• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୋର୍ଡ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କରେ ରିହାତି ପ୍ରଦାନର ବ୍ୟବସ୍ଥା କରିଛି। ଆଉ ୬ ମାସ ରିହାତି ଆମଦାନୀ ଶୁଳ୍କ ହ୍ରାସ କରିବା ଦ୍ୱାରା ବଜାରରେ ଖାଇବା ତେଲ ଦର ହ୍ରାସ ପାଇବ। ବିଶ୍ୱ ବଜାରର ଦର ତୁଳନାରେ କମ୍‍ ଆମଦାନୀ ଶୁଳ୍କ ଯୋଗୁଁ ଭାରତୀୟ ଖାଉଟୀ ବଜାରରେ ଖାଇବା ତେଲ ଦର ହ୍ରାସ ପାଇଛି।
  2. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
  3. କଂଗ୍ରେସ ନେତା ଗୌରବ ବଲ୍ଲଭ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ସୈୟଦ ନସୀର ହୁସୈନ ଦଳର ଆନୁଷ୍ଠାନିକ ମୁଖପାତ୍ର ପଦରୁ ରବିବାର ଇସ୍ତଫା ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଖଡ଼ଗେଙ୍କ ନିର୍ବାଚନ ପ୍ରଚାର ପାଇଁ ସେ ଇସ୍ତଫା ଦେଇଛନ୍ତି। 
  4. ଇଣ୍ଡୋନେସିଆରେ ଫୁଟବଲ୍‌ ମ୍ୟାଚ୍‌ ଚାଲିଥିବା ବେଲେ ପ୍ରଶଂସକମାନଙ୍କ ମଧ୍ୟରେ ମାରପିଟ୍‌ । ଏହି ଘଟଣାରେ ୨ ଜଣ ପୁଲିସ କର୍ମୀଙ୍କ ସମେତ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି ।
  5. ୧୧ ଲକ୍ଷ ଟଙ୍କା ବିନିମୟରେ ଖରିଦ କରିଥିବା ଗୋଟାଏ ‘ଫୋକ୍ସ୍‌ୱାଗେନ୍‌ ପୋଲୋ’ କାର୍‌ ମରାମତି କରିବାକୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଗୋଟାଏ ‘ସର୍ଭିସ୍‌ ସେଣ୍ଟର୍‌’ ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କୁ ‘ଏଷ୍ଟିମେଟ୍‌’ (ଅଟକଳ) ଦେଇଛନ୍ତି।
  6. ଆଗାମୀ ୪ରୁ ୫ ବର୍ଷରେ ଭାରତରେ ୮୦ଟି ବିମାନବନ୍ଦର ନିର୍ମିତ ହେବ। ଏଭିଏସନ ରେଗ୍ୟୁଲେଟର ବିମାନବନ୍ଦରମାନଙ୍କରେ ସଞ୍ଚାଳନ ଆରମ୍ଭ କରିବା ପାଇଁ କିଛି ଜରୁରି ଆବଶ୍ୟକତା ଏବେ ପୂରଣ କରିବେ। ଗତ ୮ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ବଢିଛି। ଦେଶରେ ୭୪ଟି ବିମାନ ବନ୍ଦର ଥିଲା ଏବେ ୧୪୧କୁ ପହଞ୍ଚିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ଅନୁସାରେ ଏହି ସଂଖ୍ୟା ଆଗାମୀ ଦିନରେ ୨୨୦କୁ ପହଞ୍ଚିବ।
  7.  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ଶେଷ କରିବା ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଶାନ୍ତି ପ୍ରସ୍ତାବ ଦିଗରେ ଆଗକୁ ବଢିବାକୁ ଅପିଲ କରିଛନ୍ତି । ରବିବାର ସେଣ୍ଟ ପିଟର ସ୍କ୍ୱାୟରରେ ଏଞ୍ଜେଲସ ପ୍ରେୟର ସମୟରେ ପୋପ ପ୍ରାନସିସ୍ ନିଜ ଭାଷଣରେ ଏହି ଅପିଲ କରିଛନ୍ତି । 
  8. ଡଚ୍ ଚିତ୍ରଶିଳ୍ପୀ ଅତି ସୁନ୍ଦର ଭାବେ ନିଜର ସବୁ ଅଙ୍ଗରେ ବ୍ରଶ ଧରି ଛଅଟି ଫଟୋଚିତ୍ର ଆଙ୍କୁଛନ୍ତି । ଏହି ମହିଳା ଚିତ୍ରଶିଳ୍ପୀଙ୍କ ନାଁ ରାଜାଚେନା । ସେ ନେଦରଲାଣ୍ଡର ରୋଟେରଡମର ନବାସୀ ।ଦୁଇ ହାତ ସହ ଦୁଇ ଗୋଡରେ ବ୍ରଶ ଧରି ଆଙ୍କୁଛନ୍ତି ଚିତ୍ର । ଦୁଇ ହାତ ଏବଂ ଦୁଇ ଗୋଡ ସାହାଯ୍ୟରେ ଏକା ସମୟରେ ଏକାଧିକ ଚିତ୍ର ଆଙ୍କୁଛନ୍ତି ।
  9. ସୁଜଲନ ଏନର୍ଜୀ କମ୍ପନୀର ପ୍ରତିଷ୍ଠତା ତଥା ଭାରତ ୱିଣ୍ଡ୍ ମ୍ୟାନ୍ ଭାବେ ପରିଚିତ ତୁଲ୍‌ସୀ ତନ୍ତିଙ୍କର ପରଲୋକ ହୋଇଛି। ଶନିବାର ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ୧୯୯୫ରେ କପଡ଼ା ବ୍ୟବସାୟୀ ଭାବେ ପରିଚିତ ଥିବା ତୁଲସୀ ଉର୍ଜା ଉତ୍ପାଦନ ଦିଗରେ କାମ ଆରମ୍ଭ କରିଥିଲେ।
  10. ୨୦୨୦ରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସଂଖ୍ୟାଧିକ ମହିଳା ୨୧ ବର୍ଷ ବା ତା’ ପୂର୍ବରୁ ବିବାହ କରିଛନ୍ତି। ଜମ୍ମୁ-କାଶ୍ମୀରରେ ଏହି ସଂଖ୍ୟା ୧୦ ପ୍ରତିଶତରୁ ବି କମ୍। ସେହିପରି ଦିଲ୍ଲୀରେ ୧୭ ପ୍ରତିଶତ ମହିଳା ୨୧ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ସାରା ଦେଶରେ ପ୍ରାୟ ୩୦ ପ୍ରତିଶତ ମହିଳା ୨୧ ବର୍ଷ ବା ତା’ ପୂର୍ବରୁ ବିବାହ କରିଥିବା ନିକଟରେ ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି।
  11. କ୍ରମାଗତଭାବେ ଷଷ୍ଠ ଥର ପାଇଁ ସ୍ବଚ୍ଛତମ ସହରର ମାନ୍ୟତା ପାଇଛି ଇନ୍ଦୋର। ଦୈନିକ ଏହି ସହରରୁ ୧,୯୦୦ ଟନ୍ ଆବର୍ଜନା ବାହାରୁଥିବା ବେଳେ ଏହି ଆବର୍ଜନାକୁ ବିନିଯୋଗ କରି ନଗରପାଳିକା କୋଟି କୋଟି ଟଙ୍କା ଆୟ କରୁଛି।
  12. ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବ୍ରିଗେଡିୟର ବି ଡି ମିଶ୍ର ମେଘାଳୟର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶନିବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ମିଳିଛି। ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ କାର୍ଯ୍ୟକାଳ ଆସନ୍ତାକାଲି (ଅକ୍ଟୋବର ୩)ରେ ଶେଷ ହେବ।
  13. କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦକୁ ନିର୍ଦ୍ବନ୍ଦ୍ବରେ ଦଖଲ କରି ନେଇଛି ବିଜେଡି। ବ୍ୟାଙ୍କ ପରିଚାଳନାମଣ୍ଡଳୀର ୧୫ରୁ ୧୫ ନିର୍ଦ୍ଦେଶକ ପଦ ବିନା ପ୍ରତିଦ୍ବନ୍ଦ୍ବିତାରେ ହାତେଇ ନେଇଛି।
  14. ଚଳିତ ଜାତୀୟ କ୍ରୀଡ଼ାରେ ରବିବାର (ତୃତୀୟ ଦିନ) ଓଡ଼ିଶାକୁ ୫ ପଦକ ମିଳିଛି। ଏଥିରେ ୨ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ରହିଛି। ଜିମ୍ନାଷ୍ଟ ର‌ାକେଶ ପାତ୍ର ରାଜ୍ୟ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିଲା ବେଳେ ରୋଇଂରେ ୩ ପଦକ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ମିଳିଥିଲା। ଏକ ମାତ୍ର କାଂସ୍ୟଟି ଅସିଚାଳନା ପୁରୁଷ ଫଏଲ ଦଳ ପାଇଥିଲା। ଏହି ୫ ପଦକ ସହ ଓଡ଼ିଶାର ମୋଟ ସଂଖ୍ୟା ୯ (୩ ସ୍ବର୍ଣ୍ଣ, ୨ ରୌପ୍ୟ, ୪ କାଂସ୍ୟ)ରେ ପହଞ୍ଚିଛି।
  15. ରିଲାଏନ୍ସ ଜିଓ ଏକ ସୁଲଭ ମୂଲ୍ୟର ଲାପ୍‌ଟପ୍ ବିକାଶ କରିବା ଉପରେ କାମ କରୁଛି ଯେଉଁଥିରେ ଏକ ୪ଜି ସିମ୍‌ ମଧ୍ୟ ରହିବ। ଗ୍ରାହକମାନେ ସେହି ଲାପ୍‌ଟପ୍‌କୁ ୧୫ ହଜାର ଟଙ୍କାରୁ କମ୍ ଦାମ୍‌ରେ ପାଇପାରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.