• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ହେଉଛି. ଏକ ପବିତ୍ର ପର୍ବ, ଯାହାକି ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ ସୀତା ଓ ଭ୍ରାତା ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ତାଙ୍କ ଆଗମନର ପଥକୁ ଆଲୋକିତ କରିବା ପାଇଁ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ବଳନ କରିଥିଲେ।
  2. ପ୍ରଥମ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚତ ହୋଇଛନ୍ତି । ଋଷି ସୁନକଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଦୌଡ଼ରୁ ପେନି ମୋରଡେଣ୍ଟ ଓହରିବା ପରେ ଋଷିଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଛି ।
  3. ସମସ୍ତ ହବିଷ୍ୟାଳିଙ୍କ ପାଇଁ ପୁରୀରେ ରହିବାର ସୁବନ୍ଦୋବସ୍ତ କରିଥିବା ରାଜ୍ୟ ସରକାର ଏବେ ପୁଣି ପ୍ରତ୍ୟକଙ୍କୁ ଶାଲ୍ ପ୍ରଦାନ କରାଯାଇଛି । ଯାହାକୁ ନେଇ ବେଶ୍ ଉତ୍ସାହିତ ଭହିଷ୍ୟାଳି । ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯାଉଛି ।
  4. ଆଗକୁ ବଢୁଛି ବାତ୍ୟା ସିତ୍ରାଙ୍ଗ। ଗଭୀର ଅବପାତରେ ପରିଣତ ହେବା ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ସିତ୍ରାଙ୍ଗ । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଏବେ ବାଂଲାଦେଶ ମୁହାଁ ହେଉଛି ବାତ୍ୟା ।
  5. ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି। ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
  6. ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଅଧିନରେ ମୋଟ ୩୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ତନ୍ମଧ୍ୟରୁ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ ୧୬୦ କୋଟି ଟଙ୍କାର ବିନିଯୋଗ ସରିଛି । ରାଜ୍ୟ ଯୋଜନା ଅନୁଯାୟୀ ସରକାର ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ ପ୍ରାୟ ୫୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
  7. ଜବାନ୍‌ଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ  ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ନେବା ପରେ ମୋଦୀ ପ୍ରତିବର୍ଷା ଦୀପାବଳି ଜବାନମାନଙ୍କ ସହ ପାଳନ କରି ଆସୁଛନ୍ତି ।
  8. ଆନ୍ତର୍ଜାତିକ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ କୋହଲି ସର୍ବାଧିକ ରନ୍‌ ସ୍କୋରର୍‌ ହୋଇ ପାରିଛନ୍ତି। ରନ୍‌ର ପିଛା କରିବାରେ ବିଶ୍ବର ଶ୍ରେଷ୍ଠ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ କୋହଲି ରବିବାର ମେଲ୍‌ବୋର୍ଣ୍ଣରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଅପରାଜିତ ୮୨ ରନ୍‌ର ଇନିଂସ ଖେଳିଥିଲେ।
  9. ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଯୂ ନଦୀ କୂଳରେ ଦୀପୋତ୍ସବ ପାଳିତ ହୋଇଛି । ଦୀପାବଳି ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ପାଳିତ ଛୋଟ ଦୀପାବଳିରେ ଜଳାଯାଇଛି ୧୫ଲକ୍ଷରୁ ଅଧିକ ଦୀପ। ୨୦ହଜାର ସ୍ବେଚ୍ଛାସେବୀଙ୍କ ଦ୍ବାରା ୧୫,୭୬,୦୦୦ ଦୀପ ଜଳାଯାଇଛି। ଯାହା ଗିନିଜ୍ ରେକର୍ଡ ସୃଷ୍ଟି କରିଛି।
  10. କୋରିଆ ଏୟାରର ଏକ ବିମାନ ଆଜି ଫିଲିପାଇନ୍ସ ବିମାନବନ୍ଦରରେ ରନୱେରୁ ଖସି ଯାଇ ଏକ ଘାସପଡିଆରେ ଫସିଯାଇଥିଲା | ଏହି ବିମାନରେ ୧୬୨ ଜଣ ଯାତ୍ରୀ ଥିବାବେଳେ ୧୧ ଜଣ ବିମାନ କର୍ମଚାରୀ ଥିଲେ |
  11. ପାକିସ୍ତାନୀ ସାମ୍ବାଦିକ ଅର୍ଶଦ ସରିଫଙ୍କୁ କେନିଆରେ ଗୁଳି ମାରି ହତ୍ୟା କରାଯାଇଛି | ଆଜି ତାଙ୍କ ପତ୍ନୀ ଜାଭେରିଆ ସିଦ୍ଦିକି ଏହି ଘଟଣା ବାବଦରେ ସ୍ପଷ୍ଟ କରିଥିଲେ ବି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏବାବଦରେ ନିଶ୍ଚିତ କରିନାହାଁନ୍ତି।
  12. ଆଖିରେ ଜଟିଳ ଅସ୍ତ୍ରୋପଚାର କରାଇବା ପରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ସ୍ବଦେଶକୁ ଫେରିଛନ୍ତି।
  13. ସଦ୍ୟ ପ୍ରକାଶିତ ବିଶ୍ବ ବାୟୁମାନ ସୂଚକାଙ୍କ ଅନୁଯାୟୀ ସମଗ୍ର ଏସିଆ ମହାଦେଶରେ ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରେ କେବଳ ଭାରତରେ ରହିଛି ୮ଟି ସହର।
  14. ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୬୭୯ ସହ ଖରାପରେ ସବୁଠାରୁ ଉପରେ ରହିଛି ଗୁରୁଗ୍ରାମର ସ୍ଥାନ। ତା’ ତଳକୁ ରହିଛି ରେୱାଡ଼ି ନିକଟସ୍ଥ ଧାରୁହେଡ଼ା ସହର (ଏକ୍ୟୁଆଇ ୫୪୩) ଏବଂ ମୁଜାଫରପୁର (ଏକ୍ୟୁଆଇ ୩୧୬)। ତେବେ ପ୍ରଦୂଷଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଦିଲ୍ଲୀ ଏଥର ଏହି ତାଲିକାରୁ ବାହାରେ ରହିବାରେ ସଫଳ ହୋଇପାରିଛି।
  15. ଘନେଇଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସୀମା ବିବାଦ। ଜଳସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହେଉଥିବା ଦେଖିବାକୁ ମିଳିଛି। ସୀମା ଉଲ୍ଲଂଘନ ନେଇ ସୋମବାର(୨୦୨୨ଅକ୍ଟୋବର ୨୪) ଦୁଇଦେଶ ମଧ୍ୟରେ ଗୁଳି ବିନିମୟ ହୋଇଛି।
  16. ଦୀପାବଳିରେ ବାଣ ଫୁଟାଇବା ବେଳେ ନିଆଁ ଝୁଲ ପଡ଼ି ଏପରି ଅଘଟଣ ହୋଇଥିବା କୁହାଯାଇଛି। ଏହି ଅଗ୍ନିକାଣ୍ଡରେ ଗୋପବନ୍ଧୁଙ୍କ ଷଠି ଘରର କିଛି ଅଂଶ ସମ୍ପର୍ଣ୍ଣ ପୋଡ଼ିଯାଇଛି। ଅନ୍ୟପଟେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା କୁହାଯାଇଛି। ଏଥିରେ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
  17. ଦୀପାବଳି ଅବସରରେ ଅନ୍ତର୍ଜାତୀୟ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର କୃତି। ୪,୦୪୫ ଦୀପରେ ତିଆରି କଲେ ମାଆ କାଳୀଙ୍କ ମୂର୍ତ୍ତୀ। ଟ୍ୱିଟ୍‌ କରି ଏହି ବାଲୁକାକଳା ସମ୍ପର୍କରେ ସୂଚନା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ।
  18. ଦୀପାବଳିରେ ନୀଳଗିରି ଓ ମୟୁରଭଞ୍ଜ ପାଇଁ ଶୁଭ ଖବର । ଖୁବଶୀଘ୍ର ନୀଳଗିରି ଗୋପୀନାଥପୁରରେ ନବନିର୍ମାଣ ହେଉଥିବା ରେଳଷ୍ଟେସନରୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦାରୁ ଉଦଳା-ଖୁଣ୍ଟା-ବାରିପଦା ଦେଇ ଝାଡଖଣ୍ଡ ପ୍ରଦେଶ ଟାଟାକୁ ରେଳ ଲାଇନ ସଂପ୍ରସାରଣ ହେବ ।
  19. ବାତ୍ୟା ୨୫ ତାରିଖ ଭୋର୍‌ରେ ମାଡ଼ ହେବ ବାଂଲାଦେଶରେ । ଓଡ଼ିଶାରେ ଦୀପାବଳିରେ ପାଗ ବିଶେଷ ବିଗିଡ଼ିବା ନେଇ ଯେଉଁ ବଡ଼ ଆଶଙ୍କା ଥିଲା, ପ୍ରାୟତଃ ଟଳିଯାଇଛି ।
  20. ଗୁଗୁଲ୍‌ ଜିମେଲ୍‌ ଏବଂ ଗୁଗୁଲ୍‌ ଚାଟ୍‌ସ ପାଇଁ ୩ଟି ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ଫିଚର୍‌ ଜରିଆରେ ବ୍ୟବହାକାରୀମାନେ ଠିକ୍‌ ସର୍ଚ ପରାମର୍ଶ (ସର୍ଚ ସଜେସନ୍‌) ପାଇବେ ଓ ଫଳାଫଳ ପାଇପାରିବେ। ନୂଆ ଫିଚର୍‌ରେ ସର୍ଚ ସଜେସନ୍‌, ଜିମେଲ୍‌ ଲେବଲ୍‌ ଓ ସଂପର୍କିତ ଫଳାଫଳ ବା ରିଲେଟେଡ୍‌ ରେଜଲ୍ଟ ସାମିଲ୍‌ ଅଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.