• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶିବସେନାର ନିର୍ବାଚନୀ ଚିହ୍ନକୁ ନେଇ ଶନିବାର ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଶିବସେନାର ଚିହ୍ନ ଉପରେ ଅନ୍ତରିଣ ରୋକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଏହା ପରେ ଆସନ୍ତା ପୂର୍ବ ଅନ୍ଧେରୀ ଉପ ନିର୍ବାଚନରେ ଉଦ୍ଧବ ଠାକରେ ଏବଂ ସିନ୍ଦେ ଗୋଷ୍ଠୀ କେହି ମଧ୍ୟ ଶିବସେନାର ଚିହ୍ନ ଧନୁ ଏବଂ ତୀର ବ୍ୟବହାର କରିପାରିବେ ନାହିଁ ।
  2. ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହତା ଗୋଆ ଖେଳ ସଚିବଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ଗୋଆରେ ୨୦୨୩ରେ ୩୭ତମ ରାଷ୍ଟ୍ରୀୟ ଖେଳର ଆୟୋଜନ ପାଇଁ ଗୋଆ ସରକାରଙ୍କ ସମର୍ଥନରେ ଆଇଓଏ ଖୁସି ଅଛି । ଏହାସହ ୩୭ତମ ରାଷ୍ଟ୍ରୀୟ ଖେଳ ଆୟୋଜନ ପାଇଁ ଆଇଓଏ ସ୍ୱୀକୃତି ପ୍ରଦାନ କରୁଛି ।
  3. ଧୁରୁଆଡ଼ିହି ଷ୍ଟେସନ ନିକଟରେ ମାଲବାହି ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଟ୍ରେନ୍‌ଟିର ୮ ଟି ବଗି ଲାଇନଚ୍ୟୁତ ହୋଇଛି । ସେଥିମଧ୍ୟରୁ ୩ଟି ବଗି ଓଲଟି ପଡ଼ିଥିବା ଥିବା ସୂଚନା ମିଳିଛି । 
  4. ଭାରତରେ ବାଲ୍ୟ ବିବାହକୁ ନେଇ କେନ୍ଦ୍ର ସରକାର ଏକ ସଦ୍ୟତମ ସର୍ଭେ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଜନସାଂଖିକ ସର୍ଭେ ରିପୋର୍ଟରେ ଝାରଖଣ୍ଡରେ ସର୍ବାଧିକ ବାଲ୍ୟ ବିବାହ ହେଉଛି ବୋଲି ଜଣାପଡ଼ିଛି।
  5. ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପଚରାଉଚରା କରିଛି ସିବିଆଇ । ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଇଛି । ୩୦୦ କୋଟି ଟଙ୍କା ଲାଞ୍ଚ ମାମଲାରେ ପୂର୍ବତନ ରାଜ୍ୟପାଳଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡିଛି । 
  6. ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚଳିତ ବର୍ଷ ଇଣ୍ଡୋନେସିଆରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଦୁଇ ନେତା ବାଲି ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ରାଜି ହୋଇଛନ୍ତି ।
  7. ଏକ ଦୁର୍ଲଭ ଗୋଲାପି ହୀରା ଶୁକ୍ରବାର ହଂକଂରେ ନିଲାମ ହୋଇଛି। ଏହା ପାଖାପାଖି ୪୮୦ କୋଟି ଟଙ୍କା (୫୮ ମିଲିୟନ ଡଲାର)ରେ ବିକ୍ରି ହୋଇଛି। ଏହି ଗୋଲାପି ହୀରା ନିଲାମରେ ରେକର୍ଡ ଭାଙ୍ଗି ପ୍ରତି କ୍ୟାରେଟ୍ ଉଚ୍ଚତମ ମୂଲ୍ୟର ବିଶ୍ୱ ରେକର୍ଡ କରିଛି।
  8. ଚଳିତ ବର୍ଷ ଡିସେମ୍ବର ମାସରେ ବାୟୁସେନାରେ ପ୍ରାରମ୍ବିକ ଟ୍ରେନିଂ ପାଇଁ ସାମିଲ୍ ହେବେ ୩ ହଜାର ଅଗ୍ନିବୀର। ଭାରତୀୟ ବାୟୁସେନା ଚିଫ୍ ମାର୍ଶଲ୍‌ ବିବେକ ରାମ ଚୌଧୁରୀ ଏହି ସୂଚନା ଦେଇଛନ୍ତି।
  9. ହଂକଂ ପର୍ଯ୍ୟଟନ ପ୍ରୋତ୍ସାହନ ଲାଗି ନୂଆ ଯୋଜନା ହାତକୁ ନେଇଛି। ଏଥିରେ ହଂକଂ ଏୟାରପୋର୍ଟ ଅଥରିଟି ୫ଲକ୍ଷ ଏୟାର ଟିକେଟ୍ ମାଗଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟିକେଟ୍ ଆଗାମୀ ବର୍ଷ ଆବଣ୍ଟିତ ହେବାକୁ ଥିବା ବେଳେ ଏ ବାବଦେ ପ୍ରାୟ ୨୫୪.୮ ମିଲିୟନ ଡଲାର ବ୍ୟୟ ହେବ ବୋଲି ଜଣାପଡିଛି। 
  10. ସୂର୍ଯ୍ୟମନ୍ଦିରର ଗାଁ ଭାବେ ଜଣାଶୁଣା ମୋଧେରା ଗାଁ ଦେଶର ପ୍ରଥମ ସୌରଶକ୍ତି ସଂପନ୍ନ ଗାଁ ଭାବେ ଘୋଷଣା ହେବ। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଧେରା ଗାଁକୁ ଦେଶର ପ୍ରଥମ ସୌରଶକ୍ତି ସଂପନ୍ନ ଗାଁ ଭାବେ ଘୋଷଣା କରିବେ। ଭାରତ ସରକାର ଓ ଗୁଜରାଟ ସରକାରଙ୍କ ମିଳିତ ଉଦ୍ୟମରେ ୮୦ କୋଟି ଟଙ୍କା ବିନିମୟରେ ସେହି ଗାଁରେ ସୌରପ୍ରକଳ୍ପ ସ୍ଥାପନ କରାଯାଇଛି । 
  11. ଦିଲ୍ଲୀରେ  ସିଏନଜି ଦର କେଜି ପ୍ରତି ୩ଟଙ୍କା ବଢିଥିବା ବେଳେ ସିଏନଜି କିଲୋ ପ୍ରତି ୭୮.୬୧ରେ ପହଞ୍ଚିଛି।ଗୁରୁଗ୍ରାମରେ କିଲୋ ପିଛା ୮୬.୯୪ରେ ପହଞ୍ଚିଛି। ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦରେ ମୂଲ୍ୟ ୭୮.୬୧ରେ ପହଞ୍ଚିଛି।
  12. ଦେଶର ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ସିଏନଜି ଏବଂ ପାଇପ୍ ମାଧ୍ୟମରେ ବଣ୍ଟାଯାଇଥିବା ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ତିନି ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି।
  13. ଐତିହାସିକ  କଟକ ବାଲିଯାତ୍ରା ନିମନ୍ତେ ପ୍ଲଟ ଆବଣ୍ଟନ ପାଇଁ ପଞ୍ଜିକରଣ ଶନିବାରଠୁ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ପଇଠ କରିବାକୁ ପଡୁଛି । ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ନିଲାମ ପ୍ରକ୍ରିୟା ଆଗକୁ ବଢିବ । ମୋଟ୍ ୧୪୦୦ ପ୍ଲଟ୍ ଆବଂଟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
  14. କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ।
  15. ବଲିଉଡ଼ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିଜର ଜାତୀୟ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୋମବାର ଏହି ଘୋଷଣା କରିଛନ୍ତି।
  16. ବିଗତ କିଛି ଦିନ ହେଲା ୟୁକ୍ରେନରେ ରୁଷ ସେନାର ବିଫଳତା ପରେ ନିଜର ସେନାଧ୍ୟକ୍ଷଙ୍କୁ ବଦଳାଇଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଜେନେରାଲ ସର୍ଗଇ ସୁରୋଭିକିନ ୟୁକ୍ରେନରେ ନିୟୋଜିତ ରୁଷ ସେନାର ନୂଆ କମାଣ୍ଡର  ନିଯୁକ୍ତ ହୋଇଛନ୍ତି ।
  17. ବିହାର ସରକାରଙ୍କ ଆଦେଶ ପରେ ମରାଗଲା ମଣିଷଖିଆ ବାଘ। ୬ମାସରେ ୯ଜଣ ଲୋକଙ୍କୁ ଶିକାର କରିଥିବା ଏହି ମଣିଷଖିଆ ବାଘକୁ ଦେଖିବାକ୍ଷଣି ଗୁଳିମାରି ହତ୍ୟା କରିବା ଲାଗି ବିହାର ସରକାର ଆଦେଶ ଜାରି କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.