• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୨ ବର୍ଷ ନିମନ୍ତେ ନୋବେଲ କମିଟି ବେଲାଋଷ ମାନବାଧିକାର ଅଧିବକ୍ତା ଏଲେସ୍ ବିୟାଲିୟାତ୍ସ୍କିଙ୍କ ସହ ଋଷିଆ ମାନବାଧିକାର ସଙ୍ଗଠନ ମୋମୋରିଆଲ ଓ ୟୁକ୍ରେନ ମାନବାଧିକାର ସଙ୍ଗଠନ ସେଣ୍ଟର ଫର ସିଭିଲ ଲିବର୍ଟିଜକୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି।
  2. ସାଂପ୍ରତିକ ବୈଶ୍ବିକ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରେ କୁହାଯାଇଛି ଯେ, ବର୍ତ୍ତମାନ ବିଶ୍ବର ୯.୩ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବର୍ତ୍ତମାନ ବିଶ୍ବ ଜନସଂଖ୍ୟାର ୭ ପ୍ରତିଶତ ଭାବେ ମୋଟ ୫୭୪ ନିୟୁତ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି।
  3. ଓଡିଶା ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୦ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୯୨୩.୬୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୫୧୭୦ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
  4. ନୂଆ ନିୟମ ଅନୁସାରେ ଭୁବନେଶ୍ବରରେ ବ୍ୟବସାୟ କରୁଥିବା ଷ୍ଟ୍ରୀଟ ଫୁଡ଼ ଭେଣ୍ଡରମାନେ ଏଣିକି ରାସ୍ତା ଉପରେ, ଫୁଟପାଥ କିମ୍ବା ଡ୍ରେନ ଉପରେ କେହି ଠେଲା ଲଗାଇ ବ୍ୟବସାୟ କରିପାରିବେ ନାହିଁ। ଗ୍ରାହକଙ୍କ ଗାଡି ପାର୍କିଂ ପାଇଁ ବିସ୍ତୃତ ଜାଗା ନଥିଲେ ଭେଣ୍ଡର ବା ଠେଲା ଗୁଡିକ ଖାଇବାକୁ ଦେଇପାରିବେ ନାହିଁ।
  5. ଓଡିଶା ପ୍ରଶାସନିକ ସେବା ୨୦୨୦ ଫାଇନାଲ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ତେଜସ୍ୱିନୀ ବେହେରା ଏହି ପରୀକ୍ଷାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
  6. ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୨୦ ବର୍ଷରେ ମୋଟ୍‌ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ମହିଳା ରହିଛନ୍ତି।
  7. ପ୍ରଧାନମନ୍ତ୍ରୀ ଆବାସ (ସହର) ନିର୍ମାଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଓଡ଼ିଶା ପୁରସ୍କୃତ ହେବ। କେନ୍ଦ୍ର ନଗର ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଆଧାରରେ ଓଡ଼ିଶା ପୁରସ୍କୃତ ହେବା ସହିତ ଓଡ଼ିଶାର ୩ ଜଣ ହିତାଧିକାରୀ ମଧ୍ୟ ପୁରସ୍କୃତ ହେବେ। ଉତ୍ତମ ଗୃହ ନିର୍ମାଣ ଶ୍ରେଣୀ ପୁରସ୍କାର କ୍ଷେତ୍ରରେ ଏହି ୩ ଜଣ ପୁରସ୍କୃତ ହେବେ। ଧାମନଗର ଏନ୍‌‌ଏସିର ବାଇନ ଜେନା, ଚୌଦାର ମ୍ୟୁନିସିପାଲଟିର ବାବନ ଖିଲାର ଓ କାଶିନଗର ଏନ୍‌‌ଏସିର ପୋଲକି ସଞ୍ଜୀବ ରାଓଙ୍କୁ ପୁରସ୍କୃତ କରାଯିବ।
  8. ନୂତନ ମାନ୍ୟତା ପାଇଥିବା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧୨ଟି ଶିକ୍ଷକ ପଦ ସୃଷ୍ଟି କରିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଥିବାବେଳେ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଓ ସହଯୋଗୀ ପ୍ରାଧ୍ୟାପକ ଆଦି ବିଭିନ୍ନ ବିଭାଗର ୧୧୨ଟି ପଦ ସୃଷ୍ଟି କରାଯାଇଛି।
  9. ଗତ ୯ ମାସରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଛଅ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । କେଉଁ କାରଣରୁ ଏମାନଙ୍କ ମୃତ୍ୟୁ ହୋଇଛି ତାହା ଅନୁମାନ ଲଗାଇବା ମଧ୍ୟ କଷ୍ଟ । ମୃତ ଛଅ ଭାରତୀୟ ନାଗରିକଙ୍କ ମଧ୍ୟରେ ପାଞ୍ଚ ଜଣ ହେଉଛନ୍ତି ମତ୍ସ୍ୟଜୀବୀ ।
  10. ଚଳିତ କ୍ୟାଲେଣ୍ଡର ବର୍ଷରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହାଇକୋର୍ଟରେ ମୋଟ ୧୫୩ ଜଣ ଜଜଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ଅଧିକ ଜଜଙ୍କ ନିଯୁକ୍ତି ହୋଇପାରେ । ଅନ୍ୟପଟେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ୱର ୮ରେ ଶେଷ ହେବ
  11. ରାମନଗରୀରେ ବିଶ୍ଵର ସର୍ବୋଚ୍ଚ ୨୫୧ ମିଟର ଉଚ୍ଚର ଭଗବାନ  ରାମଙ୍କ ପ୍ରତୀମା ସ୍ଥାପନ ଲାଗି ପ୍ରସ୍ତୁତି ଆରମ୍ଭ  ହୋଇ ଯାଇଛି। ଗୁଜରାଟରେ ନିର୍ମିତ ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାଣ କରିଥିବା ପ୍ରଦ୍ମଶ୍ରୀ ମୂର୍ତ୍ତିକାର ଅନିଲ କୁମାର ରାମଙ୍କ ପ୍ରତୀମା ନିର୍ମାଣ କରିବେ।
  12. କଂଗ୍ରେସର ବରିଷ୍ଠ ନେତା ୬୬ବର୍ଷୀୟ ଶଶୀ ଥରୁର ଗୁରୁବାର ଚେନ୍ନାଇ ଗସ୍ତରେ ଯାଇଥିଲେ। କଂଗ୍ରେସ ପ୍ରତିନିଧିଙ୍କ ସମର୍ଥନ ପାଇବା ପାଇଁ ସେ ଏକ ବୈଠକର ଆୟୋଜନ କରିଥିଲେ । ୭୦୦ ଜଣଙ୍କ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିବାବେଳେ ଉପସ୍ଥିତ ଥିଲେ ମାତ୍ର ୧୨ ଜଣ ପ୍ରତିନିଧି।
  13. ର‌ରାଗତ୍‌ଲାପାଲ୍ଲି ତେଲଙ୍ଗାନାର ଏକ ସୁଦୂର ଗାଁ ଏ ମାମଲାରେ ସମସ୍ତଙ୍କୁ ଚକିତ କରିଛି। ଗତ ୪୦ ବର୍ଷରୁ ଗାଁର ନିକଟସ୍ଥ ଥାନାରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ । ଏଠାରେ ୧୮୦ ପରିବାର ରହୁଛନ୍ତି। କାମାରେଡ୍ଡୀ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଅଫ୍‌ ଫାର୍ଷ୍ଟ କ୍ଲାସ୍‌ ଓ ଡିଷ୍ଟ୍ରିକ୍ଟ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ଚେୟାରମ୍ୟାନ୍‌ ଜଷ୍ଟିସ୍‌ ଶ୍ରୀଦେବୀ ଏହି ଗାଁକୁ ‘ଅଭିଯୋଗମୁକ୍ତ ଗାଁ’ ଘୋଷଣା କରିଛନ୍ତି ।
  14. ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ସ୍ପଷ୍ଟ କରିଛନ୍ତି ଯେ ସେ  ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ କିନ୍ତୁ ପ୍ରଚାରରେ ସହଯୋଗ କରିବେ  ।
  15. କେନ୍ଦ୍ର ସରକାର ଏବଂ ଭାରତୀୟ ଜୀବନ ବୀମା ନିଗମ ମିଳିତ ଭାବେ ଆଇଡିବିଆଇ ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବେ । ଶୁକ୍ରବାର ଏହି ସୂଚନା ଦିଆଯାଇଛି । ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପ୍ରବନ୍ଧନ ବିଭାଗ(DIPAM)  ଅକ୍ଟୋବର ୭ରେ ଇଓଆଇ ଆମନ୍ତ୍ରିତ କରିବ ।
  16. ଆପ୍‌ ଦ୍ୱାରା ଯାତ୍ରୀମାନଙ୍କୁ ପରିବହନ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଉପରେ ଖପ୍ପା ହେଲେ କର୍ଣ୍ଣାଟକ ସରକାର। ଲୋକଙ୍କ ଅଭିଯୋଗ ପରେ ରାଜ୍ୟରେ ଅଟୋ ସର୍ଭିସ୍ ବନ୍ଦ କରିବାକୁ ଆପ୍‌ ପରିଚାଳିତ ପରିବହନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର।
  17. ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ମୁମ୍ବାଇରେ  ମୁମ୍ବଇରେ ୭୯ ବର୍ଷ ବଯସରେ ପରଲୋକ ଘଟିଛି। ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ହୃଦୟ ମଧ୍ୟ ଜିତିପାରିଥିଲେ।
  18. ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ, ଯିଏ କି ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବା ପାଇଁ ‘ଜାଗା ମିଶନ’ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ, ୬ଟି ପର୍ଯ୍ୟାୟରେ ସର୍ବେକ୍ଷଣ କରାଯିବା ପରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦିଆଯାଉଛି।
  19. ଉତ୍ତରପ୍ରଦେଶର ଝାନସୀଠାରେ ଅଭ୍ୟାସ ବେଳେ ଟି-୯୦ ଟ୍ୟାଙ୍କର ବ୍ୟାରେଲରେ  ବିସ୍ପୋରଣ ହେବାରୁ ଜଣେ ଅଧିକାରୀ ( ଜୁନିଅର କମିସନଡ୍ ଅଫିସର ବା ଜେସିଓ)ଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି ।
  20. ପଞ୍ଜାବର ସଙ୍ଗରୁରରୁ ବିଧାୟିକା ଥିବା ନରିନ୍ଦର କୌର ଆମ ଆଦମୀ ପାର୍ଟିର ଜଣେ କର୍ମୀ ମନଦୀପ ସିଂଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହ ପଟିଆଲାର ରୋରେୱାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.