• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ମଙ୍ଗଳବାର ଓଡିଶାର ଚାନ୍ଦିପୁରଠାରୁ ଭେରି ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ (VSHORADS) ମିଶାଇଲର ଦୁଇ ସଫଳ ପରୀକ୍ଷଣ କରିଛି। 
  2. ହ୍ୱାଟସ୍‌ଆପ ତାଙ୍କ ୟୁଜରଙ୍କୁ ଏକ ନୂଆ ସୁବିଧା ଦେବାକୁ ଯାଉଛନ୍ତି। ଏହି ସୁବିଧା ପରେ ହ୍ୱାଟସ୍‌ ଆପ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ। 
  3. ନୋଟବନ୍ଦୀର ସାମ୍ବିଧାନିକ ବୈଦ୍ଧତାକୁ ଚାଲେଞ୍ଚ କରି ଦାଖଲ ପିଟିସନର ସୁପ୍ରିମକୋର୍ଟ ବୁଧବାର ଶୁଣିଣି କରିବେ। ଜଷ୍ଟିସ୍ ଅବ୍ଦୁଲ ନଜିରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସୀୟସାମ୍ବିଧାନିକ ପୀଠରେ ଏହି ପିଟିସନର ଶୁଣିଣି ହେବେ। ମାମଲା ୧୬ ଡିସେମ୍ବର ୨୦୧୬ରେ ସମ୍ବିଧାନ ପୀଠକୁ ପଠାଯାଇଥିଲା।
  4. ୮ ନଭେମ୍ବର ୨୦୧୬ରେ ଦେଶକୁ ସମ୍ବୋଧିତ କରିବା ନାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟରାତ୍ରରୁ ୫୦୦ ଓ ୧୦୦୦ ଟଙ୍କାର ନୋଟର ପ୍ରଚଳନ ବନ୍ଦ କରିଦେଇଥିଲେ। ଏହି ନିଷ୍ପତ୍ତିକୁ ପରେ ଅନେକ ଲୋକ ବିରୋଧ କରିଥିଲେ।
  5. କେନ୍ଦ୍ର ସରକାର ସବୁ ମୋବାଇଲ କମ୍ପାନୀଙ୍କୁ ୨୦୨୩ ସୁଦ୍ଧା ନିଜର ଲୋକେସନ ସିଷ୍ଟମ ନେଭିଗେସନ ୱିଥ୍ ଇଣ୍ଡିଆନ କନଷ୍ଟୋଲେସନ (ଏନଏଭିଆଇକେ) ଡେଭଲପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  6. ଭିଏତନାମରେ ଭୟଙ୍କର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ ନୋରୁ। ସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିଏତନାମ ସରକାର ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରିଛନ୍ତି। 
  7. ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏସସିଓ ସମ୍ମିଳନୀରୁ ଫେରିବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି । ଚୀନର ସରକାରୀ ଟିଭି ଅନୁସାରେ ସେପ୍ଟେମ୍ୱର ମଧ୍ୟରେ ଉଜବେକିସ୍ତାନରୁ ଫେରିବା ପରେ ଜିନପିଙ୍ଗ ପ୍ରଥମ ଥର ନଜର ଆସିଛନ୍ତି।
  8. ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଆବେଦନ ଖାରଜ କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
  9. ପ୍ରଥମ ଥର ସାମ୍ବିଧାନିକ ପୀଠରେ ଶୁଣାଣିର ହୋଇଛି ସିଧା ପ୍ରସାରଣ। ଖାସ୍ କଥା ମହାରାଷ୍ଟ୍ରର ଚର୍ଚ୍ଚିତ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ବନାମ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମାମଲା ଉପରେ ଶୁଣାଣି ହୋଇଛି। ତେବେ ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟର ନିଜସ୍ଵ ପ୍ଲାଟଫର୍ମ ଖୁବ୍ ଶୀଘ୍ର କରାଯିବ କହିଛନ୍ତି ପ୍ରଧାନ ବିଚାରପତି ୟୁ ୟୁ ଲଳିତ।
  10.  ଚଳିତ ବର୍ଷର ଦାଦା ସାହେବ ପୁରସ୍କାର  ଅଭିନେତ୍ରୀ ଆଶା ପାରେଖଙ୍କୁ ଦିଆଯିବ । ୭୯ ବର୍ଷୀୟା ଏହି ଅଭିନେତ୍ରୀ ଜଣଙ୍କ ୬୦ ଦଶକର ଦର୍ଶକଙ୍କ ମଧ୍ୟରେ କରୁଥିଲେ ରାଜ୍ । କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଁ ମେରା ଦେଶ ଭଳି ଅନେକ ଚଳଚିତ୍ର ଅଭିନୟ କରିଥିଲେ ଆଶା । 
  11. ବହୁ ସଂଖ୍ୟାର କମ୍ପାନୀ କର୍ମଚାରୀ ଚାକିରିରୁ ଇସ୍ତଫା ଦେଉଛନ୍ତି। ବର୍ଷ ୨୦୨୨ ପ୍ରଥମ ଷଡ଼ମାସିକରେ ଭାରତରେ ଆଟ୍ରିସନ ହାର (ଇସ୍ତଫା) ୨୦.୩ ପ୍ରତିଶତ ହୋଇଯାଇଛି। ଯାହା ୨୦୨୦ର ମାତ୍ର ୬ ପ୍ରତିଶତ ଥିଲା। ଗ୍ଲୋବାଲ ପ୍ରଫେଶନାଲ ସର୍ଭିସ୍ କମ୍ପାନୀ ଏଓଏନ୍‌ ପିଏଲ୍‌ସୀର ଏକ ସର୍ଭେର ଏହି ତଥ୍ୟ ସାମ୍ନାକୁ ଆସିଛି। 
  12. ରାହୁଲ ଭାଇଙ୍କ ପ୍ରୟାସ ବର୍ତ୍ତମାନ ଫଳ ଦେଉଛି, ସେ ଗର୍ବର ସହିତ ଚାଲୁଛନ୍ତି, ବେଳେବେଳେ ଏକ ଟି-ସାର୍ଟରେ, ବେଳେବେଳେ କୁର୍ତ୍ତା-ପାଜାମାରେ ସେ ନଜର ଆସୁଛନ୍ତି। ଏବେ ପ୍ରତିଦିନ ଜାତୀୟ ଗାଣମାଧ୍ୟମର ଶିରୋନାମା ମଣ୍ଡନ କରୁଛନ୍ତି; ପୂର୍ବରୁ ଯିଏ ଜାତୀୟ ଗଣମାଧ୍ୟମରେ ବହୁତ କମ୍‌ ସ୍ଥାନ ପାଉଥିଲେ! ବର୍ତ୍ତମାନ ତାଙ୍କୁ ନେଇ ସୃଷ୍ଟି ହେଉଛି ଅନେକ ଖବର ଏ ପରିପ୍ରେକ୍ଷୀରେ ସେ ନିଜେ ତାଙ୍କ ପାଇଁ ଏକ ବିଜୟ ବୋଲି ପତଞ୍ଜଳି ପ୍ରତିଷ୍ଠାତା ବାବା ରାମଦେବ କହିଛନ୍ତି।
  13. ଆମେରିକୀୟ ଡଲାରର ବୃଦ୍ଧି ପାଉଥିବା ଆଧିପତ୍ୟର ମୁକାବିଲା କରିବା ଲାଗି ଟଙ୍କା ଜରିଆରେ କାରବାର କରିବାକୁ ଭାରତ ସରକାର ବିଭିନ୍ନ ଦେଶକୁ ପ୍ରସ୍ତାବ ଦେଇଥିଲେ। ତିନିଟି ଦେଶ ସେଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି।
  14. ଭାରତରେ ତିଆରି ହେଉଥିବା ସବୁ ସ୍ମାର୍ଟଫୋନ୍‌ରେ ସ୍ବଦେଶୀ ଦିଗ ନିର୍ଣ୍ଣୟ ବ୍ୟବସ୍ଥା ‘ଏନ୍‌ଏଭିଆଇସି’କୁ ସମର୍ଥନ କରୁଥିବା ବ୍ୟବସ୍ଥା ସାମିଲ କରିବା ଲାଗି ସରକାର ଫୋନ୍ କଂପାନିଗୁଡ଼ିକୁ କହିଛନ୍ତି।
  15. ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୩୬,୪୫୫ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ହୋଇଥିବା ୩୧,୫୪୮.୪୯ କୋଟି ଟଙ୍କା ସଂଗ୍ରହ ତୁଳନାରେ ୧୫.୫୫ ପ୍ରତିଶତ ଅଧିକ।
  16. ୨୦୨୩ ବିଶ୍ୱକପ ହକି ପାଇଁ ଖେଳ ସୂଚୀ ଘୋଷିତ ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ୨୦୨୩ ଜାନୁଆରୀ ୧୩ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।
  17. ପ୍ରାୟ ଛଅ ଦଶନ୍ଧି ପରେ ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଛି। ଏହାପୂର୍ବରୁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଥିଲା। ସେହି ସମୟରେ ବୃହସ୍ପତି ପୃଥିବୀଠାରୁ ଆନୁମାନିକ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା ।
  18. ଗାତାର ୭ ଦିନ ଶୁଣାଣି ପରେ ଆଜି  ସୁପ୍ରିମକୋର୍ଟ ଆର୍ଥିକ ଅନଗ୍ରସର ଭାଗର ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ନେଇ ନିଜର ରାୟ ସଂରକ୍ଷିତ ରଖିଛନ୍ତି।
  19. ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ  ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାରେ କରାଯାଇଛି। ମୃତ୍ୟୁର ଦୁଇ ମାସ ପରେ ସରିଛି ତାଙ୍କ ଶେଷକୃତ୍ୟ। ଏଥିରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ।
  20. ଏଲଏମଏଲ ପୁଣି ଥରେ ବୈଦ୍ୟୁତିକ ଯାନ ସହିତ ବଜାରକୁ ଫେରିବାକୁ ପ୍ରସ୍ତୁତ। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ସେପ୍ଟେମ୍ବର ୨୯ରେ ଏକକାଳୀନ ତିନୋଟି ପ୍ରଡକ୍ଟ ଲଞ୍ଚ୍ କରିବାକୁ ଯାଉଛି। ଏଥିରେ କମ୍ପାନୀର ଲୋକପ୍ରିୟ ଇଲେକ୍ଟ୍ରିକ୍ ହାଇପରବାଇକ୍ ମଧ୍ୟ ଅନ୍ତର୍ଭୁକ୍ତ। କମ୍ପାନୀ ଏକ ବୈଦ୍ୟୁତିକ ସ୍କୁଟର ଏବଂ ଏକ ବୈଦ୍ୟୁତିକ ମୋଟରସାଇକେଲ୍ ମଧ୍ୟ ଲଞ୍ଚ୍‌ କରିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.