- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର କହିଛନ୍ତି ଯେ ସରକାର ରାଜ୍ୟରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ଆପ୍ଲା ଦାଭାଖାନା (ସ୍ୱାସ୍ଥ୍ୟ କ୍ଲିନିକ୍) ସ୍ଥାପନ କରିବେ।
- ଉତ୍ତରାଖଣ୍ଡର ଏକ ପର୍ବତ ଉପରେ ଏକ ହିମସ୍ଖଳନ ହେବା ପରେ ଦଶ ଜଣ ପ୍ରଶିକ୍ଷାର୍ଥୀ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି।
- ଭେଷଜ (ମେଡିସିନ) ବା ଶରୀରକ୍ରିୟା ବିଜ୍ଞାନ (ଫିଜିଓଲୋଜି)ରେ ନୋବେଲ ପୁରସ୍କାର ପାଇଁ ସୋମବାର ସ୍ବିଡେନର ଜିନ୍ତତ୍ତ୍ବବିତ୍ ସ୍ବାନ୍ତେ ପାବୋଙ୍କ ନାମ ଘୋଷଣା କରାଯାଇଛି।
- ଆଲେନ ଆସପେକ୍ଟ, ଆଣ୍ଚନ ଜିଲିଙ୍ଗର ଓ ଜନ କ୍ଲାଉଜଙ୍କୁ ଚଳିତ ବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ । କ୍ବାଣ୍ଟମ୍ ଇନଫରମେସନ ସାଇନ୍ସ ଉପରେ ଯୁଗାନ୍ତକାରୀ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିବ ।
- ବମ୍ବେ ହାଇକୋର୍ଟ ମଙ୍ଗଳବାର ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନିଲ ଦେଶମୁଖଙ୍କୁ ମନି ଲଣ୍ଡରିଂ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କେବଳ ଅକ୍ଟୋବର ୧୩ରେ ଜାମିନ ଲାଗୁ ହେବ ବୋଲି ହାଇକୋର୍ଟ କହିଛନ୍ତି।
- ଦେଶର ଚର୍ଚ୍ଚିତ ରାଜ୍ୟପାଳ ସତ୍ୟପାଲ ମଲିକ ଅବସର ନେଇଛନ୍ତି। ତାଙ୍କର କାର୍ଯ୍ୟକାଳ ୩ ଅକ୍ଟୋବରରେ ଶେଷ ହୋଇଥିଲା ଏବଂ ତାଙ୍କର କାର୍ଯ୍ୟକାଳ ବଢାଯାଇନାହିଁ | ତାଙ୍କ ସ୍ଥାନରେ ମେଘାଳୟର ରାଜ୍ୟପାଳ ଭାବେ ବିଡି ମିଶ୍ର ଶପଥ ନେଇଛନ୍ତି ।
- ଜମ୍ମୁ କାଶ୍ମୀର ଜେଲ୍ ବିଭାଗର ମହାନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି।
- ଦୁଇଦିନିଆ ଗୁଜରାଟ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ରାଜ୍ୟ ପାଇଁ ୧୩୩୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି।
- ଗେଲ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଭାବେ ସନ୍ଦୀପ କୁମାର ଗୁପ୍ତା ସୋମବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ସେ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି।
- ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୨ରେ ଏହାର ଟ୍ରୁ-୫ଜି ସେବାର ସଫଳ ପ୍ରଦର୍ଶନ ପରେ ଜିଓ ୪ଟି ସହର- ମୁମ୍ବାଇ, ଦିଲ୍ଲୀ, କୋଲକାତା ଏବଂ ବାରଣାସୀରେ ଜିଓ ଉପଭୋକ୍ତାଙ୍କ ପାଇଁ ଦଶହରାର ଶୁଭ ଅବସରରେ ଏହାର ଟ୍ରୁ-୫ଜି ସେବାର ବିଟା ଟ୍ରାଏଲ୍ ଘୋଷଣା କରୁଛି।
- ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି।୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଆରମ୍ଭ ହେବାକୁ ଯାଉ ଥିବା ବେଦ ବିଦ୍ୟାଳୟରେ ବେଦ ଭୁଷଣ ଚତୁର୍ଥ, ବେଦ ବିଭୂଷଣ ପଞ୍ଚମ ତଥା ବେଦ ବିଭୁଷଣ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଯୋଗ୍ୟତାକୁ ଆଧାର କରି ପ୍ରବେଶ ଦିଆଯିବ।
- ସେପ୍ଟେମ୍ବର ମାସରେ ଦେଶରେ କୋଇଲା ଉତ୍ପାଦନ ୧୨% ବୃଦ୍ଧି ପାଇଛି। ଏବେ ଏହା ୫୮ ନିୟୁତ ଟନରେ ପହଞ୍ଚିଛି। କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର ଶ୍ରେଷ୍ଠ ୩୭ଟି କୋଇଲା ଖଣି ମଧ୍ୟରୁ ୨୫ଟି କୋଇଲା ଖଣିରୁ ୧୦୦ % କୋଇଲା ଉତ୍ତୋଳନ କରାଯାଇଛି।
- ୩ ଲକ୍ଷ ରିଜର୍ଭ ଫୋର୍ସ ଅର୍ଥାତ ପ୍ରଶିକ୍ଷଣ ପ୍ରାପ୍ତ ନାଗରିକଙ୍କୁ ସେନାରେ ଭର୍ତ୍ତି କରାଯିବ। ପୁଟିନ୍ଙ୍କ ଆଦେଶ ପରେ ଦୁଇ ସପ୍ତାହ ଭିତରେ ଦୁଇ ଲକ୍ଷ ସେନା ଭର୍ତ୍ତି ହୋଇ ସାରିଲେଣି। ରୁଷ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ଏହାର ସୂଚନା ଦେଇଛନ୍ତି।
- ସାଇବର କ୍ରାଇମକୁ ନେଇ ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢଉ କରିଛି । ବିଭିନ୍ନ ରାଜ୍ୟର ପୋଲିସ ସହାୟତାରେ ଏହି ଚଢଉ କରାଯାଇଛି । ରାଜଧାନୀ ଦିଲ୍ଲୀର ୫ଟି ସ୍ଥାନରେ ଏହା ଚଢଉ କରାଯାଇଛି । ଏହାସହ ଆଣ୍ଡାମାନ, ପଞ୍ଜାବ, ଚଣ୍ଡିଗଡ, ରାଜସ୍ଥାନରେ ଚଢଉ କରାଯାଇଛି ।
- ଆର୍ଥିକ ବର୍ଷରେ କମ୍ପାନୀଙ୍କ ପକ୍ଷରୁ ମିଳୁଥିବା ୫ ହଜାର ଟଙ୍କା ଅଥବା ଏହାଠୁ କମ ଭାଉଚର ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି। ଯଦି ଉପହାର ୫ ହଜାର ଟଙ୍କାରୁ ଅଧିକ ହୁଏ ତେବେ ଏହାକୁ ବାର୍ଷିକ ମୋଟ ଆମଦାନୀ ସହ ଯୋଡି ହିସାବ କରାଯିବ।
- ଆମେରିକୀୟ ସିଷ୍ଟମ ସଫ୍ଚୱେର କମ୍ପାନୀ ଇପିଏଏମ ସିଷ୍ଟମସ୍ ପ୍ରାୟ ୧୦୦ ଜଣ ଭାରତୀୟ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ କହିଛନ୍ତି। ସେହିପରି ଆସନ୍ତା କିଛି ମାସରେ ଯୋଗ ଦେବାକୁ ଥିବା କର୍ମଚାରୀଙ୍କ ଅଫର ଲେଟର ମଧ୍ୟ କମ୍ପାନୀ ପ୍ରତ୍ୟାହାର କରିଛନ୍ତି।
- ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ନିଜର ପରମ୍ପରାକୁ ବଦଳାଇଛି । ଚଳିତଥର ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସଂଘ ଦୁଇ ଥର ଏଭେରେଷ୍ଟ ପର୍ବତ ଆରୋହଣ କରିଥିବା ପ୍ରଥମ ମହିଳା ସନ୍ତୋଷ ଯାଦବଙ୍କୁ ଆମନ୍ତ୍ରିତ କରିଛି।
- ପୁରୁଷ ବିଶ୍ବକପ ହକି ଜାନୁଆରୀ ୧୩ ତାରିଖରେ ଓଡ଼ିଶାରେ ଖେଳାଯିବ । ଏହି କ୍ରମରେ ଦୁଇ ଜଣ ଆଇଏଏସଙ୍କୁ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର
- ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି ।
- ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ନୀତି ପ୍ରଣୟନ କରିଛନ୍ତି । ତେବେ ଚଳିତ ବର୍ଷ ଖୋଦ୍ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ନଭେମ୍ବର ୩୦ରୁ ଆରମ୍ଭ ହେବାକୁଥିବା ମେକ୍ଇନ୍ ଓଡ଼ିଶା ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଛି ।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution