• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାଇୱାନ ଚୀନ୍‌କୁ ଚେତାବନୀ ଦେଇଛି ଯେ ତାଙ୍କର କୌଣସି ଯୁଦ୍ଧବିମାନ ବା ଜାହାଜ ଯଦି ତାଇୱାନର ବାୟୁ ବା ଜଳ ସୀମାର ୧୨ ନଟିକାଲ ମାଇଲ ଭିତରକୁ ପଶିଆସେ, ତେବେ ତା’ ଉପରେ ଆକ୍ରମଣ କରାଯିବ। ତାଇୱାନର ମେଜର ଜେନେରାଲ ଲିନ ୱେନ-ହୁଆଙ୍ଗ କହିଛନ୍ତି ଯେ ସେମାନେ ଆତ୍ମରକ୍ଷାର ଅଧିକାର ସାବ୍ୟସ୍ତ କରିବାକୁ ଯାଇ ପ୍ରତିଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି।
  2. ଝାଡ଼ଖଣ୍ଡ ପଲମୁ ଜିଲ୍ଲାର ମୁରୁମତୁ ଗ୍ରାମରେ ରହୁଥିବା ପ୍ରାୟ ୫୦ ଦଳିତ ପରିବାରକୁ ନିର୍ଯାତନା ଦେଇ ବଳ ପୂର୍ବକ ଗାଁରୁ ବାହାର କରାଯାଇଛି। ଦୀର୍ଘ ୪ ଦଶନ୍ଧି ଧରି ଗ୍ରାମରେ ରହୁଥିବା ଦଳିତ ପରିବାରଙ୍କୁ ଗ୍ରାମର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବାହାର କରିଦେଇଛନ୍ତି। ସେମାନଙ୍କୁ ଘରୁ ଘୋଷାରି ଆଣି ଗାଡ଼ିରେ ଉଠାଇନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।
  3. ବୋଇଂ ଦ୍ବାରା ନିର୍ମିତ ଚିନୁକ ହେଲିକପ୍ଟରଗୁଡ଼ିକ ଭାରତରେ ଅଦ୍ୟାବଧି କାର୍ଯ୍ୟକ୍ଷମ ଥିବା ବେଳେ ଆମେରିକା ସେନା କିନ୍ତୁ ତା’ ପାଖରେ ଥିବା ସମସ୍ତ ବୋଇଂ ଚିନୁକ ହେଲିକପ୍ଟରକୁ ତେଲ ଲିକ୍ ହେଉଥିବା ଓ ଇଂଜିନରେ ନିଆଁ ଲାଗିଯାଉଥିବା ଦର୍ଶାଇ ବ୍ୟବହାର କରିବା ବନ୍ଦ କରିଦେଇଛି। 
  4. ପର୍ତ୍ତୁଗାଲରେ ଜଣେ ଗର୍ଭବତୀ ଭାରତୀୟ ମହିଳାଙ୍କ ହସ୍ପିଟାଲରେ ଜାଗା ନମିଳିବା କାରଣରୁ ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସେଠାକାର ସ୍ଵାସ୍ଥ୍ୟ ମନ୍ତ୍ରୀ ମାର୍ତ୍ତା ଟେମିଡୋ  ନିଜ ପଦରୁ ଇସ୍ତଫା ଦେଇଛନ୍ତି।
  5. ଉପ ରାଜ୍ୟପାଳ ସକ୍ସେନା ଆପ୍ ନେତା ସୌରଭ ଭରଦ୍ଵାଜ, ଆତିଶି, ଦୁର୍ଗେଶ  ପାଠକ ଏବଂ ଯଶମୀନ ଶାହ ସମେତ ଅନ୍ୟ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଅର୍ଥାତ ମାନହାନୀ ମୋକଦ୍ଦମା ଦାୟର କରିବେ ବୋଲି ଏଲଜି କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି।
  6. ସୋନିଆ ଗାନ୍ଧୀଙ୍କ ମାଆ ପାଓଲା ମାଇନୋଙ୍କ ପରଲୋକ ଘଟିଛି। ଇଟାଲୀରେ ଶନିବାର ଅଗଷ୍ଟ ୨୭ରେ ନିଜ ବାସଭବନରେ ତାଙ୍କର ଦେହାନ୍ତ ଘଟିଥିବା ବେଳେ ମଙ୍ଗଳବାର ଅନ୍ତିମ ସଂସ୍କାର କରାଯାଇଛି।
  7. ଏନସିଆରବିଙ୍କ ତଥ୍ୟ ଅନୁସାରେ ସାରା ଦେଶରେ ୨୦୨୧ ମସିହାରେ ମୋଟ ୩୭୮ଟି ସାମ୍ପ୍ରଦାୟିକ ଦଙ୍ଗା ହୋଇଥିବା ବେଳେ କେବଳ ଝାଡଖଣ୍ଡରେ ୧୦୦ ଦଙ୍ଗା ହୋଇଥିଲା। ପ୍ରଥମ ସ୍ଥାନରେ  ଝାଡଖଣ୍ଡ , ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବିହାର ।
  8. ବିଜେପି ନେତ୍ରୀ ସୀମା ପାତ୍ରା ଘରେ ବନ୍ଦ କରି ଗୃହ ସହାୟିକାଙ୍କୁ ମାଡ଼ ମାରୁଥିବାରୁ ଗିରଫ ହେବା ସହ ଦଳରୁ ନିଲମ୍ବିତ ମଧ୍ୟ ନିଲମ୍ବିତ  ହୋଇ ଛନ୍ତି ।
  9. ଅନିଲ ଅମ୍ବାନୀଙ୍କ ଋଣରେ ବୁଡିଥିବା ରିଲାଏନ୍ସ କ୍ୟାପିଟାଲ୍‌ ଲିମିଟେଡ୍(ଆରସିଏଲ)ର ଅଧିଗ୍ରହଣ ପାଇଁ ୪ କମ୍ପାନୀ ଆଗ୍ରହ  ଦେଖାଇଛନ୍ତି। ଏହି ଚାରି କମ୍ପାନି ହେଉଛି ଇଣ୍ଡସଇଣ୍ଡ ବ୍ୟାଙ୍କ, ଆମେରିକୀ ସଂପତ୍ତି ପ୍ରବନ୍ଧନ କମ୍ପାନି ଆକଟ୍ରି କ୍ୟାପିଟାଲ୍, ଟୋରୋଣ୍ଟୋ ଗ୍ରୁପ ଏବଂ ବି ରାଇଟ୍ ଗ୍ରୁପ। ଏହି ସବୁ କମ୍ପାନି ନିଜର ଟେଣ୍ଡର ବିଡ୍ ଜମା କରି ସାରିଛନ୍ତି।
  10. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଭର୍ଚୁଆଲ୍‌ (ଆଭାସୀ) ସ୍କୁଲ୍‌ ଆରମ୍ଭ କରି କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଏହି ଭର୍ଚୁଆଲ ସ୍କୁଲରେ ନାମଲେଖା ପାଇଁ ଯୋଗ୍ୟ ହେବେ। ଦିଲ୍ଲୀ ମଡେଲ ଭର୍ଚୁଆଲ ସ୍କୁଲ ପାଇଁ ଆବେଦନ ପ୍ରକ୍ରିୟା ଆଜି (ବୁଧବାର) ଠାରୁ ହିଁ ଆରମ୍ଭ ହୋଇଯାଇଛି। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ପଢ଼ି ପାରିବେ।
  11. ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣାଡାଲି ରାଜ୍ୟମାନଙ୍କୁ ଯୋଗାଇ ଦେବେ ।
  12. ପଞ୍ଜାବର ତରନତାରନ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଗୋଷ୍ଠୀ ରାତିରେ ସ୍ଥାନୀୟ ଚର୍ଚ୍ଚରେ ପଶି ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସେମାନେ ଚର୍ଚ୍ଚର ପା‌ଷ୍ଟର୍‌ଙ୍କ କାର୍‌ରେ ନିଆଁ ଲଗାଇ ଦେଇଥିଲେ ।
  13. ଝାଡଖଣ୍ଡର ଡୁମକା ସହରରେ ଜଣେ ଝିଅର ହତ୍ୟା ଘଟଣା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଜାଣିବାକୁ ମିଳିଛି ଯେ ଝିଅଟିର ବୟସ ୧୯ ବର୍ଷ ନୁହେଁ, ୧୫ ବର୍ଷ।
  14. ପୂର୍ବ ପ୍ରସ୍ତୁତି ଅନୁସାରେ କର୍ଣ୍ଣାଟକର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ସମାରୋହକୁ ଅନୁମତି ମିଳିଛି। ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି।
  15. ୨୦୧୯ ଜୁଲାଇ ୩୧ରେ ଅନ୍ତଃ ରାଜ୍ୟ ନଦୀଜଳ ବିବାଦ ବା ଏକକ ନଦୀ ଜଳ ଟ୍ରିବ୍ୟୁନାଲ (ସଂଶୋଧନ) ବିଲ-୨୦୧୯ ପାରିତ ହୋଇସାରିଛି। ରାଜ୍ୟସଭାରେ ଏହି ବିଲ୍‌ ପାରିତ ହେବା ପରେ ମହାନଦୀ ଜଳ ବିବାଦ ସମେତ ଦେଶରେ ସକ୍ରିୟ ଥିବା ଅନ୍ୟ ଟ୍ରିବ୍ୟୁନାଲଗୁଡ଼ିକ ଉଚ୍ଛେଦ ହେବ।
  16. ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ୮୫ ବର୍ଷ ବୟସରେ ପରଲୋକ ଘଟିଛି । ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜୁଲାଇ ୨୦୦୩ ରୁ ଅଗଷ୍ଟ ୨୦୦୭ ପର୍ଯ୍ଯନ୍ତ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଥିଲେ।
  17. କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଜଙ୍ଗଲ, ବନ୍ୟ ପ୍ରାଣୀ, ପରିବେଶ, ଜୈବ ବିବିଧତା ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ କରିଡର ପୁନରୁଦ୍ଧାର ଓ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମନ୍ବୟ ତଥା ସହଯୋଗକୁ ସୁଦୃଢ଼ କରିବ।
  18. ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ)ର କାର୍ଯ୍ୟକଳାପ ବ୍ୟବସାୟିକ ଅଟେ ଏବଂ କର୍ମଚାରୀ ରାଜ୍ୟ ବୀମା ଅଧିନିୟମର ଧାରାକୁ ଲାଗୁ କରିବା ଉଦ୍ଦେଶ୍ୟରେ ଏହାକୁ ଏକ ଦୋକାନ ବୋଲି କୁହାଯାଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
  19. ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ପାଇଁ  ରାଜ୍ୟସରକାର ନିରନ୍ତର ପ୍ରୟାସ ଜାରି କରି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ଦିଆଯାଇଛି ନିଯୁକ୍ତି । ସେଥିରେ ଇଂରାଜୀରେ ୧୫୬, ରାଜନୀତି ବିଜ୍ଞାନ ୧୧୭ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି ।
  20. ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଇନଭେଷ୍ଟର୍ସ ମିଟ୍। ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣରେ ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ୧୬ଟି ଦେଶର ରାଷ୍ଟ୍ରଦୁତଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ଯନ୍ତ ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଆୟୋଜିତ ହେଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.