• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା ଆରମ୍ଭ କରାଯାଇଛି । ପ୍ରଥମେ ଚିକିତ୍ସା ଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।ସ୍ବାଣ୍ଟେ ପାବୋଙ୍କୁ ମିଳିବ ଚିକିତ୍ସା ଶାସ୍ତ୍ର ପାଇଁ ନୋବେଲ ପୁରସ୍କାର । ସେ ନିଅଣ୍ଡରଥାନ ମାନବର ଜିନୋମ ସିକ୍ବେନ୍ସ ଆବିଷ୍କାର କରିଥିଲେ ।୧୯୦୧ରୁ ୨୦୨୧ ମଧ୍ୟରେ ୧୧୨ ଜଣ ଚିକିତ୍ସା ଶାସ୍ତ୍ରରେ ନୋବେଲ ପୁରସ୍କାର ପାଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ଅଛନ୍ତି ।
  2. ଦେଶର ଜଣାଶୁଣା ଆଇଟି କମ୍ପାନୀ ୱିପ୍ରୋ, ଇନଫୋସିସ୍ ଓ ଟେକ୍ ମହିନ୍ଦ୍ରା ଫ୍ରେସରଙ୍କୁ ଅଫର ଲେଟର ଦେବା ପରେ ହାୟରିଂ ରଦ୍ଦ କରିଛନ୍ତି। ଏହି କମ୍ପାନୀମାନେ ଫ୍ରେସରଙ୍କୁ ଅଫର କରିଥିବା ଅନେକ ପ୍ରକାର ହାୟରିଂକୁ ବାତିଲ କରିଦେଇଛନ୍ତି।
  3. କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।
  4. ଇରାନରେ ଚାଲିଥିବା ଆନ୍ଦୋଳନ ୩ୟ ସପ୍ତାହରେ ପ୍ରବେଶ କରିଥିବାବେଳେ ମୃତ୍ୟୁସଂଖ୍ୟା ବଢିଚାଲିଛି । ତେବେ ଏହି ଆନ୍ଦୋଳନ ପାଇଁ ଆମେରିକା ଓ ଇରାନକୁ ଦାୟୀ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମିନେଇ ।
  5. କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ। ଚାଲିଗଲା ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ଜୀବନ।ହୋଇଥିବା ବୋମା ବିସ୍ଫୋରଣରେ ଆଫଗାନିସ୍ତାନ ପୁଣି ଥରେ କମ୍ପିବା ସହ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଛି।
  6. ଭାରତୀୟ ରେଳ ପକ୍ଷରୁ ଡିଜିଟାଲ ଟାଇମ୍ ଟେବୁଲ (ଡିଜିଟାଲ ସମୟ ସାରଣୀ ) ପ୍ରକାଶ ପାଇଛି । ଏହାକୁ କୁହାଯାଉଛି ଟ୍ୟାଗ୍ (ଟ୍ରେନ ଆଟ ଏ ଗ୍ଲାନ୍ସ) ।  ଏଥିରେ ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନର ଚଳାଚଳ ସମୟ ସଂପର୍କରେ ସୂଚନା ରହିଛି ।
  7. ୫୦୦ରୁ ଅଧିକ ଟ୍ରେନର ବେଗକୁ ୧୦ ମିନିଟରୁ ୭୦ ମିନିଟକୁବୃଦ୍ଧି କରାଯାଇଛି । ସେହିପରି ୬୫ ଯୋଡ଼ା ଟ୍ରେନର ବେଗ ବୃଦ୍ଧି କରି ଦୁଇ ସୁପଫଫାଷ୍ଟ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଟ୍ରେନଗୁଡ଼ିକର ବେଗକୁ ହାରାହାରି ୫ ପ୍ରତିଶତ ହାରରେ ବୃଦ୍ଧି କରାଯାଇଛି । ଏହା ଫଳରେ ଅଧିକ ସଂଖ୍ଯକ ଟ୍ରେନ ଚଳାଚଳ ପାଇଁ ସୁଯୋଗ ସୃଷ୍ଟି ହୋଇଛି।
  8. ଭାରତୀୟ ରେଳ ପ୍ରାୟ ୩୨୪୦ ମେଲ୍ କିମ୍ବା ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରେ ଯେଉଁଥିରେ ବନ୍ଦେ ଭାରତ ଏକ୍ସପ୍ରେସ, ଗତିମାନ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ, ତେଜସ ଏକ୍ସପ୍ରେସ, ଦୂରନ୍ତ ଏକ୍ସପ୍ରେସ, ଅନ୍ତଦ୍ୟୋୟ ଏକ୍ସପ୍ରେସ, ଗରିବ ରଥ ଏକ୍ସପ୍ରେସ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ଯୁବା ଏକ୍ସପ୍ରେସ, ଉଦୟ ଏକ୍ସପ୍ରେସ, ଜନଶତାବ୍ଦୀ ଏକ୍ସପ୍ରେସ ଏବଂ ଅନ୍ୟାନ୍ୟ ପ୍ରକାରର ଟ୍ରେନ୍ |
  9. ଭାରତୀୟ ରେଳ ନେଟୱାର୍କରେ ପ୍ରାୟ ୩୦୦୦ ପାସେଞ୍ଜର ଟ୍ରେନ୍ ଏବଂ ୫୬୬୦ ଉପାନ୍ତ ସହର ଟ୍ରେନ୍ ଚଳାଚଳ କରୁଛି |  ପ୍ରତିଦିନ ଭାରତୀୟ ରେଳରେ ପ୍ରାୟ ୨.୨୩ କୋଟି ଲୋକ ଯାତାୟାତ କରନ୍ତି ।
  10. ଓଟିଟିରେ ଅନେକ ୱେବ୍ ସିରିଜ୍ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିଜର ଜାତୀୟ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି।
  11. ଦଶହରା ମହୋତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ଚାଲିଗଲେ ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ ଗାୟକ ମୂରଲୀ ପ୍ରସାଦ ମହାପାତ୍ର।
  12. ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବା ନେଇ କୁହାଯାଇଛି । ଅକ୍ଟୋବର ୭ ତାରିଖରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ସୁଦ୍ଧା ଶେଷ ହେବ ପ୍ରାର୍ଥିପତ୍ର ଦାଖଲ । ତାହା ସହ ଅକ୍ଟୋବର ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ବୋଲି କୁହାଯାଇଛି ।
  13. ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ାରେ ରବିବାର ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୫ଟି ପଦକ ମିିିଳିଛି। ୫ଟି ପଦକ ମଧ୍ୟରୁ ନୌଚାଳନାରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ରହିଛି।
  14. ବାୟୁସେନାରେ ସାମିଲ ହୋଇଛି ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଯୋଧପୁର ଏୟାରବେସରେ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହୋଇଛି ।
  15. ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
  16. ଭାରତୀୟ ବାୟୁସେନାରେ ସାମିଲ ହୋଇଛି ହାଲୁକା ଲଢୁଆ ବିମାନ । ଯାହାର ନାଁ ରଖା ଯାଇଛି ପ୍ରଚଣ୍ଡ ।ଗୋଟିଏ ମିନିଟରେ ୭୫୦ ଗୁଳି ବର୍ଷା ।
  17. ଉତ୍ତର ପ୍ରଦେଶରୁ ଘଟିଯାଇଛି ଦୁଃଖଦ ଘଟଣା । ଏଠାରେ ଏକ ପୂଜା ମଣ୍ଡପରେ ଆରତୀ ଚାଲୁଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ନିଆଁରେ ପୋଡି ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.