• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି ପାଇଁ  ୭୮ ଦିନର ବୋନସ ଘୋଷଣା କରିଛନ୍ତି ।
  2. ଆଇଏମଡି ଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୭ ଦିନ ପାଇଁ ଓଡ଼ିଶାରେ ବାତ୍ଯାର ସୂଚନା ନାହିଁ ।  ବଙ୍ଗୋପସାଗରରେ କାଲି ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପଶ୍ଟିମ- ଉତ୍ତର- ପଶ୍ଚିମ ଦିଗରେ ଘୂର୍ଣ୍ଣିବଳ ଗତିକରୁଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡ଼ୁ ଅଭିମୁଖେ ଗତି କରୁଛି।
  3.  ବୁଢ଼ିଆଣୀ ପରି ଜାଲ ବିଛାଇ କେମିତି ବଡ଼ବଡିଆମାନଙ୍କୁ ଲୁଟି କୋଟିପତି ପାଲଟିଥିଲେ ଅର୍ଚ୍ଚନା ନାଗ । ତାହାର ରହସ୍ୟ ଧିରେ ଧିରେ ପଦାକୁ ଆସୁଥିବା ବେଳେ ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ହେଉଛନ୍ତି ପ୍ରସ୍ତୁତ ।
  4. ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଭାବରେ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି।
  5. ଟି୨୦ ବିଶ୍ବକପ୍ ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ପିଠି ଆଘାତ ଯୋଗୁଁ ଦ୍ରୁତ ବୋଲର ଦୀପକ ଚହର ଏହି ମେଗା ଇଭେଣ୍ଟରୁ ବାଦ୍ ପଡିଛନ୍ତି । ଅନ୍ୟପକ୍ଷରେ ପେସ୍ ବୋଲର ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଖୁବ ଶୀଘ୍ର ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗଦେବେ ।
  6.  ବୈଦେଶିକ ମୁଦ୍ରାଭଣ୍ଡାର ଦିନକୁ ଦିନ କମିବାରେ ଲାଗିଛି। ଦେଶର ସଂରକ୍ଷିତ ଖାଦ୍ୟ ଭଣ୍ଡାର ଖାଲି ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାଙ୍କ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୪%କୁ ହ୍ରାସ କରି ୬.୮% ହୋଇପାରେ ବୋଲି ଆକଳନ କରିଛି।
  7.  ଭୁବନେଶ୍ବରରେ ପୂର୍ବରୁ ଅଳିଆ ଗାଡି ବା ମୁଁ ସଫେଇବାଲା ଗାଡିକୁ ଟ୍ରାକିଂ କରିବ ଜିପିଏସ। ପ୍ରଥମେ ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ୟୁନିଟ-୧ ସରକାରୀ କଲୋନିରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏହି ‘ସଫା’ ଆପ୍ ।
  8. ଚଳିତ ବର୍ଷକୁ ବିଶ୍ୱ ଆନ୍ତର୍ଜାତିକ ମେଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହାର ସଚେତନତା ପ୍ରତି ଶିକ୍ଷାନୁଷ୍ଠାନ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାଙ୍କୁ ଏଥିରେ ନିୟୋଜିତ କରାଯିବ। ୟୁଜିସି ଏଥିଲାଗି ସ୍ୱତନ୍ତ୍ର କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ କରିଛି। ପ୍ରସ୍ତୁତ ହୋଇଥିବା କ୍ୟାଲେଣ୍ଡର ଅନୁସାରେ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି।
  9.  ଇତିହାସରେ ପ୍ରଥମ ଥର ପାଇଁ ଆମେରିକା  ରସାୟନିକ, ଜୈବିକ, ରେଡିଓ ଲୋଜିକାଲ ଏବଂ ପରମାଣୁ ଆକ୍ରମଣରୁ ବର୍ତ୍ତିବା ଲାଗି ଏହି ଔଷଧ କ୍ରୟ କରାଯାଇଛି ବୋଲି ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଆମେରିକା ନୁହେଁ, ୟୁରୋପରେ ମଧ୍ୟ ପରମାଣୁ ଔଷଧର ବିକ୍ରି ବୃଦ୍ଧି ପାଇଛି। ରୁଷ ଏବଂ ୟୁକ୍ରେନକୁ ଲାଗି ରହିଥିବା ପୋଲାଣ୍ଡର ରାଜଧାନୀରେ ଏହି ପ୍ରକାରର ଔଷଧ ବିତରଣ ପାଇଁ ୬୦୦ରୁ ଊର୍ଦ୍ଧ୍ବ କେନ୍ଦ୍ର ଖୋଲାଯାଇଛି।
  10. ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ନିଜ ମୁଖ୍ୟାଳୟ ବାହାରେ ଆୟୋଜିତ ହେବା ବହୁତ ବିରଳ ଘଟଣା। ଭାରତରେ ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଏହି ଦୁଇ ବୈଠକ ଆୟୋଜିତ ହେବ।
  11.  ୨୦୧୫ ପରେ ପ୍ରଥମ ଥର ନ୍ୟୁୟର୍କ ବାହାରେ ୟୁଏନଏସସିର ପ୍ରଥମ ବୈଠକ ହେବାକୁ ଯାଉଛି। ମିଳିତ ଜାତସଂଘର ଆତଙ୍କ ନିରୋଧୀ କମିଟିରେ ୧୫ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟ ଅଛନ୍ତି।
  12.   ଫେସବୁକ୍ର ଅନେକ ୟୁଜର ଅଜ୍ଞାତ କାରଣରୁ ସେମାନଙ୍କ ଅଧିକାଂସ ଫଲୋଅର୍ସଙ୍କୁ ହରାଉଥିବାର ଅଭିଯୋଗ କରୁଛନ୍ତି। ମେଟାର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ୧୧.୯ କୋଟିରୁ ଅଧିକ ଫଲୋଅର୍ସଙ୍କୁ ହରାଇଛନ୍ତି। ଫଳରେ ଅନେକ ଫଲୋଅର୍ସଙ୍କ ସଂଖ୍ୟା ୧୦ ହଜାରରୁ ବି କମି ଯାଇଛି।
  13.   ଗତ ୨ ବର୍ଷ ହେଲା କମ୍ ମୂଲ୍ୟରେ ରୋଷେଇ ଗ୍ୟାସ୍ ବିକ୍ରି ଯୋଗୁ ସରକାରୀ ମାଲିକାନାଧୀନ ୩ ତୈଳ କମ୍ପାନୀଙ୍କ  ହୋଇଥିବା କ୍ଷତି ଭରଣା ନିମନ୍ତେ କେନ୍ଦ୍ର ସରକାର ଏକକାଳୀନ ୨୨ ହଜାର ଟଙ୍କା  ଅନୁଦାନ ଦେବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ସମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
  14.  ୨୦୧୬ରେ ହୋଇଥିବା ନୋଟବନ୍ଦୀର ସାମ୍ବିଧାନିକ ବୈଧତାକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ଆରବିଆଇକୁ ବିସ୍ତୃତ ଭାବେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତିା।
  15.  ଆଗାମୀ ସମୟରେ ବିଶ୍ୱର ଅନେକ ଦେଶ ରୁପି ପେମେଣ୍ଟ ସିଷ୍ଟମକୁ ନିଜ ଦେଶରେ ସ୍ୱୀକୃତି ଦେଇପାରନ୍ତି। ଆମେରିକା ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି।
  16.  ହିନ୍ଦୀରେ ପଢାହେବ MBBS ପାଠ୍ୟକ୍ରମ । ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା । ୧୬ ଅକ୍ଟୋବରରେ ଭୋପାଳରେ MBBSର ପ୍ରଥମ ବର୍ଷ ପାଇଁ ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ ଗୃହମନ୍ତ୍ରୀ ।
  17. ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ତଃସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି । ରଓ୍ବାଣ୍ଡାର କିଗାଲିଠାରେ ଅନୁଷ୍ଠିତ ଆଇପିୟୁର ୧୪୫ତମ ସମ୍ମିଳନୀ ଅବସରରେ ଅନୁଷ୍ଠିତ ନିର୍ବାଚନରେ ଅପରାଜିତା ମୋଟ ୧୮ଟି ଭୋଟରୁ ୧୨ଟି ଭୋଟ ପାଇ ନିର୍ବାଚିତ ହୋଇଥିଲେ.
  18.  ଦେଶରେ ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
  19. ଦୁଇ ଦିନିଆ ତ୍ରିପୁରା ଗସ୍ତର ପ୍ରଥମ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗରତାଲାର ନରସିଂଘାର ଠାରେ ତ୍ରିପୁରା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟ ଜୁଡ଼ିସିଆଲ୍ ଏକାଡେମୀକୁ ମଧ୍ୟ ସେ ଉଦ୍ଘାଟନ କରିଛନ୍ତି।
  20.   ଗୋଆରେ ନୌସେନାର ମିଗ୍ ୨୯-କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ନିୟମିତ ଉଡାଣ ବେଳେ ସମୁଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏହି ଯୁଦ୍ଧ ବିମାନ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.