• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାତି ଓ ଜନଜାତିଙ୍କୁ ନେଇ ଉନ୍ମୋଚିତ ହେଲା ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ୍‌ ଇନ୍‌ ଓଡିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଦିମ ଜନଜାତିଙ୍କ ସମ୍ବନ୍ଧୀୟ ୫ଟି ବହି ଉନ୍ମୋଚନ କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡିଶା ଆଦିବାସୀଙ୍କୁ ନେଇ ଏନସାଇକ୍ଲୋପିଡିଆ ରିଲିଜ କରିଛି । ୩୮୦୦ ପୃଷ୍ଠା ସମ୍ଭଳିତ ୫ଟି ବହିରେ ୪୧୮ ଗବେଷଣାତ୍ମକ ସ୍ତମ୍ଭ ପ୍ରକାଶିତ ହୋଇଛି । ଯେଉଁଥିରେ ୬୨ ଜନଜାତି ଓ ୧୩ ଅସୁରକ୍ଷିତ ଜନଜାତିଙ୍କ ସମ୍ବନ୍ଧୀୟ ସ୍ତମ୍ଭ ଉଲ୍ଲେଖ ରହିଛି ।
  2. ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ତାଙ୍କ ଦଳର ନା ରହିଛି ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’। ସୋମବାର ସେ ତାଙ୍କ ଦଳର ନାଁ ଘୋଷଣା କରିବା ସହ ଦଳୀୟ ପତାକା ବି ଉନ୍ନୋଚନ କରିଛନ୍ତି।
  3. ତାମିଲନାଡୁ କ୍ୟାବିନେଟ ସୋମବାର ରାଜ୍ୟରେ ଅନଲାଇନ ଗେମିଂ ଉପରେ ବ୍ୟାନ ଲଗାଇବା ପାଇଁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି। ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ରାଜ୍ୟରେ ଅନଲାଇନ ଗେମିଂ ଉପରେ ବ୍ୟାନ ଲାଗୁ କରାଯିବ।
  4. ପ୍ରକାଶତି ଏକ ଅଧ୍ୟୟନ ଅନୁସାରେ, ଆମ ଗ୍ରହରେ ପ୍ରାୟ ଦୁଇ ଲକ୍ଷ ଟ୍ରିଲିୟନ ଅର୍ଥାତ ଦୁଇ କୋଟି ବିଲିୟନ, ଇଂରାଜୀରେ କହିଲେ ୨୦,୦୦୦ ମିଲିୟନ ମିଲିୟନ ସିଧା ଲେଖିଲେ ୨ ପରେ ୧୬ଟି ଶୂନ (୨୦,୦୦,୦୦,୦୦,୦୦,୦୦,୦୦,୦୦୦)ଟି ପିମ୍ପୁଡି ଅଛନ୍ତି । ୧୫,୭୦୦ରୁ ଅଧିକ ନାମିତ ପ୍ରଜାତି ଏବଂ ଉପ-ପ୍ରଜାତି ରହିଛି । 
  5. କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରୁ ତାଙ୍କୁ ବାହାର କରାଯାଇଛି। ହାଇକମାଣ୍ଡଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଅଶୋକ ଗେହଲଟଙ୍କ ୮୨ ବିଧାୟକଙ୍କ ଇସ୍ତଫା ଗାନ୍ଧୀ ପରିବାରକୁ ବହୁତ ନିରାଶ କରିଛି। ଫଳରେ ଗେହଲଟକୁ ନେଇ ଗାନ୍ଧୀ ପରିବାର କୌଣସି ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି। ତେଣୁ ବର୍ତ୍ତମାନ ତାଙ୍କୁ ଅଧ୍ୟକ୍ଷ ପଦ ଦୌଡରୁ ବାଦ୍ ଦିଆଯାଇଛି।
  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ୍‌ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କ୍ରିୟାରେ ଯୋଗ ଦେବା ପାଇଁ ଜାପାନ୍‌ ଗସ୍ତରେ ସୋମବାର ବାହାରିଛନ୍ତି। ମଙ୍ଗଳବାର ଏହି ଅନ୍ତିମ ସଂସ୍କାର ହେବାକୁ ଥିବା ବେଳେ ପ୍ରାୟ ୧୦୦ଟି ଦେଶର ରାଷ୍ଟ୍ର ମୁଖ୍ୟମାନେ ଏଥିରେ ଯୋଗଦେବାର ସମ୍ଭାବନା ରହିଛି।
  7.  ସାମ୍ପ୍ରଦାୟିକ ସଦ୍‌ଭାବନା ବିଗାଡ଼ିବା ଅଭିଯୋଗରେ ୪୫ ୟୁଟ୍ୟୁବ ଭିଡିଓକୁ ବ୍ୟାନ୍ ପାଇଁ କଲେ କେନ୍ଦ୍ର ସରକାର। ୧୦ ୟୁଟ୍ୟୁବ ଚ୍ୟାନେଲ୍‌ରେ ୪୫ ଭିଡିଓକୁ ବ୍ଲକ୍ କରିବାକୁ ସୋସାଲ୍ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ବ୍ଲକ୍‌ କରାଯାଇଥିବା ଭିଡିଓଗୁଡ଼ିକର ମୋ ଭିୟ ୧ କୋଟି ୩୦ ଲକ୍ଷ ଥିଲା।
  8. ଚଣ୍ଡିଗଡ଼ ୟୁନିଭର୍ସିଟି ଏମଏମ୍‌ଏସ୍ କେଳେଙ୍କାରୀ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ ହୋଇଥିବା ସେନା ଯବାନଙ୍କର ଆଉ ଏକ ଲିଙ୍କ ସାମ୍ନାକୁ ଆସିଛି। ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା ପୁଲିସ ଜାଣିବାକୁ ପାଇଛି।
  9. ପାକିସ୍ତାନକୁ ଏଫ-୧୬ ଲଢୁଆ ବିମାନର ରକ୍ଷଣାବେକ୍ଷଣ ପାଇଁ ୪୫୦ ନିୟୁତ ଡଲାରର  ସହାୟତା ପ୍ରଦାନ ପ୍ରସଙ୍ଗରେ ପୁଣି ଆମେରିକାକୁ ସମାଲୋଚନା କରିଛି ଭାରତ ।
  10. ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ଗତ କିଛି ଦିନ ହେଲା ବର୍ଷା ପରିମାଣ ହ୍ରାସ ପାଇଛି । କିନ୍ତୁ ଆଗକୁ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି ।
  11. ଋଷରେ ଆକ୍ରମଣ। ସୋମବାର ସକାଳେ ଜଣେ ବନ୍ଧୁକଧାରୀ କେନ୍ଦ୍ରୀୟ ରୁଷରେ ଥିବା ଏକ ବିଦ୍ୟାଳୟରେ ପଶି ଅତର୍କିତ ଗୁଳି ଚଳାଇବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ୨୦ଜଣ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି।
  12. ସହର ଭିତ୍ତିଭୂମି ଡିଜିଟାଇଜେସନ କ୍ଷେତ୍ରର ଅଗ୍ରଣୀ ସଂସ୍ଥା କ୍ବାଣ୍ଟେଲା ଇନ୍‍କ ଏବଂ ଓଡ଼ିଶା ସରକାରଙ୍କ ରେଜିଷ୍ଟ୍ରେସନ ବିଭାଗ ମିଳିତ ଭାବେ ସମଗ୍ର ରାଜ୍ୟରେ ଏହି ସେବା ଯୋଗାଇଦେବାକୁ ଏକ ନୂଆ ସହଭାଗିତା ଘୋଷଣା କରିଛନ୍ତି। ଏହି ସହଭାଗିତା ସମ୍ପ୍ରତି ରାଜ୍ୟର ୧୯୧ଟି ରେଜିଷ୍ଟ୍ରେସନ (ପଞ୍ଜିକରଣ) କାର୍ଯ୍ୟାଳୟରେ ଉପଲବ୍ଧ ହେଉଥିବା କମ୍ପ୍ୟୁଟରଚାଳିତ ଇ-ରେଜିଷ୍ଟ୍ରେସନ ସେବାରେ ଉନ୍ନତି ଆଣି ଲୋକଙ୍କ ପାଇଁ ଜମିଜମା ଓ ସମ୍ପତ୍ତି କାରବାର ପ୍ରକ୍ରିୟାକୁ ପରିବର୍ଦ୍ଧିତ କରିବା ଲକ୍ଷ୍ୟ ରଖିଛି।
  13. ଗୂଡ଼ଭେଲା ବିଡ଼ିଓ ବିନୋଦ ନାଏକ ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ । ବ୍ଲକରୁ ୩୦ଲକ୍ଷ ଟଙ୍କାର ମରାମତି କାମ ଦେବାପାଇଁ ରାଜକେଲ ଗାଁର ଗୋପାଳ ବେହେରାଙ୍କ ଠାରୁ ନେଉଥିଲେ ଲାଞ୍ଚ । ଦେଉଳଗୁଡି ଛକରେ ଧରିଲା ଭିଜିଲାନ୍ସ । କାମ ଯୋଗାଇଦେବକୁ ୫ପ୍ରତିଶତ ପିସି ନେଉଥିଲେ ବିଡିଓ ।
  14. ଚଳିତ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ  ନଭେମ୍ବର ୨ ପର୍ଯ୍ଯନ୍ତ ‘ଜନ ସମ୍ପର୍କ ପଦଯାତ୍ରା’  ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବ । ପଦଯାତ୍ରା ଅବଧି ମଧ୍ଯରେ ପଡୁଥିବା ପ୍ରମୁଖ ପର୍ବପର୍ବାଣୀ ଦିନ ଜନ ସମ୍ପର୍କ ପଦଯାତ୍ରା ବନ୍ଦ ରହିବ ।
  15. ର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ । ବାରଙ୍ଗ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମରେ ନିର୍ମିତ ଚଳଚିତ୍ରକୁ ଅଞ୍ଜନା ମିଶ୍ର ବିରୋଧ କରିଛନ୍ତି।
  16. ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଛି। ଇତିମଧ୍ୟରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ୪.୨୧ ପ୍ରତିଶତ ହ୍ରାସ ଘଟିଛି। ଏହା ସତ୍ତ୍ବେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କମିବାର ନାମ ଧରୁନାହିଁ।
  17. ଏକାଦଶ ଶ୍ରେଣୀ ପାଇଁ ଆରମ୍ଭ ହୋଇଛି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।
  18. ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ନିୟମ ଆସିଛି। ଯଦି ଆପଣ କେବଳ ବୁକିଂ କରିିଥିବେ ତେବେ ଆଉ ଦେବାକୁ ପଡ଼ିବନି ଫାଇନ୍‌। ବୁକିଂ ସ୍ଲିପ ଦେଖାଇ ଯାଇପାରିବେ। ହେଲେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ ଧାର୍ଯ୍ଯ ସମୟ ଭିତରେ ହୋଇଥିବା ଦରକାର ।
  19. ଗାଡିର ନମ୍ବର ଶେଷକୁ ୧,୨,୩,୪ ରହିଥାଏ ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୩୦ ସେପ୍ଟେମ୍ବର ଡେଡଲାଇନ ରହିଛି। ଅର୍ଥାତ ଏହି ସମୟ ମଧ୍ୟରେ ବୁକିଂ କରିଥିଲେ ଦେବାକୁ ପଡିବନି ଜରିମାନା । ସେହିଭଳି ଗାଡିର ନମ୍ବର ୫ କିମ୍ବା ୬ ରହିଥିଲେ ଅକ୍ଟୋବର ୩୧ ପର୍ଯ୍ଯନ୍ତ ଡେଡଲାଇନ ରହିଛି। ଗାଡିର ନମ୍ବର ୭ କିମ୍ବା ୮ ରହିଥିଲେ ୩୦ ନଭେମ୍ବର ଡେଡଲାଇନ ରହିଛି। ଗାଡିର ଶେଷ ନମ୍ବର ୯ କିମ୍ବା ୦ ରହିଥିଲେ ଏହାର ଡେଡଲାଇନ ୩୧ ଡିସେମ୍ବର ରହିଛି। ଗାଡି ଚାଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ଯନ୍ତ ଜରିମାନା ଦେବାକୁ ପଡିବ ।
  20. ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଶ୍ୱାସସୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଶୁକ୍ରବାର ରାତି ୨ଟାରୁ ୪ ଟା ମଧ୍ୟରେ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.