• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟର ମୋଟ ଜନସଂଖ୍ୟାର ୨୨% ଆଦିବାସୀ ମଧ୍ୟରେ ୧୩ଟି ବର୍ଗ ଆଦିମ ଅଧିବାସୀ। ଏହି ଆଦିମ ଅଧିବାସୀଙ୍କ ରୋଗ ନିରୂପଣ ପ୍ରୋଫାଇଲ ରିପୋର୍ଟ କରିବାରେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟର ମାନ୍ୟତା ପାଇଛି।
  2. ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲାଙ୍କ ପୁଅ ଶୁକ୍ରବାର ମହେନ୍ଦ୍ର ସିଂହ ବାଘେଲା କଂଗ୍ରେସରେ ଯୋଗ ଦେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।
  3. ଟେସଲା ସିଇଓ ଏଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ଅଧ୍ୟଗ୍ରହଣ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବୟାନ ସାମନାକୁ ଆସିଛି ।  ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଟ୍ୱିଟର ଭାରତର ନିୟମ ପାଳନ କରିବ ବୋଲି ଆଶା କରାଯାଉଛି । ସେ କହିଛନ୍ତି ପ୍ଲାର୍ଟଫର୍ମ ମାଲିକ ହିସାବରେ ଆଇନ ବଦଳିବ ନାହିଁ ।
  4. ସୋସିଆଲ ମିଡିଆ ଟ୍ୱିଟରକୁ କିଣିବା ପରେ ଟେସଲା ସିଇଓ ଏଲନ ମସ୍କ ବଡ଼ ପଦକ୍ଷେପ ସ୍ୱରୂପ କମ୍ପାନୀର ସିଇଓ ପରାଗ ଅଗରୱାଲଙ୍କ ସମେତ ବଡ଼ ବଡ଼ ପଦାଧିକାରୀଙ୍କ ଛଟେଇ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।
  5. ଆସନ୍ତା ୫ ବର୍ଷରେ ଜଳବାୟୁ ପରିବର୍ତ୍ତନ ଜନିତ ହାରାହାରି ତାପମାତ୍ରା ୧୫% ବଢ଼ିଯିବ । ସେହିଭଳି ବିଶ୍ୱର ସ୍ୱାଭାବିକ ହାରାହାରି ତାପମାତ୍ରା ୧.୫% ବଢ଼ିବ ବୋଲି କୁହାଯାଇଛି । ଏହାବ୍ୟତୀତ ୧୯୯୦ ଓ ୨୦୨୧ ମଧ୍ୟରେ ରେଡିଏଟିଭ୍‌ ଫୋର୍ସିଙ୍ଗ୍‌ (ଏକପ୍ରକାର ଉଷ୍ମତା) ୫୦% ବଢ଼ିଛି, ଯାହା ପାଇଁ ଅଙ୍ଗାରକାମ୍ଳ ସର୍ବାଧିକ ୮୦% ଦାୟୀ ।
  6. ଋଷ ରାଜଧାନୀ ମସ୍କୋରେ ଭାଲଦାଇ କ୍ଲବ ସମ୍ମିଳନୀରେ ଯୋଗ ଦେଇ ପୁଟିନ କହିଛନ୍ତି “ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମହାନ ଦେଶ ଭକ୍ତ। କିଛି ଅଲଗା ନିଷ୍ପତ୍ତି ନେବା ଓ ରୋକ ଲଗାଇବାକୁ ଚେଷ୍ଟା ଫଳରେ ବି ସେ ତାଙ୍କର ବୈଦେଶିକ ନୀତିକୁ ସ୍ୱାଧୀନ ଭାବେ ରଖିଛନ୍ତି। ମୁଁ ନିଶ୍ଚିତ ଯେ ବିଶ୍ୱସ୍ତରରେ ଭାରତର ଆଗକୁ ଗୋଟେ ବଡ଼ ଭବିଷ୍ୟତ ଅଛି।”
  7. ଐତିହାସିକ କିର୍ତ୍ତିରାଜି ଶାନ୍ତିସ୍ତୂପ ଧଉଳିର ପଚାଶ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁକ୍ରବାର ଏକ ବର୍ଣ୍ଣାଢ୍ୟ ମୁହୂର୍ତ୍ତରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନେପାଳ, ୟୁଏସଏ, ଯୁକ୍ରେନ, ଲଣ୍ଡନ, ରସିଆ, ଶ୍ରୀଲଙ୍କା, ଜାପାନ ଆଦି ବିଶ୍ୱର କୋଣ ଅନୁକୋଣରୁ ଶତାଧିକ ବୌଦ୍ଧଗୁରୁ ତଥା ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେଇଥିଲେ। 
  8. ହିମାଚଳ ପ୍ରଦେଶର ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ବାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ ମୋଟ ୫୬୧ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି ।ଆସନ୍ତାମାସ ୧୨ ତାରିଖରେ ସେଠାରେ ମତଦାନ ହେବ। ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ।
  9. ୨୦୧୯ ପରେ କୋହଲି ଏକ ଆନ୍ତର୍ଜାତିକ ଶତକ ମାରିଛନ୍ତି । ଦୀର୍ଘ ୩ ବର୍ଷ ପରେ ଶତକ ମାରିବା ପରେ କୋହଲି ପୁଣିଥରେ ମ୍ୟାଚ୍‌ ବିଜେତା ଭାବେ ଉଭା ହୋଇଛନ୍ତି।
  10. ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ରୁଷ୍‌ର କୌଣସି ଯୋଜନା ନାହିଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ଗୁରୁବାର ଆନ୍ତର୍ଜାତିକ ବିଦେଶ ନୀତି ବିଶେଷଜ୍ଞ ସମ୍ମିଳନୀରେ ଯୋଗଦେଇ ରୁଷ୍‌ ରାଷ୍ଟ୍ରପତି ପୁଟିନ ଏହା କହିଛନ୍ତି।
  11. ଓସିଏର ୧୧ତମ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରଣବଙ୍କ ନେତୃତ୍ୱରେ ରାଜ୍ୟର ଏହି ସର୍ବୋଚ୍ଚ କ୍ରିକେଟ ସଂଘ ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ ବୋଲି ଆଶା ରହିଛି।
  12. ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରୁ କୌଣସି ଘରୋଇ କ୍ଲିନିକ୍‌କୁ ରୋଗୀ ସ୍ଥାନାନ୍ତର ପାଇଁ ପ୍ରୋତ୍ସାହିତ କରୁଥିବା ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲର ବହିର୍ବିଭାଗ (ଓପିଡି)କୁ ଆସୁଥିବା ରୋଗୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଖାଇ ଘରୋଇ କ୍ଲିନିକକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି।
  13. ମୃତ୍ୟୁବରଣ କରିଛି ନନ୍ଦନକାନନର ବୟସ୍କା ହାତୀ ପ୍ରେମା ୬୭ ବର୍ଷ ବୟସରେ ଆଜି ଆଖି ବୁଜିଛି । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।
  14. ହିନ୍ଦୁଧର୍ମକୁ ଅସମ୍ମାନ କଲା ଭଳି ଆପତ୍ତିଜନକ ମନ୍ତବ୍ୟ ଦେଇଥିବରୁ ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ୍ ଜାରି କଲେ ଆଇନଜୀବୀ ସନ୍ଦୀପନ ମିଶ୍ର । ଏହାସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ନିବେଦନ କରାଯାଇଛି ।
  15. ଆଗାମୀ ୨୦୨୫ ସୁଦ୍ଧା ଭାରତ ଅନ୍ୟ ଦେଶକୁ ସବୁଜ ଶକ୍ତି ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଓଡ଼ିଶାକୁ ଦେଶର ଶିଳ୍ପାୟନର ପ୍ରମୁଖ କେନ୍ଦ୍ର ଭାବରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ଓଡ଼ିଶା ମଧ୍ୟ ସବୁଜ ଶକ୍ତିକୁ ବିଶେଷ ଗୁରୁତ୍ୱ ଦେଉଛି।
  16. ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବା ନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ପିଠାବଟା ପ୍ରବେଶ ଫାଟକ ଦେଇ ଅଗ୍ରୀମ ବୁକିଂ କିମ୍ବା ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ଏବଂ ଯଶିପୁର କାଳିଆଣୀ ପ୍ରବେଶ ଫାଟକ ପଟୁ ୩୫ଟି ଗାଡିକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପ୍ରବେଶ ପାଇଁ ସକାଳ ୬ଟାରୁ ୯ଟା ମଧ୍ୟରେ ଅନୁମତି ପତ୍ର ନେଇ ପାରିବେ।
  17. ୨୦୧୯ର ଏକ ଘୃଣ୍ୟ ଭାଷଣ ମାମଲାରେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ସହିତ ୨,୦୦୦ ଟଙ୍କାର ଆର୍ଥିକ ଜରିମାନାରେ ଦଣ୍ଡିତ କରାଯିବାର ଗୋଟିଏ ଦିନ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ କାରାଦଣ୍ଡର ଅବଧି ଦୁଇ ବର୍ଷରୁ ଅଧିକ ହୋଇଥିବାରୁ ଖାନ ବିଧାନସଭା ସଦସ୍ୟତା ହରାଇଛନ୍ତି।
  18. ଆମେରିକାର ସଂସଦର ନିମ୍ନ ସଦନର ବାଚସ୍ପତି ନାନସି ପେଲୋସିଙ୍କ ସ୍ବାମୀ ପଲ ପେଲୋସିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଶୁକ୍ରବାର ସକାଳେ ଜଣେ ବ୍ୟକ୍ତି ସାନ ଫ୍ରାନସିସକୋସ୍ଥିତ ପେଲୋସିଙ୍କ ଘରର ଝରକା ଭାଙ୍ଗି ଘରେ ଅନୁପ୍ରବେଶ କରିଥିଲା ।
  19. ୟୁକ୍ରେନ ଡର୍ଟି ବମ୍ ପ୍ରସ୍ତୁତ କରୁଛି ଓ ତାହାକୁ ରୁଷ ଉପରେ ପ୍ରୟୋଗ କରିବ ବୋଲି ରୁଷ ପକ୍ଷରୁ ଅଭିଯୋଗ କରାଯାଉଛି । ଯଦି ୟୁକ୍ରେନ ଡର୍ଟି ବମ ପ୍ରୟୋଗ କରେ ତେବେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଧମକ ଦେଇଛି ରୁଷ ।
  20. ଆଗାମୀ ୩୦ ଅକ୍ଟୋବର ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବାର ସମ୍ଭାବନା ଅଛି। ୩୧ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.