• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜଳସେଚନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡିଶା ରାଜ୍ୟ କ୍ୟାବିନେଟରେ ଗୁରୁବାର ୯ଟି ଜିଲ୍ଲା ପାଇଁ ମୋଟ ୪୦ଟି ଉଠା ଉଠାଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ମୋଟ ୧୭୩୯ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ୧୫ ବର୍ଷ ପାଇଁ ପ୍ରକଳ୍ପର ରକ୍ଷଣାବେକ୍ଷଣ ବାବଦକୁ ମୋଟ ୧୪୦ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି ।
  2. ଯାଜପୁର ଜିଲ୍ଲାର କୋଚଳୀ ନଦୀ ଓ ବୈତରଣୀ ନଦୀରେ ୨ଟି ବ୍ୟାରେଜ୍ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଲାଭ କରିଛି ।
  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।
  4. ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ୫ ଏକର ଜମି । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି ।
  5. ଭୁବନେଶ୍ୱରରେ ବିଧାୟକଙ୍କ ନିମନ୍ତେ ଗୃହ ନିର୍ମାଣ ପାଇଁ ମଧ୍ୟ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ଅନୁମୋଦନ ମାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସ୍ପର୍ଟସ ହଷ୍ଟେଲରେ ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ୧୫ ପ୍ରତିଶ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି ।
  6. ଜିଟାଲ ଦେଣନେଣକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଡିଜିଟାଲ କାରବାରକୁ ବ୍ୟାପକ କରିଛି । ବର୍ତ୍ତମାନ ୮୮୭୮ଟି ୟୁନିଟ ଡିଜିଟାଲ ଦେଣନେଣ ପାଇଁ ସୁବିଧା ଯୋଗାଉଛନ୍ତି । ଏହା ସହିତ ପଏଣ୍ଟ ଅଫ ସେଲ (ପୋସ) ମେସିନ କ୍ୟାଟେରିଂ ସେବା ପ୍ରଦାନକାରୀମାନଙ୍କୁ ଯୋଗାଇ ଦିଆଯାଇଛି ।
  7. ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଦେଶବ୍ୟାପୀ ଯେଉଁ ଚଢ଼ଉ ହୋଇଛି ସେନେଇ ସେପ୍ଟେମ୍ବର ୧୯ ତାରିଖରେ ନିଷ୍ପତ୍ତି ହୋଇଥିଲା। ଗୃହ ମନ୍ତ୍ରାଳୟ, ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥ‌ା), ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏବଂ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଅଧିକାରୀମାନେ ସେପ୍ଟେମ୍ବର ୧୯ ତାରିଖରେ ଏନେଇ ରଣନୀତି ପ୍ରସ୍ତୁତ କରିଥିଲେ।
  8. ଯୁଦ୍ଧପୋତରେ ଅଧିକ ସଂଖ୍ୟକ ବ୍ରହ୍ମୋସ କ୍ଷେପଣାସ୍ତ୍ର ମୁତୟନ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ବ୍ରହ୍ମୋସ ଏରୋସ୍ପେଶ୍‌ ପ୍ରାଇଭେଟ୍‌ ଲିମିଟେଡ ସଂସ୍ଥା ସହ ୧୭୦୦ କୋଟି ଟଙ୍କାର ଚୁକ୍ତି ହୋଇଛି।
  9. ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ମୂଳରୁ ୨୯୦ କିମି ରହିଥିବା ବେଳେ ଏହାକୁ ବର୍ତ୍ତମାନ ୩୫୦ରୁ ୪୦୦ କିମିକୁ ବଢ଼ାଯାଇଛି। ଲକ୍ଷ୍ୟଭେଦ କ୍ଷମତା ୮୦୦ କିମି କରିବାକୁ କାମ ଜାରି ରହିଥିବା ଜଣାପଡ଼ିଛି।
  10. ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଗରିବୀ ଏବଂ ସାମାଜିକ ଅସମାନତା ଦୂର କରିବା ପାଇଁ ଏକ ବଡ଼ ଘୋଷଣା କରିଛି । ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ୧.୨୭ ବିଲିୟନ ଡଲାରର ଆର୍ଥିକ ସହଯୋଗ କରିବାକୁ ଘୋଷଣା କରିଛି । ଏହାଛଡା ଏଚଆଇଭି ଏବଂ ମାଲେରିଆ ପରି ରୋଗରେ ପୀଡିତ ଚିକିତ୍ସା ପାଇଁ ଗେଟ୍ସ ଫାଉଣ୍ଡେସନ ଆର୍ଥିକ ସାହାଯ୍ୟ କରିବ । ଗେଟ୍ସ ଫାଉଣ୍ଡେସନର ବାର୍ଷିକ ଗୋଲକିପର୍ସ ରିପୋର୍ଟର ଗୋଟିଏ ସପ୍ତାହ ପରେ ଏହି ଘୋଷଣା କରାଯାଇଛି।
  11. ଆମେରିକାର ଏକ ବୈଜ୍ଞାନିକ ଅନୁସନ୍ଧାନ ସଂସ୍ଥା-ନେଟୱାର୍କ କଣ୍ଟାଜିୟନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ରିପୋର୍ଟରେ ଏହି ଦାବି କରାଯାଇଛି । ଏଥିରେ ଦାବି କରାଯାଇଛି ଯେ ଆମେରିକା ସହ ସାରା ଦୁନିଆରେ ହିନ୍ଦୁଙ୍କ ବିରୋଧରେ ଘୃଣା ଏବଂ ହିଂସା ମାମଲାରେ ୧୦୦୦ ପ୍ରତିଶତ ବୃଦ୍ଧି ଘଟିଛି 
  12. ସୁପ୍ରିମକୋର୍ଟରେ ପାଖାପାଖି ୧୦ ଦିନ ହେଲା ଚାଲିଥିବା କର୍ଣ୍ଣାଟକ ହିଜାବ ମାମଲାର ଗୁରୁବାର ଶୁଣାଣି ସରିଛି। କୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିରେ କୋର୍ଟ ହିଜାବର ସମର୍ଥନରେ ୨୦ରୁ ଅଧିକ ଓକିଲ, କର୍ଣ୍ଣାଟକ ସରକାର ଓ ଶିକ୍ଷକଙ୍କ ପକ୍ଷରୁ ଉପସ୍ଥାପିତ ଓକିଲଙ୍କ ତର୍କ ଶୁଣିଥିଲେ।
  13.  ଶିଳ୍ପପତି ଗୌତମ ଆଦାନୀ ବୁଧବାର ମୁମ୍ବାଇରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଦୁହିଁଙ୍କ ଭିତରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। 
  14.  ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ଜାରି ଚେତାବନୀ ପରେ ରୁଷର ନାଗରିକଙ୍କୁ ମାର୍ଶଲ ଲ’ର ଭୟ ଘାରିଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ଆଇନ ଲାଗୁ ହେବା ପରେ ଯୁଦ୍ଧ ଲଢିବା ବୟସର ଯୁବକଙ୍କୁ ଦେଶ ଛାଡି ଯିବାକୁ ଅନୁମତି ଦିଆଯିବ ନାହିଁ। ଫ୍ଲାଇଟ ଟ୍ରାକିଂ ସର୍ଭିସ୍ ଫ୍ଲାଇଟ ରାଡାର ପକ୍ଷରୁ ଜାରି ଭିଡିଓରେ ରୁଷରୁ ୱାନ-ୱେ- ଉଡାଣ ଭରୁଥିବା ବିମାନର ସୂଚନା ମିଳୁଛି ।
  15. କଂଗ୍ରେସ ସଭାପତି ପଦ ନିମନ୍ତେ ନିର୍ବାଚନ ଲାଗି ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଅଧିସୂଚନା ଜାରି ହେବା ପରେ ଏବେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ୨୪ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।
  16. ହୀରାକୁଦ ବନ୍ଧର ଜଳସ୍ତରରେ ବୃଦ୍ଧି ଫଳରେ ବର୍ତ୍ତମାନ ବୁର୍ଲା ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଜୁଳି ଉତ୍ପାଦନର ମାତ୍ରା ବୃଦ୍ଧି ପାଇଚାଲିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ପାଖାପାଖି ରହିଥିବା ବେଳେ ବିଜୁଳି ଉତ୍ପାଦନ ପ୍ରାୟ ୨୮୦ ମେଗାୱାଟରେ ପହଞ୍ଚିଛି।
  17. ହିରୋ କମ୍ପାନି ସେୟାର ବଜାରକୁ ସୂଚନା ଦେଇ କହିଛି, ହିରୋ ମୋଟୋକୋର୍ପ ତତ୍କାଳ ପ୍ରଭାବରୁ ନିଜର ଦୁଇ ଚକିଆ ଗାଡିର ମୂଲ୍ୟ ବୃଦ୍ଧି କରୁଛି । କମ୍ପାନି ଅନୁସାରେ, ଏହି ବୃଦ୍ଧି ଭିନ୍ନ ଭିନ୍ନ ମଡେଲ ହିସାବରେ ୧୦୦୦ ଟଙ୍କା ଯାଏଁ କରାଯାଇଛି । ନିର୍ମାଣ ଖର୍ଚ୍ଚର ବୋଝକୁ କମାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନି କହିଛି ।
  18. ଦୁଗ୍ଧଜାତୀୟ ଉତ୍ପାଦର  ବ୍ୟବସାୟ କରୁଥିବା କମ୍ପାନୀ ମଦର ଡାଏରୀ ଆଗାମୀ କିଛି ମାସରେ କ୍ଷୀର-ଦହିର ଦାମ ବଢାଇ ପାରେ। ଏହାର ସଙ୍କେତ ଦେଇଛନ୍ତି କମ୍ପାନୀର ଅଧିକାରୀ।ମଦର ଡାଏରୀ ଆଶା କରିଛି ଯେ, ଚଳିତ ଆର୍ଥିକ ବର୍ଷରେ କମ୍ପାନିର ବିକ୍ରିରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ଚଳିତ ବର୍ଷ  ବାର୍ଷିକ ଆୟ ୧୫୦୦୦ କୋଟି ଛୁଇଁପାରେ। 
  19. ଲିଜେଣ୍ଡ ଲିଗ କ୍ରିକେଟ ପାଇଁ ବିକ୍ରି ହେବ ଅଫଲାଇନ ଟିକେଟ । ମୋଟ ୮୪୨୧ ଟିକେଟ ଅଫଲାଇନ୍‌ରେ ବିକ୍ରି ହେବ । ଓସିଏର କାଉଣ୍ଟରରେ ଦିନ ୧୦ଟାରେ ଆରମ୍ଭ ହେବ ଟିକେଟ ବିକ୍ରି ପ୍ରକ୍ରିୟା । ଗ୍ୟାଲରି ୨, ୪ କ୍ଳବ ହାଉସ, ଓ ୯ ଓ ୧୦ କର୍ପୋରେଟ ବକ୍ସ ପାଇଁ ସମସ୍ତ ଟିକେଟ ବିକ୍ରି ହେବ ।
  20. କଟକ ମାର୍କେଟରୁ ଗତ ଚାରିଦିନ ଭିତରେ ଜବତ ହେଲାଣି ୨୫ ଲକ୍ଷ ଟଙ୍କାର ନକଲି ଔଷଧ। ପୂର୍ବରୁ, ଅର୍ଥାତ ଗତ ୯ ତାରିଖରେ କଟକରୁ ଜବତ ହୋଇଥିଲା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଔଷଧ। ସବୁକୁ ମିଶାଇଲେ ଦୁଇ ସପ୍ତାହ ଭିତରେ ଜବତ ହେଲାଣି ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ୍‌।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.