• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୟୁକ୍ରେନ୍‌ ରାଜଧାନୀ କିବ୍‌ ଏବଂ ଅନ୍ୟ ପ୍ରମୁଖ ସହରରେ ରୁଷ୍‌ ପୁଣିଥରେ ପ୍ରଚଣ୍ଡ ଆକ୍ରମଣ କରିଛି। ଭିତ୍ତିଭୂମି ଗୁଡ଼ିକୁ ଟାର୍ଗେଟ୍‌ କରି ରୁଷ୍‌ କ୍ଷେପଣାସ୍ତ୍ର ବର୍ଷା କରିଛି। ଆକ୍ରମଣ ଯୋଗୁ କିବ୍‌ରେ ୮୦ ପ୍ରତିଶତ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିଛି।
  2. ଗୁଗୁଲ୍ କ୍ରୋମ୍‌ରେ ବହୁ ଦୁର୍ବଳତା ରହିଛି ଯାହା ଜରିଆରେ ହ୍ୟାକରମାନେ ସହଜରେ ଆକ୍ରମଣ କରିପାରିବେ ବୋଲି ସରକାରୀ ସଂସ୍ଥା ସିଇଆର୍‌ଟି-ଆଇଏନ୍ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ସତର୍କ କରାଯାଇଛି। ଅସୁବିଧାରୁ ବର୍ତିବା ଲାଗି ଗୁଗୁଲ୍ କ୍ରୋମ୍‌ ବ୍ରାଉଜରକୁ ତୁରନ୍ତ ଅପ୍‌ଡେଟ୍‌ କରିବା ଲାଗି ପରାମର୍ଶ ଦିଆଯାଇଛି।
  3. ଲୋକପ୍ରିୟ ବଙ୍ଗଳା ଅଭିନେତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କ ୫୯ ବର୍ଷ ବୟସରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ କିଡ଼୍‌ନୀଜନିତ ରୋଗରେ ପୀଡିତ ଥିଲେ ଏବଂ ମାସ ମାସ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
  4. ନାଗରିକତା ସଂଶୋଧନ ଆଇନ (ସିଏଏ)-୨୦୧୯ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅନେକ ମାମଲା ଦାଏର କରାଯାଇଥିବା ବେଳେ କୋର୍ଟ ଆସନ୍ତା ‌ଡିସେମ୍ବର ୬ରେ ଏହାର ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।
  5.  ନଭେମ୍ବର ୧ରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ବ୍ୟବସାୟିକ ସିଲିଣ୍ଡରରେ ହିଁ ଏହି ହ୍ରାସ ଘଟିଛି। ଉଲ୍ଲେଖନୀୟ ଘରୋଇ ସିଲିଣ୍ଡରର ଦାମ ଗତ ଜୁଲାଇ ୬ ପରଠୁ କୌଣସି ପରିବର୍ତ୍ତନ ଘଟିନଥିଲା।
  6. ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ବ୍ୟକ୍ତିଗତ ସେନା କୁହାଯାଉଥିବା ‘ଦି ୱାଗ୍‌ନର୍‌ ଗ୍ରୁପ୍‌’ ୟୁକ୍ରେନ୍‌ ଯୁଦ୍ଧରେ ମୁତୟନ ନିମନ୍ତେ ‘ଏଚ୍‌ଆଇଭି’ ଏବଂ ‘ହେପାଟାଇଟିସ୍‌ ସି’ ଭଳି ରୋଗାକ୍ରାନ୍ତ ଦୋଷୀ ସାବ୍ୟସ୍ତମାନଙ୍କୁ ନିଯୁକ୍ତି ଦେଉଥିବା କଥା ବ୍ରିଟେନ୍‌ ଗୁଇନ୍ଦା କହିଛି।
  7.  ‘ପ୍ରୋଫାଇଲ୍‌ ନେମ୍’ ସମ୍ମୁଖରେ ‘ବ୍ଲୁ ଟିକ୍‌’ ସଂଯୋଗ କରୁଥିବା ‘ପ୍ଲାଟ୍‌ଫର୍ମ’ର ଯାଞ୍ଚ ପ୍ରକ୍ରିୟା ନବୀକରଣ ଚାଲିଛି ବୋଲି ‘ଟୁଇଟର୍‌’ର ନୂଆ ମାଲିକ ଏଲନ୍‌ ମସ୍କ୍‌ କହିଛନ୍ତି।୧୯.୯୯ ଡଲାର୍‌ ବା ୧୬୦୦ ଟଙ୍କାକୁ ‘ବ୍ଲୁ ଫି’ ବୃଦ୍ଧି କରିବାକୁ କମ୍ପାନି ଯୋଜନା କରୁଛି ବୋଲି କୁହାଯାଉଛି।
  8. କୋଇମ୍ବାଟୁର୍‌ସ୍ଥିତ ଥଇଥାନ ଶିବିରରେ ବାସ କରୁଥିବା ଜଣେ ଶ୍ରୀଲଙ୍କୀୟ ତାମିଲ୍‌ ଶରଣାର୍ଥିନୀ ଶୁକ୍ରବାର ଦିନ ଏରୋଡ୍‌ ଅଞ୍ଚଳର ସତ୍ୟମଙ୍ଗଳମ ବସ୍‌ ଷ୍ଟାଣ୍ଡ୍‌ ନିକଟ ରାସ୍ତାରୁ ପାଇଥିବା ୪୦, ୦୦୦ ଟଙ୍କା ଫେରସ୍ତ କରିଦେଇଛନ୍ତି।
  9. ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଆର୍‌ଏସ୍‌ଏସ୍‌ ହିଁ ବିଜେପିର ଅସଲ ଶକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଟକାଇବାପାଇଁ ଏକାଠି ହେଉଥିବା ବିରୋଧୀ ମେଣ୍ଟ ପ୍ରସଙ୍ଗରେ କିଶୋର କହିଛନ୍ତି, ବିଜେପିକୁ ଭଲଭାବେ ନବୁଝିବା ପର୍ଯ୍ୟନ୍ତ ବିଜେପିକୁ କେହି ପରାସ୍ତ କରିପାରିବେ ନାହିଁ।
  10. ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଝୁଲାପୋଲର ମରାମତି ପାଇଁ  ୧୪୪ ଧାରା ଜାରି ହୋଇଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା  ଦେଇଛନ୍ତି। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନ ଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ।ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। 
  11. ଗୁଜରାଟ ମାଛୁ ନଦୀ ଝୁଲା ପୋଲ ଭୁଶୁଡି ପଡ଼ିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୁଲିସ ଅଟକ ରଖିଥିବା ୯ ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି । ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
  12. ଚଳିତ ରବି ଋତୁରେ ଚାଷୀମାନଙ୍କୁ ୭୫୦୦ କୋଟି ଟଙ୍କାର ଋଣ ଦେବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୧୯-୨୦ ରବି ଋତୁରେ ଚାଷୀଙ୍କୁ ୫୭୪୦.୫୬ କୋଟି , ୨୦୨୧-୨୨ ରବି ଋତୁରେ ଏହି ପରିମାଣ ୬୮୬୮.୮୭ କୋଟି ଟଙ୍କା ଥିଲା । ୨୦୨୧-୨୨ ରବି ଋତୁରେ ଚାଷୀଙ୍କୁ ୬୫୦୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ।
  13.  ଓଡିଶାରେ 5ଟି ଲୋକାଭିମୁଖୀ ପ୍ରଶାସନର ଉଦ୍ଦେଶ୍ୟ ସାଧନ ଦିଗରେ ଏହା ନୂଆ ଦିଗନ୍ତ ଉନ୍ମୋଚନ କରୁଛି। ଏବେ ସୁଦ୍ଧା ୩୧ଟି ସରକାରୀ ବିଭାଗର ୪୦୦ରୁ ଅଧିକ ସେବା ଅନ୍‌‌ଲାଇନ୍‌‌ରେ ସାମିଲ ହୋଇ ସାରିଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ସବୁ ବିଭାଗର ସମସ୍ତ ସେବା ଅନଲାଇନ୍‌‌ରେ ଉପଲବ୍ଧ କରାଯିବ।
  14. ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ  ପୂର୍ବାହ୍ନ ୧୦.୩୦ରେ ପତାକା ଦେଖାଇ  ଭୁବନେଶ୍ବରୁ ଜୟପୁରକୁ ସେବା ଶୁଭାରମ୍ଭ କରିଛନ୍ତି। 
  15. ଓଡିଶାରେ ଥିବା କେନ୍ଦ୍ରୀୟ ସମବାୟ ସମିତି ଗୁଡ଼ିକର ନିର୍ବାଚନ ରବିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀ ୯୦%ରୁ ଊର୍ଦ୍ଧ୍ବ ସମବାୟ ସମିତି ଗୁଡ଼ିକରେ ବିଜୟୀ ହୋଇଥିବା ଜଣାପଡ଼ିଛି।
  16. ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଏଣିକି ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଦୁଇ ଆଙ୍ଗୁଠି ପରୀକ୍ଷା (ଟୁ-ଫିଙ୍ଗର ଟେଷ୍ଟ) କରୁଥିବା ବ୍ୟକ୍ତି ଅସଦାଚରଣ ପାଇଁ ଦୋଷୀ ସାବ୍ୟସ୍ତ ହେବେ। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଏହି ତଥାକଥିତ ପରୀକ୍ଷାର କୌଣସି ବୈଜ୍ଞାନିକ ଆଧାର ନାହିଁ ଏବଂ ଏପରି ପରୀକ୍ଷା ପୀଡ଼ିତା ମହିଳାମାନଙ୍କୁ ମାନସିକ ସ୍ତରରେ ପୁନଃ ଦୁଷ୍କର୍ମର ଶିକାର କରିଥାଏ।
  17. ୯ଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ ନେଣଦେଣ ପାଇଁ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ସେଗୁଡିକ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍‌ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ,ୟେସ୍ ବ୍ୟାଙ୍କ, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ବୋଲି ଆର୍‌ବିଆଇ କହିଛି। ଅକ୍ଟୋବର ୭ ତାରିଖରେ ଦେଶରେ ଡିଜିଟାଲ ମୁଦ୍ରା ପ୍ରଚଳନ ନେଇ ଆର୍‌ବିଆଇ ସୂଚନା ଦେଇଥିଲା।
  18. ଡ୍ରଗ୍ସ ଓ ନିଶା କାରବାରରେ ବଦନାମ ପଞ୍ଜାବକୁ ସୁଧାରିବାରେ ଲାଗିଛନ୍ତି ଆପ୍ ସରକାର ଜୁଲାଇ ୫ ତାରିଖ ୨୦୨୨ରୁ ଏପର୍ଯ୍ୟନ୍ତ ୬,୯୯୭ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯାଇଛି। ସେହିପରି ଏନେଇ ୫,୩୪୬ ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ୫୮୦ ମାମଲା ଅଧିକମାତ୍ରାରେ ଡ୍ରଗ୍ସ ରଖିବା ଘଟଣାରେ ହୋଇଛି।
  19. କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ‘ୟୁନିୟନ ହୋମ୍ ମିନିଷ୍ଟ୍ରି ସ୍ପେଶିଆଲ୍ ଅପରେସନ ମେଡାଲ ୨୦୨୨’ ପୁରସ୍କାର ଘୋଷଣା କରାଯାଇଛି। ସୁରକ୍ଷା କର୍ମୀଙ୍କ ଦ୍ୱାରା ଅତଙ୍କବାଦ, ବର୍ଡର କାର୍ଯ୍ୟାନୁଷ୍ଠାନ, ଆର୍ମସ କଣ୍ଟ୍ରୋଲ(ଅସ୍ତ୍ର ନିୟନ୍ତ୍ରଣ), ଡ୍ରଗ୍ସ ପ୍ରତିରୋଧ ଓ ସୁରକ୍ଷା ଅପରେସନ ଏହି ୪ ଟି ଦିଗରେ ସଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଦିଆଯିବ।
  20. ପୁରୀର ମଙ୍ଗଳା ଘାଟରୁ ୮୯୦ ଗ୍ରାମ୍‌ ଧଳାଜହର ଜବତ ହୋଇଛି । ବାସେଳୀସାହି ଥାନା ପୁଲିସ ଓ ଏସଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର ଜବତ କରାଯାଇଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୯୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.