• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଣସଂରକ୍ଷିତ ବର୍ଗର ‘ଆର୍ଥିକ ଅନଗ୍ରସର ବର୍ଗ’ଙ୍କ (ଇଡବ୍ଲୁଏସ୍‌) ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିବା ସମ୍ବିଧାନର ୧୦୩ତମ ସଂଶୋଧନକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ ରଖିଛନ୍ତି।
  2. ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ  ଅପହରଣ ପରେ ଦୁଷ୍ମର୍ମ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ମୁକ୍ତ କରି ଦେଇଛନ୍ତି।
  3. ସୋମବାର ଦେଶର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ୟୁୟୁ ଲଲିତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ। ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ସୁପ୍ରିମକୋର୍ଟର ସମାରୋହ ପୀଠ ବସିଥିଲା
  4. ଜାପାନର ମହାକାଶ ଏଜେନ୍‌ସି ‘ଜାକ୍ସା’ ସହିତ ମିଶି ‘ଲ୍ୟାଣ୍ଡର୍‌ ଓ ରୋଭର୍‌ କମ୍ବିନେସନ୍‌’ ପଠାଇ ଚନ୍ଦ୍ରର ଅପର ବା ଅନ୍ଧକାର ପାର୍ଶ୍ବ ସର୍ବେକ୍ଷଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଯୋଜନା କରୁଛି।
  5. ବେଆଇନ ଖଣି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରିବା ନିମନ୍ତେ ତାଙ୍କ ଆବେଦନ ଶୁଣାଣି କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ଅନୁମତି ଦେବାରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଖୁବ୍‌ ଆଶ୍ବସ୍ତି ମିଳିଛି।
  6. ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନବିଚାରପତି ୱାଇଭି ଚନ୍ଦ୍ରଚୂଡ଼ଙ୍କ ପୁତ୍ର ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୯ ତାରିଖରୁ ଭାରତର ପ୍ରଧାନବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି।
  7. ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ନଭେମ୍ବର ୧୭ରେ ନିଜର ସମସ୍ତ ବ୍ୟକ୍ତିଗତ ଓ ପାରିବାରିକ ସମ୍ବନ୍ଧକୁ ତ୍ୟାଗ କରିବେ। ଏହି ସମ୍ବନ୍ଧ ତ୍ୟାଗ ତାଙ୍କ ସନ୍ନ୍ୟାସଗ୍ରହଣର ୩୦ ବର୍ଷ ପୂର୍ତ୍ତିର ପ୍ରତୀକ ହେବ।
  8. ବେଙ୍ଗାଲୁରୁ କୋର୍ଟ ତରଫରୁ କଂଗ୍ରେସକୁ ଲାଗିଲା ବଡ ଝଟକା। କୋର୍ଟ ନିଜ ଆଦେଶରେ କଂଗ୍ରେସ ଏବଂ ଏହାର ଭାରତ ଯୋଡୋ ଯାତ୍ରାର ଟ୍ଵିଟର ହ୍ୟାଣ୍ଡେଲକୁ ବ୍ଲକ୍ କରିବାକୁ ଆଦେଶ ଦେଇଛନ୍ତି।
  9. ସାରା ଦେଶରେ ରେଳବାଇ ୩୫ଟି ରେଳ ଷ୍ଟେସନର ଉନ୍ନତିକରଣ କରିବାକୁ ଯାଉଛନ୍ତି। ଏଥିରୁ କେତେକ ଷ୍ଟେସନର ବିକାଶ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଆଉ କେତେକର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚୀରେ ଭୁବନେଶ୍ୱର ଷ୍ଟେସନର ନାମ ରହିଛି।
  10. ଟେସ୍‌ଲା କମ୍ପାନୀ ସିଇଓ ଏଲନ୍‌ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କଲାପରେ ଭାରତରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ।
  11. ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
  12. ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ନର୍ସିଂ ବୃତିଧାରୀଙ୍କୁ ରାଷ୍ଟ୍ରପତି ଭବନଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର ସମୁଦାୟ ୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍‌ଏମ୍ , ୪ ଜଣ ଏଲ୍‌ଏଚ୍‌ଭି ଏବଂ ୩୦ ଜଣ ନର୍ସ । ଓଡିଶାର ନର୍ସ ଖୁଲଣା ବାରିକ ଓ ନର୍ସ ଶିବାନୀ ଦାସ ଏବଂ ଏଏନ୍‌ଏମ୍ ଦମୟନ୍ତୀ ରାଉତ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।
  13. ଗରିବ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନ ଥିବା ମେଧାବୀ ପିଲାଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦେବା ଲାଗି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପୁଣି ଥରେ ଅଣ୍ଟା ଭିଡିଛନ୍ତି। ଏନେଇ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ମଗାଯିବା ସହ ନୂଆ ଢଙ୍ଗରେ ସିଭିଲ ର୍ସଭିସ କୋଚିଂ ପ୍ରଦାନ କିପରି କରାଯିବା ନେଇ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇଛି।
  14. ଏସିଆ କପ୍‌ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି।
  15. ବାତ୍ୟାର ଗତିରୋଧ ଓ ସାମୁଦ୍ରିକ ଜୁଆର କ୍ଷୟକ୍ଷତି ରୋକିବାରେ ହେନ୍ତାଳ ବଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରତି ହେକ୍ଟର ହେନ୍ତାଳ ବଣ କ୍ଷୟକ୍ଷତି ପରିମାଣ ୫୦ ପ୍ରତିଶତ ହ୍ରାସ କରିବା ସହିତ ମୃତ୍ୟୁର ପରିମାଣକୁ .୨ ପ୍ରତିଶତ ହ୍ରାସ କରିବାରେ ସଫଳ ହୋଇଛି। ଏମିତିକି ୧୯୯୯ ମସିହାରେ ଆସିଥିବା ପ୍ରଳୟଙ୍କରୀ ମହାବତ୍ୟା ସମୟରେ ମଧ୍ୟ ହେନ୍ତାଳ ବଣ ଯୋଗୁଁଁ ବହୁ ଧନଜୀବନ ରକ୍ଷା ପାଇପାରିଛି ବୋଲି ଆମେରିକାର ପ୍ରତିଷ୍ଠିତ ପିଏନ୍‍ଏଏସ ପତ୍ରିକା ପ୍ରକାଶ କରିଛି।
  16. ଦୁଇ ବର୍ଷ ପରେ ଭୁବନେଶ୍ବର ବାଲିଯାତ୍ରା ଅନୁଷ୍ଠିତ ହେବ। ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଊର୍ଦ୍ଧ୍ବ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
  17. ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ଅକ୍ଟୋବର ୨୧ ସୁଦ୍ଧା ଦେଶରେ ଲୋକମାନଙ୍କ ନିକଟରେ ମୋଟ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ଟଙ୍କା ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
  18. ମୋଦୀ ସରକାର ଯେତେବେଳେ ନୋଟ୍‌ବନ୍ଦୀ ଘୋଷଣା କଲେ ସେତେବେଳେ ନଭେମ୍ବର ୪ରେ ଦେଶରେ ଜନସାଧାରଣଙ୍କ ନିକଟରେ ୧୭.୭ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ରହିଥିଲା। ନୋଟ୍‌ ବନ୍ଦୀର ୬ ବର୍ଷରେ ମଧ୍ୟ ଏହି ନଗଦ ଅର୍ଥ ପରିମାଣ ଏବେ ପାଖାପାଖି ୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
  19.  ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ଓପିଏସସି ପକ୍ଷରୁ ସୂଚନା। କୃତକାର୍ଯ୍ୟ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଓପିଏସି ପକ୍ଷରୁ ନୋଟିସ ଜାରି କରାଯାଇଛି।
  20. ସଙ୍ଗୀତ ଜଗତର ଦୁଇ ଚର୍ଚ୍ଚିତ ଚେହେରା ପଲକ ମୁଚ୍ଛଲ ଓ ମିଥୁନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପଲକ ଓ ମିଥୁନ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କରେ ଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.