• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧.ବାତ୍ୟାକୁ ନେଇ ଆଇଏମ୍‌ଡି ଜାରି କରିଥିବା ସର୍ବଶେଷ ବୁଲେଟିନ୍‌ରେ ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୩ ଓ ୨୪ରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଓଡ଼ିଶାରେ ପବନ ବହିବାର ସମ୍ଭାବନା ରହିଛି।
  2. ୨ଦେଶର ସବୁଠୁ ଦାନୀ ବିଲେନିୟରଙ୍କ ସୂଚୀରେ ସବୁଠୁ ଆଗରେ ଅଛନ୍ତି ଶିବ ନାଦର । ଏଡଲଗିଭ ହୁରୁନ ଇଣ୍ଡିଆ ଫେଲନଥ୍ରୋପୀ ଲିଷ୍ଟ ୨୦୨୨ ଅନୁସାରେ ଆଇଟି କମ୍ପାନି ଏସଚିଏଲ ପ୍ରତିଷ୍ଠାତା ଶିବ ନାଦର ବର୍ଷକୁ ୧,୧୬୧ କୋଟି ଟଙ୍କା ଦାନ କରିଛନ୍ତି । ଏହି ହିସାବରେ ଶିବ ନାଦର ଦାନ ବାବଦକୁ ପ୍ରତିଦିନ ତିନି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
  3. ୩.ଦେଶର ବଡ଼ ବଡ଼ ଅରବପତିଙ୍କୁ ପଛରେ ପକାଇଲେ ଓଡ଼ିଶାର ସୁସ୍ମିତା ବାଗଚୀ । ଏଡେଲ୍ ଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକା ୨୦୨୨ ପ୍ରକାଶ କରିଥିବା ଦେଶର ସବୁଠାରୁ ବଡ଼ ଦାନୀଙ୍କ ମଧ୍ୟରେ ରହିଛନ୍ତି ସୁସ୍ମିତା । ସେ ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ।
  4. ୪.ଦିବଙ୍ଗତ ହଲିଉଡ ଅଭିନେତ୍ରା ଏବଂ ଫେସନ ଆଇକନ ଅନ୍ନା ମେ ୱଙ୍ଗ ଆମେରିକୀୟ ଡାଲର ଉପରେ ସ୍ଥାନ ପାଇବାରେ ପ୍ରଥମ ଏସିଆ-ଆମେରିକୀୟ ହେବାକୁ ଯାଉଛନ୍ତି । ଆମେରିକୀୟ ଡଲାରର ଏକ ଚତୁର୍ଥାଂଶ ମୁଦ୍ରା (କ୍ୱାର୍ଟର ଡଲାର) ଉପରେ ଦିବଙ୍ଗତ ଅଭିନେତ୍ରୀଙ୍କ ଚିତ୍ର ସ୍ଥାନ ପାଇବ ।
  5. ୫.ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ। ଆଉ ସପ୍ତାହକ ମଧ୍ୟରେ(ଅକ୍ଟୋବର ୨୮) ବ୍ରିଟେନ୍‌କୁ ଆଉ ଏକ ପ୍ରଧାନମନ୍ତ୍ରୀ ମିଳିବ ବୋଲି ସେ ଘୋଷଣା ମଧ୍ୟ କରିଛନ୍ତି। ଆସନ୍ତା ସପ୍ତାହର ଶେଷ ବେଳକୁ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇସାରିଥିବେ ବୋଲି ସେ କହିଛନ୍ତି। ଟ୍ରସଙ୍କର ମିନି ବଜେଟ୍ ବ୍ରିଟେନ୍ ମାର୍କେଟ୍‌କୁ ଛାରଖାର କରି ଦେଇଛି।
  6. ୬.କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଦେଶରେ ୧୯୪୬ ନୂଆ ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ର, କେରଳ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଝାଡଖଣ୍ଡ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମଣିପୁର ଏବଂ ଜାମ୍ମୁ କାଶ୍ମୀର ପରି ରାଜ୍ୟରେ କରୋନା ମାମଲା ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ନିକଟରେ ମହାରାଷ୍ଟ୍ରରେ କରୋନାର ନୂଆ XBB ଭାରିଆଣ୍ଟର ୧୮ ମାମଲା ଦେଖିବାକୁ ମିଳିଛି ।
  7. ୭.ଦିଲ୍ଲୀରେ ବାଣ ବିକ୍ରି ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଯାଚିକା ଉପରେ ତୁରନ୍ତ ଶୁଣାଣି କରିବା ଦାବିକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି,’ଲୋକଙ୍କୁ ସୁରକ୍ଷିତ ବାୟୁରେ ଶ୍ୱାସ ନେବାକୁ ଦିଆଯାଉ ଏବଂ ମିଠା କିଣାରେ ନିଜ ଟଙ୍କା ଖର୍ଚ୍ଚ କରନ୍ତୁ’। 
  8. ୮.ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅକ୍ଟୋବର ୨୬ ତାରିଖରେ ଦାୟିତ୍ୱ ସମ୍ଭାଳିବେ। ଆସନ୍ତା ବୁଧବାର ଦିଲ୍ଲୀରେ ଏଆଇସିସି ମୁଖ୍ୟାଳୟରେ ସେ ବିଧିବଧ ଭାବେ ଦାୟିତ୍ୱରେ ଯୋଗ ଦେବେ ଖଡ଼ଗେ।
  9. ୯.୨୦୨୨ ମସିହାରେ ୪୧ ଲକ୍ଷରୁ ଅଧିକ ଭକ୍ତ ଏପର୍ଯ୍ୟନ୍ତ ପହଞ୍ଚିଛନ୍ତି। ପୂର୍ବରୁ ୨୦୧୯ ରେ ପ୍ରାୟ ୩୫ ଲକ୍ଷ ହୋଇଥିଲା । ତେବେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଥିବାରୁ ବର୍ତ୍ତମାନ ଚାର ଧାମ୍‌ ଯାତ୍ରା ଚଳିତ ବର୍ଷ ବନ୍ଦ ହେବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ୧୫ ଲକ୍ଷ ତୀର୍ଥଯାତ୍ରୀ ବଦ୍ରିନାଥ, ୧୪ ଲକ୍ଷରୁ ଅଧିକ କେଦାରନାଥ, ୬ ଲକ୍ଷରୁ ଅଧିକ ଗଙ୍ଗୋତ୍ରୀ ଏବଂ ୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଯମୁନାତ୍ରୀରେ ପହଞ୍ଚିଛନ୍ତି।
  10. ୧୦.ଦ୍ବାଦଶ ପାସ୍ କରିଥିବା ଏହି ଛାତ୍ରଙ୍କୁ ଏବେ ଆଇଟିଆଇରେ ଟ୍ରେନିଂ ପରେ ସିଧାସଳଖ ନିଯୁକ୍ତି ମିଳିବ। କମ୍ପାନୀ ନିଜର ଫ୍ୟାକ୍ଟ୍ରିରେ ଅସ୍ଥାୟୀ ଶ୍ରମିକଙ୍କୁ କାମରେ ରଖିବା ପରିବର୍ତ୍ତେ ଆଇଟିଆଇରୁ ଟ୍ରେନିଂ ନେଉଥିବା ଛାତ୍ରଙ୍କୁ ପ୍ରାଥମିକତା ଦେଉଛି।
  11. ୧୧.ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ଘଟିଛି । ଡାକ୍ତରଖାନାରୁ ଅକ୍ସିଜେନ ପାଇପ୍ କାଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ମୂଲ୍ୟର ୬୦ ମିଟର ପାଇପ କାଟି ନେଇଥିବା ଜଣାପଡ଼ିଛି । ଅକ୍ସିଜେନ ସିଲିଣ୍ଡର ଦ୍ବାରା ବିକଳ୍ପ ଭାବେ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ । 
  12. ୧୨.ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଛାତ୍ରଛାତ୍ରୀ ୧୨ ହଜାର ୮ଶହଟି ଅଧିକ +୨ କଳା ସିଟ୍‌‌ ପାଇବେ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଉନ୍ନତ ପାସ୍‌‌ ହାର ଓ ପୂର୍ବାପେକ୍ଷା ପିଲାଙ୍କ ସଫଳତାକୁ ଦୃଷ୍ଟିରେ ରଖି ବିଭାଗ ସିଟ୍‌‌ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା।
  13. ୧୩.ରୁଷ-ୟୁ୍କ୍ରେନ ଯୁଦ୍ଧ ମଧ୍ୟରେ ଗତ ସେପ୍ଟେମ୍ବର ୨୯ରେ ଏପରି ଏକ କ୍ଷଣ ଆସିଥିଲା ଯାହାକି ଏକ ବିଶ୍ବଯୁଦ୍ଧର ରୂପ ନେବାର ଆଶଙ୍କା ଥିଲା । ସେଦିନ କୃଷ୍ଣ ସାଗର ଉପରେ ଉଡ଼ୁଥିବା ବ୍ରିଟେନ ବାୟୁସେନାର ଏକ ବିମାନ ଉପରକୁ ରୁଷର ଦୁଇଟି ସୁଖୋଇ-୨୭ ଲଢୁଆ ବିମାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ।
  14. ୧୪.ପଶ୍ଚିମବଙ୍ଗରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି।
  15. ୧୫.ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ପରୀକ୍ଷାଗାରରେ ଭୟଙ୍କର କୋଭିଡ୍‌ ଭୁତାଣୁ ଗବେଷକମାନେ ତିଆରି କରିଥିବା ଦାବି କରିଛନ୍ତି । ଏହାକୁ କୃତ୍ରିମ ଉପାୟରେ ତିଆରି କରାଯାଇଛି । ଓମିକ୍ରନ୍‌ର ସ୍ପାଇକ୍‌ ପ୍ରୋଟିନ୍‌ ଏବଂ ମୂଳ କୋଭିଡ୍‌ -୧୯ ଭୁତାଣୁର ସମିଶ୍ରଣରେ ଏହାକୁ ଗବେଷକମାନେ ପ୍ରସ୍ତୁତ କରିଛନ୍ତି ।
  16. ୧୬.ବେଙ୍ଗାଲୁରର ଶ୍ରୀକାନ୍ତିରଭା ଷ୍ଟାଡ଼ିୟମରେ ଚାଲିଥିବା ୬୧ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ୫ମ ଦିବସରେ ଓଡ଼ିଶାକୁ ଆଉ ଏକ ପଦକ ମିଳିଛି । ମହିଳା ୨୦୦ମିଟର ଦୌଡ଼ରେ ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଜିତିଛନ୍ତି ।
  17. ୧୭.କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ନବନର୍ମିିତ ବିମାନବନ୍ଦରକୁ ବିମାନ ଉଡାଣ ନେଇ ଅନୁମତି ମିଳିଛି। ‘ଉଡାନ୍‌’ ‌‌ଯୋଜନାରେ ବିମାନ ଚଳାଚଳ ନେଇ ଅକ୍ଟୋବର ୨୦ ତାରିଖରେ ଲାଇସେନ୍ସ ମିଳିଛି।
  18. ୧୮.ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ(OB&OCWW)ର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମୟୀ ମିଶ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
  19. ୧୯.ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ୍ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରୀ, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ୍ ଆଦି ଦେଖିଥିଲେ।
  20. ୨୦.ମାଗଣା ରାସନ ଯୋଜନା ସେପ୍ଟେମ୍ୱର ୩୦ରେ ଶେଷ ହୋଇଥାନ୍ତା । ଏହା ପୂର୍ବରୁ ସରକାର ଏହି ଯୋଜନାକୁ ଆଉ ତିନି ମାସ ବଢାଇଥିଲେ । ଅର୍ଥ ମନ୍ତ୍ରାଳୟ ଅନୁସାରେ ତିନି ମାସରେ ମାଗଣ ରାସନ ପାଇଁ ସରକାରଙ୍କ ଉପରେ ୪୫,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.