• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୁଜରାଟର ମୋର୍ବି ଜିଲ୍ଲାରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଷୁଡ଼ି ଯିବାରୁ ୬୦ ଜଣଙ୍କ ଜୀବନ ଯାଇଛି। ଏହି ବ୍ରିଜଟି ୫ ଦିନ ତଳେ ପୁନଃ ମରାମତି କରାଯାଇଥିଲା ୭୦ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।
  2. ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ତାଙ୍କ ପରିବାର ନ୍ୟାୟ ପାଇନଥିବା ଅଭିଯୋଗ କରିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ। ତାଙ୍କ ପୁଅ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନାହିଁ |
  3. ବିଦ୍ୟୁତକୁ ଲୋକଙ୍କ ମୌଳିକ ଆବଶ୍ୟକତା ଏଥିରୁ କେହି ବଞ୍ଚିତ ହୋଇପାରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ପ୍ରାୟ ଏକ ବର୍ଷ ଧରି ବିଦ୍ୟୁତ ବିନା ଜୀବନ ବିତାଉଥିବା ମହିଳାଙ୍କ ସପକ୍ଷରେ ରାୟ ଦେବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
  4. କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ପାଇଁ ସହମତି ପ୍ରତ୍ୟାହାର କରିନେଇଛନ୍ତି ତେଲେଙ୍ଗାନା ସରକାର। ଏବେ ସିବିଆଇ ରାଜ୍ୟର ଘଟଣାର ଅନୁସନ୍ଧାନ କରିପାରିବ ନାହିଁ। ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ ପ୍ରତିଷ୍ଠା ଅଧିନିୟମ ୧୯୪୬ ଅନୁଯାୟୀ, କୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ଆବଶ୍ୟକ |
  5. ଦିଲ୍ଲୀ ଜଳ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ଶର୍ମା ଯମୁନା ନଦୀର ଜଳରେ ରାସାୟନିକ ପଦାର୍ଥ ମିଶାଇ ଗାଧୋଇ କହିଛନ୍ତି ଯେ ଯମୁନାର ଜଳ ପରିଷ୍କାର ରହିଛି ।
  6. ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସ୍ଥାନରେ ଆଉ କାହାକୁ ଆଣିବା ଅର୍ଥାତ୍ ତାଙ୍କ ବିକଳ୍ପ ବିଷୟରେ ବରିଷ୍ଠ ରୁଷୀୟ ଅଧିକାରୀମାନେ ଆଲୋଚନା କରୁଥିବା କଥା ୟୁକ୍ରେନୀୟ ପ୍ରତିରକ୍ଷା ଗୁଇନ୍ଦାର ମୁଖ୍ୟ କହିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
  7. ଚାରିଜଣ ଟିଆର୍‌ଏସ୍ ବିଧାୟକଙ୍କୁ ବିଜେପି କିଣିବାକୁ ଉଦ୍ୟମ କରୁଥିବା ନେଇ ହୋଇଥିବା ଅଭିଯୋଗ ଉପରେ ତେଲେଙ୍ଗାନା ହାଇକୋର୍ଟ ଅଭିଯୁକ୍ତ ରାମଚନ୍ଦ୍ର ଭାରତୀ ଓରଫ ସତୀଶ ଶର୍ମା, କେ ନନ୍ଦକୁମାର ଓ ଡିପିଏସ୍‌କେଭିଏନ୍ ସିଂହୟାଜୁଲୁଙ୍କୁ ୨୪ ଘଣ୍ଟା ଭିତରେ ସାଇବରାବାଦ ପୁଲିସ କମିସନରଙ୍କ ଆଗରେ ହାଜର ହେବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ତିନି ଅଭିଯୁକ୍ତଙ୍କୁ ଗରିଫ କରିବା ପାଇଁ କୋର୍ଟ ଆଦେଶ ଦେବା ସହ ସେମାନଙ୍କ ସ୍ବତନ୍ତ୍ର ଏସିବି କୋର୍ଟରେ ହାଜର କରାଇବା ପାଇଁ ପୁଲିସକୁ କହିଛନ୍ତି।
  8. ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଶକୁ ଋଣଯନ୍ତା ମଧ୍ୟକୁ ଠେଲି ଦେଇଛନ୍ତି। ଋଣଭାର ଗତ ବର୍ଷ (୨୦୨୧) ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୬୧.୬ ପ୍ରତିଶତରେ ପହଞ୍ଚି ଯାଇଛି।
  9. ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ସେ ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସୌର ଶକ୍ତିକୁ ଉପଯୋଗ କରି ଭାରତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରୁଛି। ଏଥିଯୋଗୁଁ ଉତ୍ପାଦନ ଖର୍ଚ୍ଚ ଅନେକାଂଶରେ ହ୍ରାସ ପାଇଛି।
  10. ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ଜାଣ୍ଡୋଲ ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଘରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୪ ଜଣଙ୍କ ଗଳିତ ଶବ।
  11. କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଭାଗିରଥି ପାର୍କ ନିକଟରେ ଥିବା ପୋଲରେ । ଏହି ପୋଲଟି ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରେ । ପୋଲଟି ଅଚାନକ ଭାଙ୍ଗି ଯିବାରୁ ପୋଲ ଉପରେ ଯାଉଥିବା ଦୁଇଟି କାର ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।
  12. ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା)ଙ୍କ ପୁରୁଣା ବିଲ୍ଡିଂ ମଧ୍ୟରୁ ଗୋଟିଏ ମାର୍ଶଲ ସ୍ପେସ୍‌ ଫ୍ଲାଇଟ ସେଣ୍ଟର ୪୨୦୦କୁ ମାଟିରେ ମିଶାଇ ଦିଆଯାଇଛି। କଣ୍ଟ୍ରୋଲ ବ୍ଲାଷ୍ଟରେ ଏହାକୁ ଧ୍ୱଂସ କରାଯାଇଥିବା ବେଳେ ଏଥି ପାଇଁ ମାତ୍ର କିଛି ସେକେଣ୍ଡ ଲାଗିଛି।
  13. ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଧରଣର ଅଘଟଣ ଘଟି ହାଲୋୱିନ୍‌ ପର୍ବ ପାଳନ ବେଳେ ଦଳାଚକଟାରେ ୧୫୧ଜଣ ମୃତ୍ୟୁ ହେବା ସହ ୧୦୦ରୁ ଊର୍ଦ୍ଧ୍ଵ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
  14. ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି।
  15. ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି।
  16. ପୋଲିସ ଥାନାକୁ ସରକାରୀ ଗୋପନୀୟତା ଅଧିନିୟମରେ ପରିଭାଷିତ ନିଷିଦ୍ଧ ସ୍ଥାନରେ ସାମିଲ କରାଯାଇ ନାହିଁ। ବମ୍ବେ ହାଇକୋର୍ଟଙ୍କ ନାଗପୁର ପୀଠ ଏହା କହିଛନ୍ତି। ଏଣୁ ଥାନାର ଭିଡିଓ ରେକର୍ଡିଂକୁ ଅପରାଧ ଶ୍ରେଣୀରେ ରଖା ଯାଇ ନପାରେ ବୋଲି ପୀଠ ସ୍ପଷ୍ଟ କରିଦେଇଛନ୍ତି। 
  17. ସୋସିଆଲ୍ ମିଡିଆ କମ୍ପାନୀ ଟ୍ୱିଟରକୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ମାଲିକ ଏଲନ ମସ୍କ। ପ୍ରଥମେ କମ୍ପାନୀ ବଡ଼ ବଡ଼ ପଦାଧିକାରୀଙ୍କୁ ଚାକିରିରୁ ବିଦା କରିବା ପରେ ଏବେ ସାରା ବିଶ୍ୱରେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବ ବୋଲି ସୂଚନା ମିଳିଛି।
  18. ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରିଥିଲା ଋଷିଆ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ କାମ କରୁଥିବା ଏକ ଏଜେଣ୍ଟ ଟ୍ରସଙ୍କର ବ୍ୟକ୍ତିଗତ ମୋବାଇଲ୍ ଫୋନ୍ ହ୍ୟାକ୍ କରିଥିବା ଏକ ରିପୋର୍ଟରେ ଜଣାପଡ଼ିଛି। 
  19. ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ହେବ ଚନ୍ଦ୍ର ଗ୍ରହଣ ପଡିବ। ଜ୍ୟୋର୍ତିବିଦଙ୍କ ମତ ଅପରାହ୍ଣ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ।
  20. ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ। କର୍କଟ ରୋଗରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ଜାମିନ ମିଳିଥିବା ବେଳେ ବହୁ ବିଳମ୍ବରେ ଇଡି ଏହା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବାରୁ ଜଷ୍ଟିସ୍‌ ଏମଆର ଶାହା ଓ ଏମଏମ ସ​‌େ​‌ନ୍ଦ୍ରଶଙ୍କ ପୀଠ ଏହି ଜୋରିମାନା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.