• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ହିମାଚଳ ବିଧାନସଭାର ମିଆଦ ଜାନୁଆରି ୮ରେ ଶେଷ ହେଉଥିବାବେଳେ ଗୁଜୁରାଟ ବିଧାନସଭାର ମିଆଦ ଫେବ୍ରୁଆରି ୧୮ରେ ଶେଷ ହେଉଛି।
  2. ବାରାଣସୀ କୋର୍ଟ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦରୁ ମିଳିଥିବା ଶିବଲିଙ୍ଗଙ୍କର କାର୍ବନ ଡେଟିଂ ମାଧ୍ୟମରେ ଏହାର ପ୍ରାଚୀନତା ନିର୍ଣ୍ଣୟ ଦାବି ଖାରଜ୍ କରିଦେଇଛନ୍ତି ।
  3. ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଗଣତି ହେବ।
  4. ଭାରତ ପକ୍ଷରୁ ବୁଡ଼ାଜାହାଜରୁ ନିକ୍ଷେପ ହେଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର (ଏସଏଲବିଏମ) ସଫଳ ପରୀକ୍ଷଣ କରାଯାଇଛି । ଭାରତର ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ ଆଇଏନଏସ ଅରହନ୍ତରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।
  5. ଆମେରିକାର ୱାଶିଂଟନ୍ ବିମାନବନ୍ଦରରେ ପାକିସ୍ତାନର ନୂତନ ଅର୍ଥମନ୍ତ୍ରୀ ଇଶାକ୍ ଦାର ହଟହଟା ହୋଇଛନ୍ତି |
  6. ଦିଲ୍ଲୀ ମଦନୀତି ମାମଲାରେ ଜଡ଼ିଥିବା ଦିଲ୍ଲୀର ପ୍ରାୟ ୨୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିଛି।
  7. ଭାରତ ସ୍ୱଦେଶି ଜ୍ଞାନକୌଶଳରେ ନିର୍ମିତ ‘୫ଜି’ ଭିତ୍ତିଭୂମି ଶୁଭାରମ୍ଭ କରିଛି କୌଣସି ଦେଶ ଆବଶ୍ୟକ କଲେ ଏହା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
  8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ହିମାଚଳ ପ୍ରଦେଶର ଚାମ୍ବାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‌ଜିଏସ୍‌ୱାଇ)ର ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଛନ୍ତି।
  9. ସୁପ୍ରିମ୍‌କୋର୍ଟ ଏକ ରାୟରେ କହିଛନ୍ତି ଯେ ସୂଚନା ପ୍ରଯୁକ୍ତି ଆଇନ-୨୦୦୦ର ଧାରା ୬୬ଏ ଅଧୀନରେ କୌଣସି ନାଗରିକ ବିରୋଧରେ ମାମଲା ରୁଜୁ କରାଯାଇପାରିବ ନାହିଁ, କାରଣ ୨୦୧୫ ମସିହାରେ ଏହାକୁ ରଦ୍ଦ କରି ଦିଆଯାଇଥିଲା। ରଦ୍ଦ ହୋଇଥିବା ଧାରା ଅନୁସାରେ ପୂର୍ବରୁ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରିବା ପାଇଁ ଜରିମାନା ସହ ତିନିବର୍ଷ ପର୍ଯ୍ୟନ୍ତ ଜେଲର ବ୍ୟବସ୍ଥା ଥିଲା।
  10. ପ୍ରଧାନବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ ଯେ, ଧାରା ୬୬-ଏର ଉଲ୍ଲଂଘନ ପାଇଁ ଏବେ ଦେଶରେ ଯେଉଁମାନଙ୍କ ନାମରେ ମାମଲା ଚାଲିଛି ସେମାନଙ୍କ ମାମଲାଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଜଷ୍ଟିସ୍ ଅଜୟ ରସ୍ତୋଗି ଓ ଏସ୍‌ଆର୍ ଭଟ୍ଟ ମଧ୍ୟ ଅନ୍ୟତମ ବିଚାରପତି ଥିବା ଖଣ୍ଡପୀଠ କହିଥିଲେ- ଆମେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପୁଲିସ ଡିଜି ଓ ଗୃହ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଉଛୁ ଯେ ସେମାନେ ଧାରା ୬୬-ଏ ଅନୁଯାୟୀ ଦାଏର କରାଯାଇଥିବା ସମସ୍ତ ମାମଲା ଖାରଜ କରିବା ପାଇଁ ସମଗ୍ର ପୁଲିସ ବଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।
  11. ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା (୨୦୦୮) ପରେ ପ୍ରଥମ ଥର ଲାଗି ବିଶ୍ବ ସମ୍ପତ୍ତିରେ ୨ ପ୍ରତିଶତ ହ୍ରାସ ହେବାକୁ ଯାଉଛି। ଆଲିଆଞ୍ଜ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା ଆକଳନ କରାଯାଇଛି।
  12. ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ମହାମାରୀ ଯୋଗୁଁ ସାରା ବିଶ୍ବରେ ୭.୧ କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଚାଲି ଆସିଥିବା ବେଳେ ସେଥିରୁ ପ୍ରାୟ ୮୦ ‌ପ୍ରତିଶତ ଅର୍ଥାତ ୫.୬ କୋଟି ଲୋକ ହେଉଛନ୍ତି ଭାରତର।
  13. ଖୁଚୁରା ମୁଦ୍ରାସ୍ପିତି ୫ ମାସର ଶୀର୍ଷରେ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ପିତିରେ ସାମାନ୍ୟ ରିହାତି ମିଳିଛି। ଜୁନରେ ୧୫ ପ୍ରତିଶତକୁ ପାର କରିଥିବା ପାଇକାରୀ ମୁଦ୍ରାସ୍ପିତିରେ ଏବେ ହ୍ରାସ ଦେଖାଯାଇଛି। ଏହା ଅଗଷ୍ଟର ୧୨.୪୧ ପ୍ରତିଶତରୁ ହ୍ରାସ ହୋଇ ଏବେ ୧୦.୭୦ ପ୍ରତିଶତକୁ ପହଞ୍ଚିଯାଇଛି।
  14. ଏସିଆ କପ୍ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିପାରେ। ପାକିସ୍ତାନକୁ ଏସିଆ କପ୍ ୨୦୨୩ର ଆୟୋଜନ ଅଧିକାର ମିଳିଛି। ଆଉ ପାକିସ୍ତାନ ଗସ୍ତ କରିବାକୁ ପ୍ରସ୍ତୁତ ବିସିସିଆଇ।
  15. ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତକାଲି ରାଜ୍ୟ ସରକାର ୧୩୯ଜଣ ଓଏଏସ୍ ଅଫିସର(ଜୁନିୟର ବ୍ରାଂଚ)ଙ୍କୁ ବଦଳି କରିବା ସହ ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଆଉ ୨୦ ଜଣ ଓଏଏସଙ୍କୁ ବଦଳି କରାଯାଇଛି।
  16. ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପ୍ରୟୋଗଜନିତ ଓ ବୈଷୟିକ ଗୁରୁତ୍ବ ଦୃଷ୍ଟିରୁ ଅରିହନ୍ତ ସକ୍ଷମ ହୋଇଛି। ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହଜ ଆଇଏନଏସ ଅରିହନ୍ତ। ୨୦୧୬ରେ ଆଇଏନଏସ ଅରିହନ୍ତକୁ ନୌସେନାରେ ସାମିଲ କରାଯାଇଥିଲା। ଭାରତର ଆଣିବିକ ଶକ୍ତି କ୍ଷମତାକୁ ସଶକ୍ତ କରିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଦର୍ଶାଯାଇଛି। ଫଳରେ ଆମେରିକା, ଋଷ ଓ ଚୀନ ସହ ଭାରତ ସମକକ୍ଷ ହୋଇପାରିଛି।
  17. କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପୁରୁଣା ହାଟ ପୋଷ୍ଟ ଅଫିସରେ ଘଟିଛି। ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ପୋଷ୍ଟ ମାଷ୍ଟର ଏବଂ ପୋଷ୍ଟ ପିଅନ ମିଲିଭଗତରେ ହରିଲୁଟ କରିଥିବା ଜମାକାରୀ ଅଭିଯୋଗ କରିଛନ୍ତି।
  18. ଏକତା କପୁରଙ୍କ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ଓ୍ଵେବ୍ ସିରିଜ୍ XXXକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି। ସିରିଜ୍‌କୁ ନେଇ ଅଦାଲତରେ ଲମ୍ବା ସମୟ ଧରି ମାମଲା ଚାଲିଛି। ସଂପ୍ରତି ମାମଲାର ଶୁଣାଣି ବେଳେ ଉଚ୍ଚତମ ନ୍ୟାୟାଳୟ ଏକତା କପୁରଙ୍କୁ କହିଛନ୍ତି, ଆପଣ ଦେଶର ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି।
  19. ଷ୍ଟାର ଏବଂ ବାଲାଜୀର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ଏଗଜ୍ୟୁକେଟିଭ୍‌ ଜୁଲଫିକର ଖାନ ୨୧ ଜୁଲାଇ ୨୦୨୨ରୁ କେନିଆରେ ନିଖୋଜ ହୋଇ ଯାଇଛନ୍ତି । ଇଣ୍ଡଷ୍ଟ୍ରିର ଭେଟେରାନ ଜୁଲଫିକରଙ୍କୁ ୪୮ ବର୍ଷ।
  20. ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ଏହି ପଦରୁ ଅବ୍ୟାହତି ନେବାକୁ ଯାଉଛନ୍ତି। କାରଣ ଗାଙ୍ଗୁଲିଙ୍କୁ ଆଉ ଏକ କାର୍ଯ୍ୟକାଳ ଦେବାକୁ ପ୍ରସ୍ତୁତ ନାହାନ୍ତି ବୋର୍ଡର ଅନ୍ୟ ସଦସ୍ୟ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.