• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ଏକ ଘଣ୍ଟା ମଧ୍ୟରେ ତୁରନ୍ତ ତାଙ୍କର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।
  2. ପ୍ରଧାନମନ୍ତ୍ରୀ ସୁନକ କହିଛନ୍ତି ତାଙ୍କ ସରକାର ଜାତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା (ଏନଏଚଏସ), ବିଦ୍ୟାଳୟ, ସୁରକ୍ଷିତ ରାସ୍ତା, ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ସହ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି ପୂରଣ କରିବ। ନୂତନ ସରକର ପ୍ରତ୍ୟେକ ସ୍ତରରେ ନିଜର ଅଖଣ୍ଡତା, ବୃତ୍ତିଗତତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବ ବୋଲି ସେ କହିଛନ୍ତି।
  3. ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଂଶିକ ସୂର୍ଯ୍ୟୋପରାଗ ଦୃଷ୍ଟିଗୋଚର ହୋଇଛି । ଅପରାହ୍ଣ ୪ଟା ୨୯ ମିନିଟରେ ଆରମ୍ଭ ହୋଇଥିବା ଏହି ସୂର୍ଯ୍ୟୋପରାଗ ସଂଧ୍ୟା ୬ ଟା ୨୬ ମିନିଟରେ ସର୍ବମୋକ୍ଷ ହୋଇଥିଲା ।
  4. ୧୦ ବର୍ଷ ପୂର୍ବେ ଜନ୍ମହୋଇଥିବା ଏହି ଆପର ବର୍ତ୍ତମାନ ସାରା ବିଶ୍ୱରେ ୨ ବିଲିୟନ ବା ୨୦୦ କୋଟି ଉପଭୋକ୍ତା ଅଛନ୍ତି | ହ୍ଵାଟ୍ସଆପ ଦୁନିଆର ସର୍ବାଧିକ ବ୍ୟବହୃତ ମୋବାଇଲ୍ ମେସେଞ୍ଜର ଆପ୍ ଭାବରେ ଜଣାଶୁଣା | ୧୮୦ଟି ଦେଶରେ ବ୍ୟବହୃତ ଏହି ଆପରେ ପ୍ରତିଦିନ ୧୦୦ ବିଲିୟନରୁ ଅଧିକ ମେସେଜ ପଠାଯାଏ |
  5. ଏହି ଆପ ଦୁଇ ଘଣ୍ଟା ଧରି ବନ୍ଦ ରହିବା କାରଣରୁ ପ୍ରାୟ ୮୦୦ କୋଟି ମେସେଜ ପଠାଇବା ସମ୍ଭବ ହୋଇପାରିନଥିଲା | ଆଜି, ହ୍ଵାଟ୍ସଆପ ବନ୍ଦ ହେବା ଖବର ଆସିବା ମାତ୍ରେ ଲୋକମାନେ ଟ୍ୱିଟର ଭଳି ଅନ୍ୟ ସାମାଜିକ ପ୍ଲାଟଫର୍ମକୁ ବହୁଳ ବ୍ୟବହାର କରିଥିଲେ |
  6. ଦେଶରେ ଆଧାର ଲାଗୁ ହେବା ପରେ ସାଧାରଣ ନାଗରିକମାନେ ଏହାକୁ ବେଶ ଉତ୍ସାହର ସହ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଆଧାର ଦେଶବାସୀଙ୍କ ସହଜ ଜୀବନଧାରଣରେ ସହାୟକ ହୋଇଛି । କେବଳ ସେପ୍ଟେମ୍ବର ମାସରେ, ଆଧାର ଉପଯୋଗ କରାଯାଇ ୨୫.୨୫ କୋଟି ଇ-କେୱାଇସି କାରବାର ହୋଇଛି ।
  7. ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ହେଉଛନ୍ତି ଇନଫୋସିସର ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ ଝିଅ । ତାଙ୍କ ପାଖରେ ରହିଛି ଇନଫୋସିସର ୩.୮୯ କୋଟି ସେୟାର ବା ୦.୯୩ ପ୍ରତିଶତ ସେୟାର । ଏସବୁ ସେୟାରର ମୋଟ ମୂଲ୍ୟ ହେବ ୫୯୫୬ କୋଟି ଟଙ୍କା ।
  8. ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି ।
  9. କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ପଦଭାର ସମ୍ଭାଳିବେ। ପଦଭାର ଗ୍ରହଣ କରିବା ସହିତ ତାଙ୍କ ନିକଟରେ ଚ୍ୟାଲେଞ୍ଜର ପାହାଡ ରହିଛି।
  10. ଜନୈକ ବ୍ୟବସାୟୀ କେଦାରନାଥଙ୍କ ମନ୍ଦିର ଲାଗି ୨୩୦ କେଜି ସୁନା ଦାନ କରିଛନ୍ତି। ଦାନରେ ମିଳିଥିବା ସୁନାରେ କେଦାରନାଥ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରାଯାଇଛି। ଦୀପାବଳିର ଶୁଭ ଅବସରରେ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରାଯାଇଛି।
  11. କଂଗ୍ରେସ୍ ନେତା ରାହୁଲ ଗାନ୍ଧି ପାର୍ଟିର ‘ଭାରତ ଯୋଡୋ ଯାତ୍ରା’ରେ ତାଙ୍କ ସହ ଚାଲୁଥିବା ‘ଭାରତ ଯାତ୍ରୀ’ ଓ ଏଥିପାଇଁ ହୋଇଥିବା ଶିବରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ରାହୁଲ ପ୍ରତ୍ୟେକଙ୍କୁ ମିଠେଇ ଓ ରୂପାର ଗୋଟିଏ ଗୋଟିଏ ମୁଦ୍ରା ଉପହାର ଦେଇଛନ୍ତି।
  12. ଆମେରିକା ନୂଆଦିଲ୍ଲୀସ୍ଥିତ ଦୂତାବାସରେ ରାଜଦୂତ ଏଲିଜବେଥ ଜୋନ୍ସଙ୍କୁ ନିଯୁକ୍ତ କରିଛି। ତାଙ୍କୁ ଅନ୍ତରୀଣ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଆମେରିକା ବୈଦେଶିକ ମନ୍ତ୍ରାଳୟ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି।
  13. କେରଳରେ ରାଜ୍ୟର ନଅ ୟୁନିଭର୍ସିଟିରେ କୁଳପତିଙ୍କ ନିଯୁକ୍ତି ମାମଲାରେ ନୂଆ ମୋଡ ଆସିଛି । କେରଳ ହାଇକୋର୍ଟ ସୋମବାର ଆଠ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସେମାନଙ୍କ ପଦରେ ରହି କାମ ଜାରି ରଖିବାକୁ କହିଛନ୍ତି । ଏହାସହ ସେମାନଙ୍କୁ କେବଳ ନିର୍ଦ୍ଧାରିତ ପ୍ରକ୍ରିୟାରେ ହଟାଯାଇ ପାରିବ ବୋଲି କହିଛନ୍ତି ।
  14. ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ। ପୁରୁଷ FIH ପ୍ରୋ ଲିଗ୍ ହକି ୨୦୨୨/ ୨୩ ପାଇଁ କାର୍ଯ୍ଯସୂଚି ପ୍ରକାଶ ପାଇଛି। ଅକ୍ଟୋବର ୨୮ରୁ ନଭେମ୍ବର ୬ ତାରିଖ ଯାଏ  ଏହି ଲିଗ ମ୍ଯାଚ ଅନୁଷ୍ଠିତ ହେବ। ୨୮ ତାରିଖରେ ଭାରତ ବନାମ ନିଉଜଲାଣ୍ଡ ରହିଥିବା ବେଳେ ୨୯ ତାରିଖରେ ନିଉଜଲାଣ୍ଡ ଓ ସ୍ପେନ ମଧ୍ୟରେ ମୁକାବିଲା ରହିଛି।
  15. ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ଅଞ୍ଚଳରେ ଯବାନଙ୍କ ଘରୁ କଳାକନା ବୁଲାଇଲେ ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଉକ୍ତ ଯବାନଙ୍କ ନାଁ ସୁଶାନ୍ତ କୁମାର ସାହୁ ବୋଲି ଜଣାପଡ଼ିଛି।
  16. ଓଡିଶାରେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ପାର୍ବଣରେ ସାଇବର ଲୁଟେରା ବିଭିନ୍ନ ଉପାୟରେ ଠକି ନେଇଛନ୍ତି। ୨୫ ଦିନରେ ୫୦ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡ଼ିଛି। ୟୁପିଆଇ ମାଧ୍ଯମରେ ସର୍ବାଧିକ ଠକେଇ ହୋଇଛି। ସେହିପରି କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମାଧ୍ୟମରେ ମଧ୍ୟ ହୋଇଛି ଠକେଇ ହୋଇଥିବା ସୂଚନା।
  17. ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୭ଶହ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି।
  18. କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ ।
  19. କଳିଙ୍ଗ ବିହାର କେ-୯ରେ ରହୁଥିବା ସୁଶ୍ରୀ ସଙ୍ଗୀତା ବସ୍ତିଆଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଭୁବନେଶ୍ୱର ପାତ୍ରପଡ଼ାରେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ନଣନ୍ଦଙ୍କ ସହ ରହୁଥିଲେ ସୁଶ୍ରୀ।
  20. ବାଂଲାଦେଶର ତିନିକୋନା ଓ ସାନ୍ଦିପ ଦ୍ବୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା।ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହୁଥିଲା। ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ଓ ପୂର୍ବ ପ୍ରଗଣା ପ୍ରଭାବିତ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.