• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମିସନରେ ଇସ୍ରୋର ସବୁଠାରୁ ଭାରୀ ରକେଟ୍ ଏଲ୍‌ଏମ୍‌ଭି-୩ ଦ୍ବାରା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ୩୬ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି।
  2. ଭାରତ ସରକାର ୟୁକ୍ରେନରେ ଥିବା ଭାରତୀୟ ଛାତ୍ରଙ୍କୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିଦେବାପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। କିନ୍ତୁ ଭାରତୀୟ ଛାତ୍ର ୟୁକ୍ରେନ୍‌ ଛାଡ଼ିବାପାଇଁ ନାରାଜ। ଭାରତୀୟ ଛାତ୍ରମାନେ କହିଛନ୍ତି, ଆମକୁ କଫିନରେ ଫେରିବାକୁ ପଡ଼ିଲେ ବି ଆମେ ପଢ଼ା ଶେଷ କରିବୁ।
  3. ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କୁ ବଳପୂର୍ବକ ସୁରକ୍ଷାକର୍ମୀମାନେ ତାଙ୍କ ଆସନରୁ ଉଠାଇବା ସହ ବାହାରକୁ ନେଇଯିବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଗଣମାଧ୍ୟମରେ ଉପସ୍ଥିତିରେ ୨ ଜଣ ସୁରକ୍ଷା‌କର୍ମୀ ଚୀନ୍‌ର ପୂର୍ବତନ ରାଷ୍ଟ୍ରପତି ଜିଣ୍ଟାଓଙ୍କୁ ସ୍ଥାନ ଛାଡ଼ିବାପାଇଁ ବାଧ୍ୟ କରିଥିଲେ।
  4. ରୁଷ୍‌ ୟୁକ୍ରେନ ଉପରେ ଏହାର ଆକ୍ରମଣକୁ ଜୋରଦାର କରିଛି। ଗତ ରାତିସାରା ରୁଷ୍‌ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି। ଶତାଧିକ ରକେଟ୍‌ ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
  5. ଅଯୋଧ୍ୟାରେ ଆସନ୍ତାକାଲି ଦିପୋତ୍ସବ ପାଳନ ହେବ। ଦିପୋତ୍ସବର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଦିପୋତ୍ସବ ପାଇଁ ଅଯୋଧ୍ୟାରେ ପ୍ରାୟ ୧୮ ଲକ୍ଷ ମାଟି ଦିପ ଜଳାଯିବ ଏବଂ ଲେଜର ସୋ’ ଓ ରାମଲୀଳା ମଧ୍ୟ ହେବ।
  6. ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ। ତେବେ ସୁନକଙ୍କ ସମର୍ଥକଙ୍କ ଅନୁଯାୟୀ, ଭାରତୀୟ ବଂଶୋଦ୍ଭବ ସୁନକଙ୍କ ପ୍ରଧାନମନ୍ତ୍ରୀ ଦୌଡରେ ରହିବା ପାଇଁ ଆବଶ୍ୟକ ୧୦୦ ସାଂସଦଙ୍କ ସମର୍ଥନ ହାସଲ କରି ନେଇଛନ୍ତି।
  7. କେତେକ ନକଲୀ ନମ୍ବର ସବୁ ଗୁଗଲରେ ମହଜୁଦ ରହୁଛି, ଯେଉଁଗୁଡିକ ନିଜକୁ କୌଣସି ବ୍ୟାଙ୍କ, କମ୍ପାନୀ ଅଥବା ମୋବାଇଲ କମ୍ପାନୀର କଷ୍ଟମର କେୟାର ବୋଲି ଦାବି କରୁଛନ୍ତି।
  8. ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ଜର୍ଜିଆ ମେଲୋନୀ। ଶନିବାର(ଅକ୍ଟୋବର ୨୨)ରେ ଇଟାଲୀ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ମେଲୋନୀ ଇଟାରୀ ଦକ୍ଷିଣପନ୍ଥୀ ସରକାରକୁ ପରାମର୍ଶ ଦେଇଆସୁଥିଲେ।
  9. ଜଣେ ସଫ୍ଟଓୟାର ଇଞ୍ଚିନିୟର ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ନିଜ ବନ୍ଧୁଙ୍କ ସହ ପୁରୁଣା ଚାଇବାସା ଏୟାରପୋର୍ଟ ବୁଲିବାକୁ ଯାଇଥିବା ସଫ୍ଟଓ୍ଵେୟାର ଇଞ୍ଚିନିୟର ଯୁବତୀଙ୍କୁ ୧୦ ଜଣ ଯୁବକ ଗଣଦୁଷ୍କର୍ମ କରି ଫେରାର ମାରିଛନ୍ତି। 
  10. ଟେଲିକମ୍ ମନ୍ତ୍ରାଳୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଏସଏନଏଲର ୫ଜି ସର୍ଭିସ କେବେ ଲଞ୍ଚ ହେବ ସେନେଇ ସୂଚନା ଦେଇଛନ୍ତି। ତେବେ ୫ଜି ପୂର୍ବରୁ ବିଏସଏନଏଲ ୪ଜି ମଧ୍ୟ ଜାରି କରାଯିବ। ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ବିଏସଏନଏଲ ୫ଜି ଲଞ୍ଚ ୨୦୨୩ ଅଗଷ୍ଟ ସୁଦ୍ଧା କରାଯିବ।
  11. ନୂଆ ନିର୍ଦ୍ଦେଶନାମାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ନିଜର ସାମଗ୍ରୀ ପ୍ରସାରିତ କରୁଥିବା ସଂସ୍ଥାକୁ ପ୍ରସାର ଭାରତୀ ମାଧ୍ୟରେ ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ପୂର୍ବରୁ ପ୍ରସାରଣ କରୁଥିବା ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ଗୁଡିକୁ ୨୦୨୩ ଡିସେମ୍ୱର ୩୧ ଯାଏ ସମୟ ଦିଆଯାଇଛି ।
  12. ଦୀପାବଳି ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହାର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ବ୍ୟାଙ୍କ୍‌ ଖାସ୍ ଅବଧି ପାଇଁ ଫିକ୍ସ ଡିପୋଜିଟ୍(ଏଫଡି) ଉପରେ ସୁଧ ଦର ୦.୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛି।
  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକଙ୍କୁ ଦୀପାବଳି ଅବସରରେ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ପାଇଁ ’ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି । 
  14. ମତ୍ସ୍ୟଜୀବୀମାନଙ୍କ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟର ସମଗ୍ର ଉପକୂଳରେ ଏବଂ ଚିଲିକା ହ୍ରଦରେ ଯନ୍ତ୍ରଚାଳିତ ତଥା ମୋଟରଚାଳିତ ଡଙ୍ଗା ଏବଂ ଦେଶୀ ଡଙ୍ଗା ନେଇ ମାଛ ଧରିବା ପାଇଁ ବାରଣ କରାଯାଇଛି । ଅକ୍ଟୋବର ୨୨ରୁ ୨୬ ତାରିଖ ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଓ ଚିଲିକାକୁ ନଯିବା ପାଇଁ କୁହାଯାଇଛି ।
  15. ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଉଦଘାଟିତ ହେବ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ । 
  16.  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ବିଜୟା’ର ମୃତ୍ୟୁ। ଗତ ୯ରୁ ଅସୁସ୍ଥ ହୋଇ ନନ୍ଦନକାନନରେ ଚିକିତ୍ସାଧିନ ଥିଲା। 
  17. ଆସନ୍ତା ୨୫ ତାରିଖ ଅର୍ଥାତ୍‌ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବା ନେଇ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ସୂର୍ଯ୍ୟୋପରାଗ ହେବାକୁ ଥିବାରୁ ସରକାର ଛୁଟି ଘୋଷଣା କରିଛନ୍ତି । ସ୍କୁଲ, କଲେଜ ସହ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ ବୋଲି କୁହାଯାଇଛି ।
  18. ଆସନ୍ତା ୨୫ ତାରିଖ ସୂର୍ଯ୍ୟପରାଗ ପାଇଁ  କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ବନ୍ଦ ରହିବ । ୨୪ ତାରିଖ ସନ୍ଧ୍ୟା ଆଳତୀ ପରେ ମନ୍ଦିର ବନ୍ଦ ରହିବ ବୋଲି ସ୍ଥିର କରାଯାଇଛି ।
  19. ଭାରତରେ ନିର୍ମିତ ବ୍ରହ୍ମସ୍ କ୍ଷେପଣାସ୍ତ୍ର ପରେ ଏବେ ତେଜସ ଲଢୁଆ ବିମାନକୁ ନେଇ ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରାୟ ୧୬ଟି ଦେଶ ଏହି ତେଜସ ମାକ୍-୨କୁ ନେଇ ଆଗ୍ରହ ଦେଖାଇବା ସହ ଏ ସଂପର୍କରେ ଭାରତକୁ ଅଧିକ ତଥ୍ୟ ମାଗିଛନ୍ତି ।
  20. ଦୀପାବଳି ସପ୍ତାହରେ ( ଅକ୍ଟୋବର ୨୧ରୁ ୨୭) ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଟ୍ରାଫିକ ପୁଲିସ ଉଲ୍ଲଙ୍ଘନକାରୀଙ୍କ ନାଁରେ ଚାଲାଣ କାଟିବ ନାହିଁ, ତା ବଦଳରେ ଏକ ଫୁଲ ପ୍ରଦାନ କରିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.