• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପୁସାସ୍ଥିତ ମେଳା ପଡିଆ, ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ରଗୁଡିକର ମଧ୍ୟ ଉଦ୍‌ଘାଟିତ ହୋଇଛି। ଏହା ଭାରତ ୟୁରିଆ ବ୍ୟାଗ୍‌, ସାର କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ ା କୃଷକ ମାନଙ୍କ ନିମନ୍ତେ ‘ଏକ ଦେଶ ଏକ ସାର’ ଯୋଜନାର ଶୁଭାରମ୍ଭ ହୋଇଛି।
  2. ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସାଂସଦ ନାଗେଶ୍ବର ରାଓଙ୍କ ୮୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଏଥିରେ ୨୮ଟି ଜମି ଓ ବାସଗୃହ ରହିଛି।
  3. ରୁଷ୍ ତିନି ଦିନ ଆକ୍ରମଣ ବନ୍ଦ କରିବା ପରେ ସୋମବାର ପୁନର୍ବାର ୟୁକ୍ରେନର ରାଜଧାନୀ କିଭ୍‌ର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି। ଡ୍ରୋନ ମାଧ୍ୟମରେ ବୋମା ବର୍ଷଣ ଦ୍ବାରା ବିଭିନ୍ନ ଆବାସିକ କୋଠା ଧ୍ବଂସ ପାଇଛି।
  4. ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ନଭେମ୍ବର ୯ରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ । ନଭେମ୍ବର ୧୦, ୨୦୨୪ରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ।
  5. ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଝିଅ ଶ୍ରାବଣୀ ନନ୍ଦ ନିକଟରେ ଅନୁଷ୍ଠିତ ୬୧ତମ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିୟନସିପ ୨୦୨୨ରେ ଶହେ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
  6. ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି। ‘ଆସ୍‌ପିରେସନାଲ କମ୍ପୋନେଣ୍ଟ’ ନାମରେ ରହିଛି ଏହି ନୂଆ ବିଷୟ। ନୂଆ ପାଠ୍ୟକ୍ରମ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ।
  7. ଦୁନିଆର ୧୦ ସବୁଠାରୁ ସୁନ୍ଦର ମହିଳାଙ୍କ ଏହି ତାଲିକାରେ ଏକମାତ୍ର ଭାରତୀୟ ମହିଳା ଭାବେ ଦୀପିକା ପାଦୁକୋନଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି।
  8. ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ମୁମ୍ବାଇ ତାଜ ହୋ‌ଟେଲରେ ୨୬/୧୧ ଆକ୍ରମଣ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।
  9. ଗତ ୧୫ ବର୍ଷ ଭିତରେ ଭାରତରେ ଗରିବ ଲୋକଙ୍କ ସଂଖ୍ୟା ୪୧.୫ କୋଟି ହ୍ରାସ ପାଇଛି। ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ଗରିବ ଲୋକଙ୍କ ସଂଖ୍ୟାରେ ଏହି ହ୍ରାସ ଘଟିଛି ବୋଲି ଜାତିସଂଘର ଗ୍ଲୋବାଲ୍ ମଲ୍‌ଟିଡାଇମେନ୍‌ସନାଲ୍‌ ପଭର୍ଟି ଇଣ୍ଡେକ୍ସ ୨୦୨୨ ରିପୋର୍ଟରୁ ଜଣାପଡ଼ିଛି।
  10. କାଲିଫର୍ନିଆ ଷ୍ଟାନଫର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନୀୟ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ (ଆଇପିୟୁ)ର ସ୍କୁଲ୍‌ ଅଫ୍‌ ବେସିକ ଆଣ୍ଡ୍‌ ଆପ୍ଲାଏଡ୍‌ ସାଇନ୍‌ସ ବିଭାଗର ସହାୟକ ପ୍ରାଧ୍ୟାପକ ସତ୍ୟବ୍ରତ ମହାପାତ୍ରଙ୍କୁ ଲଗାତାର ତୃତୀୟ ଥର ପାଇଁ ସାମିଲ କରାଯାଇଛି।
  11. ଜୀବନରକ୍ଷାକାରୀ ଦ୍ରବଣ ଓଆର୍‌ଏସ୍ (ଓରାଲ ରିହାଇଡ୍ରେସନ ସଲ୍ୟୁସନ)ର ଜନକ ଡା. ଦିଲୀପ ମହଲାନବିସଙ୍କର ରବିବାର କୋଲକାତାଠାରେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି।
  12. ଚଳିତ ବର୍ଷ ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି ରାଙ୍କିଂ ୨୦୨୨ରେ ପୁଣେରୁ ପାଖାପାଖି ୫୦ ଜଣ ବୈଜ୍ଞାନିକ ବିଶ୍ୱର ଶୀର୍ଷ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି। ଇଣ୍ଟର ୟୁନିଭର୍ସିଟିର ସେଣ୍ଟର ଫର ଆଷ୍ଟ୍ରୋନୋମୀ  ଆଣ୍ଡ ଆଷ୍ଟୋଫିଜିକ୍ସର ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନୀ ଦିମ୍ବଗତ ଡ. ତନୁ ପଦ୍ମନାଭନ ଭାରତରେ ପ୍ରଥମେ ସ୍ଥାନରେ ରହିଛନ୍ତି।
  13. ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣବତ୍ତାପାଇଁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିଥିଲା। ଏବେ ୨୦୨୧-୨୨ ପାଇଁ ଏନଆଇପି ପୁରସ୍କାପ ମିଳିଛି।
  14. ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ । ଖାରଜ ହେଲା ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ । ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର SDJM କୋର୍ଟ।
  15. ଓଡିଶା ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲ ଆପ୍ଲିକେସନ ଯଥା ‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.