• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗଗନଯାନ ମିଶନ ଅନ୍ତର୍ଗତ କେତେକ ଉଡ଼ାଣମୂଳକ ପରୀକ୍ଷା ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଫେବୃଆରୀରେ ହେବ। 
  2. ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ବିରୋଧରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
  3. ଦେଶର ସମସ୍ତ ରାଜ୍ୟରେ ୨୦୨୪ ସୁଦ୍ଧା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ’ର ଶାଖା କାର୍ଯ୍ୟାଳୟ ସ୍ଥାପନ ହେବ।
  4. ଶ୍ରୀ ଅମିତ ଶାହା କହିଛନ୍ତି, ୨୦୧୪ ପରେ ଏପର୍ଯ୍ୟନ୍ତ ୭୭ % ହିଂସା ହ୍ରାସ ପାଇଥିବା ବେଳେ ଏଥି ଜନିତ ମୃତ୍ୟୁ ସଂଖ୍ୟାରେ ୮୭ % ହ୍ରାସ ପାଇଛି। ୨୦୧୪ରେ ୧୧୩ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ଶିକାର ଥିବା ବେଳେ ଏବେ ମାତ୍ର ୪୬ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦର ଶିକାର ହେଉଥିବା ସେ କହିଛନ୍ତି।
  5. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଏକ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ପିଓକେରେ ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି ଏବଂ ଏହାର ପରିଣାମ ଭୋଗିବାକୁ ପଡ଼ିବ। ସେ ସିଧାସଳଖ କହିଛନ୍ତି ଯେ ଜମ୍ମୁ କଶ୍ମୀର ଏବଂ ଲଦାଖର ବିକାଶ କେବଳ ଗିଲଗିଟ-ବାଲ୍ଟିସ୍ତାନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ହେବ।
  6. ଗୁଜରାଟର ଭଦୋଦରାରେ ବାୟୁସେନା ପାଇଁ ସି-୨୯୫ ଏୟାରକ୍ରାଫ୍ଟ ଭାରତରେ ନିର୍ମାଣ କରାଯିବ । ତେବେ ଏନେଇ ଟାଟା ଏବଂ ଏୟାରବସ ସହ ଏକ ଡିଲ୍ ହୋଇଛି, ଏହା ଜରିଆରେ ବାୟୁସେନା ପାଇଁ ଅତ୍ୟାଧୁନିକ ଏୟାରକ୍ରାଫ୍ଟ ନିର୍ମାଣ କରାଯିବ ।
  7. ଅଷ୍ଟ୍ରେଲିଆରେ ଚାଲିଥିବା ଟି୨- ବିଶ୍ବକପ୍‌ରୁ ଆଉଟ ହେବ ପାକିସ୍ତାନ ଟିମ୍‌। ବିଶ୍ବକପ୍‌ର ଦୁଇଟି ମ୍ୟାଚ ଲଗାତର ହାରିବା ପରେ ବିଶ୍ବପକ୍‌ରୁ ବିଦାୟ ରାସ୍ତାର ନିକଟତର ହୋଇଛି ପାକିସ୍ତାନ।
  8. ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହୋଇଥିବା ମଡେଲ କୋଡ଼ ଅଫ କଣ୍ଡକ୍ଟ ପାଳନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଠୋର ହୋଇଛନ୍ତି। ଆଦର୍ଶ ଆଚରଣ ବିଧି ମାନନ୍ତୁ, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏବେ ସୁଦ୍ଧା ୧୦୨ଟି ଅଭିଯୋଗ ଆସିଛି, ୨୧୬ ଜଣ ଗିରଫ ହୋଇଛନ୍ତି।
  9. ଭାରତୀୟ ମହିଳା କ୍ରିକେଟରଙ୍କ ପୁରୁଷ ଟିମକୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମକୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ଏ ନେଇ ବିସିସିଆଇ ସେକ୍ରେଟେରୀ ଜୟ ଶାହ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି।
  10. ବିବାହିତ ମହିଳାଙ୍କୁ ଘର କାମ କରିବା ପାଇଁ କହିବା କ୍ରୁରତା ନୁହେଁ ବୋଲି ବେମ୍ୱ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ କହିଛନ୍ତି । ଏହାସହ ଏହାର ତୁଳନା ଚାକରାଣୀଙ୍କ କାମ ସହ କରାଯାଇ ପାରିବ ନାହିଁ ।
  11. ଭାରତ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଏବେ ଚୀନକୁ କାଉଣ୍ଟର କରିବା ପାଇଁ ଭାରତ ଖୁବଶୀଘ୍ର ନ୍ୟୋମାରେ ଏକ ଏୟାରଫିଲ୍ଡ ନିର୍ମାଣ ଆରମ୍ଭ କରିବ ।
  12. ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ ଶୃଙ୍ଗାର ଗୌରୀ କେସ୍‌ର ଶୁଣାଣି ଗୁରୁବାର ଶେଷ ହୋଇଛି ଏବଂ  ରାୟ କୋର୍ଟ ନଭେମ୍ବର ୮ ରେ ପ୍ରକାଶ କରିବେ ।
  13. ଆମେକାରର ବିଦେଶ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ୟୁଏସରେ ଧାର୍ମିକ ସ୍ୱଧୀନତାର ମହତ୍ୱ ଉପରେ ଜୋର ଦେଇ କହିଛନ୍ତି ଯେ ୫୦୦ ବର୍ଷ ପୁରୁଣା ହନୁମାନଙ୍କ ଚୋରି ହୋଇଥିବା ମୂର୍ତ୍ତିକୁ ଚଳିତ ବର୍ଷ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଛି ।
  14. ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ରୀୟ ସମିତିରୁ ବିଜେପି ବିଧାୟକ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ତେଲେଙ୍ଗାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ତେଲେଙ୍ଗାନା ମୁନୁଗୁଡେ ଉପନିର୍ବାଚନ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି।
  15. ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଉଦ୍ଧବ ଗୋଷ୍ଠୀ ଦୁଇ ଟ୍ରକରେ ପ୍ରାଥମିକ ସଦସ୍ୟତା କାଗଜପତ୍ର ନିର୍ବାଚନ ପ୍ୟାନେଲ କାର୍ଯ୍ୟାଳୟକୁ ପଠାଇଛନ୍ତି। ଶିବସେନା ସାଂସଦ ଅନିଲ୍ ଦେଶାଇ କହିଛନ୍ତି, ୧୧ ଲକ୍ଷ ପ୍ରାଥମିକ ସଦସ୍ୟତା ଫର୍ମ ଏକତ୍ର କରାଯାଇଥିଲା। ମାତ୍ର ନିର୍ବାଚନ ଆୟୋଗ ଜମା କରିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଥିଲେ ଏବଂ ସେହି ଅନୁସାରେ ମୋଟ୍ ୮ ଲକ୍ଷ ୫୦ ହଜାର ପେପର ଜମା କରାଯାଇଛି।
  16. ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା ଛାଉଣି କାର୍ଯ୍ୟରେ ଲାଗିଥିଲେ। ୧୮ଟି ତଟୁଘୋଡ଼ା ଛାଉଣି ପାଇଁ ଆବଶ୍ୟକ ୫୫୦ଟି ସୁନା ଚାଦର ବୋହି ଆଣିଥିଲେ।
  17. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ), କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଏବଂ ଜାତୀୟ ପେନ୍‌ସନ୍ ସ୍କିମ୍‌ରେ ଏହି ମାସରେ କମ୍ ସଂଖ୍ୟକ ନୂଆ କର୍ମଚାରୀ ଯୋଡ଼ି ହୋଇଛନ୍ତି। ଗତ ଜୁଲ‌ାଇରେ ଇପିଏଫ୍‌ଓରେ ୧୮.୨ ଲକ୍ଷ ନୂଆ‌ ସଦସ୍ୟ ଯୋଡ଼ି ହୋଇଥିଲେ। ଅଗଷ୍ଟରେ ସେମାନଙ୍କ ସଂଖ୍ୟା ୭.୧% ହ୍ରାସ ପାଇ ୧୬.୯ ଲକ୍ଷ ହୋଇଛି।
  18. ଷ୍ଟକ ବଜାର ନିବେଶକମାନଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବା ଲାଗି ନିଜ ଉତ୍ପାଦ ରଣନୀତି ବଦଳାଇବା ଲାଗି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)କୁ ସରକାର କହିଛନ୍ତି। ଚଳିତ ବର୍ଷ ମେ’ ୧୭ରେ ଏଲ୍‌ଆଇସି ଷ୍ଟକ ବଜାରରେ ପ୍ରବେଶ କରିଥିଲା। ‌ସେହି ସମୟରେ କଂପାନିର ସେୟାର ମୂଲ୍ୟ ୯୪୯ ଟଙ୍କା ଥିଲା। ବର୍ତ୍ତମାନ ସେହି ମୂଲ୍ୟ ୫୯୫ ଟଙ୍କା ୫୦ ପଇସା ଭଳି ନିମ୍ନ ସ୍ତରରେ ରହିଛି।
  19. ସମ୍ ଅଲ୍ଟିମେଟ୍ ମେଡିକେୟାରର ଶଲ୍ୟ ଚିକିତ୍ସକ (ସର୍ଜନ) ଏକ ନବଜାତ ଶିଶୁର ପେଟ ଅସ୍ତ୍ରୋପଚାର କରି ଗୋଟିଏ ବଡ଼ ଟ୍ୟୁମର ବାହାର କରିଛନ୍ତି ।
  20. ଆନ୍ଧେରି ପୂର୍ବ (ମହାରାଷ୍ଟ୍ର), ମୋକାମା ଏବଂ ଗୋପାଳଗଞ୍ଜ (ବିହାର), ଆଦମପୁର (ହରିୟାଣା), ମୁନୁଗୋଡେ (ତେଲେଙ୍ଗାନା), ଗୋଲା ଗୋକ୍ରନାଥ (ଉତ୍ତରପ୍ରଦେଶ) ଏବଂ ଧାମନଗର (ଓଡିଶା) ନଭେମ୍ବର 3 ରେ ମତଦାନ ହେବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.