- ରାଜ୍ୟ କ୍ୟାବିନେଟ୍ରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ଜିଏ. ପିଜି, ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ମଙ୍ଗଳ, ଗୃହ , ଇସ୍ପାତ ଓ ଖଣି ପ୍ରସ୍ତାବ ମଧ୍ୟ ସାମିଲ ରହିଛି।
- ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଣିକି ପରୀକ୍ଷାର୍ଥୀମାନେ ପ୍ରବନ୍ଧ ପରୀକ୍ଷାରେ ଇଂରାଜୀ କିମ୍ବା ଓଡିଆରେ ଲେଖିପାରିବେ। ପରୀକ୍ଷାରେ କେବଳ ଗୋଟିଏ ଅପସନାଲ ବିଷୟ ରହିବ। ଅଣସଂରକ୍ଷିତ ବର୍ଗର ପିଲା ୬ ଥର ପରୀକ୍ଷା ଦେଇପାରିବେ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାମାନେ ସର୍ବାଧିକ ୯ ଥର ପରୀକ୍ଷା ଦେଇପାରିବେ।
- ରାଇସମିଲ ପରିଚାଳନା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଖୋର୍ଦ୍ଧା ଏସିଏସ୍ଓ ବିଷ୍ଣୁଚରଣ ପରିଡ଼ା ଗିରଫ ହେବା ପରେ ଜେଲକୁ ପଠାଇ ଦିଆଯାଇଛି।
- ଅନ୍ତରାଷ୍ଟ୍ରୀୟ ଆଇନକୁ ଅଣଦେଖା କରି ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ରୁଷରେ ସାମିଲ କରିବା ପ୍ରକ୍ରିୟା ଆରମ୍ଭ କରିବା ସହ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ପୁଟିନଙ୍କ ଏହି ପଦକ୍ଷେପ ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି।
- ଦେଶରେ ୨ଟି ସନ୍ତାନ ନୀତି ଲାଗୁ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । କାରଣ ଏଥିପାଇଁ ସରକାରୀ ସ୍ତରରେ ନୀତିଗତ ନିଷ୍ପତ୍ତି ନିଆଯାଇଥାଏ ।
- ଟ୍ୱିଟର ବ୍ଲୁ ଆକାଉଣ୍ଟରୁ କମ୍ପାନି ନିଜର ପ୍ରଥମ ଟ୍ୱିଟ୍ ଏଡିଟ କରି ନୂଆ ଫିଚର ଆରମ୍ଭ ଘୋଷଣା କରିଛି । କମ୍ପାନି ପ୍ରଥମେ ନିଜର ଏକ ଟ୍ୱିଟକୁ ଏଡିଟ୍ କରିଛି। ଏହି ଟ୍ୱିଟରେ ସବୁଠୁ ତଳେ କେତେବେଳେ ଟ୍ୱିଟକୁ ଏଡିଟ୍ କରାଯାଇଛି ତାହା ଦେଖିବାକୁ ମିଳୁଛି।
- ସେଣ୍ଟ୍ରାଲଭିଷ୍ଟା ପ୍ରକଳ୍ପରେ ନିର୍ମିତ ନୂଆ ସଂସଦ ଭବନ ଛାତରେ ଲାଗାଯାଇଥିବା ଅଶୋକ ସ୍ତମ୍ବର ସିଂହମାନଙ୍କର ସ୍ୱରୂପକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ପିଟିସନ ଶୁକ୍ରବାର ଅଗ୍ରାହ୍ୟ ହୋଯାଇଛି।
- ରାଜ ଗାଦିରେ ବସିବା ପରେ କିଙ୍ଗ୍ସ ଚାର୍ଲ୍ସ ତୃତୀୟଙ୍କ ଫଟୋ ଥିବା କଏନ ପ୍ରଚଳନକୁ ଆସିବ। ଶୁକ୍ରବାର ରୟାଲ ମିଣ୍ଟ ମହାରାଜା ଚାର୍ଲ୍ସ ତୃତୀୟଙ୍କ ଫଟୋ ଥିବା କଏନର ଉନ୍ମୋଚନ କରିଛି।
- ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସରସଂଘ ଚାଳକ ମୋହନ ଭାଗବତଙ୍କୁ ଭେଟିବା ପରେ ସର୍ବ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲ୍ୟାସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।
- ବିମାନରେ ଏୟାରହୋଷ୍ଟେସ ଭାବେ ଚାକିରି କରିବାକୁ ହେଲେ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ
- ବ୍ରହ୍ମପୁର ଆଇଜର୍ (ଇଣ୍ଡିଆନ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ)ର ନିର୍ଦ୍ଦେଶକ ପ୍ରଫେସର କେ. ଭେଙ୍କଟ ରମଣ ଚାରୀ(୬୮)ଙ୍କ ହୃଦ୍ଘାତରେ ବିୟୋଗ ଘଟିଛି। ପ୍ରଫେସର ଚାରୀ ୟୁଏସ୍ଏରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ।
- ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ।
- ଓଡ଼ିଶାରେ ଶିକ୍ଷକତା ପାଇଁ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ଅବୈଧ ନୁହେଁ। ଆନ୍ଧ୍ର ପ୍ରଦେଶ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍ ପାଠ୍ୟକ୍ରମର କୃତୀ ଛାତ୍ରଛାତ୍ରୀ ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଚାକିରି କରିପାରିବେ।
- ସରକାରୀ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅବସର ପରେ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେଉଛନ୍ତି। ସେମାନଙ୍କୁ ଏବେ ଅର୍ଥ ବିଭାଗର ୨୦୧୮ ମାର୍ଚ୍ଚ ୧୭ ତାରିଖର ମେମୋରାଣ୍ଡମ୍ ସଂଖ୍ୟା ୭୦୨୨/ଏଫ୍ ଅଧୀନରେ ବେତନ ପ୍ରଦାନ କରାଯାଉଛି।
- ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଯଶଓ୍ୱନ୍ତ ସିଂହ ହେବେ
- ଓଲିଉଡ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୁବତୀଙ୍କ ସାଂଘାତିକ ଅଭିଯୋଗ। ଫିଲ୍ମରେ ସୁଯୋଗ ଦେବା ନାଁରେ କରୁଥିଲେ ଶାରୀରିକ ଶୋଷଣ ଏବଂ ଜୋରଜବରଦସ୍ତ ରଖୁଥିଲେ ସମ୍ପର୍କ।
- ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଓ ନିରାପତ୍ତା ପାଇଁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି। ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଉଛି।
- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହାକରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ନିକଟରୁ ୪କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ପକ୍ଷରୁ ଶ୍ରୀ ସାହୁଙ୍କୁ ଅଧିକ ପଚରାଉଚରା ଜାରି ରହିଛି ।
- ୨୦୨୨- ୨୩ ପାଇଁ ଧାନ ସଂଗ୍ରହ ନୀତିକୁ ଅନୁମୋଦନ ମିଳିଛି। ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ମେ’ରୁ ଜୁନ ମଧ୍ଯରେ ରବି ଧାନ ସଂଗ୍ରହ କରାଯିବ । ଚାଷୀଙ୍କ ଠାରୁ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ ।
- ଓଡିଶାର ରାଜ୍ୟର ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ମିଶ୍ରଣକୁ କ୍ଯାବିନେଟ ଅନୁମୋଦନ ମିଳିଛି। ନୂଆ ତଥା ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ସୃଷ୍ଟି ହେବ ।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution