• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବଙ୍ଗୋପସାଗରରେ ବଳ ଗୋଟାଇ ବାଂଲାଦେଶ ମୁହାଁ ହୋଇଛି ବାତ୍ୟା ‘ସିତ୍‌ରଙ୍ଗ’। ଶନିବାର ସୃଷ୍ଟି ହୋଇଥିବା ଅବପାତ ରବିବାର ସକାଳ ସମୟରେ ଗଭୀର ଅବପାତରେ ପରିଣତ ହୋଇଥିଲା। ଅପରାହ୍ଣ ୫.୩୦ରେ ଏହା ବାତ୍ୟାର ରୂପ ନେଇଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
  2. ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଯୂ ନଦୀ କୂଳରେ ଦୀପୋତ୍ସବ ପାଳିତ ହୋଇଛି । ଦୀପାବଳି ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ପାଳିତ ଛୋଟ ଦୀପାବଳିରେ ଜଳାଯାଇଛି ୧୫ଲକ୍ଷରୁ ଅଧିକ ଦୀପ। ୨୦ହଜାର ସ୍ବେଚ୍ଛାସେବୀଙ୍କ ଦ୍ବାରା ୧୫,୭୬,୦୦୦ ଦୀପ ଜଳାଯାଇଛି। ଯାହା ଗିନିଜ୍ ରେକର୍ଡ ସୃଷ୍ଟି କରିଛି।
  3. ରାଜ୍ୟର ସମସ୍ତ ୩୦ଟି ଜିଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଲେ ସରକାର। ପ୍ରଶାସନିକ ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀଙ୍କୁ ଦାୟିତ୍ବ। ବିଭିନ୍ନ କାର୍ଯ୍ୟ ତଦାରଖ ଦାୟିତ୍ବ ପାଇଲେ ୩୦ ବରିଷ୍ଠ ଆଇଏଏସ ଅଫିସର। ୩୦ ବରିଷ୍ଠ ଆଇଏଏସଙ୍କୁ ଜିଲା ବିକାଶ ଦାୟିତ୍ବ ଦାୟିତ୍ବ ଦିଆଯାଇଛି।
  4. ୫ଜି ଲଞ୍ଚକୁ ନେଇ ସୂଚନା ଜାରି କଲା ବିଏସଏନଏଲ। ୨୦୨୩ ଅଗଷ୍ଟରୁ ବିଏସଏନଏଲ ଆରମ୍ଭ କରିବ ୫-ଜି ସେବା।
  5. ହିଂସକ ଆକ୍ରମଣର ଶିକାର ହୋଇଥିବା ଭାରତୀୟ ବଂଶୋଦ୍ଭବ ଆମେରକୀୟ ଲେଖକ ସଲମାନ ରୁଷିଦି ତାଙ୍କ ଏକ ଆଖି ହରାଇଛନ୍ତି। କେବଳ ଏକ ଆଖି ନୁହେଁ ଗୋଟେ ହାତ ମଧ୍ୟ ଅକାମୀ ହୋଇଯାଇଛି ବୋଲି ତାଙ୍କ ଏଜେଣ୍ଟ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ଆମେରିକାର ପଶ୍ଚିମ ନ୍ୟୁୟର୍କ ସହରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଋଷଦିଙ୍କ ଉପରେ ଆକ୍ରମଣ ହୋଇଥିଲା।
  6. କେରଳର ୯ଟି ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲରଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ। ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି କେରଳ ରାଜ୍ୟପାଳ ଏପରି ନିର୍ଦ୍ଦେଶ ଦେଇଥିବା କେରଳ ରାଜ୍ୟଭବନ ପକ୍ଷରୁ ସୂଚନା ଦିଆଯାଇଛି।
  7. ପ୍ରାଥମିକ ଏବଂ ହାଇସ୍କୁଲ ପ୍ରଶାସନ ପାଇଁ ଅଭିଭାବକଙ୍କୁ ଚାନ୍ଦା ଦେବା ନିୟମକୁ କର୍ଣ୍ଣାଟକ ସରକାର ଫେରାଇ ନେଇଛନ୍ତି । ସ୍କୁଲର ବିକାଶ ନାଁରେ ଅଭିଭାବକଙ୍କ ପ୍ରତି ମାସରେ ୧୦୦ ଟଙ୍କା ଦେବେ ବୋଲି ରାଜ୍ୟ ସରକାର ନିୟମ କରିଥିଲେ । କିନ୍ତୁ ବିରୋଧୀ ଏବଂ ସାଧାରଣ ଲୋକଙ୍କ ସମାଲୋଚନା ପରେ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ଫେରାଇ ନେଇଛନ୍ତି ।
  8. ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍‌ ସିଂହଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୨୭ ଦିନ ୧୧ଟାରେ ତାଙ୍କୁ ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
  9. ହୀମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଶିମଲା ଆସନରୁ ବିଜେପି ସଞ୍ଜୟ ସୁଦଙ୍କୁ ପ୍ରାର୍ଥୀ କରିଛି। ସଞ୍ଜୟ ଏକ ଚା ଦୋକାନ ଚଳାନ୍ତି। ତେବେ ତାଙ୍କର ନିର୍ବାଚନ ସତ୍ୟପାଠ ଅନୁସାରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ ୨ କୋଟି ୭୦ ଲକ୍ଷ ଟଙ୍କା।
  10. ବୃନ୍ଦାବନର ଅଧିଶ୍ୱର ଠାକୁର ବାଙ୍କେବିହାରୀଙ୍କ ନାମରେ ଆୟକର ଜମା ପ୍ରକ୍ରିୟା ଆରମ୍ଭ କରିଦିଆଯାଇଥିଲା। ଏହି ପ୍ରକ୍ରିୟା ଗତ ୧୦ ବର୍ଷ ହେଲା ଚଳିଆସୁଥିବା ବେଳେ କେବଳ ଗତବର୍ଷ ମନ୍ଦିର କମିଟି ୨୦ କୋଟି ଟଙ୍କା ଆୟକର ଦାଖଲ କରିଛନ୍ତି।
  11. ମହାରାଷ୍ଟ୍ର ଅମରାବତୀ ସାଂସଦ ନବନୀତ ରାଣାଙ୍କ ବିରୋଧରେ ମୁମ୍ବାଇ ଶିୱରି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ( ଏନବିଡବ୍ଲୁ) ଜାରି କରିଛନ୍ତି। କୋର୍ଟ ମୁଲୁନ୍ଦ ପୋଲିସକୁ ଆଦେଶ ଦେଇ ୱାରେଣ୍ଟ ତାମିଲ କରିବାକୁ କହିଛନ୍ତି।
  12. ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ କାନପୁର ଇନ୍ଦିରାନଗର ଦୟାନନ୍ଦ ବିହାରସ୍ଥିତ ଏକମାତ୍ର ସମ୍ପତ୍ତି ଘରଟିକୁ ବିକି ଦେଇଛନ୍ତି। ଏହି ଘରଟିକୁ ଡାକ୍ତର ଦମ୍ପତ୍ତି  ଶ୍ରୀତି ବାଲା ଓ ଡା.ଶରଦ କଟିୟାର  କିଣିଛନ୍ତି।
  13. ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନ(ଆରଜିଏଫ)ର ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ (ଏଫସିଆରଏ) ଲାଇସେନ୍ସ ରଦ୍ଦ କରିଛି।
  14. ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଜାରି ହେବ ଗୋଟିଏ Help Line Number l ଯାହାଫଳରେ କି ଗ୍ରାହକମାନେ ଠିକ୍ ସମୟରେ ଉପଯୁକ୍ତ ବ୍ୟାଙ୍କିଂ ସେବା ପାଇ ପାରିବେ ।
  15. ଏଭଳି ଏକ ପାର୍କ ଅଛି, ଯେଉଁଠି ବୃକ୍ଷଲତା ସମେତ ଏତେ ସଂଖ୍ୟକ ମୂର୍ତ୍ତି ରହିଛି ଯେ ଆପଣଙ୍କୁ ଲାଗିବ ଯେମିତି ଏମାନେ  ସବୁ ଆପଣଙ୍କୁ ଚାହିଁ ରହିଛନ୍ତି । ଜାପାନର ଟୋୟାମାରେ ଏହି ପାର୍କ ରହିଛି । ଏଠାରେ ପ୍ରାୟ ୮୦୦ରୁ ଅଧିକ ମୂର୍ତ୍ତି ରହିଛି ।
  16. ସିଡନୀ ଡେ କାର୍ବୋଲ୍ହୋ ନିଜ ଆଖି ଡୋଳାକୁ ସଂପୂର୍ଣ୍ଣ ଭାବରେ ବାହାରକୁ ବାହାର କରିପାରନ୍ତି। ଯାହାକୁ ଦେଖିଲେ ହୁଏତ କେହିବି ଡରିଯିବେ। ଆଖିଡୋଳାକୁ ଭୟାନକ ଭାବରେ ବାହାରକୁ ବାହାର କରି ସେ କେବଳ ଲୋକଙ୍କୁ ଧ୍ୟାନ ଆକର୍ଷଣ କରିନଥାନ୍ତି ବରଂ ଏଥିପାଇଁ ଗିନିଜ୍  ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।
  17. ବମ୍ୱେ ଡାଇନିଂ ଆଣ୍ଡ ମେନ୍ୟୁଫାକଚରିଂ କମ୍ପାନି ଲିମିଟେଡ ସହ କମ୍ପାନିର ପ୍ରମୋଟର୍ସ ଏବଂ ବିଲେନିୟର ୱାଡିଆ ପପିବାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ସେୟାର ବଜାରକୁ ପରିଚାଳନା କରୁଥିବା ସଂସ୍ଥା ସେବି ଦୁଇ ବର୍ଷ ୱାଡିଆ ପରିବାର ଉପରେ ଏହି ପ୍ରତିବନ୍ଧକ ଲାଗୁ କରିଛି ।
  18. ଚୀନ୍‌ରେ ଲଗାତାର ତୃତୀୟ ଥର ପାଇଁ ଆରମ୍ଭ ହେଲା ସି ଜିନ୍‌ପିଙ୍ଗ ଯୁଗ । ଚୀନରେ ଜିନପିଙ୍ଗଙ୍କ ଆଧିପତ୍ୟ ଜାରି ରହିବା ସହିତ ତୃତୀୟ ଥର ପାଇଁ ସମ୍ଭାଳିବେ ଦେଶର ଶାସନ କ୍ଷମତା।
  19. ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଇଣ୍ଡିଆ ପକ୍ଷରୁ ଏୟାରଟେଲ୍ ସହ ଏହାର ସହଭାଗିତା ସମ୍ପର୍କରେ କଲା  ଘୋଷଣା l ଯାହାଦ୍ୱାରା ଦେଶର ସାଓମି ଓ ରେଡ୍‌ମି ସ୍ମାର୍ଟଫୋନ୍ ଉପଭୋକ୍ତାମାନେ ଉତ୍କୃଷ୍ଟମାନର ‘୫ଜି ପ୍ଲସ୍‌’ ନେଟ୍‌ୱର୍କ ପାଇପାରିବେ
  20. ଭାରତ-ପାକ୍ ମଧ୍ୟରେ ହେଲା ରୋମାଞ୍ଚକର ମ୍ୟାଚ୍, ଷ୍ଟାଡିୟମରେ ଦେଖିଲେ ୯୦ ହଜାର ଦର୍ଶକ, ହଟଷ୍ଟାରରେ ଦେଖିଲେ ୧.୬ କୋଟି ଲୋକ ମ୍ୟାଚ୍ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.