- ଓଲଫ୍ ହଲର ଲେଖିକା ହିଲାରୀ ମଣ୍ଟେଲଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଛି । ହିଲାରୀ ମଣ୍ଟେଲଙ୍କୁ ଦୁଇ ଥର ବୁକର ପୁରସ୍କାର ମିଳିସାରିଛି ।ହିଲାରୀ ମଣ୍ଟେଲଙ୍କ ଜନ୍ମ ଇଂଲଣ୍ଡର ଡର୍ବିସରର ଗ୍ଲୋସସୋପ ୧୯୫୨ ଜୁଲାଇ ୬ ତାରଖରେ ହୋଇଥିଲା । ଥମସ କ୍ରୋମୱେଲ ଶୃଙ୍ଖଳାର ପ୍ରଥମ ପୁସ୍ତକ ଓଲଫ୍ ହଲ ପାଇଁ ଏବଂ ୨୦୧୨ରେ ବ୍ରିଙ୍ଗ ଅପ ଦ ବଡିଜ୍ ପାଇଁ ବୁକର ସମ୍ମାନରେ ସମ୍ମାନିତ କରାଯାଇଛି ।
- ମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଶୁକ୍ରବାର ଆଉ ଗୋଟିଏ ପାଦ ଆଗକୁ ବଢିଛି। ସମୁଦ୍ର ତଳେ ୭ କିଲୋମିଟର ସୁଡ଼ଙ୍ଗ ନିର୍ମାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ହାଇସ୍ପିଡ ରେଲ କରିଡୋର ଲାଗି ମହାରାଷ୍ଟ୍ରରେ ୨୧ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ନିର୍ମାଣ ହେବ। ଏଥିରେ ୭ କିଲୋମିଟର ସମୁଦ୍ର ତଳେ ନିର୍ମାଣ ହେବ। ଏହିପ୍ରକାର ଶୁଡ଼ଙ୍ଗ ଦେଶରେ ପ୍ରଥମ ଥର ନିର୍ମିତ ହେବ।
- ଉଦ୍ଧବ ଠାକରେ ଗୋଷ୍ଠୀକୁ ବମ୍ୱେ ହାଇ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହା ସହ ସିନ୍ଦେ ଗୋଷ୍ଠୀ ଏବେ ଅନ୍ୟ କୌଣସି ସ୍ଥାନରେ ଦଶହରା ରାଲି କରିବେ ।
- ହାଇଦ୍ରାବାଦ ସ୍ଥିତ ଇଏସଆଇସି ହସ୍ପିଟାଲ ଏବଂ ମେଡିକାଲ କଲେଜର ଡିନ୍ ଡାକ୍ତର. ଏମ. ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ଆଦେଶ ଜାରି କରାଯାଇଛି ।
- କାନାଡାରେ ଭାରତୀୟଙ୍କ ବିରୋଧରେ ଘୃଣା ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିରକଟରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲା ସାମନାକୁ ଆସିଥିଲା । ଏହାରି ଭିତରେ ଭାରତ ସରକାରଙ୍କ ପକ୍ଷରୁ କାନାଡାରେ ରହୁଥିବା ଭାରତୀୟ ଛାତ୍ର ଏବଂ ଅନ୍ୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି।
- ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ନିର୍ଦ୍ୱନ୍ଦ୍ୱରେ ଦିଲୀପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି ।
- ଡଲାର ତୁଳନାରେ ଭାରତୀୟ ମୁଦ୍ରା ଆହୁରି ଦୁର୍ବଳ ହୋଇଛିି। ଗୋଟିଏ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୧ ପାର କରି ଯାଇଛି । ଡଲାର୍ ତୁଳନାରେ ଏବେ ସୁଦ୍ଧା ଏହା ଟଙ୍କାର ସର୍ବନିମ୍ନ ସ୍ତର ।
- ୩୪ ଏକର ଜାଗା ଭିତରେ ସୀମିତ ରହିବ ବାଲିଯାତ୍ରା । ବାଲିଯାତ୍ରାକୁ ସଂପ୍ରସାରିତ କରିବାକୁ ହେଲେ ଅନୁମତି ଲୋଡା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ ।
- ମୋ ବସରେ ଯାତ୍ରୀଙ୍କ ମୋବାଇଲ, ପର୍ସ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ଏନେଇ ସହୀଦ ନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ସିଂ, ଗଣେଶ ପ୍ରଧାନଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି।
- ଜାତୀୟ ସ୍ତରରେ ଆୟୋଜିତ ସିଲଫିନା ମିଡିଆ ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ନ୍ୟାସନାଲ ଲେଭଲ୍ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର, ମିସେସ ଆଣ୍ଡ ମିସ ଇଣ୍ଡିଆ ୨୦୨୨ ରେ ଟାଇଟଲ ହାସଲ କରିଛନ୍ତି ଓଡ଼ିଶାର ଝିଅ କ୍ରୀଷ୍ଣା । ପୁନେର ଆମ୍ବିଏନ୍ସ ଏକ୍ସଲେନ୍ସି ହୋଟେଲରେ ହୋଇଥିଲା ଏହି ଶୋ ।
- ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ତେବେ ଦଶହରା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରିଛି କମିସନରେଟ ପୁଲିସ। ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
- ଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ମିଳିଛି ସୂଚନା।
- ବିଶ୍ୱର ତୃତୀୟ ଧନୀ ତଥା ଦେଶର ଧନୀ ନମ୍ବର ଏକ ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଶାନ୍ତିଲାଲ ଆଦାନୀ ସବୁଠାରୁ ଧନୀ ପ୍ରବାସୀ ଭାରତୀୟ (ଏନଆରଆଇ) ହୋଇପାରିଛନ୍ତି।
- ଯୁଦ୍ଧଗ୍ରସ୍ତ ସିରିଆରେ ମାନବୀୟ ସଂକଟ ବଢିବାରେ ଲାଗିଛି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି ।
- ସିଗାରେଟ ପ୍ୟାକେଟ୍ ପରି ମଦ ବୋତଲରେ ବି ‘ଚେତାବନୀ ସୂଚକ ଲେଖା’ ରଖିବା ଅନୁରୋଧ କରି ହୋଇଥିବା ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।
- ୟୁକ୍ରେନ ସହ ଯୁଦ୍ଧ ଶେଷ ହେବାର ନାଁ ଧରୁ ନାହିଁ । ଅନ୍ୟପଟେ ରୁଷ ବିଶ୍ୱର ଅନ୍ୟ ମହାଶକ୍ତିଙ୍କୁ ଗୋଟିଏ ପରେ ଗୋଟିଏ ଚେତାବନୀ ଜାରି କରୁଛି । ଭାରତର ଅବସ୍ଥାପତି ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଶୁକ୍ରବାର କହିଛନ୍ତି ଯଦି ଜି ୭ ଦେଶ ଦ୍ୱାରା ପ୍ରାଇସ କ୍ୟାପ (ତେଲ ମୂଲ୍ୟର ସୀମା) ଲାଗୁ କରାଯାଏ ତେବେ ସେ ବିଶ୍ୱ ବଜାରକୁ ତୈଳ ରପ୍ତାନୀ ବନ୍ଦ କରି ଦେବ ।
- ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସ୍ମାର୍ଟ କୃତ୍ରିମ ଗୋଡ଼ର ବିକାଶ କରାଯାଇଛି। ମହାକାଶ ଅଭିଯାନରେ ବ୍ୟବହୃତ ମାଇକ୍ରୋପ୍ରସେସରକୁ ଏଥିରେ ବ୍ୟବହାର କରାଯାଇଛି। ଉକ୍ତ ସ୍ମାର୍ଟ କୃତ୍ରିମ ଗୋଡ଼ ଦ୍ବାରା ଗୋଡ଼ ନଥିବା ବ୍ୟକ୍ତିମାନେ ଅଧିକ ଆରାମରେ ଚାଲିପାରିବେ।
- ମିଆଁମାରରେ ପଣବନ୍ଦୀ ଥିବା ୩୦୦ ଭାରତୀୟଙ୍କ ମଧ୍ୟରୁ କେରଳର ପ୍ରାୟ ୩୦ ଜଣଙ୍କୁ ହତ୍ୟା ଭୟ ଘାରିଛି। ମ୍ୟାୱାଡିସ୍ଥିତ ଏକ କମ୍ପ୍ଲେକ୍ସରେ ସେମାନଙ୍କୁ ସାଇବର ଅପରାଧୀ ଭାବେ ଖଟାଯାଉଛି। ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏପରିକି ଯଦି ସେମାନେ ସାଇବର ଅପରାଧୀଭାବେ କାର୍ଯ୍ୟ କରିବାକୁ ମନା କରୁଛନ୍ତି ତାହେଲେ ସେମାନଙ୍କୁ ବିଦ୍ୟୁତ ଆଘାତ ଦିଆଯାଉଛି।
- ଖାରକିଭ ଗଭର୍ଣ୍ଣର ଓଲେହ ସିନିହୁବଭ କହିଛନ୍ତି, ଚଳିତ ମାସରେ ୟୁକ୍ରେନ ଦଖଲ କରିଥିବା ଅଞ୍ଚଳରୁ ଅଧିକ ୩ଟି ଗଣ କବର ଠାବ ହୋଇଛି। ରୁଷ୍ ଅତି ଭୟଙ୍କର ନିର୍ଯାତନା ଦେଇ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
- କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନ ଜିତିବେ ତେବେ ସେ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବି ନିୟମ ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution