• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜର୍ମାନୀର ଷ୍ଟୁଟଗାର୍ଟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ୱ।ଟର ଟେକ୍ନୋଲୋଜିରେ ଓଡ଼ିଶାର ପ୍ରବୀଣ କୁମାର ଗିରି ରୌପ୍ୟ ପଦକ ହାସଲ କରିଛନ୍ତି। ଭୁବନେଶ୍ବର ସ୍ଥିତ ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ଛାତ୍ର ହେଉଛନ୍ତି ପ୍ରବୀଣ କୁମାର ଗିରି ।
  2. ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ଦ୍ୱିତୀୟ ମ୍ୟାଚରେ ଟସ ଜିତି ଭ୍ରମଣକାରୀ ଦଳ ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୭୮ ରନ କରିଥିଲା। ଭାରତକୁ ଏହି ମ୍ଯାଚକୁ ଜତିବାକୁ ହେଲେ ୨୭୯ ରନର ଆବଶ୍ୟକତା ରହିଥିଲା।
  3. ରାଜ୍ୟର ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ / ପରମର୍ଶଦାତା ନିଯୁକ୍ତ କରାଯାଇଛି। କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵ ମିଳିଛି। ପ୍ରଭାତ ମିଶ୍ରଙ୍କୁ ଏପିକଲର ଅଧ୍ୟକ୍ଷ ଦାୟିତ୍ଵ ମିଳିଛି। ଲେନିନ ମାହାନ୍ତିଙ୍କୁ ଓଡ଼ିଶା ପର୍ଯ୍ଯଟନ ଉନ୍ନୟନ ନିଗମ (ଓଟିଡିସି ) ଅଧ୍ୟକ୍ଷ ଦାୟିତ୍ଵ ମିଳିଛି।
  4. କୁନା ତ୍ରିପାଠୀଙ୍କୁ ଓଏଫଡିସି ଅଧ୍ୟକ୍ଷ ଦାୟିତ୍ଵ ମିଳିଛି। ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ ଦାୟିତ୍ଵ ମିଳିଛି। ଚିନ୍ମୟ ସାହୁଙ୍କୁ ଓଏସଆଇସି ଅଧ୍ୟକ୍ଷ ଦାୟିତ୍ଵ ମିଳିଛି। ସେହିପରି ମିନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ଵ ମିଳିଛି। ବିଜୟ ନାୟକଙ୍କୁ ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ କରାଯାଇଛି।
  5. ଡି ବିଶ୍ଵନାଥଙ୍କୁ ଓଆରଏଚ୍‌ଡିସି, ଅ‌ମରେଶ ପତ୍ରିଙ୍କୁ ଉଠାଜଳ ସେଚନ, ଶ୍ରୀମୟୀ ମିଶ୍ରଙ୍କୁ ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ ଆଣ୍ଡ କନଷ୍ଟ୍ରକସନ ୱାର୍କରର୍ସ, ସଂଗ୍ରାମ ପାଇକରାୟଙ୍କୁ ‌ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗରେ ଏବଂ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡରେ ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି।
  6. ଯୋଜନା ବୋର୍ଡ ସଦସ୍ୟ ଡ. ରମେଶ ଚନ୍ଦ୍ର  ଚ୍ଯାଉପଟ୍ଟନାୟ, ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ସାଧୁ ନେପାକ ହୋଇଛନ୍ତି। ଚ୍ଯାଉପଟ୍ଟନାୟ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ କ୍ଯାବିନେଟ ପାହ୍ଯା ମିଳିଥିବା ବେଳେ। ସାଧୁ ନେପାକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।
  7. ସୁନ୍ଦରଗଡ଼ ଜିଲ୍ଲା ବନେଇଲତା ଫୁଟବଲ ପଡ଼ିଆରେ ବଜ୍ରପାତ। ଏହି ବଜ୍ରପାତରେ  ଦୁଇ ଜଣ ଫୁଟବଲ ଖେଳାଳିଙ୍କ ମୁଡ଼୍ତ୍ୟୁ ହୋଇଥିବା  ବେଳେ ଅନ୍ୟ ୧୨ ଜଣ ଫୁଟବଲ ଖେଳାଳି ଗୁରୁତର ଆହତ ହୋଇଛନ୍ତି।
  8. ବର୍ଷକ ମଧ୍ୟରେ ଖାଲିଥିବା ପ୍ରାୟ ୨୦ ହଜାର ବିଭିନ୍ନ ପଦବୀ ପୂରଣ କରାଯାଇଛି। ଆସନ୍ତା ୧୪ ତାରିଖରେ ସମବାୟ ବିଭାଗରେ ୪୫୦ ଜଣ ବ୍ୟାଙ୍କିଙ୍ଗ୍‌‌ ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯିବ।
  9. ପିଟିଆଇ ଅନୁଯାୟୀ, ସମ୍ଭବତଃ ଏମିତି ପ୍ରଥମ  ଥର ଯେଉଁଠି ତୈଳ ବିପଣନକାରୀ କମ୍ପାନୀକୁ କ୍ରମାଗତ ଦ୍ଵିତୀୟ ତ୍ରୈମାସରେ କ୍ଷତି ସହିବାକୁ ପଡିବ। ଏହା ପୂର୍ବରୁ ଏପ୍ରିଲ-ଜୁନ ତ୍ରୈମାସରେ ତୈଳ କମ୍ପାନିଗୁଡିକୁ ମିଳିତ ଭାବେ ୧୮,୪୮୦  କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। କ୍ଷତି ସହିବାର ବଡ କାରଣ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର ସ୍ଥିର ରହିବା।
  10. ଇଜିଏମରେ ଆଦାନୀ ଗ୍ରୁପର କମ୍ପାନି ହାର୍ମେନିଆ ଟ୍ରେଡ ଆଣ୍ଡ ଇନଭେଷ୍ଟମେଣ୍ଟ ଲମିଟେଡକୁ ସିକ୍ୟୁରିଟି ଜାରି କରି ୨୦,୦୦୦ କୋଟି ଟଙ୍କା ଏକାଠି କରିବାର ଏକ ସ୍ୱତନ୍ତ୍ର ପ୍ରସ୍ତାବ ମଧ୍ୟ ପାରିତ କରିଛି । ଏହି ପ୍ରସ୍ତାବ ପକ୍ଷରେ ୯୧.୩୭ ପ୍ରତିଶତ ସେୟାରଧାରକଙ୍କ ସମର୍ଥନ ରହିଛି ।
  11. ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କେନ୍ଦ୍ରୀୟ ପାଣ୍ଠି ପାଇବା ଲାଗି ଶେଷରେ ‘ବାଂଲା ମାତୃ ଯୋଜନା’ର ନାମ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଚିବାଳୟ ନବାନ୍ନ ସୂତ୍ରାନୁସାରେ ରାଜ୍ୟ ସରକାର ବଙ୍ଗଳା ମାତୃ  ପ୍ରକଳ୍ପର ନାମ ବଦଳାଇ  ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ କରିବା ଲାଗି କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି।
  12. ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଆଠ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ । ହେଲେ ଏତେ ସମୟ ପରେ ବି ପିରସ୍ଥିତି ଶାନ୍ତ ପଡ଼ୁନଥିବା ବେଳେ ଋଷ୍‌ ଉପରେ ୟୁକ୍ରେନ୍‌ ଭାରି ପଡ଼ୁଥିବାର ଦେଖାଯାଉଛି । ଋଷ୍‌ର ବଡ଼ ବଡ଼ ଅସ୍ତ୍ର ଫେଲ୍‌ ମାରୁଥିବା ଏହା ପଛର କାରଣ ହୋଇପାରେ ବୋଲି କୁହାଯାଉଛି ।
  13. ବୈଜ୍ଞାନିକମାନେ କହିଛନ୍ତି ଯେ ଆଗାମୀ ୨୦ରୁ ୩୦ କୋଟି ବର୍ଷରେ ଆର୍କଟିକ୍‌ ମହାସାଗର ଓ କାରବିୟାନ ସାଗର ଉଭାନ ହୋଇଯିବେ। ଅର୍ଥାତ ପୃଥିବୀରୁ ଏହି ଦୁଇ ମହାସାଗରଙ୍କ ଅସ୍ତିତ୍ୱ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବ।  ଫଳରେ ଏସିଆ ଓ ଆମେରିକା ଦୁଇ ମହାଦେଶ ପରସ୍ପର ଏକ ହୋଇଯିବେ।
  14. କୋଟିପତିଙ୍କ ମଧ୍ୟରେ ୧ନମ୍ବର ସ୍ଥାନ ପାଇଥିବା ଟେସଲା ସିଇଓ ଏଲନ୍ ମସ୍କ ଗୋଟିଏ ଦିନରେ ୧୦ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛନ୍ତି। ମସ୍କଙ୍କ ସହ ଭାରତୀୟ ଶିଳ୍ପପତି ଗୌତମ ଅଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ହ୍ରାସ ପାଇଛି। ଯଦି ଆପଣ ବ୍ଲୁମବର୍ଗର ବିଲିୟନାୟାର ଇଣ୍ଡେକ୍ସକୁ ଦେଖନ୍ତି, ତେବେ ଟପ୍-୧୦ ରେ ଥିବା ସମସ୍ତ ଧନୀ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
  15. ମହୀଶୂର ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡକ୍ଟର ମହାଦେବ ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟର ଦ୍ବିତୀୟ କୁଳପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
  16. ରିଲାଏନ୍ସ ଜୁଏଲ୍ସ ସୁନା ଓ ହୀରା ଗହଣାର ଏକ ଆକର୍ଷଣୀୟ କଲେକ୍ସନ ‘ମହାଲୟା’ର ଶୁଭାରମ୍ଭ କରିଛି। ଏହାର ପାରମ୍ପରିକ ଗହଣାର ଆକର୍ଷଣୀୟ ସମ୍ଭାର ଯାହାକି ମହାରାଷ୍ଟ୍ରର କଳା, ସଂସ୍କୃତି ଓ ଐତିହ୍ୟା ଦ୍ବାରା ଅନୁପ୍ରେରିତ। ମହାଲୟା କଲେକ୍ସନରେ ଗ୍ରାହକମାନେ ଆକର୍ଷଣୀୟ ଡିଜାଇନର ଗହଣା ପାଇପାରିବେ।
  17. ଫେସ୍‌ବୁକ୍‌, ଇନ୍‌‌ଷ୍ଟାଗ୍ର‌ାମ୍‌ ଓ ହ୍ବାଟ୍‌ସଆପ୍‌ର ପ୍ୟାରେଣ୍ଟ୍‌ କମ୍ପାନି ମେଟା ଶୁକ୍ରବାର ଏକ ସୂଚନା ଦେଇଛି। ମେଟା ଦେଇଥିବା ସୂଚନା ମୁତାବକ, ୧୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ସେମାନଙ୍କ ଫୋନ୍‌ରେ ଏପରି କିଛି ଆପ୍‌ ଡାଉନ୍‌ଲୋଡ୍‌ କରି ରଖିଛନ୍ତି।
  18. କୋଚିସ୍ଥିତ ନଡ଼ିଆ ବିକାଶ ବୋର୍ଡ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି ସହଯୋଗରେ କେରା ସୁରକ୍ଷା ବୀମା ଯୋଜନା ନାମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସୁବିଧା କାର୍ଯ୍ୟକାରୀ କରିଛି।
  19. ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ ଶନିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି।
  20. ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜେନ୍ଦ୍ର ପାଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.