• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବ୍ରିଟେନ୍ ଇଞ୍ଜିନୟରିଂ ପଢିଥିବା ୭୮ ବର୍ଷୀୟ ରଶିଦ ପୂର୍ବରୁ ଇରାକ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୦୩-୨୦୧୦ରେ  ରଶିଦ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ତାଙ୍କୁ ଇରାକୀ ସଂସଦରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି।  
  2. ଉତ୍ତରପ୍ରଦେଶ ସରକାରଙ୍କ ନୂତନ ନୀତି ଅନୁଯାୟୀ ଯଦି ଜଣେ ବ୍ୟକ୍ତି ୟୁପିରେ ଏକ ନୂତନ ଇଲେକ୍ଟ୍ରିକ ଯାନ କିଣନ୍ତି ତେବେ ତାଙ୍କୁ ରିହାତି ମିଳିବ। ଏହି ରିହାତି ଇଲେକ୍ଟ୍ରିକ୍ ୨ଚକିଆ ଯାନ, ୩ଚକିଆ ଯାନ, କାର୍ ଏବଂ ବସ୍ କିଣିଲେ ଦିଆଯିବ। ରାଜ୍ୟରେ କିଣାଯାଇଥିବା ଇଲେକ୍ଟ୍ରିକ ଯାନଗୁଡ଼ିକୁ କାରଖାନା ମୂଲ୍ୟ ଉପରେ ସରକାର ୧୫ପ୍ରତିଶତ ସବସିଡି ପ୍ରଦାନ କରିବେ।
  3. ୟୁକ୍ରେନ୍‌ ଉପରେ ରୁଷ୍‌ର ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ ନେଇ ଜି-୭ ରାଷ୍ଟ୍ରମାନେ କଡ଼ା ନିନ୍ଦା କରିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ଦେଇଥିବାରୁ ଜି-୭ ରାଷ୍ଟ୍ରମାନେ ଆଜି ରୁଷ୍‌କୁ ଚେତାବନୀ ଦେଇଛନ୍ତି।
  4. ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶିବ‌ସେନାର ଉଦ୍ଧବ ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ‘ସେନାପତି’ ବୋଲି ସମ୍ବୋଧନ କରିଛନ୍ତି। ସେ ଠାକରେଙ୍କୁ କେବେ ବି ପ୍ରତାରଣା କରିବେ ନାହିଁ ବୋଲି କହିବା ସହ ଖୁବ୍ ଶୀଘ୍ର ସେ ନିଜ ପରିବାରକୁ ଫେରିବେ ବୋଲି ଜଣାଇଛନ୍ତି।
  5. ଦେଶର ୯୦ ଲକ୍ଷ ଗ୍ରାହକଙ୍କ କାର୍ଡ ତଥ୍ୟ ଲିକ୍ ହୋଇଛି। ‌ସେଥିରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗ୍ରାହକଙ୍କ ତଥ୍ୟ ଥିବା କୁହାଯାଉଛି। ସିଙ୍ଗାପୁରର ସାଇବର ନିରାପତ୍ତା ସଂସ୍ଥା କ୍ଲାଉଡ୍‌ଏସ୍‌ଇକେ ଏହା ଜଣାଇଛି।
  6. ଲାଭଜନକ ସଂସ୍ଥାରେ ପରିଣତ ହେବା ଲାଗି ଏଡ୍‌ଟେକ୍ କଂପାନି ବାଇଜୁସ୍‌ ଆସନ୍ତା ୬ ମାସରେ ୨୫୦୦ କର୍ମଚାରୀଙ୍କୁ ଛଟେଇ କରିବ। କଂପାନି ଏହାର ମାର୍କେଟିଂ ଓ ପରିଚାଳନା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ହାସଲ କରିବା ଉପରେ ଗୁରୁତ୍ବ ଦେବ।
  7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ।
  8. ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ନଗର ମୌଜାରେ ପ୍ରାୟ ୨୧ଟି ଡୁପ୍ଲେକ୍ସ ରହିଛି । ଯେଉଁଗୁଡିକ ବେଆଇନ ଭାବରେ ର୍ନିମାଣ ହୋଇଛି । ଯାହାକୁ ଆଜି ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି।
  9. ବିଦେଶ ଯିବ ଓଡ଼ିଶା ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍‌‌ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍‌‌ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ।
  10. ମୁଖ୍ୟମନ୍ତ୍ରୀ ଖୁବ୍‌ ଶିଘ୍ର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠିବ ବୋଳି ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ଓଡିଶା ସରକାରୀ ଚୁକ୍ତି ଭିତିକ କର୍ମଚାରୀ ମହାସଂଘ। ଓଡିଶା ସରକାରୀ ଚୁକ୍ତି ଭିତିକ କର୍ମଚାରୀ ମହାସଂଘର ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି।
  11. କର୍କଟ ରୋଗ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପୂର୍ବ ଭାରତର ସର୍ବବୃହତ୍‍ ସରକାରୀ ଚିକିତ୍ସାଳୟ। ଏଠାରେ ଦୁଇଟି ଲିନାକ୍‍ ମେସିନ୍‍ ସ୍ଥାପନ ହେବା ପରେ ବିକିରଣ ଚିକିତ୍ସା କ୍ଷେତ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି.
  12. କ୍ରିକେଟର ହେବା ସହ ବୋର୍ଡ ସଭାପତି ପଦ ଅଳଙ୍କୃତ କରିବାରେ ଗାଙ୍ଗୁଲି ଭାରତର ପ୍ରଥମ ବ୍ୟକ୍ତିଥିଲେ। ସେ ବହୁତ କିଛି ବୈପ୍ଳବିକ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏବେ ତାଙ୍କ ପଦ ଚାଲିଯାଇଛି।
  13. ବାଂଲାଦେଶରେ ସିଲ୍‌ହଟରେ ଚାଲିଥିବା ମହିଳା ଏସିଆ କପ୍‌ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ୮ମ ଥର ପାଇଁ ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଥିବାବେଳେ ଥାଇଲାଣ୍ଡ ଚମତ୍କାରିତା ଲକ୍ଷ୍ୟରେ ଖେଳିବ।
  14. ହିଜାବ ବିବାଦକୁ ନେଇ ଭିନ୍ନ ମତ ରଖିଲେ ସର୍ବୋଚ୍ଚ କୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ । ସୁପ୍ରିମକୋର୍ଟଙ୍କ ୨ଜଣିଆ ଖଣ୍ଡ ଅଜି ଭିନ୍ନ ମତ ରଖିଛନ୍ତି । ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ହେମନ୍ତ ଗୁପ୍ତା ଏହି ନିଷ୍ପତ୍ତିକୁ ୨ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ଉପରେ ଛାଡ଼ିଛନ୍ତି ।
  15. ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ଜଣ ନିଖୋଜ ​‌ହୋଇଛନ୍ତି, ଲକ୍ଷ୍ମୀପୂଜା ଭସାଣ ବେଳେ ସମସ୍ତେ ଭାସିଯାଇଥିବା ସୂଚନା ମିଳିଛି।
  16. ଶିବସେନା ଉଦ୍ଧବ ଗୋଷ୍ଠୀଙ୍କ ପ୍ରାର୍ଥୀଙ୍କୁ ମୁମ୍ବାଇ ଉପ ନିର୍ବାଚନ ଲଢିବା ଲାଗି ମଞ୍ଜୁରୀ ମିଳିଯାଇଛି। ବମ୍ବେ ହାଇକୋର୍ଟ ଗୁରୁବାର ନଗର ନିଗମଙ୍କୁ ତାଙ୍କ ଇସ୍ତଫା ସ୍ୱୀକାର କରି ସ୍ୱୀକୃତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି
  17. ଭାରତୀୟ ଔଷଧ କମ୍ପାନୀଙ୍କ କଫ୍ ସିରପ୍ ସେବନ କରି ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ଜଣ ପିଲାଙ୍କ ମୃତ୍ୟୁ ଅଭିଯୋଗ ମଧ୍ୟରେ ଦେଶରେ କେତେକ ଔଷଧ କମ୍ପାନୀଙ୍କ ଔଷଧ ନମୁନା ପରୀକ୍ଷଣରେ ବିଫଳ ହୋଇଥିବା ଜଣାପଡିଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ଙ୍କ ପକ୍ଷରୁ ଗତମାସରେ ଜାରି ରିପୋର୍ଟରେ ପାଖାପାଖି ୪୫ଟି ଔଷଧର ନମୁନାର ଗୁଣମାନ ଖରାପ ଥିବା ଜଣାପଡିଥିଲା।
  18. ୧୩ ଅକ୍ଟୋବର ଗୁରୁବାର ପରିବେଶମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୯୦ ପ୍ରତିଶତ ସ୍ୱଦେଶୀ ସମୁଦ୍ର ପକ୍ଷୀ, ୮୨ ପ୍ରତିଶତ ସ୍ୱଦେଶୀ ସମୁଦ୍ର ଉପକୂଳ ପକ୍ଷୀ ଓ ୨୨ ପ୍ରତିଶତ ସାମୁଦ୍ରିକ ପ୍ରାଣୀ ପ୍ରଜାତି ଏବେ ବିଲୁପ୍ତିର ଦ୍ୱାରଦେଶରେ ଥିବାର କୁହାଯାଇଛି।
  19. ଲଢୁଆ ବିମାନ ଉଡ଼ାଇବା ସହ ଉତ୍ତର ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଆଜି ଦକ୍ଷିଣ କୋରିଆ ସେନା କହିଛି।
  20. ଅସମାନତା ଦୂର କରିବା କ୍ଷେତ୍ରରେ ଭାରତ କିଛିଟା ଅଗ୍ରଗତି ହାସଲ କରିଛି। ୧୬୧ଟି ଦେଶକୁ ନେଇ ପ୍ରସ୍ତୁତ ଅସମାନତା ହ୍ରାସ ସୂଚକାଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା (ସିଆରଆଇଆଇ)ରେ ଭାରତ ୬ଟି ପାହାଚ ଉପରକୁ ଉଠି ୧୨୩ତମ ସ୍ଥାନରେ ରହିଛି। ସଦ୍ୟ ପ୍ରକାଶିତ ୨୦୨୨ ମସିହାର ରିପୋର୍ଟରେ ନରୱେ ପ୍ରଥମ ସ୍ଥାନରେ ଥିବାବେଳେ ଜର୍ମାନୀ ଦ୍ବିତୀୟ ଏବଂ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.