• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଏନ ଏମଏ(NMA) ଏନଓସି ପ୍ରଦାନ ହେଲା । ଏନଓସି ଅନୁସାରେ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ, ସେବାୟତଙ୍କ ପାଇଁ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ନିର୍ମାଣ କରାଯିବ । ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛି ।
  2. ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌। ମୋହାଲି ପିସିଏ ଷ୍ଟାଡିୟମ୍‌ରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୦୮ ରନ କରିଥିଲା। ଅଷ୍ଟ୍ରେଲିଆ ଏହି ମ୍ଯାଚକୁ  ୨୧୧ ରନ କରି ସହଜରେ ଜିତି ନେଇଛି।
  3. ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ ହୋଇଛି। ବୈଠକରେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟ୍ଟାରିଆଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଛନ୍ତି।
  4. ମହାକାଶ ଭ୍ରମଣ ଏବଂ ମହାକାଶ ପର୍ଯ୍ୟଟନକୁ ନେଇ ଏବେ ବିଶ୍ବସ୍ତରରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ପୂର୍ବରୁ ଆମାଜନ ମୁଖ୍ୟ ଜେଫ ବେଜୋସ୍‌ ଏବଂ ରିଚାର୍ଡ ବ୍ରାନସନ ଏକ୍ଷେତ୍ରରେ ବହୁ ସଫଳତା ହାସଲ କରିସାରିଛନ୍ତି। ମହାକାଶ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଚଳିତ ବର୍ଷ ପ୍ରାରମ୍ଭରେ ଜେଫ୍‌ଙ୍କ ‘ବ୍ଳୁ ଅରିଜିନ’ କାର୍ଯ୍ୟକ୍ରମ ୩ଥର ଉଡାଣ ଭରି ସଫଳ ହୋଇଛି।
  5. ନୋଏଡା ସେକ୍ଟର ୨୧ ରେ ଏକ ନିର୍ମାଣଧୀନ ପାଚେରୀ କାନ୍ଥ ଭୁଷୁଡି ୪ ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
  6. ଚେନ୍ନାଇର ଦମ୍ପତି ସୁବିନା ବାନୁ ଏବଂ ଅବଦୁଲ ଘାନି ମଙ୍ଗଳବାର ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ବ୍ୟବସାୟୀ ଦମ୍ପତି ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ ଏକ ଚେକ୍ ଉପସ୍ଥାପନ କରିଥିଲେ। ଯାହା ଦୁନିଆର ସବୁଠାରୁ ଧନୀ ମନ୍ଦିରର କାର୍ଯ୍ୟ ପରିଚାଳନା କରେ ।
  7. ମିଆଁମାରର ମେଓ୍ଵାଡିରେ ୩୦୦ରୁ ଅଧିକ ଭାରତୀୟଙ୍କୁ ବନ୍ଧକ ରଖାଯିବା ଖବର ସାମ୍ନାକୁ ଆସିଛି। ସେମାନଙ୍କୁ ସାଇବର କ୍ରାଇମ୍ କରିବାକୁ ବାଧ୍ୟ କରାଯାଉଛି। ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଏହି ରାକେଟ୍‌ରେ ବଳପୂର୍ବକ ନିୟୋଜିତ କରାଯାଉଛି।
  8. ଡିମଣ୍ଟଫର୍ଟ ୟୁନିଭର୍ସିଟିର ଡ.ଜନ ସଙ୍କ ନେତୃତ୍ୱରେ ଲିସେଷ୍ଟର ସ୍କୁଲରେ କରାଯାଇଥିବା ଏକ ଅଧ୍ୟୟନରେ ପିଲାଙ୍କ ନିଦକୁ ନେଇ ନୂଆ ତଥ୍ୟ ଉଜାଗର ହୋଇଛି। ଏହି ଅଧ୍ୟୟନରେ ପିଲାମାନେ ଏବେ ଦୈନିକ ୧୨ ଘଣ୍ଟା ବଦଳେ ଅତି ବେଶିରେ ୮ ଘଣ୍ଟା ଶୋଇପାରୁଥିବାର ଜଣାପଡିଛି। ତେବେ ପିଲାଙ୍କ ନିଦରେ ଏପରି ହ୍ରାସର କାରଣ ମୋବାଇଲ ଫୋନ ବୋଲି ଜଣାପଡିଛି।
  9. ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଦିନ ଶୋକ ପୁସ୍ତକ ଉପରେ ତାଇୱାନର ପ୍ରତିନିଧିଙ୍କ ଦ୍ୱାରା ହସ୍ତାକ୍ଷର କରାଯିବାକୁ ଚୀନ କଡା ବିରୋଧ କରିଛି। ଚୀନ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି ଏହା ତାଙ୍କର ଅପମାନ ବୋଲି କହିଛି।
  10. ଟ୍ୱିଟରରେ ଅଶ୍ଲୀଳ ପର୍ଣ୍ଣ ଭିଡିଓ ନେଇ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଗୁରୁତର ଅଭିଯୋଗ ଆଣିଛନ୍ତି। ମାଲିୱାଲ ଏ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ବିଶ୍ୱର ସର୍ବ ବୃହତ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ଅନ୍ୟତମ ଟ୍ୱିଟର ଏବେ ପିଲାଙ୍କ ଅଶ୍ଲୀଳ ଭିଡିଓ ବିକ୍ରିର ମାଧ୍ୟମ ପାଲଟିଥିବା କହିଛନ୍ତି।
  11. ଏବେ ଯୁଦ୍ଧର ବେଳ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିବା ଯଥାର୍ଥ ବୋଲି ମଙ୍ଗଳବାର ଦିନ ଜାତିସଂଘର ସାଧରଣ ପରିଷଦ୍‌‌ର ୭୭ତମ ଅଧିବେଶନରେ ଉଦ୍‌ବ‌ୋଧନ ଦେବା ବେଳେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ କହିଛନ୍ତି।
  12. ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି କୁହାଯାଉଥିବା ପ୍ରାୟ ୨୦୦ ଉତ୍ତ୍ୟକ୍ତ ଜନତା ମଙ୍ଗଳବାର ଦିନ ଇଂଲଣ୍ଡ୍‌ର ୱେଷ୍ଟ୍‌ ମିଡ୍‌ଲାଣ୍ଡ୍‌ସ୍‌ ଅନ୍ତର୍ଗତ ସ୍ମେଦ୍‌ୱିକ୍‌ ନଗରୀସ୍ଥିତ ଗୋଟାଏ ହିନ୍ଦୁ ମନ୍ଦିର ବାହାରେ ଯୋଜନାବଦ୍ଧ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
  13. ପାଣ୍ଠି ଅଭାବ ଦେଇ ଗତି କରୁଥିବା ବିମାନ କଂପାନି ସ୍ପାଇସ‌୍‌ଜେଟ୍‌ ଏହାର ୮୦ ଜଣ ପାଇଲଟ୍‌ଙ୍କୁ ବିନା ବେତନ‌ରେ ତିନି ମାସ ଛୁଟିରେ ପଠାଇଛି। କିଛି ମାସ ପୂର୍ବେ କଂପାନିର ଏକାଧିକ ବିମାନରେ ଆକାଶରେ ଉଡ଼ୁଥିବା ବେଳେ ତ୍ରୁଟି ଦେଖାଦେଇଥିଲା।
  14. ଫେସବୁକ୍‌ର ପ୍ରତିଷ୍ଠାତା ତଥା ମେଟାର ସିଇଓ ମାର୍କ ଜୁକରବର୍ଗ ଗୋଟିଏ ବର୍ଷରେ ତାଙ୍କର ଅଧା ସଂପତ୍ତି ହରାଇଛନ୍ତି। ବର୍ଷକ ପୂର୍ବେ ତାଙ୍କର ସଂପତ୍ତି ରାଶି ୧୪୨ ବିଲିଅନ ଡଲାର(୧୧.୩୦ ଲକ୍ଷ କୋଟି ଟଙ୍କା) ଥିବାବେଳେ ଏବେ ତାହା ୭୧ ବିଲିଅନ ଡଲାରକୁ ହ୍ରାସ ପାଇଛି।
  15. ‘ଆର୍‌ଆର୍‌ଆର୍‌’ ନୁ‌ହେଁ କି ‘କାଶ୍ମୀର ଫାଇଲ୍ସ’ ନୁହେଁ, ଗୁଜରାଟୀ ଚଳଚ୍ଚିତ୍ର ଛେଲୋ ସୋ’ ଓସ୍କାର-୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ। ଫିଲ୍ମ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି ।
  16. ଓଲା କମ୍ପାନୀରେ ଏବେ ପ୍ରାୟ ଦୁଇ ହଜାର ଯନ୍ତ୍ରୀ କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ୍‌ ଦୁଇ ଶହ ଯନ୍ତ୍ରୀଙ୍କୁ କମ୍ପାନୀ ଛଟେଇ କରିବାକୁ ଯାଉଛି। କମ୍ପାନୀ ପକ୍ଷରୁ ଏହି ଯନ୍ତ୍ରୀମାନଙ୍କ ନିକଟକୁ ନୋଟିସ୍‌ ପଠାଯାଇଛି । ଏମାନଙ୍କ ମଧ୍ୟରେ କେତେକ ସଫ୍ଟୱୟାର ଇଞ୍ଜିନିୟର ଅଛନ୍ତି।
  17. ଆୟୁଷ୍ମାନ ଖୁରାନାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡକ୍ଟର ଜୀ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଫିଲ୍ମରେ ଅଭିନେତା ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବ୍ୟତୀତ ଏଥିରେ ରକୁଲ ପ୍ରୀତ ସିଂହ ଓ ଶେଫାଲୀ ଶାହଙ୍କୁ ମଧ୍ୟ ଦେଖିବାକୁ ମିଳିବ।
  18. ଦୀପାବଳି ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୭ ଟଙ୍କା ଯାଏଁ ଶସ୍ତା ହୋଇପାରେ । ଏବେ ଆନ୍ତର୍ଜାତୀକ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୯୦ ଡଲାର ରହିଛି ।
  19. ସେପ୍ଟେମ୍ବର ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ବସିବ। ବୈଠକରେ ପଂଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ମିଳିଛି।
  20. ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇରେ ନାମ ଲେଖାଇ ସାରିଲେଣି।ଆସନ୍ତା ୨୨ ତାରିଖରୁ +୨ ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.