• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ (ସେବା ନିବୃତ୍ତ)ଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତି ଦେଇଛନ୍ତି ।
  2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି ।
  3. ବିଶିଷ୍ଟ ଜନନେତ୍ରୀ, ସୁସାହିତ୍ୟିକ ତଥା ଜାତୀୟ ମହିଳା କମିସନଙ୍କ ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
  4. ଉତ୍ତରାଖଣ୍ଡ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣାର ସପ୍ତାହରୁ ଅଧିକ ସମୟ ବିତିଯିବା ପରେ ପୀଡ଼ିତ ପରିବାର କଥା ମନେ ପକାଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
  5. ଦକ୍ଷିଣ କୋରିଆ ଉପରେ ମିଶାଇଲ ମାଡ କରିଛି ଉତ୍ତର କୋରିଆ । ଦକ୍ଷିଣ କୋରିଆର ଦାବି ଅନୁସାରେ, ଏହାର ପୂର୍ବରେ ଥିବା ଜଳ ସୀମାରେ ଉତ୍ତର କୋରିଆ ବାଲିଷ୍ଟକ ମିଶାଇଲ ମାଡ କରିଛି ।
  6. ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନ ନୂଆଦିଲ୍ଲୀ, ଅହମଦାବାଦ ଏବଂ ମୁମ୍ୱାଇକୁ ପୁନର୍ବିକାଶ ପାଇଁ ଭାରତୀୟ ରେଲୱେର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହି ବିକାଶ ଯୋଜନାରେ ପ୍ରାୟ ୧୦,୦୦୦ କୋଟି ଟଙ୍କା ହେବ । ଏହାଛଡା ଦେଶର ୧୯୯ଟି ପ୍ଲାଟଫର୍ମର ଉନ୍ନତିକରଣ କରାଯିବ ।
  7. ଭଗତ ସିଂହଙ୍କ ୧୧୫ ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ବୁଧବାର ଚଣ୍ଡିଗଡ଼ ଅନ୍ତ୍ରର୍ଜାତୀୟ ବିମାନବନ୍ଦର ସହିଦ ଭଗତ ସିଂହ ଅନ୍ତ୍ରର୍ଜାତୀୟ ବିମାନବନ୍ଦର ନାଁରେ ବିମାନ ବନ୍ଦରର ନାଁ ପରିବର୍ତ୍ତନ କରାଯାଇଛି।
  8. ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଅନୁସାରେ ମମତା ସରକାରଙ୍କ ମହାତ୍ୱାକାଂକ୍ଷୀ ଯୋଜନା ଦୁଆରେ ରାସନକୁ ବେଆଇନ ବୋଲି ହାଇକୋର୍ଟ କହିଛନ୍ତି । ଗୋଟିଏ ବର୍ଷ ପୂର୍ବେ ମମତା ବାନାର୍ଜୀ ଏହି ଯୋଜନାର ଉଦଘାଟନ କରିଥିଲେ ।
  9. ଲତା ମଙ୍ଗେସ୍କରଙ୍କ ଜୟନ୍ତୀ ଅବସରରେ ଅଯୋଧ୍ୟାରେ ଲତା ଚୌକର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ   ଲତା ମଙ୍ଗେସ୍କର ଚୌକର ଲୋକାର୍ପଣ କରିଛନ୍ତି।
  10. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଚଳିତ ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି ।
  11. କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅଫ ଇକୋନମିକ ଆଫେୟର୍ସ (ସସିଇଏ) ବୈଠକରେ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ମିଳିଛି।
  12. ବିଶ୍ୱ ବାଣିଜ୍ୟ ସଂଘ (ଡବ୍ଲ୍ୟୁଟିଓ) ମୁଖ୍ୟ ଗୋଜି ଓକୋଞ୍ଜୋ ଇୱିଲା ଏହି ସତର୍କବାଣୀ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଏଭଳି ନୀତି ଆଣିବାକୁ ପଡ଼ିବ, ଯାହାଦ୍ୱାରା ଅଭିବୃଦ୍ଧିରେ ସୁଧାର ଆସିବ । ମାନ୍ଦାବସ୍ଥାର ଛାଇ ଦେଖିବାକୁ ମିଳିଲାଣି ।
  13. ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର ।
  14. ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ଅଷ୍ଟ୍ରେଲିଆ ନିକଟ ଦକ୍ଷିଣପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଏକ ଦ୍ୱୀପ ଦେଖିଥିଲା ।
  15. ଓଡିଶା ଲୋକସେବା ଆୟୋଗ ବା ଓପିଏସସି ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ୭୦୦ ପୋଷ୍ଟ ପାଇଁ ୨ଲକ୍ଷରୁ ଅଧିକ ଆବେଦନକାରୀ ଆବେଦନ କରିଥିଲେ | ସେତେବେଳେ ଦେଖିବାକୁ ମିଳିଥିଲା ଯେ ସରକାରୀ ଚାକିରି ପାଇଁ ଉଚ୍ଚ ଦରମାର ପ୍ରାଇଭେଟ ଚାକିରି ଛାଡ଼ିବାକୁ ପିଲା ପ୍ରସ୍ତୁତ ଅଛନ୍ତି ।
  16. ଛତିଶଗଡର ରାଜଧାନୀ ରାୟପୁରରେ ଛତିଶଗଡ଼ ପବ୍ଲିକ ସର୍ଭିସ କମିଶନ ପିଅନ ପଦ ପାଇଁ ପରୀକ୍ଷା ଆୟୋଜନ କରିଥିଲା। ମୋଟା ୯୨ଟି ପିଅନ ପଦବୀ ପାଇଁ ଏହି ପରୀକ୍ଷା ଆୟୋଜନ ହୋଇଥିବାବେଳେ ବଡ କଥା ହେଲା ଯେ ଏହି ପଦ ପାଇଁ ଇଞ୍ଜିନିୟରିଂ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପଢିଥିବା ପିଲାମାନେ ମଧ୍ୟ ପରୀକ୍ଷା ଦେବାକୁ ଆସିଥିଲେ।
  17. ଚଳିତ ମାସ ଏମ୍ସ ଭୁ‌ବନେଶ୍ବର ଜାତୀୟ ସ୍ତରରେ ଆଣି ଦେଇଛି କୃତିତ୍ବପୂର୍ଣ୍ଣ ଖବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି।
  18. ଭୋଜପୁରୀ ସୁପରଷ୍ଟାର ତଥା ଉତ୍ତରପ୍ରଦେଶର ଗୋରଖପୁରର ସାଂସଦ ରବି କିଷାନ ଠକେଇର ଶିକାର ହୋଇଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ବିଜେପି ସାଂସଦ ରବି କିଶନଙ୍କୁ ୩.୨୫ କୋଟି ଟଙ୍କା ଠକିଛନ୍ତି। ଆଉ ସାଂସଦ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।
  19. ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ଟି ଷ୍ଟିଲ ଚାମଚ ବାହାର କରାଯାଇଛି।
  20. ବାଲେଶ୍ୱରରେ ଥିବା ଏକ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍‌ ଯୋଗୁଁ ୨୫ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.