• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ପ୍ରଥମ ଥର ପାଇଁ ମାଲବାହୀ ୱାଗନ ଲୁହା ବଦଳରେ ଆଲୁମିନିୟମରୁ ନିର୍ମିତ ହୋଇ ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
  2. ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି (୨୦୨୨ ଅକ୍ଟୋବର ୧୬) ୭୭ ବର୍ଷ ବୟସରେ ପାଦ ରଖିଛନ୍ତି। ମାତ୍ର ନବୀନ ଏହି ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରି ନାହାନ୍ତି।
  3. ବିବାଦୀୟ ଦିଲ୍ଲୀ ଅବକାରୀ ନୀତି ସଂକ୍ରାନ୍ତରେ ପଚରା ଉଚରା କରିବା ନିମନ୍ତେ ସୋମବାର ପୂର୍ବାହ୍ନ ୧୧ଟାରେ ହାଜର ହେବା ପାଇଁ ତଦନ୍ତକାରୀ ଏଜେନ୍‌ସି ‘ସିବିଆଇ’ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ୍‌ ଜାରି କରିଛି।
  4. ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଆମ୍ ଆଦମୀ ପାର୍ଟି ରବିବାର ଏହାର ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ନାମ ରହିଥିବାବେଳେ ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୩ ଜଣ ପ୍ରାର୍ଥୀଙ୍କ ନାମ ଆପ ଦ୍ୱାରା ଘୋଷଣା କରାଯାଇଛି |
  5. ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ପ୍ରସାର ଓ ବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଆଜି ଭାରତର ୭୫ଟି ଜିଲ୍ଲାରେ ୭୫ଟି ‘ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌’ର ଶୁଭାରମ୍ଭ କରିଛନ୍ତି।
  6. ହୃଦ୍‌ଘାତ ଯୋଗୁଁ  ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ ୫୮ ବର୍ଷିୟ ମନୋଜ ସିଂହ ମଣ୍ଡାୱୀଙ୍କର ଦେହାନ୍ତ ହୋଇଯାଇଥିବା କଥା ଦଳୀୟ ନେତାମାନେ କହିଛନ୍ତି।
  7. ଶନିବାର ଦିନ ‘ଇଣ୍ଡିଆନ୍‌ ଏୟାର୍‌ଫୋର୍ସ ଅଡିଟରିୟମ୍‌’ରେ ୪୧,୫୪୧ଟି ହାତବୁଣା ପଶମ (ଉଲ୍‌) ଟୋପି ପ୍ରଦର୍ଶନ କରି ‘ଏୟାର୍‌ ଫୋର୍ସ ୱାଇଭ୍‌ସ୍‌ ୱେଲ୍‌ଫେୟାର୍‌ ଆସୋସିଏସନ୍‌’ ‘ଗିନିଜ୍‌ ୱାର୍ଲ ରେକର୍ଡ’ ସୃଷ୍ଟି କରିଛି ।
  8. ବିଶ୍ବରେ ସବୁଠାରୁ ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଅନ୍ୟତମ। ବିନା କୌଣସି ନିୟନ୍ତ୍ରଣରେ ପାକିସ୍ତାନ ପରମାଣୁ ଅସ୍ତ୍ର ଧାରଣ କରିଛି। ଏହା ବିଶ୍ବର ସବୁଠାରୁ ବଡ଼ ବିପଜ୍ଜନକ ରାଷ୍ଟ୍ର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।
  9. ପ୍ରାୟ ୧୮୦ ବ୍ରିଟିସ ଭାରତୀୟ ହିନ୍ଦୁ ସଂଗଠନ ଏବଂ ମନ୍ଦିର କର୍ତ୍ତୃପକ୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ଦେଶରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟକୁ ସୁରକ୍ଷା ଯୋଗାଇ ଦେବାକୁ ଦାବିକରି ଚଠି ଲେଖିଛନ୍ତି।
  10. ଆସନ୍ତାବର୍ଷ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା। ୫ଜିର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୮ ସହର ରହିଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ ୫ଜି ମୋବାଇଲ ସେବା ଉପଲବ୍ଧ ହୋଇଥିବ । ୨୦୨୩ ଡିସେମ୍ବର ସୁଦ୍ଧା  ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ଉପଲବ୍ଧ ହୋଇଥିବ ।
  11. ବର୍ଷା ଦିନ ପାଇଁ ଜୁନ ୧୬ରୁ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ଖୋଲିବ।
  12. ସାରଳା ରିୟଲ୍‌‌କନ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଚିଟ୍‌‌ଫଣ୍ଡ ମାମଲାରେ କଟକସ୍ଥିତ ସ୍ୱତନ୍ତ୍ର ଚିଟ୍‌‌ଫଣ୍ଡ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି କମ୍ପାନୀର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ସହ ନିଲାମ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
  13. ସାଢେ ଚାରିକୋଟି ଓଡ଼ିଆଙ୍କ ସୁଖଦୁଃଖର ସାଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଶୁଭ ଜନ୍ମଦିନ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସମଗ୍ର ରାଜ୍ୟରେ “ସେବା ଦିବସ” ରୂପେ ପାଳନ କରାଯାଇଛି। ଗୋଟିଏ ଦିନରେ ସର୍ବମୋଟ ୧୬୯୮୩ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ରାଜନୈତିକ ଦଳ ଭାବରେ ସର୍ବକାଳୀନ ରେକର୍ଡ଼ ହାସଲ କାରିବାର ଗୌରବ ଅର୍ଜନ କରିପାରିଛି।
  14. ନବୀନ ପଟ୍ଟନାୟକ ରବିବାର ଦିନ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଦେଶର ପୂର୍ବ ଭାଗରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମର ଏହ ପ୍ରଥମ ଶାଖା କାର୍ଯ୍ୟାଳୟ । କାର୍ଯ୍ୟାଳୟ ଉଦଘାଟନ ସମୟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ମଧ୍ୟ ଉପସ୍ଥିତ ଥିଲେ ।
  15. ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଆଜି ରବିବାର ଥିବା ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ନିଯୁକ୍ତି ଉଚ୍ଛେଦ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟରୁ ଗ୍ରୁପ୍‌-ବି, ସି ଓ ଡି ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛଇ।  ୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ କର୍ମଚାରୀ ମାନେ ସ୍ଥାୟୀ ହୋଇଛନ୍ତି। ରାଜ୍ୟରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହୋଇଛନ୍ତି।
  16. ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଭାରତ ଫେରିଥିବା ପ୍ରାୟ ୨୦୦୦ ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଆଶାର କିରଣ ପାଇଛନ୍ତି। ଏହି ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଉଜବେକିସ୍ତାନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଜ ପଢ଼ା ଶେଷ କରିପାରିବେ । ଏନେଇ ଉଜବେକିସ୍ତାନ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି ।
  17. ହିନ୍ଦୀ ଭାଷାକୁ କାହିଁକି ଅନ୍ୟ ଆଞ୍ଚଳିକ ଭାଷା ଭାଷି ରାଜ୍ୟ ଉପରେ ଥୋପା ଯାଉଛି ସେ ନେଇ ଚିଠିରେ ଅଭିଯୋଗ କରିଛନ୍ତି ଏମକେ ଷ୍ଟାଲିନ। ସେ କହିଛନ୍ତି, ସମାଜ ପାଇଁ ଏମିତି ପ୍ରୟାସ ବିଭାଜନକାରୀ।
  18. ଆମେରିକାର ଓହିଓ ବାସିନ୍ଦା ଜଣେ ୧୦୦ ବର୍ଷୀୟ ବୃଦ୍ଧ ଏବେ  ଡାକ୍ତରୀ ଅଭ୍ୟାସ ଜାରି ରଖିଛନ୍ତି । ବିଶ୍ୱର ସବୁଠୁ ବୟସ୍କ ଭାବେ  ଡାକ୍ତରୀ ଅଭ୍ୟାସ ଜାରି ରଖିଥିବାରୁ  ସେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ  ପାଇଛନ୍ତି ।
  19. କଟକର ଐତିହାସିକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ମହୋତ୍ସବରେ ପରିଣତ କରିବା ପାଇଁ ଆଜିଠାରୁ ପ୍ରାକ୍‍ ବାଲିଯାତ୍ରା ଉତ୍ସବ ଆରମ୍ଭ ହେଉଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ଣ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ମହାନଦୀର ଗଡଗଡ଼ିଆ ଘାଟଠାରେ ଏହି ଉତ୍ସବ ଚାଲିବ ।
  20. ଉତ୍ତରାଖଣ୍ଡରେ ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ନିଉ ଏଜୁକେସନ ପଲିସି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରି ଏକ ବ୍ୟବସ୍ଥା ଲାଗୁ କରିବାରେ ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ  ପରିତୟ ପାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.