• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ଓଡିଶା ରାଜ୍ୟ ସରକାର ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥିରେ ୪ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ବେଳେ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଓ ଅନ୍ୟ ୬ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି।
  2. ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି ।
  3. ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ଦେହାନ୍ତ । ୧୦୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ହୋଇଛି।
  4. କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ଓ ତାଙ୍କ ପୁଅ ଅନନ୍ତ ବାସୁଦେବ ପିଏନବିରୁ ୧୦କୋଟି ଟଙ୍କାର ଋଣ ଖିଲାପ କରିଛନ୍ତି । ବାରମ୍ବାର ଏନେଇ ତାଙ୍କୁ ନୋଟିସ୍ ହୋଇଥିଲେ ମଧ୍ୟ ସେ ଉତ୍ତର ନଦେବାରୁ ଜିଲ୍ଲା ପ୍ରଶାସନ ଅନୁମତିରେ କୋରାପୁଟ ତହସିଲଦାରଙ୍କ ଉପସ୍ଥିତିରେ କୋରାପୁଟ ବ୍ଳକ୍ ଡୋଲିଆମ୍ବ ପାଖରେ ଥିବା ଫାର୍ମ ହାଉସ ଜବତ୍ ହୋଇଛି।
  5. ଟାଟା ଗ୍ରୁପ୍ ୪୫ ହଜାର ମହିଳା ଶ୍ରମିକଙ୍କୁ ରୋଜଗାର ଦେବ । କମ୍ପାନୀ ଦକ୍ଷିଣ ଭାରତରେ ଏହାର ଇଲେକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରିରେ ପ୍ରାୟ ୪୫ ହଜାର ମହିଳା ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଯୋଜନା କରୁଛି। 
  6. ଗୁଜରାଟ ମୋରବି ପୋଲ ଦୁର୍ଘଟଣା ୧୩୫ ଜଣଙ୍କ ମୃତ୍ୟୁ ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ଆହତ ଲୋକଙ୍କ ହାଲଚାଲ ଜାଣିବା ପାଇଁ ମୋରବିରେ ପହଞ୍ଚିଛନ୍ତି। ମୋରବି ବ୍ରିଜର କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଓରେଭା ଗ୍ରୁପର ହୋର୍ଡିଂକୁ କପଡା ଘୋଡେଇ ଦିଆଯାଇଥିବାର ଦେଖାଯାଇଛି।
  7. କେନ୍ଦ୍ର ସରକାର ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି। ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯(ସିଏଏ) ପରିବର୍ତ୍ତେ  ନାଗରିକତା ଅଧିନିୟମ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯିବ।
  8. ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ସୋମବାର ବିଳମ୍ବିତ ରାତିରେ ୮୬ ବର୍ଷ ବୟସରେ ପରଲୋକ ଘଟିଛି।
  9. ନେପାଳରେ ଚଳିତ ମାସ ୨୦ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉଭୟ ନେପାଳି ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ଏହି ନିର୍ବାଚନ ହେଉଛି । ନିର୍ବାଚନ ପରିଚାଳନାରେ ସହାୟତା ପାଇଁ ଭାରତ ସରକାର ନେପାଳକୁ ୨୦୦ଟି ଗାଡ଼ି ପଠାଇଛନ୍ତି ।
  10. ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ପୁଞ୍ଜି ବଜାରରୁ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଛି।
  11. ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଦୁଃଖଦାୟକ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୧୪ ରେ କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।
  12. ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର କିଣିବା ଚୁକ୍ତି ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଥିଲେ। ଟ୍ୱିଟର କିଣିବା ପରେ ମସ୍କ କମ୍ପାନୀର ପ୍ରାୟ ୭୫% କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି
  13. ଜିଲା ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।  ମାତ୍ର ରାଧାପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇନାହିଁ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।
  14. କଇଁଛଙ୍କ ସୁରକ୍ଷା ପାଇଁ ମୁହାଣରେ ଲାଗିଲା ମାଛଧରା କଟକଣା।  ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିବାକୁ ମିଳିବନି ଅନୁମତି। ମେ’ ୩୧ ତାରିଖ ଯାଏଁ ମାଛଧରା ମନା।
  15. ରୁଷ-ୟୁକ୍ରେନ୍‌ ଯୁଦ୍ଧ… ୟୁକ୍ରେନ ରାଜଧାନୀ କିଭରେ ରୁଷିଆର ମିଜାଇଲ ଆକ୍ରମଣ।  ମିଜାଇଲ ମାଡ଼ରେ କିଭର ୮୦% ଅଞ୍ଚଳ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ,  ଅନ୍ଧାରରେ କିଭବାସୀ।  
  16. ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇ ମୁମ୍ବାଇ ପୁଲିସ ପକ୍ଷରୁ ୱାଇ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯିବ। କିଛି ଦିନ ତଳେ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା,
  17. ଦୁନିଆର ସବୁଠାରୁ ସୁନ୍ଦର ମହିଳା ଚେହେରା ଭାବେ ମନୋନୀତ ହୋଇଛନ୍ତି। ଏହି ତାଲିକାରେ ୧୦ ଜଣ ମହିଳାଙ୍କ ନାମ ଘୋଷଣା କରାଯାଇଛି, ଯେଉଁଥିରେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନିଜ ସ୍ଥାନ ଅଧିକାର କରିଛନ୍ତି।
  18. ଭୁଲ ମେସେଜ୍ ଓ ଓଟିପି ମାଧ୍ୟମରେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ଠକ । ସର୍ଭେ କରାଯାଇଥିବା ପ୍ରାୟ ୪୦ ପ୍ରତିଶତ ଭାରତୀୟ ଉତ୍ସବ ସମୟରେ ଅନଲାଇନ୍ ସପିଂ କରୁଥିବା ବେଳେ ଠକାମିର ଶିକାର ହୋଇଥିବା ଜଣାପଡିଛି । ଏକ ରିସର୍ଚ୍ଚରୁ ଏହି ସୂଚନା ସାମ୍ନାକୁ ଆସିଛି ।
  19. ଆସନ୍ତା ନଭେମ୍ୱର ୫ ରେ ଘୂର୍ଣ୍ଣିବଳୟ। ୭ ସୁଦ୍ଧା ଦକ୍ଷିଣ ପଶ୍ଚିମ ବଙ୍ଗୋସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଦକ୍ଷିଣ ପୂର୍ବ ବଙ୍ଗୋସାଗରରେ ୫ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାନେଇ ପାଣିପାଗ ବିଜ୍ଞାନ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
  20. ଟି-୨୦ ବିଶ୍ୱ କପ ୨୦୨୨ରେ ମଙ୍ଗଳବାର ଖେଳାଯାଇଥିବା ହାଇ ଭୋଲଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ ଦେଇଛି ଇଂଲଣ୍ଡ । କିୱି ଦଳରୁ ୨୦ ରନରେ ପରାସ୍ତ କରି ଗ୍ରୁପ ଏ’ର ପଏଣ୍ଟ ତାଲିକାର ଦ୍ୱିତୀୟରେ ପହଞ୍ଚିଛି ଇଂଲଣ୍ଡ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.