• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଚେତାଇ ଦେଇ କହିଛନ୍ତି, ଋଷୀ ସେନାଙ୍କ ଯଦି ନାଟୋ ସୈନିକଙ୍କ ଟକ୍କର ହୁଏ ତେବେ ବିଶ୍ୱରେ ହୋଇଯିବ ବିନାଶ । ସାରା ବିଶ୍ୱ ଦେଖିବ ଧ୍ୱଂସର ତାଣ୍ଡବ ।
  2. ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ଆହୁରି ତଳକୁ ଖସି ଯାଇଛି। ଏହାର ଅର୍ଥ ଭାରତରେ ଲୋକ ଠିକ୍‌ ଭାବେ ପେଟପୂରା ଖାଇବାକୁ ପାଉ ନାହାନ୍ତି। ଚଳିତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ନଂରେ ରହିଛି। ମୋଟ ୧୨୧ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିବା ବେଳେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ୨୦୨୧ରେ ଭାରତ ଏହି ତାଲିକାରେ ୧୦୧ ସ୍ଥାନରେ ରହିଥିଲା ତେବେ ୨୦୨୨ରେ ଆଉ ୬ ସ୍ଥାନ ଖସି ୧୦୭ରେ ପହଞ୍ଚିଛି।
  3. କମ୍ପାନୀ ଅମୂଲ ଡାଏରୀ ନିଜ କ୍ଷୀରର ଦରକୁ ବୃଦ୍ଧି କରିଛି। ଏହାର କ୍ଷୀର ଦାମରେ ୨ ଟଙ୍କା ବୃଦ୍ଧି କରିଛି । ଅମୂଲ କ୍ଷୀର ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଛି । ଗୁଜୁରାଟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଆଜି(ଶନିବାର) ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି ।
  4. ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି ।
  5. ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ସଂଘର ଏକ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର । ଔଷଧର ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟେଲମା-40 ଓ ଟେଲମା-H ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା ।
  6. ଡ଼ିଶା ସମବାୟ ଆନ୍ଦୋଳନରେ ଆଜି ହେଉଛି ଏକ ଐତିହାସିକ ଦିବସ । ୫-ଟି ଉପକ୍ରମରେ ସମବାୟ କ୍ଷେତ୍ରର ରୂପାନ୍ତରଣ ସହ ରାଜ୍ୟର ୨୦୨୩ ପ୍ରାଥମିକ କୃଷି ସମବାୟ ସମିତ (ପାକ୍ସ)କୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହାକୁ ପରିଚାଳନା କରିବାକୁ ୧୫ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକରେ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
  7. ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା କେ ବିଜୟ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି |କେ ବିଜୟ କୁମାର ଆଜି ବ୍ୟକ୍ତିଗତ କାରଣରୁ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ କିଛି ସମୟ ପୂର୍ବରୁ ଇସ୍ତଫା ଦେଇଥିବା କୁମାର ମଧ୍ୟ ଦିଲ୍ଲୀର ବାସଭବନ ଛାଡି ଚେନ୍ନାଇ ଚାଲିଯାଇଛନ୍ତି।
  8. ମଧ୍ୟପ୍ରଦେଶର ୧୩ଟି ସରକାରୀ ଡାକ୍ତରୀ କଲେଜ୍‌ରେ ୩ ପ୍ରକାରର ଏମ୍‌ବିବିଏସ୍‌ ବିଷୟବସ୍ତୁ ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମେଷ୍ଟ୍ରିକୁ ହିନ୍ଦୀରେ ପଢ଼ାଯିବ। ବର୍ତ୍ତମାନ ଏହା କେବଳ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ।
  9. ମାଓବାଦୀଙ୍କ ସହିତ ସମ୍ପର୍କ ଥିବା କାରଣରୁ ଯାବଜ୍ଜୀବନ ସଜ୍ଜା ଭୋଗୁଥିବା ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର୍‌ ଜି.ଏନ୍‌. ସାଇବାବା ଜେଲ୍‌ରେ ରହିବେ ବୋଲି ତାଙ୍କୁ ମୁକ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରି ଆଜି ସୁପ୍ରିମ୍‌ କ‌ୋର୍ଟ ରାୟ ଦେଇଛନ୍ତି।
  10. ଦକ୍ଷିଣ କୋରିଆର ଜେଜୁରେ ଆୟୋଜିତ ଉତ୍ସବରେ ହାଇଦ୍ରାବାଦକୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆସୋସିଏସନ୍‌ ଅଫ୍‌ ହର୍ଟିକଲ୍‌ଚର୍‌ ପ୍ରଡ୍ୟୁସର୍‌’ (ଏଆଇପିଏଚ୍‌) ଦ୍ବାରା ପ୍ରଣିତ ‘ୱାର୍ଲଡ୍‌ ଗ୍ରିନ୍ ସିଟି ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି।
  11. ଦେଶବ୍ୟାପୀ ନାଗରିକମାନଙ୍କ ଜାତୀୟ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସ୍ତୁତି ‌ପାଇଁ କେନ୍ଦ୍ର ସରକାର ସବୁ ଭାରତୀୟ ନାଗରିକଙ୍କ ଡାଟାବେସ୍‌ ବା ତଥ୍ୟ ଜାତୀୟସ୍ତରରେ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।
  12. ରାଉରକେଲା ବିମାନବନ୍ଦରର ନିର୍ମାଣ କାମ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପରିବେଶ ଅନୁମୋଦନ ମିଳିଛି।
  13. ବିଶ୍ବର ନାମୀଦାମୀ ଚିତ୍ରଶିଳ୍ପୀଙ୍କ ବଛାବଛା ଚିତ୍ରକୁ ନେଇ ହେବ ଚିତ୍ରକଳା ପ୍ରଦର୍ଶନୀ। ପୁରୀ ଲଳିତ କଳା ଆର୍ଟ ଗ୍ୟାଲେରି ପରିସରରେ ପ୍ରଦର୍ଶନୀ ଉପଭୋଗ କରିବାର ସୁଯୋଗ ପାଇବେ କଳାପ୍ରେମୀ। ରାଜ୍ୟରେ ପ୍ରଥମଥର ପାଇଁ ଏକକାଳୀନ ୯ଟି ଦେଶର ଚିତ୍ରକଳା ପ୍ରଦର୍ଶିତ ହେବ।
  14. ପାକିସ୍ତାନରେ ଏକ ହସ୍ପିଟାଲ୍ ଛାତ ଉପରୁ ମିଳିଛି ୫ ଶହ ଶବ। ଅନେକ ମୃତ ଶରୀରର ବିଭିନ୍ନ ଅଂଶ ଗାଏବ୍ ହୋଇଥିବା ଦେଖିବାକୁ ମିଳିଛି। କିଛି ଶବର ଛାତି ଚିରା ହୋଇଥିବା ବେଳେ, ଅନେକ ଶବର ପେଟ ଚିରା ହୋଇଛି।
  15. ରିଲାଏନ୍ସ କ୍ୟାପିଟାଲର ସବସିଡାରୀ କମ୍ପାନୀ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ (ଆରସିଏଫଏଲ) ଶେଷରେ ବିକ୍ରି ହୋଇଯାଇଛି। ଆଟମ ଇନଭେଷ୍ଟମେଣ୍ଟ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଶୁକ୍ରବାର ଆରସିଏଫଏଲକୁ ୧ କୋଟି ଟଙ୍କାରେ କିଣି ନେଇଛନ୍ତି।
  16. ନବରଙ୍ଗପୁର ଜିଲାର ୮୮୧ଟି ଗାଁ ବାଲ୍ୟବିହାର ମୁକ୍ତ ହୋଇଛି। ନବରଙ୍ଗପୁର ଜିଲାରେ ବାଲ୍ୟବିବାହକୁ ରୋକିବା ପାଇଁ ଉଲ୍ଲେଖନୀୟ ଭାବରେ କାର୍ଯ୍ୟ କରିଥିବା ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଜିଲାପାଳ ଡଃ. କମଳ ଲୋଚନ ମିଶ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।
  17. ତୁର୍କୀରେ ଶୁକ୍ରବାର ଏକ କୋଇଲା ଖାଦାନରେ ବିସ୍ଫୋରଣ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏହାସହ ଏଥିରେ ପ୍ରାୟ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
  18. ରାଜ୍ୟରେ ଆମ୍ବ ଚାଷକୁ ନୂଆ ଦିଗ ପ୍ରଦାନ କରିବା ଲାଗି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ଉନ୍ନତି ଅମୃତ’ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
  19. ଓଦିଶାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ।
  20. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବା ପରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ରାଜ୍ୟ ତହବିଲରୁ ଏନେଇ ଖର୍ଚ୍ଚ ହେବ ୧୩ ଶହ କୋଟି ଟଙ୍କା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.