• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା।
  2. ତାଇୱାନ ପ୍ରସଙ୍ଗରେ ଆମେରିକା ସହ ଉତ୍ତେଜନା ବଢ଼ିବା ପରେ ଚୀନ ଏହାର ଯୁଦ୍ଧ ଜାହାଜ ‘ୟୁଆନ ୱାଙ୍ଗ ୫’କୁ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରକୁ ପଠାଇଥିଲା। ଭାରତ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା।
  3. ଭାରତର ଚାରୋଟି ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପ୍ରଥମେ ୫ଜି ସେବା ଆରମ୍ଭ ହେବ। କମ୍ପାନୀ ଦୀପାବଳି ଅବସରରେ ଜିଓ ଟ୍ରୁ ୫ଜି ସେବା ଆରମ୍ଭ କରି ଉପଭୋକ୍ତାଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପହାର ଦେବ।
  4. ତାଇୱାନ ସେନା ମଙ୍ଗଳବାର ଚୀନର ଡ୍ରୋନକୁ ନଷ୍ଟ କରିବା ପାଇଁ ଗୁଳି ମାଡ କରିଛି । ତାଇୱାନ ସେନାର ମୁଖପାତ୍ର ଏହାକୁ ୱାର୍ଣ୍ଣିଂ ସଟ୍ସ ବୋଲି କହିଛନ୍ତି । ଏହାସହ ଚୀନ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି ।
  5. ଗବେଷଣା ରିପୋର୍ଟ ଅନୁସାରେ, ୨୧୦୦ ବେଳକୁ ବରଫ ଚାଦରର ମୋଟ ୩.୩ ପ୍ରତିଶତ ଅର୍ଥାତ୍ ୧୧୦ ଟ୍ରିଲିୟନ ମେଟ୍ରିକ ଟନ୍‌ ବରଫ ତରଳିଯିବ। ଫଳରେ ସମୁଦ୍ରରେ ଜଳରାଶି ୨୭ ସେଣ୍ଟିମିଟର ବଢ଼ିଯିବ। ଅଧ୍ୟୟନ ଅନୁଯାୟୀ ପୂର୍ବ ତୁଳନାରେ ଦୁଇଗଣ ଅଧିକ ବରଫ ତରଳିବ। ବୋଲି ଗେବେଷଣାର ନେତୃତ୍ୱ ନେଉଥିବା ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡର ଜାତୀୟ ଭୂତତ୍ତ୍ୱ ସର୍ବେକ୍ଷଣର ପ୍ରଫେସର ଜେସନ ବକ୍ସ କହିଛନ୍ତି।
  6. ସିଜେଆଇ କହିଛନ୍ତି, ପ୍ରତ୍ୟେକ ଖଣ୍ଡପୀଠ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ସାମ୍ୱିଧାନିକ ବୈଦ୍ଧତା ସହ ଜଡିତ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଶୁଣାଣିର ରୂପରେଖ ଧାର୍ଯ୍ୟ କରି କହିଛନ୍ତି, ‘ସମ୍ୱିଧାନ ପୀଠ ସପ୍ତାହରେ ତିନି ଦିନ ବସିବ । ଆମେ ସପ୍ତାହରେ ପ୍ରାୟ ୭.୫ ଘଣ୍ଟା ଶୁଣାଣି କରିବୁ ଏବଂ ଆମର ଲକ୍ଷ୍ୟ ପ୍ରତ୍ୟେକ ସପ୍ତାହରେ ଗୋଟିଏ କେସ ପୂରା କରିବେ ‘।
  7. ଦିଲ୍ଲୀ ମଦ ନୀତି ଉପରେ ଆନ୍ନା ହଜାରେ ଛିଡା କରିଥିବା ପ୍ରଶ୍ନର କେଜରିୱାଲ ମଙ୍ଗଳବାର ଜବାବ ରଖିଛନ୍ତି। ଏଥିରେ ବିଜେପି ଜାଣି ଶୁଣି ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଉଥିବା କେଜରିୱାଲ କହିଛନ୍ତି।
  8. ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର (ଏନସିଆରବି)ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହା ସାମନାକୁ ଆସିଛି । ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ଆଇପିସିର ଧାରା ୫୦୫ ଅନୁସାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୪୨ ପ୍ରତିଶତ ହ୍ରାସ ପାଇଛି । ଏହି ଧାରାରେ ଫେକ ନ୍ୟୁଜ୍ ଏବଂ ମିଛ ନ୍ୟୁଜ ପ୍ରଚାର କଲେ ମାମଲା ରୁଜୁ କରାଯାଇଥାଏ। 
  9. ଆଇନଜୀବୀଙ୍କ ସହ ପକ୍ଷ ଶୁଣିବା ପରେ ସୁପ୍ରିମକୋର୍ଟ ପ୍ରାୟ ୨୦ ବର୍ଷରୁ ବିଚାରଧୀନ ଥିବା ସବୁ ଯାଚିକା ଗୁଡିକୁ ବନ୍ଦ କରିଛନ୍ତି । ୨୦୦୨ରୁ ୨୦୦୪ ମଧ୍ୟରେ ଦାଖଲ ମୋଟ ୧୧ ଯାଚିକାକୁ ବନ୍ଦ କରାଯାଇଛି। 
  10. ଗତ ବର୍ଷ ଭାରତରେ ମୋଟ ୩୧,୮୭୮ ଜଣ ଯୁବତୀ ଏବଂ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ ପ୍ରତି ଘଣ୍ଟାରେ ଭାରତରେ ୩ ଜଣ ଯୁବତୀ କିମ୍ବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୯୭ ପ୍ରତିଶତ ମହିଳା କିମ୍ବା ଯୁବତୀ ନିଜ ସମ୍ପର୍କୀୟ କିମ୍ବା ଚିହ୍ନା ଜଣା ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି ।
  11. ରାୟପୁର ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ମହିଳା କରିଥିବା ଆବେଦନର ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ ସ୍ୱାମୀ ସରକାରୀ ଅଧିକାରୀ ହୋଇଥିବା ସ୍ଥଳେ ମହିଳା ତାଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଓ ମହିଳା ସହକର୍ମୀଙ୍କ ବିରୋଧରେ ବିନା କୌଣସି ଆଧାରରେ ଅନୈତିକ ସମ୍ପର୍କର ଅଭିଯୋଗ ଆଣିବା ମଧ୍ୟ ନିର୍ଦ୍ଦୟତା । ଅଗଷ୍ଟ ୧୮ ତାରିଖ ଦିନ କୋର୍ଟ ମାମଲାରେ ରାୟ ଦେଇଥିଲେ।
  12. ଗୌତମ ଆଦାନୀ ଏବେ କେବଳ ଭାରତର ନୁହନ୍ତି ଏସିଆୟର ସବୁଠୁ ଧନିକ ବ୍ୟକ୍ତି ପାଲଟିଛନ୍ତି। ତାଙ୍କୁ ଏବେ ବିଶ୍ୱର ୩ ନମ୍ବର ଧନିକ ଭାବେ ଗଣା ଯାଉଛି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୩୭ ବିଲିୟନ ଡଲାରକୁ ପହଞ୍ଚିଛି।
  13. ସିବିଆଇର ୪ କର୍ମଚାରୀ ଦିଲ୍ଲୀର ଗାଜିଆବାଦ ବସୁନ୍ଧରା ସେକ୍ଟର ୪ରେ ଥିବା ପିଏନ୍‌ବି ବ୍ୟାଙ୍କରେ ପହଞ୍ଚିଥିଲେ। ମନୀଷଙ୍କ ପୂରା ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିଥିଲେ। ଯେଉଁଥିରେ ସିବିଆଇକୁ କିଛି ମିଳିଲା ନାହିଁ।
  14. ବାବରି ମସ୍‌ଜିଦ ଘଟଣାରେ ଉତ୍ତର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ବିରୋଧରେ ହୋଇଥିବା କୋର୍ଟ ଅବମାନନା ମାମଲାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନ କର୍ତ୍ତା ଓ ମୁଖ୍ୟମନ୍ତ୍ରୀ ଦୁହିଁଙ୍କର ବିୟୋଗ ହୋଇସାରିଥିବାରୁ କୋର୍ଟ ଏହି ମାମଲାକୁ ବନ୍ଦ କରିଦେଇନ୍ତି।
  15. ତାଇଓ୍ୱାନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଜୋ ବାଇଡେନ୍ ପ୍ରଶାସନ ତାଇଓ୍ୱାନକୁ ଏବେ ୧.୧ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଆମେରିକା କଂଗ୍ରେସରୁ ଔପଚାରିକ ମଞ୍ଜୁରୀ ମିଳିବା ବାକି ରହିଛି ।
  16. ଜଣେ ମହିଳା ଆଇନ ଇଣ୍ଟର୍ଣ୍ଣ (ଶିକ୍ଷାନବିସ୍‌) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ପତ୍ର ଲେଖି ଭେଣ୍ଡିଂ ମେସିନ୍‌ କିମ୍ବା ଅନ୍ୟ କୌଣସି ମୋଡ୍‌ ମାଧ୍ୟମରେ କୋର୍ଟ ପରିସରରେ ସାନିଟାରି ନାପକିନ୍‌ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି।
  17. ଝାଡ଼ଖଣ୍ଡର ଏକ ଟ୍ରାଏଲ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନ ମାମଲାରେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଠକେଇ ଏବଂ ବିଶ୍ୱାସ ଭଙ୍ଗ ଅପରାଧ ପାଇଁ ସୁପ୍ରିମକୋର୍ଟ ଅପରାଧିକ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।
  18. ଏସିଆ କପ୍‌ରେ ମଙ୍ଗଳବାର ବାଂଲଦେଶକୁ‌ ଭେଟିବ ଉତ୍ସାହୀ ଆଫଗାନିସ୍ତାନ। ପ୍ରଥମ ମ୍ୟାଚ୍‌ରେ ୫ ଥର ବିଜେତା ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ହରାଇଥିବା ଆଫଗାନିସ୍ତାନ ଏବେ ଆଉ ଏକ ବିଜୟ ସହ ସୁପର୍‌ ଫୋର୍‌ ପ୍ରବେଶକୁ ନିଶ୍ଚତ କରିବା ଆଶାରେ ରହିଛି।
  19. କିଟ୍ ଛାତ୍ର ଅମ୍ଳାନ ବର୍ଗୋହାଁ ଦେଶର ନୂଆ ଦ୍ରୁତତମ ଧାବକ ହୋଇଛନ୍ତି। ଏହିକ୍ରମରେ ସେ ଆଉ ଜଣେ କିଟ୍ ଛାତ୍ର ତଥା ଓଡ଼ିଆ ତାରକା ଅମିୟ ମଲ୍ଲିକଙ୍କୁ ଟପିଛନ୍ତି। ଅମିୟ ନିଜ ପ୍ରିୟ ୧୦୦ ମିଟର ଦୌଡ଼କୁ ୧୦.୨୬ ସେକେଣ୍ଡରେ ଶେଷ କରି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ।
  20. ଏସିଆ କପରେ ବୁଧବାର ମୁହାଁମୁହିଁ ହେବେ ଭାରତ ଓ ହଂକଂ । ଉଭୟ ଦଳ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁକାବିଲା ଖେଳାଯିବ । ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ଓ୍ୱିକେଟରେ ମାତ୍ ଦେଇଛି । ଏବେ ସବୁଠୁ ଦୁର୍ବଳ ଦଳ ଭାବେ ପରିଗଣିତ ହୋଇଥିବା ହଂକଂକୁ ମାତ୍ ଦେଇ ଭାରତ ସୁପର ୪ରେ ପ୍ରବେଶ କରିବାକୁ ପ୍ରୟାସ କରିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.