• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାତିସଂଘ ମିଶନରେ ଭାରତର ସାମରିକ ଏବଂ ପୁଲିସ୍ ସହାୟତା ସବୁଠାରୁ ଅଧିକ ଯେଉଁଥିରେ ପ୍ରଥମ ମହିଳା ପୁଲିସ୍ ଶାନ୍ତି ରକ୍ଷା ମିଶନ ଅନ୍ତର୍ଭୁକ୍ତ। ସେ କହିଛନ୍ତି, ୧୯୪୮ ପରଠାରୁ ଦୁଇ ଶହ ହଜାରରୁ ଅଧିକ ଭାରତୀୟ ପୁରୁଷ ଓ ମହିଳା ୪୯ଟି ଶାନ୍ତି ରକ୍ଷା ମିଶନରେ କାର୍ଯ୍ୟ କରିଛି।
  2. ଭାରତ ପୁଣି ଥରେ ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛି। ଫ୍ରାନ୍ସ ମଧ୍ୟ ସହ-ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛି। ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌର ମେଣ୍ଟର ମହାନିର୍ଦ୍ଦେଶକ ଅଜୟ ମାଥୁର କହିଛନ୍ତି, କେନ୍ଦ୍ର ନୂତନ ତଥା ପୁନଃ ବ୍ୟବହାରକ୍ଷମ ଶକ୍ତିମନ୍ତ୍ରୀ ଆର.କେ. ସିଂହ ପୁନର୍ବାର ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
  3. ଇଂରାଜୀ କେବଳ ଯୋଗାଯୋଗର ଏକ ମାଧ୍ୟମ। ଜ୍ଞାନର ମାପକାଠି ନୁହେଁ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
  4. ମଲ୍ଲିକାର୍ଜ୍ଜୁନ ଖଡଗେ ଦଳର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି। ମିର୍ବାଚନରେ ଖଡଗେଙ୍କୁ ସର୍ବାଧିକ ୭ ହଜାର ୮୯୭ଟି ଭୋଟ ମିଳିଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସାଂସଦ ଶଶି ଥରୁରଙ୍କୁ ମାତ୍ର ୧ ହଜାର ୭୨ଟି ଭୋଟ ମିଳିଛି। 
  5. ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ( ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଧାର୍ଯ୍ଯ ହୋଇଥିବା  ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ୧୯ ତାରିଖ ଧାର୍ଯ୍ଯ କରାଯାଇଥିଲା। ବର୍ତ୍ତମାନ ଧାର୍ଯ୍ଯ ତାରିଖରେ ବୃଦ୍ଧା କରାଯାଇ ଅକ୍ଟୋବର ୨୬ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ଯନ୍ତ ରଖାଯାଇଛି।
  6. ଚଳିତ ବର୍ଷ ସାଇବର ଜାଗ୍ରତ ଦିବସରେ ସାଇବର ସୁରକ୍ଷା ପାଠ୍ୟକ୍ରମର ସିଲାବସ୍ ପ୍ରସ୍ତୁତ କରାଯାଇଛି । ଏହା ଜରିଆରେ ସାଇବର ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ ଓ ଦାୟିତ୍ବବାନ ଡିଜିଟାଲ ନାଗରିକ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାଇବର ସ୍ବଚ୍ଛତା ଆଣାଯାଇ ପାରିବ ।
  7. ଦେଶରେ କରୋନା ମହାମାରୀ ପ୍ରଭାବ ଆପାତତଃ ହ୍ରାସ ପାଇଥିଲେ ହେଁ ନିକଟରେ ମିଳିଥିବା କରୋନା ଭୂତାଣୁର ନୂଆ ସବ୍‌ଭାରିଏଣ୍ଟ ( ବିଏଫ.୭)କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସତର୍କତା ଜାରି କରିଛି।
  8. ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବା ପରେ ଅନ୍ୟ ଦେଶମାନଙ୍କୁ ବି ଏହି କ୍ଷେପଣାସ୍ତ୍ର ବିକିବାକୁ ଭାରତ ଯୋଜନା କରୁଛି । ମିଳିଥିବା ସୂଚନା ଅନୁସାରେ ସାଉଦି ଆରବ, ୟୁଏଇ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ୧୦ଟି ଦେଶକୁ ବ୍ରହ୍ମସ ବିକିବାକୁ ବ୍ରହ୍ମସ ଏରୋସ୍ପେସ୍ ଲକ୍ଷ୍ୟ ରଖିଛି ।
  9. ଏପର୍ଯ୍ୟନ୍ତ ମୋଟ ୨୨୩ଟି ଇରାନୀ ଡ୍ରୋନକୁ ୟୁକ୍ରେନର ଏୟାର ଡିଫେନ୍ସ, ସିଷ୍ଟମ ରକେଟ୍, ଆଣ୍ଟି-ଏୟାରକ୍ରାଫ୍ଟ ୟୁନିଟ୍, ହେଭି ମେସିନ ଗନ, ବିମାନ ଆଦି ମାଧ୍ୟମରେ  ଖସାଇବାରେ ସଫଳ ହୋଇଛି । ରୁଷର ୮୫ ପ୍ରତିଶତ ସାହେଦ ଡ୍ରୋନକୁ ଖସାଇ ଦିଆଯାଇଛି ବୋଲି ୟୁକ୍ରେନ ଦାବି କରିଛି ।
  10. ହରିୟାଣାରେ ଗୁରୁଗ୍ରାମରେ ଦୁଇଦିନ ତଳେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଛି ପୁଲିସ । ଗୁରୁଗ୍ରାମର ଇଫକୋ ଛକଠାରେ ଗତ ୧୭ ତାରିଖରେ ଏକ ସୁଟକେସରୁ ଜଣେ ୨୦-୨୫ ବର୍ଷୀୟ ଯୁବତୀଙ୍କ ମୃତଦେହ ମିଳିଥିଲା ।
  11. ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ହ୍ରାସ ପାଇବାରେ ଲାଗିଛି। ବୁଧବାର ଆମେରିକୀୟ ମୁଦ୍ରା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି। ୬୧ ପଇସା ହ୍ରାସ ସହ ଗୋଟିଏ ଡଲାରର ବିନିମୟ ମୂଲ୍ୟ ୮୩ ଟଙ୍କା ଅତିକ୍ରମ କରିଛି। ୮୩.୦୧ ସହ ବୁଧବାର କାରବାର ବନ୍ଦ ରହିଛି। ଗତକାଲି ୧୦ ପଇସା ହ୍ରାସ ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରତି ଡଲାର ୮୨.୩୯ରେ ବନ୍ଦ ରହିଥିଲା।
  12. ୨୦୨୨ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନୀ ୮ ଗୁଣା ବୃଦ୍ଧି ପାଇଛି।
  13. ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ।
  14. ଧାମନଗର ଉପନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ବିଜେଡିରୁ ବିଦା ହୋଇଛନ୍ତି.. ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରାଯାଇଛି।
  15. ଭାରତୀୟ ଶିଳ୍ପପତି ତଥା ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜର ରେକର୍ଡ ଭାଙ୍ଗିଛନ୍ତି। କିଛି ଦିନ ପୂର୍ବରୁ ରିଲାଏନ୍ସ ଚେୟାରମ୍ୟାନ୍ ଦୁବାଇରେ ୮୦ମିଲିୟନ୍ ଡଲାରରେ ଏକ ଆବାସିକ ସମ୍ପତ୍ତି କିଣିଥିଲେ ଏବଂ ବର୍ତ୍ତମାନ ସେହି ମୂଲ୍ୟଠାରୁ ଦୁଇଗୁଣ ଅଧିକ ଟଙ୍କା ଖର୍ଚ୍ଚ କରି ସେ ଏବେ ବିଳାସପୂର୍ଣ୍ଣ ମହଲ କିଣିଥିବା ଜଣାପଡ଼ିଛି।
  16. ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ତୁରନ୍ତ ଦେଶ ଛାଡ଼ିବା ଲାଗି ଆଲର୍ଟ କରାଯାଇଛି। ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଯେହେତୁ ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି ।
  17. ଦୁଷ୍କର୍ମ ମାମଲାର ଦୋଷୀ ରାମ ରହୀମଙ୍କ ଅନଲାଇନ୍ ସତସଙ୍ଗରେ ସାମିଲ୍ ହୋଇ ବିବାଦରେ ବିଜେପି ନେତା। ହରିୟାଣାର କରନାଲ ନଗର ନିଗମର ମେୟର ରେଣୁ ବାଳା ଗୁପ୍ତା ସମେତ ଅନ୍ୟ ନେତା ଉକ୍ତ ସତସଙ୍ଗରେ ଯୋଗ ଦେବା ନେଇ ସୃଷ୍ଟି ହୋଇଛି ବିବାଦ।
  18. ଉତ୍ତର ପ୍ରଦେଶର ନିର୍ବାଚନ ପାଇଁ ଏଥର ୧୨୦୦ ମୁସ୍ଲିମ ପ୍ରାର୍ଥୀ ଦେବ ବିଜେପି। ଆସନ୍ତା ପୌର ନିର୍ବାଚନରେ ୧୨୦୦ ପାସ୍‌ମାଣ୍ଡା ମୁସ୍ଲିମଙ୍କୁ ବିଜେପି ଟିକେଟ୍ ଦେବ ବୋଲି ସୂଚନା ମିଳିଛି। ମୁସ୍ଲିମ ସମ୍ପ୍ରଦାୟର ପଛୁଆ ବର୍ଗ ହେଉଛନ୍ତି ପାସମାଣ୍ଡା ମୁସ୍ଲିମ।
  19. ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶର ୭୫,୦୦୦ ଯୁବାଙ୍କୁ ଚାକିରି ‘ଉପହାର’ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍‌ ଶନିବାର ଦିନ ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବେ।
  20. ଚଳିତ ବର୍ଷ ଭଲ ନମ୍ବର ରଖି ଦ୍ବାଦଶ ପରୀକ୍ଷା ପାସ୍‌ କରିଥିବା ୩୫,୮୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର୍‌ ଯୋଗାଇ ଦେବା ପାଇଁ ଆସାମ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.