• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ପରିଚିତ ତଥା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତି ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
  2. ଚୀନ୍‌ରେ ସାମରିକ ବିଦ୍ରୋହର ସୂତ୍ରପାତ ଘଟିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି। ଜିନ୍‌ପିଙ୍ଗଙ୍କୁ କ୍ଷମତାରୁ ହଟାଇ ପିପୁଲ୍ସ ଲିବରେସନ ଆର୍ମି (ପିଏଲଲ) ମୁଖ୍ୟ ଲି କିୱାମିଙ୍ଗଙ୍କୁ ରାଷ୍ଟ୍ରପତି କରିବାକୁ ପ୍ରସ୍ତୁତି ଚାଲିଛି।
  3. ୨୦୧୯ ମସିହା ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହେଉଥିବ; ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ପ୍ଲେଟ୍‍(ଏଚ୍‍ଏସ୍‍ଆର୍‍ପି)ଲଗାଇବାର ସମୟସୀମା ସେପ୍ଟେମ୍ୱର ୩୦ରେ ଶେଷ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ ନମ୍ବର ପ୍ଲେଟ ନଲଗାଇଲେ ଗାଡ଼ି ମାଲିକଙ୍କୁ ୫୦୦୦ରୁ ୧୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଗଣିବାକୁ ପଡ଼ିବ ବୋଲି ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
  4. କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତି ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଆଉ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ହାଇକମାଣ୍ଡ ନିଷ୍ପତି ନେଇଥିଲେ । ହେଲେ, ୧୦୭ ଦଳୀୟ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଗେହଲଟଙ୍କ ସପକ୍ଷରେ ୯୨ ବିଧାୟକ ରିହଥିବାବେଳେ ସଚିନଙ୍କ ସପକ୍ଷରେ ମାତ୍ର ୧୫ ବିଧାୟକ ରହିଛନ୍ତି।
  5. ହାଇଦ୍ରାବାଦ୍‌ ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଭାରତ ୬ ୱିକେଟର ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ ବିଜୟୀ ହୋଇଛି। ବୋଲରଙ୍କ ପରେ ଭାରତୀୟ ବ୍ୟାଟରଙ୍କ ଦମାଦାର ପଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କରିଛି।
  6. ସେପ୍ଟେମ୍ବର ୨୬ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ଖେଳାଯିବ। ଲିଜେଣ୍ଡସ୍‌ ଲିଗ କ୍ରିକେଟର ୨ଟି ଟିମ୍‌ ଯଥା ଭିଲ୍‌ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନେ ସିଧାସଳଖ ହୋଲେଟ ମେ ‌ଫାୟାରକୁ ଯାଇଥିଲେ।
  7. ଭାରତ ଏକ ଯୁବ ଦେଶ। ଏହାର ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ। ସମ୍ପ୍ରତି ୬୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ କ୍ରମଶଃ ବୃଦ୍ଧି ଘଟିବା ଲକ୍ଷ୍ୟ କରାଯାଉଛି। ଏକ ହିସାବ ଅନୁସାରେ, ୧୯୫୦ରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୫ ପ୍ରତିଶତ ଥିବାବେଳେ ୨୦୧୬ରେ ତାହା ୧୦ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୨୦୫୦ ବେଳକୁ ଏହା ୧୯ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
  8. ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି)ର ସାରା ଭାରତରେ ୮୫ ହଜାର ୭୦୫ କୋଟି ଟଙ୍କାର ସଂପତ୍ତି ରହିଛି। ଟିଟିଡି ଅଧ୍ୟକ୍ଷ ୱାଇଭି ଶୁଭ ରେଡ୍ଡୀ ଆଜି କହିଛନ୍ତି ଯେ ଭାରତରେ ମନ୍ଦିରର ମୋଟ ୯୬୦ଟି ସ୍ଥାବର ସମ୍ପତ୍ତି ଅଛି, ଯାହା ମୋଟ ୭,୧୨୩ ଏକର ଜମି ଉପରେ ଅବସ୍ଥିତ। ଏହାର ମୂଲ୍ୟ ହେବ ପ୍ରାୟ ୮୫ ହଜାର ୭୦୫ କୋଟି ଟଙ୍କା।
  9. ବର୍ତ୍ତମାନ ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି)ର ବିଭିନ୍ନ ବ୍ୟାଙ୍କରେ ଟିଟିଡିର ୧୪,୦୦୦ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା ଓ ପ୍ରାୟ ୧୪ ଟନ୍ ସୁନା ଅଛି ।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୯୩ତମ ସଂସ୍କରଣରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଚଣ୍ଡୀଗଡ଼ ବିମାନବନ୍ଦର ସହିଦ ଭଗତ ସିଂହଙ୍କ ନାମରେ ନାମିତ ହେବ ବୋଲି ଘୋଷଣା କରିଛନ୍ତି।
  11. କେରଳର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦାନ୍ ମହମ୍ମଦଙ୍କ ପରଲୋକ ଘଟିଛି। ରବିବାର କୋଝିକୋଡସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୮୭ ବର୍ଷୀୟ ଆର୍ଯ୍ୟଦାନ୍ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
  12. ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶନିବାର ରାଷ୍ଟ୍ରପତି ଭବନରେ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି । ଓଡିଶାର କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି । ସେହିପରି ଏନଏସଏସ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ(ଆଇଟିଆର) ର ପ୍ରତୀକ ଦାଶ ଏବଂ ଭୁବନେଶ୍ବର ସ୍ଥିତ ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।
  13. ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମର୍ଥକ ବିଧାୟକ ସଚିନ ପାଇଲଟଙ୍କ ବିରୋଧରେ ଖୁଲମଖୁଲା ମୋର୍ଚ୍ଚା ବାହାର କରିଛନ୍ତି । ରାଜସ୍ଥାନର କ୍ଷମତା ସଚିନ ପାଇଲଟଙ୍କ ହାତକୁ ଦେବା ପାଇଁ ଖୋଲା ବିରୋଧ କରିଛନ୍ତି ।
  14. ଦେଶରେ ଅର୍ଥନୀତିକୁ ସୁଦୃଢ଼ କରିବାକୁ ବିଭିନ୍ନ ବାଣିଜ୍ୟିକ ନୀତିରେ କୋହଳ ସହିତ ଅଧିକ ବିଦେଶ ପୁଞ୍ଜି ନିବେଶକୁ ଗୁରୁତ୍ୱ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଦେଶରେ ୧୦୦ ବିଲିୟନ ବିଦେଶୀ ପୁଞ୍ଜି ସିଧାସଳଖ ନିବେଶ(ଏଫ୍‌ଡିଆଇ) ଲକ୍ଷ୍ୟ ରଖାଯାଇଛି।
  15. କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାର ଅମଳରେ ଦେଶର ଅର୍ଥନୀତି ଠପ୍ ହୋଇ ଯାଇଥିଲା। ଏହା କହିଛନ୍ତି ପ୍ରତିଷ୍ଠିତ ଆଇଟି କମ୍ପାନି ଇନଫୋସିସିର ସହ ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତି।
  16. ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କ  ଦମଦାର ଅର୍ଦ୍ଧଶତକ ବଳରେ ଭାରତ ରୋମାଞ୍ଚକର ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି।
  17. ଧୋନୀ ରବିବାର ଏକ ପ୍ରଡକ୍ଟକୁ ଭାରତରେ ଲଞ୍ଚ କରିଛନ୍ତି। ପ୍ରଡକ୍ଟକୁ ଟି-୨୦ ବିଶ୍ଵ କପ୍ ୨୦୨୨ ସହ ଯୋଡିଛନ୍ତି ଧୋନୀ।
  18. ନିକଟରେ ସେ ୯୦ ଦଶକର  ପ୍ରସିଦ୍ଧ ଗୀତ ମେନେ ପାୟାଲ୍‌ ହୈ ଛନକାୟିକୁ ରିମିକ୍ସ କରି ନିଜର ଭଏସ୍ ଦେଇ ନୂଆ ଭର୍ସନରେ ଗାଇଛନ୍ତି। ଏହି ଗୀତ ରିଲିଜ ହେବା ପରଠାରୁ ନେହା କକ୍କରଙ୍କୁ ସୋସିଆଲ ମିଡିଆରେ ଲଗାତାର ବିରୋଧ କରାଯାଉଛି ।
  19. ଫିଲ୍ମ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ରେ ଶେଷଥର ପାଇଁ ବଡ଼ ପର୍ଦ୍ଦାରେ ଦେଖିବାକୁ ମିଳିଥିଲେ ଭିକି କୌଶଲ । ୨୦୧୯ରେ ଏ ଫିଲ୍ମଟି ମୁକ୍ତିଲାଭ କରିଥିଲା ।  କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କର ବିବାହ  ହୋଇସାରିଛି । ମାତ୍ର ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପରଠୁ ବଡ଼ ପରଦାରୁ  ଗାଏବ୍‌ ହୋଇଯାଇଛନ୍ତି ଭିକି ।  ଏହା ପରଠୁ ତାଙ୍କ ଅଭିନୀତ  ଆଉ କୌଣସି ସିନେମା ଆସିନାହିଁ  ପ୍ରେକ୍ଷାଳୟକୁ ।
  20. ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ । ଲଗାତର ଦ୍ୱିତୀୟଥର ପାଇଁ ସେ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟରେ ହରାଇ ଅସିତ୍ ତ୍ରିପାଠୀ ବିଜୟୀ ହୋଇଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.