• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ପକ୍ଷରୁ ବିଶ୍ବ ସମ୍ମିଳନୀରେ ଯୋଗଦେବେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆସନ୍ତା ୧୧ରୁ ୧୫ ତାରିଖ ଯାଏ ରାଓ୍ୱଣ୍ଡାର କିଗାଲିରେ ଅନୁଷ୍ଠିତ ହେଉଥିବା ୧୪୫ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏହି ଅଧିବେଶନରେ ଯୋଗଦେବେ ୧୭୦ଟି ଦେଶର ସଂସଦୀୟ ପ୍ରତିନିଧି ଯୋଗଦେଉଥିବା ବେଳେ ସସ୍ମିତ ମଧ୍ୟ ଗସ୍ତ କରିବେ ।
  2. ୨୦୨୨ ପାଇଁ ଘୋଷଣା ହୋଇଛି ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର । ଫରାସୀ ଲେଖିକା ଆନ୍ନି ଏର୍ନାକ୍ସ ସାହିତ୍ୟ ବିଭାଗରେ ନେବୋଲ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । 
  3. ୨୦୨୩ ଜୁନ୍‌ ୩ ତାରିଖରେ ରାଜା ତୃତୀୟ ଚାର୍ଲସ୍‌ଙ୍କ ଅଭି‌ଷେକ ଉତ୍ସବ ହେବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଇଂଲଣ୍ଡ୍‌ର ଏକ ସମ୍ବାଦପତ୍ରରୁ ଉଦ୍ଧୃତ କରି ‘ପେଜ୍‌ ସିକ୍ସ’ କହିଛି ଯେ, ୱେଷ୍ଟ୍‌ମିନ୍‌ଷ୍ଟର୍‌ ଆବିରେ ଅଭିଷେକ ଅନୁଷ୍ଠାନ ଆୟୋଜନ କରାଯିବ।
  4. ଥାଇଲାଣ୍ଡ୍‌ର ଉତ୍ତରପୂର୍ବ ପ୍ରଦେଶ ନଙ୍ଗ୍‌ ବୁଆ ଲାମ୍ଫୁରେ ଥିବା ଗୋଟାଏ ପିଲାଙ୍କ ‘ଡେ-କେୟାର୍‌ ସେଣ୍ଟର୍‌’ ବା ‘ନର୍ସରି’ରେ ଗୁଳିବର୍ଷଣ ହେବାରୁ ଅନ୍ୟୂନ ୩୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ପୁଲିସ ମୁଖପାତ୍ର କହିଛନ୍ତି।
  5. ମେକ୍ସିକୀୟ ନଗରୀ ସାନ୍‌ ମିଗୁଏଲ୍‌ ତୋତୋଲାପାନ୍‌ରେ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଜଣେ ମେୟର୍‌ ଏବଂ କେତେଜଣ ପୁଲିସ ଅଧିକାରୀଙ୍କ ସମେତ ୧୮ଜଣଙ୍କର ମୃତ୍ୟୁ ଘଟିଥିବା ‘ବିଏନ୍‌ଓ’ ନିଉଜ୍‌ ରିପୋର୍ଟ କରିଛି।
  6. ଉତ୍ତର କୋରିଆ ଜାପାନ ଦିଗରେ ଥିବା ସମୁଦ୍ର ମଧ୍ୟକୁ ୨ଟି ସ୍ବଳ୍ପଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଉତ୍ତର କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଓ ଜାପାନୀ ସରକାର ରିପୋର୍ଟ କରିଛନ୍ତି।
  7. ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ବୁଧବାରଦିନ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷିତ ହୋଇଛି । ଏବର୍ଷ ୩ ଜଣ ଏହି ସମ୍ମାନଜନକ ପୁରସ୍କାର ପାଇବେ । ସେମାନେ ହେଉଛନ୍ତି କାରୋଲିନ ଆର.ବେରଟୋଜି, ମୋର୍ଟେନ ମେଲଡାଲ ଓ କେ.ବ୍ୟାରେ ସାର୍ପଲେସ
  8. ବିଶ୍ବର ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଖୋଜୁଥିଲେ। ଏହି ପର୍ଯ୍ୟାୟରେ,  ଏକ ଆନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁରେ ବରଫ ଆସ୍ତରଣ ତଳେ ଜଳର ସନ୍ଧାନ ପାଇଛନ୍ତି ।
  9. ୨୦୨୨-୨୩ରେ ଭାରତର ବିକାଶ ଅନୁମାନ ୭.୫ ପ୍ରତିଶତ ଆଶା କରାଯାଉଥିଲା। ତେବେ ବିଶ୍ୱବ୍ୟାଙ୍କ ଏହାକୁ ୬.୫ ପ୍ରତିଶତ ହୋଇପାରେ ବୋଲି ଆକଳନ କରିଛନ୍ତି।
  10. ଭାରତୀୟ ନୌସେନାର ସହୟତାରେ ଏକ ମିଳିତ ଅଭିଯାନରେ କୋଚି ଉପକୂଳକୁ ଇରାନର ଏକ ନୌକାରୁ ୨୦୦ କେଜି ସନ୍ଦିଗ୍ଧ ହେରୋଇନ ଜବତ କରାଯାଇଛି । ଏନସିବି ଅନୁସାରେ ନୌକାରେ ଥିବା ୬ ଜଣ ସଦସ୍ୟଙ୍କୁ ହେପାଜତକୁ ନିଆଯାଇଛି ।
  11. ଭାରତୀୟଙ୍କୁ ଭିସା ଇଣ୍ଟରଭ୍ୟୁ ପାଇଁ ଆମେରିକା ଦୂତାବାସ ୮୦୦ ଦିନ ଯାଏଁ ଅପେକ୍ଷା କରାଉଛି । ଫଳରେ ସେମାନଙ୍କ ଆମେରିକା ଯିବା ପ୍ରାୟତଃ ଅସମ୍ଭବ ହୋଇପଡୁଛି ।
  12. ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ପଦ୍ମପୁର ବିଧାନସଭା ଆସନ।  ଏନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
  13. ଆପ୍ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ୪୧ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରି ସାରିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ବିଜେପି ଏବଂ କଂଗ୍ରେସ ଦ୍ୱାରା ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ, ତେଣୁ ଆପ୍ ଏଥିରେ ଆଗୁଆ ରହିଛି।
  14. ନିର୍ବାଚନୀ ସଂସ୍କାର ପାଇଁ ଭାରତର ନିର୍ବାଚନ କମିସନ ପ୍ରସ୍ତାବ ଦେଇଥିବାବେଳେ ଏ  ପ୍ରସଙ୍ଗରେ କେନ୍ଦ୍ର ସରକାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି । କମିସନ ଦେଇଥିବା ପ୍ରସ୍ତାବ ଅନୁସାରେ ଆଦର୍ଶ ଆଚରଣ ବିଧିରେ କେତେକ ପରିବର୍ତ୍ତନ କରାଯିବ । ପ୍ରବାସୀ ଭାରତୀୟମାନଙ୍କୁ ଭୋଟଦାନ ଅଧିକାର, ଅନଲାଇନ ଭୋଟିଂ, ଓପିନିଅନ ଓ ଏକଜିଟ ପୋଲ ପାଇଁ ନିୟମ ଇତ୍ୟାଦି।
  15. ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ମଇଁଷି ପଲ ସହ ମାଡ଼ ହୋଇଥିବା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
  16. ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ରେ ଇଣ୍ଡିଆ କ୍ୟାପିଟାଲ୍ସ ବିଜୟ ମୁକୁଟ ପିନ୍ଧିଛି । ଜୟପୁରର ସୱାଇ ମାନ୍ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏକ ଚିତାକର୍ଷକ ଫାଇନାଲରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଇଣ୍ଡିଆ କ୍ୟାପିଟାଲ୍ସ  ଭିଲ୍‌ୱାରା କିଙ୍ଗ୍‌ସକୁ ୧୦୪ ରନ୍‌ରେ  ପରାଜିତ କରି ଟ୍ରଫି ହାସଲ କରିଛି ।
  17. ଜେମିନି ଏଡିବଲ୍‌ ଆଣ୍ଡ୍‌ ଫ୍ୟାଟ୍‌ସ ଇଣ୍ଡିଆ ଲିମିଟେଡ୍‌ (ଜିଇଏଫ୍‌) ଅଧିନରେ ଥିବା ଫ୍ରୀଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ ଲଗାତାର ଦ୍ୱିତୀୟ ବର୍ଷ ଅର୍ଥାତ ୨୦୨୨ ପାଇଁ ଗ୍ଲୋବାଲ୍‌ ଆୱାର୍ଡରେ ସମ୍ମାନିତ ହୋଇଛି ।  ଏହି ଆୱାର୍ଡ ଖାଇବା ତେଲ ଉଦ୍ୟୋଗ ମାନଙ୍କ ମଧ୍ୟରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଉଦ୍ୟୋଗକୁ ପ୍ରଦାନ କରାଯାଇଥାଏ ।
  18. ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳାଳି ସନ୍ଦୀପ ଲାମିଛାନେ ଗିରଫ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ ପୋଲିସ ତାଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରିଥିବା ଜଣାପଡିଛି ।
  19. ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଏକ ଭାରତୀୟ ବଂଶୋଦ୍ଭବର ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ହତ୍ଯା କରାଯଇଛି।  ଉକ୍ତ ପରିବାର ସଦସ୍ୟଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ଅଛି।
  20. ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବାମରା ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରେ ୨ଟି ହାତୀ ମୃତଦେହ ଠାବ ହୋଇଛି । ଗୋଟିଏ ମାଈ ହାତୀର ମୃତଦେହ ଠାବ ହୋଇଥିବା ବେଳେ ଅନ୍ୟ ହାତୀଟି ଦନ୍ତାହାତୀ ହୋଇଥିବା ସୂଚନା ମିଳିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.