• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏମ୍ସରେ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ଫେରାଇ ନିଆଯାଇଛି। ଏଭଳି ବ୍ୟବସ୍ଥା ଭିଆଇପି ସଂସ୍କୃତିକୁ ପ୍ରୋତ୍ସାହନ ଦେବ ବୋଲି କହି ବିରୋଧ ହେବାରୁ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶକୁ ଫେରାଇ ନେଇଛନ୍ତି।
  2. ଭାରତ ଦେଶରେ ବିକଶିତ ନୂତନ ପିଢିର ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ ବାଲିଷ୍ଟିକ୍ ମିଶାଇଲର ସଫଳ ପରୀକ୍ଷଣ କରିଛି । ଓଡ଼ିଶା ଉପକୂଳରୁ ଏହାର ସଫଳ ପରୀକ୍ଷଣ ହୋଇଛି । ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏପିଜେ ଅବଦୁଲ କଲାମ ଦ୍ୱୀପ ସ୍ଥିତ ଲଞ୍ଚରରୁ ସକାଳ ୯ଟା ୪୫ରେ ଏହା ପରୀକ୍ଷଣ କରାଯାଇଛି । ମଧ୍ୟମ ଦୂରଗାମୀ ଏହି ମିଶାଇଲ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ହାସଲ କରିଛି ।
  3. ହେଟ୍ ସ୍ପିଚ୍ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ଥିବା କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଦେଶରେ ଘୃଣା ସୃଷ୍ଟିକାରୀ ବୟାନ ଘଟଣା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି, ଆମେ ଧର୍ମ ନାଁରେ କେଉଁଠି ପହଞ୍ଚି ସରିଛୁ । ଏହିପରି ବୟାନ (ଅଭଦ୍ର ଭାଷା) ଚିନ୍ତା ଜନତ, ମୁଖ୍ୟତଃ ଏପରି ଦେଶ ପାଇଁ ଯେଉଁଠି ଲୋକତନ୍ତ୍ର ଏବଂ ଧର୍ମ ନିରକ୍ଷେପ ରହିଛି ।
  4. ପୂର୍ବତନ ମନ୍ତ୍ରୀ ସଂଞ୍ଜୟ ଦେଶମୁଖ ବିଜେପି ଛାଡ଼ି ଶିବସେନାକୁ ଫେରିଛନ୍ତି। ତାଙ୍କ ସହ ତାଙ୍କ ସମର୍ଥକ ମଧ୍ୟ ଉଦ୍ଧବଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜବଂଶଙ୍କ ନିକଟ ସଂପର୍କୀୟ ୟଶବର୍ଦ୍ଧନ କଦମବାଡେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗଡ଼ କୁହାଯାଉଥିବା ଥାଣେର ସଞ୍ଜୟ ଘାଡୀଗାଓ୍ବଁକର ମଧ୍ୟ ଶିବସେନାରେ ସାମିଲ ହୋଇଛନ୍ତି।
  5. ପ୍ରାଥମିକ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଯୁବବର୍ଗଙ୍କୁ ଚାକିରି ଦେବା ପାଇଁ ଧନତେରାସ ଅବସରରେ ମେଗା ରୋଜଗାର ମେଳା ଅନୁଷ୍ଠିତ ହେବ ।
  6.  ତାଜମହଲ ଇତିହାସ ଏବଂ ସ୍ମାରକର ପରିସରରେ ଥିବା ୨୨ କୋଠରୀକୁ ଖୋଲି ତଥ୍ୟାତ୍ମକ ଯାଞ୍ଚ କରିବା ସହ ଜଡିତ ଯାଚିକାକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
  7. ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଏମସିର ଏକ ଟିମ ସ୍ଥାନ ଚିହ୍ନଟ କରିଛନ୍ତି। ସିଆରପିଏଫ ଛକରେ ବିସ୍ତୃତ ଜମିକୁ ଚିହ୍ନଟ କରାଯାଇଛି । ଅନ୍ୟୁନ ୫୦ଟି ଦୋକାନର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି। ମହିଳା ଏସଏଚଜିଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ଉପଲବ୍ଧ ହେବ ସ୍ୱତନ୍ତ୍ର ବଜାର।
  8. ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ । ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ । 
  9. ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମୋଟ ୬ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି।
  10. କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ହୋଇଥିଲା ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ
  11. ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । 
  12. ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ବୀପରୁ ଆଜି ସକାଳ ସାଢ଼େ ୯ଟାରେ ଅଗ୍ନି ପ୍ରାଇମି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦି କ୍ଷମତା ହେଉଛି ୧ ହଜାରରୁ ୨ ହଜାରକିମି।
  13. ଟ୍ବେଣ୍ଟି-୨୦ ବିଶ୍ବକପ ଅଷ୍ଟମ ସଂସ୍କରଣ ୨୦୨୨ର ରାଉଣ୍ଡ-୧ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି। ଯୋଗ୍ୟତାପର୍ଯ୍ୟାୟରୁ ୪ଟି ଦଳ ସୁପର-୧୨ କୁ ଉନ୍ନୀତ ହୋଇଛନ୍ତି।
  14. କେଦାରନାଥ ଓ ଗୌରୀକୁଣ୍ଡକୁ ସଂଯୋଗ ନିମନ୍ତେ ନିର୍ମାଣ ହେବାକୁ ଥିବା ରୋପ-ୱେର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଏହି ରୋପୱେର ନିର୍ମାଣ ପରେ କେଦାରନାଥରୁ ଗୌରୀକୁଣ୍ଡକୁ ଯିବା ଲାଗି ମାତ୍ର ୩୦ମିନିଟ୍ ଲାଗିବ। ବର୍ତ୍ତମାନ ଏହି ଦୁଇ ସ୍ଥାନର ଦୂରତା ଅତିକ୍ରମ ଲାଗି ୬ରୁ ୭ଘଣ୍ଟା ସମୟ ଲାଗୁଛି। ୯.୭କିମି ଦୀର୍ଘ ଏହି ପ୍ରକଳ୍ପ ଲାଗି ୨,୪୩୦ କୋଟି ଟଙ୍କା ଖର୍ଚ୍ଚ ହେବ।
  15. ଉପକୂଳ ଓଡ଼ିଶାର ଏକମାତ୍ର କ୍ରୀଡ଼ା ଛାତ୍ରାବାସ ଭାବେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ରହିଥିବା ସିନିୟର ହକି ବିଭାଗକୁ ଉଠାଇ ଦିଆଯାଇଛି।
  16. ଦୀପାପଳି ଅବସରରେ ସୋମବାର ପ୍ରମୁଖ ଷ୍ଟକ ଏକ୍ସଚେଞ୍ଜ ବିଏସଇ ଓ ଏନଏସଇ ଏକ ଘଣ୍ଟା ପାଇଁ ଖୋଲା ରହିବ। ଏହି ସମୟରେ ‘ମୁହୂର୍ତ୍ତ ଟ୍ରେଡିଂ’ ହେବ। ସେହିଦିନ ସଂଧ୍ୟା ୬ଟାରୁ ୭ଟା ପାଇଁ ଷ୍ଟକ ଏକ୍ସଚେଞ୍ଜ ଖୋଲା ରହିବ।
  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆ‌ସନ୍ତା ଅକ୍ଟୋବର ୨୩ (ରବିବାର) ଦିନ ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ମୋଦୀ ଦୀପୋତ୍ସବରେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ମୋଦୀ ଦୀପୋତ୍ସବରେ ଯୋଗ ଦେଉଛନ୍ତି।
  18. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଚୀନ୍‌ ସୀମା ସଂଲଗ୍ନ ଶେଷ ଗ୍ରାମରେ ଜନସଭା କରିଛନ୍ତି। ବଦ୍ରିନାଥର ମାନାରେ ମୋଦୀ ଶୁକ୍ରବାର ଦିନ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ‘ଭୋକାଲ୍‌ ଫର ଲୋକାଲ୍‌’ ଉପରେ ଗୁରୁତ୍ବାରୋପ କରିଛନ୍ତି।
  19. ସରକାରଙ୍କ ବ୍ୟାପକ ପ୍ରୋତ୍ସାହନ ଓ ସଚେତନତା ସତ୍ତ୍ବେ ବୁଷ୍ଟର୍‌ ଡୋଜ ପାଇଁ ଲୋକେ ଆଗଭର ନହେବାରୁ ପ୍ରାୟ ୧୦ କୋଟି କୋଭିସିଲ୍ଡ ଡୋଜ୍‌ ନଷ୍ଟ ହୋଇଯାଇଛି। ଏସଆଇଆଇ (ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ)ର ମାଲିକ ତଥା ସିଇଓ ଆଦର ପୁନାୱାଲା ଆଜି ଏହି ସୂଚନା ଦେଇଛନ୍ତି।
  20. ଓଡ଼ିଶାକୁ ଜାତୀୟ ରାଜପଥ ନିର୍ମାଣ ପାଇଁ ୨୦୨୨-୨୩ ପାଇଁ ଆବଣ୍ଟନ କରାଯାଇଥିବା ଅର୍ଥ ରାଶି ୪୬୦ କୋଟି ଟଙ୍କା ବୃଦ୍ଧି କରାଯାଇ ୬୬୦ କୋଟି ଟଙ୍କା କରାଯାଇଛି। ଓଡ଼ିଶା ସହ ରାଜସ୍ଥାନ ଓ ତେଲେଙ୍ଗାନା ମଧ୍ୟ ସଂଶୋଧିତ ଆବଣ୍ଟନ ରାଶି ପାଇବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.