• +91-9861016349 / +91-9437281655
  • Email: amarisatya@gmail.com

Odia Current News

ତାରିଖ ୩୦/୦୯/୨୨, ଶୁକ୍ରବାର

  1. ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୂରଲୀଧର। ଏ ନେଇ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ଵାଧୀନ ସୁପ୍ରିମକୋର୍ଟର କଲେଜିୟମ ମୂରଲୀଧରଙ୍କୁ ମାଦ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।
  2. ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀକୁ ୨୦୨୧ର ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ଅଦୌଗିକି(ଆଇଟି) ନିୟମ ଉଲ୍ଲଂଘନ ଅଭିଯୋଗରେ ୬୭ ପର୍ଣ୍ଣ ଓ୍ଵେବସାଇଟ୍‌ ନିଷିଦ୍ଧ କରିବାକୁ ଆଦେଶ ଦେଇଛନ୍ତି।
  3. ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ୟୁଟ୍ୟୁବର ଅଭିମନ୍ୟୁ ମିଶ୍ରଙ୍କର ପରଲୋକ ହୋଇଛି। ଅଭିମନ୍ୟୁ ମିଶ୍ରଙ୍କର Skylord ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। ତାଙ୍କ ଚ୍ୟାନେଲ୍‌ରେ ୧.୪୯ ମିଲିୟନ ସବ୍ସସ୍କ୍ରାଇବର ଅଛନ୍ତି।
  4. କେରଳ ସିପିଆଇଏମ୍‌ ନେତା କୋଦିୟେରୀ ବାଳକୃଷ୍ଣନଙ୍କ ବିନୟ କୋଦିୟେରୀଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ହୋଇଥିଲା। ହେଲେ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମାମଲାକୁ କୋର୍ଟ ବାହାରେ ସମାଧାନ କରିନିଆଯାଇଛି। ସେଟ୍‌ଲମେଣ୍ଟ ଟର୍ମ ପାଇବା ପରେ ମାମଲା ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ। 
  5. ଯୁଦ୍ଧକାଳରେ ଋଷିଆ ୟୁକ୍ରେନର କିଛି ଅଞ୍ଚଳକୁ ଦଖଲକୁ ନେଇଥିବା ଦାବି କରୁଛି। ଯେଉଁ ସବୁ ଅଞ୍ଚଳ ଦଖଲକୁ ଆସିଛି ସେହି ସହୁ ଅଞ୍ଚଳକୁ ଏବେ ଋଷିଆରେ ମିସାଇବାକୁ ଜନମତ ସଂଗ୍ରହ  ମଧ୍ୟ ହୋଇଯାଇଛି।  ୩୦ ସେପ୍ଟେମ୍ବର ଶୁକ୍ରବାର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଜନମତ ଭୋଟର ଫଳାଫଳ ଘୋଷଣା କରିବା ସହ ଦଖଲରେ ଥିବା ଅଞ୍ଚଳ ସହ ବିଲୟ ସନ୍ଧି ସ୍ୱାକ୍ଷର  ହେବ।
  6. ମଧ୍ୟ ଏସିୟ ଦେଶ ଆର୍ମେନିଆ ସହ ଭାରତ ଅସ୍ତ୍ରଶସ୍ତ୍ର ରାଜିନାମା ସ୍ୱାକ୍ଷର ହୋଇଛି। ଏହି ରାଜିନାମା ଅନୁସାରେ ଆର୍ମେନିଆକୁ ଭାରତ ମିଶାଇଲ, ରକେଟ ଓ  ରକେଟ ଲଞ୍ଚର ସମେତ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ।
  7. ରିଲାଏନ୍ସ ଇଣ୍ଡଷ୍ଟ୍ରିଜଙ୍କ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ଅଧିକ କଡ଼ାକଡି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ସୂତ୍ରଙ୍କ ଅନୁସାରେ ମୁକେଶ ଅମ୍ବାନୀଙ୍କୁ ଏବେ ‘ଜେଡ୍ ପ୍ଲସ୍’ କ୍ୟାଟଗରୀର ସୁରକ୍ଷା ପ୍ରଦାନ କରାଯାଉଛି।
  8. ଯାତ୍ରୀବାହୀ ଗାଡ଼ିରେ ୬ ଏୟାର ବ୍ୟାଗ୍ ରହିବା ବଧ୍ୟତାମୂଳକ ହେବ। ୨୦୨୩ ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
  9. MTP ଆକ୍ଟ ଅନୁସାରେ ଭାରତରେ ମହିଳାଙ୍କୁ ଗର୍ଭପାତ କରିବାର ଅଧିକାର ରହିଛି। କାହାରି ଅନୁମତି ନ ନେଇ ସେମାନେ ଗର୍ଭଧାରଣ କରାଇପାରିବେ। କାରାଣ ଏହା ସେମାନଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ। ଏହା ସହ ‘କୌଣସି ବିବାହିତ ମହିଳା କିମ୍ବା ଯୁବତୀଙ୍କୁ ବଳପୂର୍ବକ ଗର୍ଭବତୀ କରାଇଲେ ତାହା ଦୁଷ୍କର୍ମ ବୋଲି ଧରାଯାଇପାରେ’। ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଗୁରୁବାର ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।
  10. ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଯଦି ମନ ନ ମିଶେ ଏବଂ ସେମାନଙ୍କ ସମ୍ପର୍କକୁ ଯୋଡ଼ିବା ଯଦି କୌଣସି ପ୍ରକାରେ ସମ୍ଭବ ନ ହୁଏ, ତେବେ ସେମାନଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦିଆଯାଇପାରେ। ଏଥିପାଇଁ ସ୍ବାମୀ ବା ସ୍ତ୍ରୀର ଦୋଷ ପ୍ରମାଣ କରିବା ଜରୁରି ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ବୁଧବାର କହିଛନ୍ତି।
  11. ଏନଆଇଏ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଗତ ୨୩ ତାରିଖରେ ପିଏଫ୍ଆଇ କେରଳରେ ବନ୍ଦ ପାଳନ କରିବା ସମୟରେ ବ୍ୟାପକ ହିଂସା ହୋଇଥିଲା। ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଦୋକାନ ବଜାର ଏବଂ ବିଭିନ୍ନ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରାଯାଇଥିଲା। ତେବେ କେରଳ ହାଇକୋର୍ଟ ଆଜି ଏନେଇ ପିଏଫ୍ଆଇକୁ କ୍ଷତିଭରଣା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପିଏଫ୍‌ଆଇ ୨ ସପ୍ତାହ ମଧ୍ୟରେ ୫.୨୦ କୋଟି ଟଙ୍କା କ୍ଷତିଭରଣା ଦେବାପାଇଁ କେରଳ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  12. ଫୋର୍ବସ୍‌ ଧନୀ ତାଲିକାରେ ୪ର୍ଥ ସ୍ଥାନକୁ ଖସିଲେ ଗୌତମ ଆଦାନୀ, ତୃତୀୟ ସ୍ଥାନରେ ଲୁଇସ୍‌ ଭିଉଟନ୍‌ ବସ୍‌ ।
  13. କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରି କହିଛନ୍ତି, ‘ଆମେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି। ଆମେ ଗରିବ ଜନସଂଖ୍ୟା ବିଶିଷ୍ଟ ଏକ ସମୃଦ୍ଧ ରାଷ୍ଟ୍ର। ଆମ ଦେଶ ସମୃଦ୍ଧ, କିନ୍ତୁ ଆମ ଦେଶର ଜନସଂଖ୍ୟା ଅନାହାର, ବେରୋଜଗାରୀ, ଦାରିଦ୍ର୍ୟ, ମୁଦ୍ରାସ୍ଫୀତି, ଜାତିବାଦ, ଅସ୍ପୃଶ୍ୟତା ଏବଂ ଅନ୍ୟାନ୍ୟ କାରଣର ସମ୍ମୁଖୀନ ହେଉଛି ଯାହା ସମାଜର ପ୍ରଗତି ପାଇଁ ଶୁଭଙ୍କର ନୁହେଁ’ ବୋଲି ସେ କହିଛନ୍ତି।
  14. କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କଂଗ୍ରେସ ସଭାପତି ନିର୍ବା‌ଚନ ଲଢ଼ିବେ ବୋଲି ଗୁରୁବାର ଦିନ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ।
  15. ଚଳିତ ବର୍ଷ ୮ ଦଳକୁ ନେଇ ଆୟୋଜିତ ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ପ୍ରଥମ ଦଳ ଭାବେ ସଚିନ ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଇଣ୍ଡିଆ ଲିଜେଣ୍ଡ୍‌ସ ଫାଇନାଲ୍‌ରେ ପହଞ୍ଚିଯାଇଛି।
  16. ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଟି-୨୦ ବିଶ୍ୱକପରୁ ବାଦ୍ ପଡିଲେ ଦଳର ଷ୍ଟାର ବୋଲର ଜସପ୍ରିତ ବୁମ୍ରା
  17. ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ‘ସମୂହ ଶକ୍ତି’ କାର୍ଯ୍ୟକ୍ରମ, ମହିଳା SHG ଗ୍ରୁପକୁ ୧୫କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ ।
  18. ୨୦୭୦ ସୁଦ୍ଧା ୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧିପାଇବ ବୋଲି ବୈଜ୍ଞାନିକ ଓ ପାଣିପାଗ ବିଶେଷଜ୍ଞ ଆକଳନ କଲେଣି। ତାପମାତ୍ରା ବୃଦ୍ଧି ପାଇଁ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି।
  19. ଆସାମର ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ି ଖବର ଆସିଛି। ଧୁବ୍ରି ଜିଲାରେ ଘଟିଛି ଏହି ଅଘଟଣ। ଡଙ୍ଗାରେ ୨୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି।
  20. ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ପୁରୁଷ ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ମାନ୍ୟତାରେ ଉନ୍ନତି ହୋଇଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.