• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ  ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ୫୮ ବର୍ଷ ବୟସ​‌ରେ ପରଲୋକ ହୋଇଛି।
  2. ରାଜୁ ଶ୍ରୀବାସ୍ତବ ଡିସେମ୍ବର ୨୫ ତାରିଖ ୧୯୬୩ ମସିହାରେ କାନପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ ପ୍ରସିଦ୍ଧ କବି ଥିଲେ ।
  3.  ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ଦେଇଥିବା ନଜର ଆସିଛି । ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ରୁଷ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି । ତାଙ୍କ ବାର୍ତ୍ତାରେ ଆଗକୁ ପରମାଣୁ ବୋମା ପ୍ରୟୋଗ କରିବା ନେଇ ଧମକ ଦେଇଥିବା ଦେଖିବାକୁ ମିଳିଛି ।
  4. କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ଦିନ ୨୨,୮୪୨ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଏବିଜି ସିପିୟାର୍ଡ ଲିମିଟେଡର ପ୍ରତିଷ୍ଠାତା-ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ଗିରଫ କରିଛି। ଏହି କମ୍ପାନି ବିଭିନ୍ନ ଜାଲ କାରବାର ମାଧ୍ୟମରେ ୨୦୧୨ ରୁ ୨୦୧୭ ମଧ୍ୟରେ ଷ୍ଟେଟବ୍ୟାଙ୍କ ନେତୃତ୍ବରେ ଥିବା ଏକ ବ୍ୟାଙ୍କ କନସୋର୍ଟିଅମକୁ ୨୨,୮୪୨ କୋଟି ଟଙ୍କା ଠକିଥିଲା ।
  5.  ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କେ.ଏମ.ଜୋସେଫ କହିଛନ୍ତି ଯେ, ଘୃଣା ଉଦ୍ରେକ ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରାଯାଉଛି । ରାଜନୈତିକ ଦଳଗୁଡ଼ିକୁ ଏହାକୁ ନିଜର ସ୍ବାର୍ଥସାଧନ ପାଇଁ ବ୍ୟବହାର କରୁଛନ୍ତି । ମତ ପ୍ରକାଶ କରିବାର ସ୍ବାଧୀନତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଟିଭି ଚ୍ୟାନେଲରେ ଘୃଣା ଉଦ୍ରେକକାରୀ ଭାଷଣକୁ ଅନୁମତି ଦେଇହେବ ନାହିଁ ।
  6. ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀଙ୍କୁ ମିଳିଲା ୨ବର୍ଷ ଜେଲଦଣ୍ଡ। ଜଣେ ଜେଲରଙ୍କୁ ଧମକ ଦେବା ସହ ପିସ୍ତଲ ଦେଖାଇଥିବାରୁ ବୁଧବାର ଦିନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଦ୍ୱାରା ମୁଖତାର୍ ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଥିଲେ
  7. ପିଏମ କେଆର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବରେ ଶିଳ୍ପପତି ରତନ ଟାଟାଙ୍କୁ ସାମିଲ କରାଯାଇଛି।
  8. ବୁର୍ଲା ବଡ଼ମେଡିକାଲରେ ଜଣେ ମହିଳା ଏକକାଳୀନ ୪ ଜଣ ଶିଶୁଙ୍କୁ ଜନ୍ମଦେଇଛନ୍ତି। ଏହି ୪ ନବଜାତଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପୁଅ ଓ ୩ କନ୍ୟା। ଶିଶୁମାନଙ୍କର ଓଜନ କମ୍‌ ଏବଂ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଡାକ୍ତରଖାନାର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି
  9. ଝାଡ଼ଖଣ୍ଡ ସରକାର ତାଙ୍କ କର୍ମଚାରୀଙ୍କୁ ନୂଆ ଓ ପୂରୁଣା ପେନସନ୍‌ ଯୋଜନା ଚୟନ କରିବାକୁ ବିକଳ୍ପ ଦେଇଛନ୍ତି। ୧୫ ନଭେମ୍ବର ୨୦୨୨ ସୁଦ୍ଧା କର୍ମଚାରୀ ବିକଳ୍ପ ଚୟନ କରିପାରିବେ। ଏଥିଲାଗି କର୍ମଚାରୀଙ୍କୁ ଶପଥପତ୍ର ଦାଖଲ କରିବାକୁ ହେବ।
  10.  ଓ୍ଵିପ୍ରୋ ମୁନଲାଇଟିଂ ଅର୍ଥାତ ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀ ପାଇଁ କାମ କରୁଥିବା କାରଣରୁ ୩୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛି। ବୁଧବାର ଏହାର ସୂଚନା ଓ୍ଵିପ୍ରୋର ଅଧ୍ୟକ୍ଷ ଋଷଦ ପ୍ରେମଜୀ ଦେଇଛନ୍ତି।
  11. ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୨୭ରୁ ସମ୍ବିଧାନ ବେଞ୍ଚ ମାମଲାର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ୍ ୟୁୟୁ ଲଲିତଙ୍କ ଦ୍ୱାରା ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । 
  12. ରାଷ୍ଟ୍ରପତି ପୁତିନ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଆମକୁ ହାଲୁକା ଭାବେ ଗ୍ରହଣ କରନାହିଁ । ପୁଟିନ ବୁଧବାର କହିଛନ୍ତି ଯେ ସେ ୟୁକ୍ରେନକୁ ଆଉ କିଛି ସୈନ୍ୟ ପଠାଇବାକୁ ପ୍ରସ୍ତୁତ ହେଉଛୁ ।
  13.  ଜାତିସଂଘ ସାଧାରଣ ପରିଷଦର ୭୭ ତମ ବାର୍ଷିକ ବୈଠକରେ ବିଶ୍ୱ ନେତାଙ୍କୁ ଜାତିସଂଘ ମହାସଚିବଙ୍କ ଚେତାବନୀ । ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବିଶ୍ୱ ନେତାଙ୍କୁ ବିଭିନ୍ନ ସମସ୍ୟା ନେଇ ଚେତାବନୀ ଦେଇଛନ୍ତି ।
  14. ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଅବିବୃଦ୍ଧି ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡିଥିଲା । ଜରୁରୀ ରିଲିଫ୍, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ ଆଦି ବାବଦରେ ବିଭାଗମାନଙ୍କୁ ଦିଆଯାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ମଧ୍ୟ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
  15. ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁଭବ ପଟ୍ଟନାୟକ ଆମେରିକାରେ ଅନୁଷ୍ଠିତ ବୈଧାନିକ ପ୍ରଶିକ୍ଷଣ କାର୍ଯ୍ଯକ୍ରମରେ ଭାରତ ପାଇଁ ପ୍ରତିନିଧିତ୍ୱ କରି ପ୍ରଶଂସା ସାଉଁଟିଛନ୍ତି ଅନୁଭବ ପ୍ରଶିକ୍ଷଣ କାର୍ଯ୍ଯକ୍ରମର ବିଭିନ୍ନ ବିତର୍କରେ ଭାଗନେଇ ଭାରତ ସହିତ ଆମେରିକାର ସମ୍ପର୍କ ଦୃଢୀକରଣ ଓ ବିଶ୍ୱ ଭାତୃତ୍ୱ ଭାବ ପ୍ରତିଷ୍ଠା ଦିଗରେ ଜନପ୍ରତିନିଧି ଓ ପ୍ରଶାସନର ଭୂମିକା ସମ୍ପର୍କରେ ମତ ରଖିଥିଲେ।
  16. ‘ମେକ୍‍ ଇନ୍‍ ଓଡ଼ିଶା’ କାର୍ଯ୍ୟକ୍ରମକୁ ନେଇ ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି ଯେ ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜିନେସ୍‍ କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶାରେ ନିବେଶ ନିମନ୍ତେ ଅନେକ ନିବେଶକ, ଶିଳ୍ପ ଗୋଷ୍ଠୀ ଆଗ୍ରହ ପ୍ରକାଶ କରୁଛନ୍ତି।
  17. ରାଜ୍ୟ ସରକାରଙ୍କ ଦ୍ଵାରା ମୋଟ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବରେ ନିଯୁକ୍ତ ହୋଇଛନ୍ତି।
  18. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ଚଢାଉ ବେଳେ ତହସିଲଦାରଙ୍କ ନାମରେ ୨୧ଟି ପ୍ଲଟ୍ ଥିବା ଜଣାପଡ଼ିଛି।
  19. ବୁର୍ଲା ଭିମସାରରେ ଆଜି ସୋନପୁର ବିନିକା ଅଞ୍ଚଳର ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି।
  20. କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.