• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଗରିବ ଦେଶ ଗୁଡ଼ିକ ବିଶ୍ୱ ତାପମାନ ବୃଦ୍ଧି ଯୋଗୁଁ ସହୁଥିବା କ୍ଷତି ଭରଣା କରିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରଥମଥର ପାଇଁ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି।
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜି-୨୦ ଦେଶ ସମୂହର ଅଧ୍ୟକ୍ଷ ଭାବେ ଭାରତର ବାର୍ତ୍ତା, ଲୋଗୋ ଏବଂ ୱେବ୍‌‌ସାଇଟକୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଆସନ୍ତା ଡିସେମ୍ବର ୧ରୁ ଭାରତ ଜି -୨୦ରେ ଅଧ୍ୟକ୍ଷତା କରିବ।
  3. ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌‌ ଜଳବାୟୁ ସମ୍ମିଳନୀ କପ୍‌‌-୨୭ରେ ସତର୍କ କରାଇ କହିଛନ୍ତି ଦେଶଗୁଡ଼ିକ ନିଜ ନିଜ ମଧ୍ୟରେ ସହଯୋଗ ରକ୍ଷା କରନ୍ତୁ, ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଛନ୍ତି, ଜଳବାୟୁ ଦୃଷ୍ଟିରୁ ଏବେ ବିଶ୍ୱ ନର୍କ ଆଡ଼କୁ ଗତି କରୁଛି।
  4. ଆନ୍ଧ୍ରପ୍ରଦେଶ ସରକାର ଏମବିବିଏସ ପାଠ୍ୟକ୍ରମର ଶୁଳ୍କକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଧାର୍ଯ୍ୟ ଶୁଳ୍କଠାରୁ ସାତଗୁଣ ଅଧିକ ଥିଲା । ପରେ ଏହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ଜଷ୍ଟିସ ଏମଆର ଶାହା ଏବଂ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ ସୋମବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ କାୟମ ରଖିଛନ୍ତି |
  5. କଂଗ୍ରେସର ଟ୍ବିଟର ହ୍ୟ‌ାଣ୍ଡେଲ ବ୍ଲକ କରିବା ନେଇ ନିମ୍ନ ଅଦାଲତ ଦେଇଥିବା ରାୟ ଉପରେ ରୋକ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ।କିଛି ଦିନ ତଳେ ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ କଂଗ୍ରେସ କମ୍ପାନିର ବିନା ଅନୁମତିରେ ଚଳଚ୍ଚିତ୍ରରୁ ସଙ୍ଗୀତ ଉଠାଇ ଆଣୁଛି ବୋଲି ତାତ୍ସଲ୍ୟ କରି ‘ବିଜେପି’ ନେତା ଅମିତ ମାଲଭୀୟ କହିଥିଲେ।
  6. ଆତଙ୍କବାଦୀ କି ଦୁର୍ନୀତିଗ୍ରସ୍ତ ହୋଇଥିଲେ ମୋତେ ଗିରଫ କର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି(ଆପ୍) ଅରବିନ୍ଦ କେଜ୍ରିୱାଲ ଆଜି ଏଭଳି ଟୁଇଟ୍‌ କରି ବିଜେପିକୁ ଟାର୍ଗେଟ କରିଛନ୍ତି।
  7. ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ଆପତ୍ତି ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିଛନ୍ତି । ଗତ ଅକ୍ଟୋବର ମାସରେ ରୁଷ ଭାରତର ନଂ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି ।
  8. ଜାତୀୟ ରାଜମାର୍ଗ ପାର୍ଶ୍ବକୁ ବେଆଇନ ଜବରଦଖଲ କରିଥିବା ଢାବା ଓ ଦୋକାନ ଉପରେ ଏଣିକି ବୁଲଡୋଜର୍‌ ଚାଲିବ। କେନ୍ଦ୍ର ସରକାର ଏହି ମର୍ମରେ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।
  9. ଖଣି ମନ୍ତ୍ରଣାଳୟର ସର୍ବଶେଷ ହିସାବ ଅନୁସାରେ ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ଗଠନ କରାଯାଇଛି । ଖଣି ଓ ଖଣିଜ (ଉନ୍ନୟନ ଓ ନିୟନ୍ତ୍ରଣ) ଏମଏମ୍‌ଡିଆର, ଆଇନ ୧୯୫୭ ସଂଶୋଧନ ହୋଇ ଡିଏମ୍ଏଫର ପ୍ରବର୍ତ୍ତନ କରାଯାଇଥିଲା ।
  10. ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚମତ୍କାର କରିଛନ୍ତି ଓଡ଼ିଆ ଡାକ୍ତର ଓ ଯନ୍ତ୍ରୀ ଯୋଡ଼ି। ହିପ୍‍ ରିପ୍ଲେସମେଣ୍ଟ ବା ନିତମ୍ବ ପ୍ରତ୍ୟାରୋପଣ କ୍ଷେତ୍ରରେ ବ୍ୟବହାର ହେଉଥିବା ଯେଉଁ ଯନ୍ତ୍ରାଂଶ ବିଦେଶରୁ ଆଣିବା ପାଇଁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା; ଏବେ ସେଥିପାଇଁ ମାତ୍ର ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାସହିତ ଅସ୍ତ୍ରୋପଚାର ମଧ୍ୟ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ।
  11. ମିସାଇଲ ମାଡ଼ ସାଙ୍ଗକୁ ଗୁଳି-ଗୋଳା ବର୍ଷାରେ ଧ୍ବସ୍ତ-ବିଧ୍ବସ୍ତ ଅଧିକାଂଶ ଅଞ୍ଚଳ । ଋଷ୍ ଉପରେ ହାଲ୍ଲାବୋଲ୍ ଡାକିଦେଇଛନ୍ତି ୟୁକ୍ରେନ୍ ସୈନ୍ୟ । ଜୋରଦାର ପାଲଟା ଆକ୍ରମଣରେ ଋଷ୍ ସେନା ଧରାଶାୟୀ ହୋଇଛି । ୟୁକ୍ରେନର ପୂର୍ବ ଅଞ୍ଚଳରେ ଋଷ୍ ସେନା ଡେରା ପକାଇଥିବା ସ୍ଥାନରେ ହମଲା ହୋଇଛି । ଫଳରେ ସୈନ୍ୟ ଆଡ୍ଡା କ୍ଷତିଗ୍ରସ୍ତ ହୋଇଛି ।
  12. ରୁଷ୍‌-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବରେ ସଙ୍କଟ ସୃଷ୍ଟି କରିଛି। ଏହି ଯୁଦ୍ଧ ୬୦ ଦେଶର ଖାଦ୍ୟ ଚୋରେଇ ନେଇଛି। ଏଥିଯୋଗୁଁ ଆଫ୍ରିକୀୟ ଦେଶଗୁଡିକରେ ଅନାହାର ମୃତ୍ୟୁ ଆଶଙ୍କା ବଢ଼ିବାରେ ଲାଗିଛି।
  13. ଆସନ୍ତା ମାର୍ଚ୍ଚ ମାସରେ ହେବ +୨ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ସିଏଚଏସଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
  14. ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏହାଦ୍ବାରା ମାଣ୍ଡିଆ ଲୋକଙ୍କ ପାଖରେ ଅଧିକ ଆଦୃତ ହୋଇପାରିବ । ୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ ।
  15. ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ ଏବଂ ଜେଫ୍‌ ବେଜୋସଙ୍କ ବ୍ଲୁ ଅରିଜିନ ଭଳି ଏକ ଭାରତୀୟ କମ୍ପାନୀ ମଧ୍ୟ ସ୍ପେସ୍‌ ଟୁରିଜିମର ପ୍ରସ୍ତୁତି ଆରମ୍ଭ କରିଛି । ସ୍ପେସ୍‌ ଆଣ୍ଡ୍‌ ଏୟାରସ୍ପେସ୍‌ ଟେକ୍ନୋଲୋଜି କମ୍ପାନୀ ଡେରାଡୁନରେ ଚଳିତ ମାସରେ ହୋଇଥିବା ବିଜ୍ଞାନ ମେଳାରେ ଏହାର ନମୁନା ଉପସ୍ଥାପନା କରିଥିଲା । ୨୦୨୫ ବେଳକୁ ଲଞ୍ଚ୍‌ କରିବାର ଯୋଜନା ରହିଥିବା କହିଛି କମ୍ପାନୀ । ଟିକେଟ୍‌ ମୂଲ୍ୟ ୫୦ ଲକ୍ଷ ଟଙ୍କା ହୋଇପାରେ ।
  16. ଜ୍ଞାନବ୍ୟାପୀ ମାମଲାରେ ବାରଣାସୀ କୋର୍ଟରେ ମଙ୍ଗଳବାର ହେବାକୁ ଥିବା ଶୁଣାଣି ଟଳିଯାଇଛି। ପ୍ରସଙ୍ଗରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେବାର ଥିଲା। ଏଥିରେ ମସଜିଦରୁ ମିଳିଥିବା ଶିବଲିଙ୍ଗ ଆକୃତିର ପଥରକୁ ପୂଜା କରାଯିବ କି ନା ସେ ବାବଦେ ରାୟ ଆସିଥାନ୍ତା। ଏବେ ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୧୪ ତାରିଖରେ ହେବ।
  17. ଆକାଶବାଣୀ କଟକରେ ନିୟମିତ ଗାୟିକା ଲତା ଘୋଷ  ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ସେ କ୍ୟାନ୍ସରରେ ପୀଡ଼ିତ ହୋଇ ଚୋକିତ୍ସିତ ହେଉଥିଲେ ।
  18. ଭାରତରେ ନଭେମ୍ବର ୪ ରୁ ଡିସେମ୍ବର ୧୪ ମଧ୍ୟରେ ପ୍ରାୟ ୩୨ ଲକ୍ଷ ବାହାଘର ହେବାକୁ ଯାଉଛି । ଯାହାଦ୍ବାରା ୩.୭୫ ଲକ୍ଷ କୋଟିର ବ୍ୟବସାୟ ହେବା ନେଇ ଅନୁମାନ କରାଯାଉଛି। କନଫେଡେରେସନ୍‌ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଏହି ତଥ୍ୟ ପ୍ରକାଶ କରିଛି।
  19. ଭାରତୀୟ ଜୀବନ ବିମା ନିଗମ ଘରୋଇ ଉପକରଣ ନିର୍ମାତା ଭୋଲ୍ଟାସରେ ନିଜର ଅଂଶଧନ ବଢାଇଛି । ଏଲିଆଇସି ସୋମବାର ଘରୋଇ ବଜାରକୁ ଏହି ସୂଚନା ଦେଇଛି । ଭୋଲ୍ଟାସରେ ନିଜର ଅଶଂଧନକୁ ବଢାଇ ୮.୮୮୪ ପ୍ରତିଶତ କରିଛି । ଏହା ପୂର୍ବରୁ କମ୍ପାନିରେ ଏଲଆଇସିର ଅଂଶଧନ ପ୍ରାୟ ୬.୮୬୨ ପ୍ରତିଶତ ଥିଲା।
  20. କୋଭିଡ ପାଇଁ ୨ ବର୍ଷ ପରେ ହେଉଛି ବାଲିଯାତ୍ରା। ପ୍ରଥମ ଦିନରୁ ହିଁ ପ୍ରବଳ ଜନସମାଗମ ହୋଇଛି। କଟକ ଐତିହାସିକ ବାଲିଯାତ୍ରା ଶୁଭାରମ୍ଭ କରିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ ଓ ସାଂସଦ ରାଜଶ୍ରୀ ମଲ୍ଲିକ ଯୋଗଦେଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.