• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାମିଲନାଡୁର ମହେନ୍ଦ୍ରଗିରିରେ ଇସ୍ରୋର ପ୍ରୋପଲଶନ କମପ୍ଲେକ୍ସର ହାଇ ଅଲ୍ଟିଟ୍ୟୁଡ୍ ଟେଷ୍ଟ କେନ୍ଦ୍ରରେ ସିଇ-୨୦ ଇଞ୍ଜିନର ଉଡାଣ ସମ୍ପର୍କିତ ପରୀକ୍ଷଣ କରାଯାଇଛି । ଏହା ଇସ୍ରୋର ସବୁଠୁ ଓଜନିଆ ରକେଟର ଇଞ୍ଜିନ ଅଟେ ।
  2. ଭାରତ। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାରେ ପାକିସ୍ତାନର କୁତ୍ସିତ ଚେହେରା ଉପରୁ ପରଦା ହଟାଇଛି। ସାରା ଦୁନିଆ ଆଗରେ ମୁମ୍ବାଇ ଆତଙ୍କୀ ହମଲାରେ ପାକିସ୍ତାନୀ ଆତଙ୍କୀ ସାଜିଦ ମୀରର ଅଡିଓ କ୍ଲିପକୁ ପ୍ଲେ କରିଛି ଭାରତ।
  3. ସରକାର ବିଭିନ୍ନ ସୋସିଆଲ ମିଡିଆ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟର ଆଦିର ନିଷ୍ପତ୍ତିକୁ ବଦଳାଇ କୌଣସି ପୋଷ୍ଟ ବା କଣ୍ଟେଣ୍ଟକୁ ହଟାଇ ପାରିବେ, କୌଣସି ସୋସିଆଲ ମିଡିଆ ଆକାଉଣ୍ଟକୁ ଅଚଳ, ରଦ୍ଦ କରିପାରିବେ । କିନ୍ତୁ ସରକାରଙ୍କ ଏହି ନିୟମକୁ ସୋସିଆଲ ମିଡିଆ କମ୍ପାନି ବିରୋଧ କରି କୋର୍ଟଙ୍କ ଆଶ୍ରୟ ନେବାର ସମ୍ଭାବନା ରହିଛି ।
  4. ଦେଶରେ ଅନଲାଇନ୍‌ ଶିକ୍ଷାର ଚାହିଦା ବଢ଼ୁଛି। ୨୦୨୧ ତୁଳନାରେ ୨୦୨୨ରେ ଅନଲାଇନ୍‌ ଶିକ୍ଷା ପ୍ରୋଗ୍ରାମରେ ନାମଲେଖା ସଂଖ୍ୟା ୧୭୦ ପ୍ରତିଶତ ବୃଦ୍ଧି ଘଟିଛି। ମୁକ୍ତ ଏବଂ ଦୂର ଶିକ୍ଷା (ଓଡିଏଲ୍‌) ପ୍ରୋଗ୍ରାମରେ ନାମଲେଖା ୪୧.୭ ପ୍ରତିଶତ ବଢ଼ିଛି।
  5. ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାରେ ନିର୍ମାଣ ହୋଇଛି। ଶନିବାର ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ। ଉକ୍ତ ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ ଥିବାବେଳେ ଏହାର ନାମ ଷ୍ଟାଚ୍ୟୁ ଅଫ ବିଲିଫ୍‌ ବା ବିଶ୍ବାସ ସ୍ବରୂପମ୍‌ ଦିଆଯାଇଛି। ଉକ୍ତ ମୂର୍ତ୍ତି ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଛି।
  6. ଛଟ୍‌ ପୂଜା ପାଇଁ ଦିଲ୍ଲୀରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ସମ୍ପୂର୍ଣ୍ଣ ମଦ ନିଷିଦ୍ଧ ହେବ। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଆଜି ଏହି ଘୋଷଣା କରିଛନ୍ତି।
  7. ‘ଦେହାତି ଡିସ୍କୋ’ ଚଳଚ୍ଚିତ୍ରର ନିର୍ମା‌ତା କମଳ କିଶୋର ମିଶ୍ରା ମୁମ୍ବାଇରେ ଥିବା ତାଙ୍କ ଆପାର୍ଟମେଣ୍ଟର ପାର୍କିଂ ସ୍ଥଳରେ ପତ୍ନୀଙ୍କ ଉପରେ କାର୍‌ ଚଢ଼ାଇବା ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଛି।
  8. ପଞ୍ଜାବ ଭଳି ଗୁଜୁରାଟରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ‘ଆପଣଙ୍କ ମୁଖ୍ୟମନ୍ତ୍ରୀ ବାଛନ୍ତୁ’ ଅଭିଯାନ ଆରମ୍ଭ କରିଛନ୍ତି। ନିଜ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ବିଭିନ୍ନ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଛନ୍ତି କେଜ୍ରିୱାଲ୍।
  9. ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ)-୨୦୨୩ ପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଗତ ୨୧ ତାରିଖରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ aissee.nta.nic.in ୱେବସାଇଟ୍‌ରେ ଆବେଦନ କରିପାରିବେ।
  10. ବଜାରରେ ମୋବାଇଲ୍ ଚୋରି ‌ହେବାର ଦିନେ ବ୍ୟବଧାନରେ ବ୍ୟାଙ୍କ୍‌ ଜମାଖାତାରୁ ଅନ୍‌ଲାଇନ୍‌ରେ ୧ ଲକ୍ଷ ୨୫ ହଜାର ଟଙ୍କା ଅନ୍ୟ ୧୦ଟି ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରି ଲୁଟ୍‌ ହୋଇଛି। ଏଭଳି ଏକ ଅଭିଯୋଗ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାରେ ହୋଇଥିବା ଜଣାପଡ଼ିଛି।
  11. ବାଲେଶ୍ବର ସହରରୁ ରେକର୍ଡ ୧୦ କେଜିରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ମୂଲ୍ୟ ପାଖାପାଖି ୧୧ କୋଟି ଟଙ୍କା ହେବ। ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ପୁଲିସ ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିବା ବେଳେ ଏଥିରେ କିଙ୍ଗ୍‌ପିନ୍‌ ସାଜିଥିବା ମଧ୍ୟପ୍ରଦେଶର ଆୟୁବକୁ ଗିରଫ କରିଛି।
  12. ଗତ ୨୦୨୧ ଜୁଲାଇ ୧ରୁ ୨୦୨୨ରୁ ଜୁନ ୩୦ ମଧ୍ୟରେ ଏହିପରି ୪୭୮ ଘଟଣା ସାମନାକୁ ଆସିଛି । ତେବେ ଏୟାର ଇଣ୍ଡିଆ ବିମାନ ସବୁଠୁ ଅଧିକ ଥର ପାଇଁ ଜୁରୀର ଅବତରଣ କରିଛି । ଏହା ପଛକୁ ରହିଛି ଇଣ୍ଡିଗୋ, ସ୍ପାଇସ ଜେଟ୍ । ଯାତ୍ରା ସମୟରେ ସ୍ପାଇସ୍ ଜେଟର ଅନେକ ବିମାନର ତ୍ରୁଟି ପରେ ଡିଜିସିଏ ଆକ୍ସନକୁ ଆସିଥିଲା ।
  13. ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ନଲଗେ’ ଫିଲପାଇନ୍ସ ଦକ୍ଷିଣ ପ୍ରାନ୍ତରେ ତାଣ୍ଡବ ରଚିଛି। ଲଘୁଚାପ ପ୍ରଭାବରେ ରାତି ତମାମ ବର୍ଷା ଯୋଗୁ ବନ୍ୟା ଓ ଭୂ-ସ୍ଖଳନରେ ଅନୁନ୍ୟ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୯ ଜଣ ନିଖୋଜ ଅଛନ୍ତି।
  14. ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧିକୁ ଆଉ ମାସେ ପାଇଁ ବୃଦ୍ଧି କରାଯାଇଛି । ରାଜ୍ୟ  ପରିବହନ ବିଭାଗ ଏହି ସମୟ ବୃଦ୍ଧି ନିଷ୍ପତ୍ତି ନେଇଛି । ଦ୍ବିତୀୟ ଥର ପାଇଁ  ପରିବହନ ବିଭାଗ ଏହି ଅବଧି ବୃଦ୍ଧି କରିଛି । ଫଳରେ ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ  ରେଜିଷ୍ଟ୍ରେସନ୍‌ ଅବଧି ବୃଦ୍ଧି ପାଇଛି ।
  15. ରାଜ୍ୟ  ପରିବହନ ବିଭାଗ , ଗାଡି ନମ୍ବରର  ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ତାରିଖକୁ ରେଜିଷ୍ଟ୍ରେସନର ଶେଷ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ୫, ୬ ଥିଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପଞ୍ଜିକରଣ ସମୟ ରହିଛି । ଗାଡି ନମ୍ବରର ଶେଷ ଅଙ୍କ  ୭, ୮ ଥିଲେ ଜାନୁଆରୀ ୩୧ ଶେଷ ତାରିଖ ଓ ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବୃଆରୀ ୨୮ ତାରିଖକୁ ଶେଷ ସମୟ ଭାବେ ଧାର୍ଯ୍ୟ କରାଯାଇଛି ।
  16. ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ । ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖଭାଗ ଭାଙ୍ଗିଯାଇଛି। ଗୁଜରାଟ ବଲସାଡର ଅତୁଲ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ମାସକ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ତୃତୀୟ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି।
  17. ଭାରତକୁ ମିଳିଛି ସ୍ୱିସ୍ ବ୍ୟାଙ୍କ ଜମାକାରୀଙ୍କ ୪ର୍ଥ ସେଟ୍‌ ତାଲିକା। ବାର୍ଷିକ ସ୍ୱୟଂଚାଳିତ ସୂଚନା ବିନିମୟ (ଏଇଓଆଇ) ଅଧୀନରେ ସ୍ୱିଜରଲ୍ୟାଣ୍ଡ ୧୦୧ ଟି ଦେଶ ସହିତ ପ୍ରାୟ ୩୪ ଲକ୍ଷ ଜମାକାରୀଙ୍କ ଆକାଉଣ୍ଟର ବିବରଣୀ ସେୟାର କରିଛି।
  18. ରାଜ୍ୟରେ ସମ୍ପ୍ରତି ୫୭୦୫ ବ୍ୟାଙ୍କ ଶାଖା ରହିଛି। ଏଥିରେ ଲୋକମାନଙ୍କୁ ତ୍ବରିତ ବ୍ୟାଙ୍କ ସେବା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ୫୭୦୫ ବ୍ୟାଙ୍କ ଶାଖା ମଧ୍ୟରୁ ଗ୍ରାମାଞ୍ଚଳରେ ୨୯୬୩, ଅର୍ଦ୍ଧସହାରାଞ୍ଚଳରେ ୧୫୧୫ ଏବଂ ସହରାଞ୍ଚଳରେ ୧୨୨୭ ଶାଖ ରହିଛି। ତେବେ ଲୋକମାନଙ୍କୁ ସେବା ଯୋଗାଣ କ୍ଷେତ୍ରରେ ପ୍ରାୟ ୨୭୦୦ ଏସ୍‌ଏଚ୍‌ଜି ମହିଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
  19. ଗୁଜରାଟ ସରକାର ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) କାର୍ଯ୍ୟକାରୀ କରିବା ପାଇଁ ବିଜେପି ନେତୃତ୍ୱାଧୀନ ଶନିବାରଦିନ ଏକ କମିଟି ଗଠନ କରିଛନ୍ତି ।
  20. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଆଜି) ଗୁଜରାଟର ବଡ଼ୋଦରାଠାରେ ଭାରତୀୟ ବିମାନବାହିନୀ ପାଇଁ ସି୨୯୫ ଏମଡବ୍ଲୁ ପରିବହନ ବିମାନ ଉତ୍ପାଦନ କାରଖାନାରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.