• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’ । ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଓ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  2.  କଂଗ୍ରେସର ନୂଆ କାର୍ଯ୍ୟକାରୀ କମିଟି ଘୋଷଣା କରିଛନ୍ତି। ଏହି କମିଟିରେ କଂଗ୍ରେସର ୪୭ ଜଣ ବରିଷ୍ଠ ପୁରୁଖା ନେତା ସ୍ଥାନ ପାଇଛନ୍ତି। ଏହି ୪୭ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଓ ସାଂସଦ ଭକ୍ତ ଚରଣ ଦାସ ସ୍ଥାନ ପାଇଛନ୍ତି। 
  3. ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ବୟାନ ପ୍ରସଙ୍ଗକୁ ପୁଣି ଖୋରାକ ଯୋଗାଇଛି। ଓୱେସୀ କହିଛନ୍ତି ଯେ, ଦିନ ଆସିବ ଜଣେ ହିଜାବ ପରିଧାନ କରିଥିବା ମହିଳା ଏ ଦେଶରେ ପ୍ରଧାନମନ୍ତ୍ରୀ ହେବେ।
  4. ରାଜ୍ୟ ସରକାରଙ୍କ ଲକ୍ଷ୍ୟ  ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ମିଳିବ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଆଗାମୀ ଦିନରେ ୩୩୮ଟି ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ନିର୍ମାଣ କରିବେ।
  5. ଧାମନଗର ଉପନିର୍ବାଚନ ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ପ୍ରେସମିଟ କରିଛନ୍ତି। ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସାରିବ ବୋଲି ସୂଚନା ଦେଇଛନ୍ତି। ୧୧୦୮ ଜଣ ପୋଲିଂ ଅଫିସରଙ୍କୁ ୨ ରାଉଣ୍ଡ ଟ୍ରେନିଂ ଦିଆଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ୨ଜଣ କେନ୍ଦ୍ରେୀୟ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି।
  6. ଗୁଜୁରାଟ ନିର୍ବାଚନର ଠିକ୍‌ ପୂର୍ବରୁ ହିନ୍ଦୁତ୍ବ କାର୍ଡ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସିଏମ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି ସେ କହିଛନ୍ତି ।
  7. ରାଜ୍ୟର ୧୩ ଟି ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ୧୭ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହରରେ ପରିଣତ ହୋଇଥିବା ବେଳେ ସୋନପୁରରେ ରାତିର ତାପମାତ୍ରା ୧୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
  8. ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ ଲଗାଇବା ନେଇ ଆବଶ୍ୟକୀୟ ଭିତ୍ତିଭୂମିରେ କିପ୍ରକାର ସୁଧାର ହୋଇଛି, ସେନେଇ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ପରିବହନ ବିଭାଗକୁ ନିର୍ଦ୍ଦଶ ଦେଇଛନ୍ତି ହାଇକୋର୍ଟ ।
  9. କର୍ଣ୍ଣାଟକରେ ସୋମବାର ଆତ୍ମହତ୍ୟା କରିଥିବା ୪୫ ବର୍ଷୀୟ ଲିଙ୍ଗାୟତ ସାଧୁ ହନିଟ୍ରାପର ଶିକାର ହୋଇଛନ୍ତି। ସୁଇସାଇଡ୍‌ ନୋଟ୍‌ରୁ ଏହାର ଖୁଲାସା କରିଛି ପୋଲିସ୍। ଜଣେ  ମହିଳା ତାଙ୍କ ସହିତ ଅଶ୍ଳୀଳ ଭିଡିଓ କଲ୍ କରିଥିଲେ ଏବଂ ଏହାକୁ ନେଇ ସାଧୁଙ୍କୁ ବ୍ଲାକମେଲ୍ କରି ଚାଲିଥିଲେ। ମଠରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ଦୁଇ ଜଣଙ୍କ ନାମ ଥିବା ତଦନ୍ତକାରୀ ଦଳ କହିଛନ୍ତି।
  10. ଅଙ୍କିତା ରାଇନାଙ୍କୁ ପଛରେ ପକାଇ କର୍ମନ କୌର ଥାଣ୍ଡି ଏବେ ଭାରତର ନମ୍ୱର ୱାନ୍‌ ମହିଳା ସିଙ୍ଗିଲ୍‌ ଟେନିସ୍‌ ଖେଳାଳୀ ହୋଇଛନ୍ତି। ରବିବାର କାନାଡ଼ାର ସାଗୁଆନେରେ ଡବ୍ଲୁ ୬୦ ଆଇଟିଏଫ ଟୁର୍ଣ୍ଣାମେଣ୍ଟ ୨୦୨୨ରେ ସେ ଜିତି ଏହି ସ୍ଥାନ ଅଧିକାର କରିଛନ୍ତି।
  11. ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସ୍ୱର୍ଯ୍ୟ ପରାଗ ଦୀପାବଳି ପରଦିନ ଦେଖିବାକୁ ମିଳିଥିଲା।  ଆଗକୁ ପଡ଼ିବ ଚନ୍ଦ୍ରଗ୍ରହଣ। ଚଳିତ ବର୍ଷର ଶେଷ ଏବଂ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଆସନ୍ତା ମାସରେ ଅର୍ଥାତ୍ ନଭେମ୍ବରରେ ହେବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ଅର୍ଥାତ ମଙ୍ଗଳବାର ଦିନ ପଡ଼ିବ।
  12. ବ୍ରିଟେନର ଏକ ଲୋକପ୍ରିୟ ରେଡ଼ିଓ ଷ୍ଟେସନର ଜଣେ ରେଡ଼ିଓ ଜକିଙ୍କ ମୃତ୍ୟୁ ଏହି କଥାକୁ ପ୍ରମାଣିତ ମଧ୍ୟ କରିଛି | ପ୍ରଶଂସକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ଗୀତ ବାଜିବା ପରେ ରେଡିଓ ଜକିଙ୍କ ସ୍ୱର ଆଉ ଶୁଣାଯିବ ନାହିଁ |
  13. ପୂର୍ବ ଘୋଷଣା ଅନୁସାରେ ରୁଷ ପକ୍ଷରୁ ନିଜର ଆଣବିକ ସମରାଭ୍ୟାସ ଆରମ୍ଭ କରାଯାଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ଷ୍ଟ୍ରାଟର୍ଜିକ୍ ନ୍ୟୁକ୍ଲିୟର ଫୋର୍ସ (ପରମାଣୁ ଆକ୍ରମଣର ମୁକାବିଲା ପାଇଁ ଗଠିତ ବାହିନୀ) ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି ।
  14. ୫୦ ବର୍ଷରୁ କମ୍ ବୟସର ନେତାଙ୍କ ପାଇଁ ଦଳରେ ୫୦ ପ୍ରତିଶତ ପଦବୀ ସଂରକ୍ଷଣ କରାଯିବ | କଂଗ୍ରେସର ଅଧ୍ୟକ୍ଷ ଭାବେ ଆଜି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ବ ଗ୍ରହଣ କରି ଏହି ଘୋଷଣା କରିଛନ୍ତି ।
  15. ଋଷି ସୁନକ ଆଜି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ସହ ଜଟିଳ ଆର୍ଥିକ ସଙ୍କଟରୁ ଦେଶକୁ ଉଦ୍ଧାର କରିବା ପାଇଁ କଠୋର ପଦକ୍ଷେପ ନେବେ ବୋଲି ଘୋଷଣା କରିଛନ୍ତି।
  16. ଭାରତ ଓ ଚୀନ୍‌ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ ବୋଲି ମଙ୍ଗଳବାର ଦିନ ବିଦାୟୀ ଭାଷଣରେ ଭାରତସ୍ଥିତ ଚୀନା ରାଷ୍ଟ୍ରଦୂତ ସୁନ୍‌ ୱେଇଡୋଙ୍ଗ୍‌ କହିଛନ୍ତି।
  17. ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଧା ବାଟରେ ଅଟକି ରହିଥିବା ଭାରତ-ବ୍ରିଟେନ୍ ବାଣିଜ୍ୟ ଚୁକ୍ତି ଆଶା ଉଜ୍ଜ୍ବଳ ହୋଇଛି। ବ୍ରିଟେନ୍‌ରେ ରାଜନୈତିକ ସ୍ଥିରତା ଫେରିଥିବାରୁ ଏ ସମ୍ପର୍କିତ ଆଲୋଚନା ସକାରାତ୍ମକ ଦିଗରେ ଆଗକୁ ବଢ଼ିବ।
  18. ବାଦଶାହା ମସଲାର ୫୧ ପ୍ରତିଶତ ଅଂଶଧନ ପାଇଁ ଡାବର ୫୮୭.୫ କୋଟି ଟଙ୍କା ପ୍ରଦାନ କରିବ । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଡାବର ବାଦଶାହା ମସଲାର ଅଂଶଧନ କିଣିବ ବୋଲି ସୂଚନା ମିଳିଛି ।
  19. ସମ୍ବାଦ ସରବରାହ ସଂସ୍ଥା ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ସହ ଏକ ସାକ୍ଷାତକାର ଅବସରରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଏବେ ୫ଟି ଉପଗ୍ରହ ନିର୍ମାଣ ଚାଲିଛି ଓ ପର୍ଯ୍ୟାୟକ୍ରମେ ଅଚଳ ଉପଗ୍ରହ ବଦଳରେ ସେଗୁଡିକର ବ୍ୟବହାର କରାଯିବ। ନୂଆ ଉପଗ୍ରହଗୁଡିକ ଏଲ-୧, ଏଲ-୫ ଏବଂ ଏସ ବ୍ୟାଣ୍ଡ ଶ୍ରେଣୀର ବୋଲି ସେ କହିଛନ୍ତି।
  20. ବାଇଡେନ କହିଛନ୍ତି ଯେ ସନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଆଶ୍ଚର୍ଯ୍ୟର ବିଷୟ । ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ସନକଙ୍କ ପାଇଁ ବଡ ସଫଳତା ଓ ଆଲୋଚନାର ବିଷୟ । ପ୍ରଥମ ଭାରତୀୟ ବଂଶୋଦ୍ଭବ ଓ ହିନ୍ଦୁ ଭାବେ ସନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.