେ ବିବାଦ ବଢି ଚାଲିଛି। ଆପ ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଇସ୍ତଫା ଦାବି କରିଛନ୍ତି।
  7. RIL ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ୨୦୨୨ରେ ଦୀପାବଳି ପୂର୍ବରୁ ଆରମ୍ଭ ହେବ 5G ବୋଲି ଘୋଷଣା କରିଛନ୍ତି। ତେବେ ଆରମ୍ଭରେ ୪ଟି ମେଟ୍ରୋ ସହରରେ 5G ସେବା ଯୋଗାଇ ଦିଆଯିବ।
  8. ଆମେରିକାର ଜଣେ ମହିଳା ନିଜ ପିଲାକୁ ଦୁଇଥର ଜନ୍ମ ଦେବାକୁ ଯାଉଛନ୍ତି । ୨୩ତମ ସପ୍ତାହରେ ଶିଶୁକୁ ମା’ ପେଟରୁ ବାହାର କରାଗଲା । ତା’ର ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଗଲା । ତା’ ପରେ ତାକୁ ପୁଣି ଥରେ ମା’ ଗର୍ଭରେ ଛାଡ଼ି ଦିଆଗଲା । ୧୪ ସପ୍ତାହ ପରେ ଯାଇ ଜ୍ୟାକଲିନ୍‌ ଦ୍ୱିତୀୟ ଥର ଲାଗି ନିଜ ପିଲାକୁ ଜନ୍ମ ଦେବେ ।
  9. ଆମେରିକା ଦ୍ୱିତୀୟ ଥର ପାଇଁ ଚନ୍ଦ୍ରକୁ ପଠାଉଛି ମଣିଷ । ପ୍ରଥମଥର ପାଇଁ ଏହି ଅନ୍ତରୀକ୍ଷ ମିଶନରେ ସାମିଲ ହେବେ ମହିଳା ମହାକାଶ ଯାତ୍ରୀ । ଆଉ ଯଦି ମିଶନ ସଫଳ ହୁଏ ତେବେ ଚନ୍ଦ୍ରରେ ପ୍ରଥମ ମହିଳା ପାଦ ରଖିବେ ।
  10. ଆସନ୍ତା ୩୧ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବେ ୧୬ଟି ଦେଶର ପ୍ରତିନିଧି । ଓଡିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି ।
  11. କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ୩୧ ହଜାରରୁ ଊର୍ଦ୍ଧ୍ବ ଜମି ଜଳସେଚିତ ହେବ।
  12. ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB  ) ୨୦୨୧ ମସିହାର ଡାଟା ପ୍ରକାଶ କରିଛି।  ଯେଉଁଥିରେ ମହାରାଷ୍ଟ୍ର , ତାମିଲନାଡ଼ୁ, ମଧ୍ଯପ୍ରଦେଶ ଆଦି ରାଜ୍ଯ ଆତ୍ମହତ୍ୟା ଘଟଣାରେ ଆଗରେ ରହିଛନ୍ତି।  ମହାରାଷ୍ଟ୍ରରେ ୨୨ ହଜାରରୁ ଉର୍ଦ୍ଧ୍ବ ଆତ୍ମହତ୍ୟା ମାମାଲ ହୋଇଥିବା ବେଳେ ତାମିଲନାଡୁରେ ୧୫ ହଜାର ଓ ମଧ୍ଯପ୍ରଦେଶରେ ୧୩ ହଜାର ୫୦୦ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି।
  13. କ୍ଯାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଏହି ସମ୍ମାନ ମିଳିବା ଆସନ୍ତା ସେପ୍ଟେମ୍ବର ୪ରେ ମୁଖ୍ୟମନ୍ତ୍ରୀଙ୍କୁ କରାଯିବ ସମ୍ମାନିତ। ପୂର୍ବତନ ମୁଖ୍ଯ ବିଚାରପତି ଏନ.ଭି ରମନା ଏହି ସମ୍ମାନ ପ୍ରଦାନ କରିବେ। ସମ୍ମାନ ପ୍ରଦାନ ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟ ଉପସ୍ଥିତ ରହିବେ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ।
  14. ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି ରେଞ୍ଜ ହେଡକୁଆଟର ରହିବ। ପ୍ରତ୍ୟେକ ରେଞ୍ଜ ହେଡକୁଆଟ ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ।
  15. ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ହେଲେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ୟୁରୋପ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖିନ ହୋଇଛି । ଗତ ଶନିବାର ଦିନ ପରମାଣୁ ପ୍ଲାଣ୍ଟ ଚାରିପଟେ ଗୁଳିବିନିମୟ ହୋଇଥିବା କୁହାଯାଉଛି ।
  16. ପଶ୍ଚିମ ଓଡ଼ିଶାର ନୂଆଖାଇ ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ। ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି। ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’ ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବଣ୍ଟା ହେବାକୁ ରହିଛି।
  17. ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରାଯାଇଛି। ମିଳିଥିବା ସୂଚନା ମୁତାବକ, କାନାଡ଼ାର ମରଖମ ସହରର ଏକ ରାସ୍ତାର ନାମ ବଦଳାଇ ଏଆର ରହମାନ ରଖାଯାଇଛି।
  18. ଭାରତ ଆନ୍ତର୍ଜାତିକ ସଡକ ପରିବହନ ଚୁକ୍ତି ୧୯୪୯ (ଜେନେଭା ଚୁକ୍ତି)ରେ ସ୍ୱାକ୍ଷର କରିଥିବାରୁ ଆଇଡିପି ବା ଆର୍ନ୍ତଜାତିକ ଡ୍ରାଇଭିଂ ପରିମିଟ୍ ଯୋଗାଇ ଦେବାକୁ ବାଧ୍ୟ । ଭାରତ ଏହି ଚୁକ୍ତି ଅନୁସାରେ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କ ସହିତ ନିଜ ଦେଶର ନାଗରିକଙ୍କୁ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ଯୋଗାଇ ଦେବା ସହ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରରେ ଭାରତୀୟଙ୍କ ପାଇଁ ଅନୁରୂପ ପରମିଟ୍ ପାଇବାକୁ ହକ୍‌ଦାର ।
  19. ଗଣେଶ ମୂର୍ତ୍ତି ବିବାଦରେ ହସ୍ତକ୍ଷେପ କରିବାକୁ ଓଡ଼ଶା ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଓଡ଼ଶା ଉଚ୍ଚ ନ୍ୟାୟାଳୟ ପୁଲିସ୍ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି।
  20. ଜାତୀୟ କ୍ରୀଡା ଦିବସ ଅବସରରେ ଲୋକସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ବିସିସିଆଇ ଚୟନକର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଆନ୍ତର୍ଜାତିକ ୱେଟଲିଫ୍ଟର ଝିଲି ଦଳବେହେରାଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.