• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାଁ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ। ରୀତିନୀତି ଅନୁଯାୟୀ ପାଳନ ହେଲା ନୂଆଁଖାଇ ପର୍ବ।  ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା।
  2. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ଯେବେଠାରୁ ମନିଷଙ୍କ ଉପରେ ସିବିଆଇ ଚଢଉ ହୋଇଛି, ସେବେଠାରୁ ଗୁଜୁରାଟରେ ଆପର ଭୋଟ ଭାଗ ପୂର୍ବାପେକ୍ଷା ୪ ପ୍ରତିଶତ ବଢିଯାଇଛି ।  ତାଙ୍କୁ ଯଦି ଗିରଫ କରାଯାଏ, ତେବେ ଆପର ଭୋଟ ଭୋଟ ଭାଗ ୬ ପ୍ରତିଶତ ବୃଦ୍ଧି ପାଇବ ।
  3. ପାକିସ୍ତାନର ସାମ୍ପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ବନ୍ୟା ଯୋଗୁଁ ୩୦ ଲକ୍ଷ ଶିଶୁ ଏବେ ବିପଦରେ ଅଛନ୍ତି ବୋଲି ୟୁନିସେଫ୍‌ କହିଛି। ବନ୍ୟା ଫଳରେ ପାକିସ୍ତାନର ୩୦ ଲକ୍ଷରୁ ଅଧିକ ଶିଶୁ ଏବେ ଜଳବାହିତ ରୋଗ ଏବଂ ପୁଷ୍ଟିହୀନତାର ଶିକାର ହୋଇଛନ୍ତି।
  4. ନିଜ ବାୟୁସୀମାରେ ଅନୁପ୍ରବେଶ କରିଥିବା ଚୀନର ଏକ ଗୁପ୍ତଚର ଡ୍ରୋନକୁ ଗୁଳି କରି ଖସାଇଦେଇଛି ତାଇଓ୍ବାନ ସେନା । ପୂର୍ବରୁ ଏଥିପାଇଁ ତାଇଓ୍ବାନ ବାରମ୍ବାର ଚେତାବନୀ ଦେଇଥିଲେ ବି ଚୀନର ଡ୍ରୋନ ଗୁଡ଼ିକ ଅନୁପ୍ରବେଶ କରି ଗୁରୁତ୍ବପୂର୍ଣ୍ଣ ସ୍ଥାନର ଫଟୋ ଉତ୍ତୋଳନ କରୁଥିଲେ।
  5. ବିଧାନସଭାରେ ଆସ୍ଥା ଭୋଟ କରାଯାଇଥିବା ବେଳେ କେଜ୍ରିୱାଲ ବହୁମତରେ ବିଜୟୀ ହୋଇଥିବ‌ା ଜଣାପଡ଼ିଛି। ୫୮ଜଣ ବିଧାୟକ ଆସ୍ଥା ଭୋଟରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ସପକ୍ଷରେ ଭୋଟ ଦେଇଥିଲେ। ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଥିବାବେଳେ ବିଜେପିର ୮ଜଣ ବିଧାୟକ ଅଛନ୍ତି।
  6. ନାସିକ ଅଭିମୁଖେ ଯାଉଥିବା ଗୋଟାଏ ‘ସ୍ପାଇସ୍‌ଜେଟ୍‌’ ବିମାନରେ ‘ଅଟୋପାଇଲଟ୍‌’ରେ ତ୍ରୁଟି ଦେଖା ଦେବାରୁ ତାହା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରିଆସିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
  7. ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଶୀଘ୍ର ପ୍ରତ୍ୟାହାର ହେବାର ଗତ ସପ୍ତାହର ପୂର୍ବାନୁମାନକୁ ଏବେ ଭୁଲ ସାବ୍ୟସ୍ତ କରିବାକୁ ଯାଉଛି। ଏବଂ ଏଥିସହ ଦେଶରେ ମୌସୁମୀ ଋତୁକାଳୀନ ବର୍ଷାର ପରିମାଣ ବଢ଼ିବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି।
  8. ଫେସ୍‌ବୁକ୍‌ ଓ ଇନ୍‌ଷ୍ଟଗ୍ରାମ ଭଳି ଟ୍ୱିଟର କିନ୍ତୁ ଏଡିଟ୍  ସୁବିଧା ନାହିଁ। ଥରେ ଯାହା ଟ୍ୱିଟ୍ କଲେ ତାହା ଆଉ ଏଡିଟ୍ କରିହୁଏନା। ପ୍ରଥମ ଟ୍ୱିଟ୍‌ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରିବାକୁ ପଡ଼େ।
  9. ସ୍ପେଶ୍ ଷ୍ଟେସନ୍‌ରୁ ଓହରିବା ନେଇ ଘୋଷଣା କରିବାର ମାସକ ପରେ ଏଭଳି କହିଛି ମସ୍କୋ। ଋଷିଆ ମହାକାଶ ଗବେଷଣା ସଂସ୍ଥା ରୋସ୍କୋସମୋସ୍(Roscosmos)ର ମୁଖ୍ୟ ୟୁରୀ ବୋରିସୋଭ କହିଛନ୍ତି ଯେ ସ୍ପେଶ୍ ଷ୍ଟେସନ୍‌ର ଅନେକ ଜିନିଷ ଖରାପ ହୋଇଗଲାଣି। ସ୍ପେଶ୍ ଷ୍ଟେସନ୍‌ରେ ଲାଗିଥିବା ସାମଗ୍ରୀ ପୁରୁଣା ହୋଇଯିବାରୁ ଏହା ଗବେଷକଙ୍କ କ୍ରୁ ବୋର୍ଡ ପ୍ରତି ବିପଦ ସୃଷ୍ଟି କରିପାରେ।
  10. ଜୁଲାଇ ମାସରେ ୨ ମିଲିୟନରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିଛି ହ୍ୱାଟ୍ସଆପ୍। ଜୁନ ମାସରେ ବ୍ୟାନ୍ ହୋଇଥିବା ଆକାଉଣ୍ଟ ଠାରୁ ଏହା ସର୍ବାଧିକ। ଜୁନ ମାସରେ ୨୨ ଲକ୍ଷ ଆକାଉଣ୍ଟ ବ୍ୟାନ୍ କରାଯାଇଥିଲା। ହେଲେ ଏବେ ୨.୩ ମିଲିୟନ ଲୋକଙ୍କୁ ନୋଟିସ୍ ପଠାଇ ବ୍ୟାନ୍ କରାଯାଇଛି ।
  11. ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆମ ଆଦ୍‌ମି ପାର୍ଟିର ବିଧାୟକଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ୍। ଆପ୍ ବିଧାୟକ ସୌରଭ ଭରଦ୍ୱାଜ୍, ଦିଲ୍ଲୀପ କୁମାର ପାଣ୍ଡେ, ଦୁର୍ଗେଶ ପାଠକ, ଆମନତୁଲ୍ଲା ଖାନ, ସୋମନାଥ ଭାରତୀ ଏବଂ ସଂଜୀବ ସକ୍ସେନାଙ୍କୁ ଅଟକ ରଖିଛି।  
  12. ଅନ୍ତରାଷ୍ଟ୍ରୀୟ ମୁ୍ଦ୍ରା ପାଣ୍ଠି ଶ୍ରୀଲଙ୍କାକୁ ୨.୯ ବିଲିୟନ ଡଲାର ଋଣ ଦେବା ପାଇଁ ଆଇଏମଏଫ ରାଜି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ୧୯୪୮ ମସିହାରେ ସ୍ୱାଧୀନ ହେବା ପରେ ଶ୍ରୀଲଙ୍କା ଆଜି ଯାଏଁର ସବୁଠୁ ବଡ଼ ଆର୍ଥିକ ସଂକଟର ସାମନା କରୁଛି ।
  13. ବିଦ୍ରୋହୀ ଶିବସେନା ବିଧାୟକ ଭାରତସେଠ୍ ଗୋଗାଓ୍ୱାଲେ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତ ଶିବସେନା କିଏ ସେନେଇ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ୨୦୨୪ରେ ଦଳ ବିଜୟୀ ହୋଇ ସାରିଥିବ ବୋଲି ସେ କହିଛନ୍ତି ।  
  14. ଦେଶରେ ମହଙ୍ଗା ମାଡର ସାମ୍ନା କରୁଥିବା ଜନତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ସେପ୍ଟେମ୍ବର ୧ରୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି । ତେବେ କେବେଳ ବାଣିଜ୍ୟିକ ସିଲିଣ୍ଡରର ଦାମ୍ ହ୍ରାସ ହୋଇଛି । କିନ୍ତୁ ୧୪.୨ କେଜିର ଘରୋଇ ସିଲିଣ୍ଡର ପୂର୍ବ ଦାମରେ ମିଳିବ ।
  15. କଞ୍ଜରଭେଟିଭ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୋରିଶ ଜନସନଙ୍କ ସ୍ଥାନ ପାଇଁ ହେଉଥିବା ନିର୍ବାଚନ ବୁଧବାର ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି। ଏଥିରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନକୁ ଦୁନିଆର ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବା ପାଇଁ ଦିନରାତି କାମ କରିବେ ବୋଲି ନିଜର ସଂକଳ୍ପ ଘୋଷଣା କରିଛନ୍ତି।
  16. କୋକେନ ଜବତ ଘଟଣାର ମାଷ୍ଟରମାଇଣ୍ଡ ଗୁଲବେଶ ଖାନ ଓରଫ ହଜରତ ଉତ୍ତର ପ୍ରଦେଶରୁ ଧରାପଡ଼ିଛି। ଉତ୍ତର ପ୍ରଦେଶ ଗାଜିଆବାଦରୁ ଏସଟିଏଫ-ଓଡ଼ିଶା ପୁଲିସ ମିଳିତ ଟିମ ହଜରତକୁ ଧରିବାରେ ସଫଳ ହୋଇଛି। ହଜରତକୁ ଗାଜିଆବାଦ କୋର୍ଟରେ ହାଜର କରାଯିବା ପରେ ଏସଟିଏଫ ଭୁବନେଶ୍ବର ଆଣୁଥିବା ସୂଚନା ମିଳିଛି।
  17. ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯କୋଟି ଟଙ୍କାର ସହାୟତା ଦିଆଗଲା। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ଗଲା। କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା। ଛୋଟ ଚାଷୀମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି।
  18. ବିଭାଗ ପରିବର୍ତ୍ତନର ଘଣ୍ଟାଏ ପରେ ଇସ୍ତଫା ଦେଇଛନ୍ତି ବିହାର ମନ୍ତ୍ରୀ କାର୍ତ୍ତିକେୟ ସିଂହ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ଇସ୍ତଫା ପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି।
  19. ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ବୁଧବାର ଜାରି ଟ୍ବେଣ୍ଟି୨୦ ଅଲରାଉଣ୍ଡର ମାନ୍ୟତାର ୫ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଭାରତର ହାର୍ଦିକ ପାଣ୍ଡ୍ୟା। ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିବାରୁ ହାର୍ଦିକ ୮ଟି ସ୍ଥାନ ଉପରକୁ ଉଠି ୫ନଂ ସ୍ଥାନରେ ପହଞ୍ଚିଛନ୍ତି।
  20. ଭାରତ ୨ୟ ଦଳ ଭାବେ ଚଳିତ ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ଗ୍ରୁପ୍‌ ‘ଏ’ର ଲିଗ୍‌ ମ୍ୟାଚ୍‌ରେ ଦୁର୍ବଳ ହଂକଂକୁ ୪୦ ରନ୍‌ରେ ଭାରତ ପରାସ୍ତ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.