- କାର୍ଲୋନ୍ ବର୍ତୋଜ୍ଜି, ମର୍ଟେନ୍ ମେଲଡାଲ୍ ଏବଂ ବେର୍ରୀ ଶାର୍ପ୍ଲେସ୍ଙ୍କୁ ରସାୟନ ବିଜ୍ଞାନରେ ୨୦୨୨ର ନୋବେଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି। କ୍ଲିକ୍ କେମେଷ୍ଟ୍ରୀ ଓ ବାୟୋଅର୍ଥୋଗୋନଲ କେମେଷ୍ଟ୍ରୀର ବିକାଶ ପାଇଁ ୩ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯିବ। ବେର୍ରୀ ଶାର୍ପଲେସ୍ ଏବଂ ମର୍ଟେନ୍ ମେଲଡାଲ କ୍ଲିକ୍ କେମେଷ୍ଟ୍ରୀର କାର୍ଯ୍ୟକାରୀ ରୂପ ଫାଉଣ୍ଡେସନ ରଖିଥିଲେ।
- ୟୁକ୍ରେନର କିଛି ଅଞ୍ଚଳକୁ ଋଷରେ ମିଶାଇବା ପାଇଁ ତିଆରି ହୋଇଥିବା ଆଇନ୍ରେ ଆଜି ଦସ୍ତଖତ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।ପୁଟିନଙ୍କ ଦସ୍ତଖତ ପରେ ୟୁକ୍ରେନ୍ର ଡନେଟ୍ସ୍କ, ଲୁହାନସ୍କ, ଖେରସନ ଓ ଜାପୋରିଝଝିଆ ଅଞ୍ଚଳ ଋଷରେ ମିଶିଯାଇଛି।
- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ନିଜକୁ ଜାତୀୟ ନେତା ଭାବେ ପରିଚିତ କରାଇବା ପାଇଁ ବିଜେପି ବିରୋଧୀ ନେତାଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ମିଶନ ୨୦୨୪ ଆରମ୍ଭ କରିଛନ୍ତି। କେସିଆର ତାଙ୍କ ନୂଆ ଦଳର ନାମ ଭାରତ ରାଷ୍ଟ୍ର ସମିତି ରଖିଛନ୍ତି |
- ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ଅଞ୍ଚଳ ନିକଟରେ ଭାରତୀୟ ସେନା ବାହିନୀର ଗୋଟାଏ ଚିତା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍ଙ୍କର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି।
- ଉତ୍କ୍ଷେପଣ ବିଫଳ ଯୋଗୁଁ ଗୋଟାଏ ‘ବାଲିଷ୍ଟିକ୍’ କ୍ଷେପଣାସ୍ତ୍ର ଭୂଇଁରେ ପଡ଼ି ଭୟଙ୍କର ନିଆଁ ଜଳି ଉଠିବାରୁ ଦକ୍ଷିଣ କୋରିଆ ସହରବାସୀ ଆତଙ୍କିତ ହୋଇପଡ଼ିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
- ‘ଇଣ୍ଟର୍ପୋଲ୍’, ‘ଏଫ୍ବିଆଇ’, ବିଦେଶୀ ପୁଲିସ ଓ ଏକାଧିକ ରାଜ୍ୟର ପୁଲିସ ବାହିନୀ ସହାୟତାରେ ମଙ୍ଗଳବାର ଦିନ ‘ସିବିଆଇ’ ‘ଅପରେସନ୍ ଚକ୍ର’ ଅଭିଯାନ ଚଳାଇ ଆର୍ଥିକ ଅପରାଧରେ ସଂଶ୍ଳିଷ୍ଟ ଥିବା ସାଇବର ଅପରାଧୀମାନଙ୍କ ଉପରେ ଚଢ଼ାଉ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି.
- ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ଜଣକ ଘରେ ଗୋଟାଏ ‘ଏଲ୍ଇଡି’ ଟେଲିଭିଜନରେ ବିସ୍ଫୋରଣ ଘଟିବାରୁ ଜଣେ ୧୬ ବର୍ଷିୟ ବାଳକର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଉକ୍ତ ବିସ୍ଫୋରଣ ଘଟଣାରେ ତା’ର ମାଆ, ଭାଉଜ ଓ ଜଣେ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି।
- ଘରୋଇ ସଂସ୍ଥା ଜରିଆରେ ଏଫଏମ ରେଡିଓ ପ୍ରସାରଣ ସେବାର ସମ୍ପ୍ରସାରଣ (ତୃତୀୟ ପର୍ଯ୍ୟାୟ) ଉପରେ ଆଧାରିତ ନୀତିଗତ ମାର୍ଗଦର୍ଶିକାରେ ଥିବା କେତେକ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି।
- ଅପଲ୍ କମ୍ପାନୀ ଚୀନ୍ରେ ଏହାର ଆଇଫୋନ୍ ପ୍ରଡକ୍ସନକୁ କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଗକୁ ଏହା ଭାରତରେ ଅଧିକରୁ ଅଧିକ ପ୍ରଡକ୍ସନ କରିବା ନେଇ ଲକ୍ଷ୍ୟ ରଖିଛି । ଏକ ରିପୋର୍ଟ ଅନୁସାରେ କମ୍ପାନୀ ଏୟାରପଡ୍ସ ଏବଂ ବିଟ୍ସ ହେଡ୍ଫୋନ୍ ପ୍ରଡକ୍ସନ ମଧ୍ୟ ଭାରତରେ କରିବାର ସମ୍ଭାବନା ରହିଛି ।
- ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆମେରିକା ୟୁକ୍ରେନ୍କୁ ବାରମ୍ବାର ସହାୟତା ଦେବା ଜାରି ରଖିଛି। ଏବେ ପୁଣି ୟୁକ୍ରେନ୍କୁ ୬୨୫ ମିଲିୟନ ଆମେରିକୀୟ ଡଲାର ସହାୟତା ଦେବା ସହ କିଛି ଯୁଦ୍ଧାସ୍ତ୍ର ବି ଯୋଗାଇଛି ଆମେରିକା।
- ହଲିଉଡର ପ୍ରସିଦ୍ଧ ଗାୟକ ଲୋରେଟା ଲିନ୍ଙ୍କ ପରଲୋକ। ୯୦ ବର୍ଷ ବୟସରେ ସେ ହଠାତ୍ ଦୁନିଆକୁ ଅଲବିଦା କହିଥିଲେ। ସେ ଶୋଇଥିବା ବେଳେ ଲୋରେଟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।
- ଜାତୀୟ ମେଧା ବୃତ୍ତି ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
- ମୁମ୍ବାଇର ପୂର୍ବ ଅନ୍ଧେରୀ ବିଧାନସଭା ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ଏହି ଆସନରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପ୍ରାର୍ଥୀକୁ ସମର୍ଥନ ଦେବାକୁ ଘୋଷଣା କରିଛି କଂଗ୍ରେସ ଏବଂ ଏନସିପି।
- କୋଲକାତାର ଦୁର୍ଗା ପୂଜା ଅଭାବନୀୟ ଘଟଣା । ପୂଜା ପେଣ୍ଡାଲରେ ମହିଷାସୁରଙ୍କ ସ୍ଥାନରେ ସ୍ଥାନ ପାଇଥିଲା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି । ଜାତିର ପିତାଙ୍କ ଜନ୍ମଦିବସରେ ତାଙ୍କୁ ଏପରି ଚିତ୍ରିତ କରାଯାଇଛି । ଯାହା ହାସ୍ୟାସ୍ପଦ ବୋଲି ଚର୍ଚ୍ଚା ହେଉଛି ।
- ଦ ଗ୍ରେଟ୍ ଇଣ୍ଡିଆନ ଲଫ୍ଟର ଚ୍ୟାଲେଞ୍ଜ ପରି ଟିଭି ସୋ ଜରିଆରେ ନିଜ କମେଡିରେ ଦର୍ଶକଙ୍କୁ ହସାଇଥିବା ହାସ୍ୟ କଳାକାର ପରାଗ କଂସାରାଙ୍କ ନିଧନ ହୋଇଛି ।
- ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ‘ଗଡଫାଦର’ ପ୍ରେକ୍ଷାଳୟକୁ ଆସିଛି। ପ୍ରଶଂସକମାନେ ଦୀର୍ଘ ସମୟ ଧରି ବଡ ପରଦାରେ ଅଭିନେତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ । ଶେଷରେ, ଅକ୍ଟୋବର ୫ରେ ଦଶହରା ଅବସରରେ ଲୋକଙ୍କ ଅପେକ୍ଷା ସମାପ୍ତ ହେଲା । ପ୍ରଥମ ଦିନରେ ପ୍ରଥମ ଶୋ ଦେଖିବା ପାଇଁ ଲୋକମାନେ ପ୍ରେକ୍ଷାଳୟରେ ପହଞ୍ଚିଛନ୍ତି ।
- ଦଶହରା ଅବସରରେ ଅଭିନେତା ଆୟୁଷ ଶର୍ମା ପ୍ରଶଂସକଙ୍କୁ ଅତୁଳନୀୟ ଉପହାର ଦେଇଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ରର ଟିଜର ରିଲିଜ୍ ହୋଇଛି।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution