• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ପ୍ରଥମ ଥର ପାଇଁ ସିଆରପିଏଫ୍‌ (ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ‌୍)ର ୨ ମହିଳା ଅଧିକାରୀଙ୍କୁ ଆଇଜି (ଇନ୍ସପେକ୍ଟର ଜେନେରାଲ୍‌) ରୢାଙ୍କ୍‌କୁ ପଦୋନ୍ନତି ମିଳିଛି। ଇତିହାସରେ ଏହା ପ୍ରଥମ ଘଟଣା। ସିଆରପିଏଫ୍‌ର ବିହାର ସେକ୍ଟରର ମୁଖ୍ୟ ରହିବେ ସୀମା ଧୁନ୍ଦିୟା।
  2. ପୂର୍ବ ତୁର୍କିସ୍ତାନର ଉଇଘର ଓ ଅନ୍ୟ ତୁର୍କୀ ଜନସାଧାରଣଙ୍କ ଉପରେ ଚୀନ୍ ଦମନଲୀଳା ଚଳାଇଥିବାରୁ ଏହାକୁ ଜାତିସଂଘର ସଦସ୍ୟ ଥିବା ୫୦ଟି ଦେଶ ନିନ୍ଦା କରିଛନ୍ତି
  3. ମେଘାଳୟ ହାଇକୋର୍ଟ କହିଛନ୍ତି ଯେ ଆଇନକାନୁନ ବିଷୟରେ ଜାଣି ନ ଥିବା ଦୁଇ ନାବାଳିକା-ନାବାଳକ ପରସ୍ପରକୁ ଭଲପାଇ ସମ୍ପର୍କ ରଖିଲେ ପୋକ୍‌ସୋ ଆଇନ ଅନୁସାରେ ତାକୁ ଯୌନ ଅପରାଧ ଭାବେ ଗଣାଯିବନି।
  4. ଭାରତୀୟ ରେଳ ଦ୍ବାରା ଯାତ୍ରୀମାନଙ୍କ ପାଇଁ ଆଉ ଏକ ପର୍ଯ୍ୟଟନ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଆଇଆର୍‌ସିଟିସି ପକ୍ଷରୁ ଭାରତ ଗୌରବ ପର୍ଯ୍ୟଟକ ଟ୍ରେନ ପୁରୀ ପାଇଁ ନଭେମ୍ବର ୮ ତାରିଖରୁ ଗଡ଼ିବ।
  5. ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି ।
  6. ଗରିବଙ୍କ ଥଇଥାନ ପାଇଁ ବସ୍ତି ପୁନର୍ବାସ ଯୋଜନାରେ ୩,୦୨୪ ନବ ନିର୍ମିତ ଫ୍ଲାଟ୍‌କୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
  7. ରବିବାର ସନ୍ଧ୍ୟାରେ ମୋର୍ବି ଝୁଲାପୋଲ ଭୁଶୁଡିବାରୁ ୧୪୧ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମୋର୍ବି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଇଡି ଏବଂ ସିବିଆଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ?
  8. ମୋର୍‌ବୀ ଝୁଲାପୋଲ ଭାଙ୍ଗିପଡ଼ିବା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ତରଫରୁ ମାମଲା ଲଢ଼ିବେ ନାହିଁ ବୋଲି ଗୁଜରାଟର ୧ଟି ବାର୍‌ ଆସୋସିଏସନ୍‌ ନିଷ୍ପତ୍ତି ଗ୍ରହଣ କରିଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।
  9. ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ବୁଧବାର ପ୍ରଥମ ବଡ଼ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ପୂର୍ବରୁ ଜଳବାୟୁ ସମ୍ମିଳନୀରେ ଭାଗ ନେବେନି ବୋଲି କହୁଥିଲେ। ହେଲେ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି।
  10. ମହାରାଷ୍ଟ୍ରରେ ସବୁଠୁ ଅଧିକ ଧନିକ ବସବାସ କରନ୍ତି। କେବଳ ଏହି ରାଜ୍ୟରେ ସୁପର ରିଚ୍‌ ପରିବାରଙ୍କ ସଂଖ୍ୟା ୬.୪ ଲକ୍ଷ। ୨୦୨୧ରେ ଏପରି ପରିବାରଙ୍କ ବାର୍ଷିକ ଆୟ ୨ କୋଟି ଟଙ୍କାରୁ ଅଧିକ ଥିଲା। ମହାରାଷ୍ଟ୍ର ପଛକୁ ୧.୮ ଲକ୍ଷ ସୁପର ରିଚ୍ ପରିବାରଙ୍କ ସହ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ରହିଛି ଗୁଜରାଟ, ଏଠାରେ ସୁପରରିଚ୍ ପରିବାରଙ୍କ ସଂଖ୍ୟା ୧.୪ ଲକ୍ଷ। ଚତୁର୍ଥ ସ୍ଥାନରେ ତାମିଲନାଡୁ ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ପଞ୍ଜାବ।
  11. ଭାରତର ପ୍ରଥମ ମହିଳା ବ୍ୟାଙ୍କ କୋଅପରେଟିଭ୍ ବ୍ୟାଙ୍କ ଅଫ୍ ସେୱା ୧୯୭୩ରେ ପ୍ରତିଷ୍ଠା କରିଥିଲେ। ତା ସହିତ ୧୯୭୯ରେ ସେ ଓମେନ୍ସ ୱର୍ଲ୍ଡ ବ୍ୟାଙ୍କିଙ୍ଗର ସହସଂସ୍ଥାପକ ଥିଲେ । ଅହମଦାବାଦରେ ୮୯ ବର୍ଷ ବୟସରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି ଇଲା ଭଟ୍ଟ।
  12. ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମର୍ଟ ହେଲ୍ଥ କାର୍ଡ ଯୋଗାଇ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି। ହିତାଧିକାରୀ ମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ମାନଙ୍କୁ ତାଲିକାଭୁକ୍ତ କରାଯାଇଛି।
  13. ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା । ସେ ପ୍ରଥମ ଓଡ଼ିଆ ଭାବେ ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ହୋଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଫିକି ଇଣ୍ଡିଆର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
  14. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ  କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
  15. ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ଏହାକୁ ରୋକିବାକୁ ଏକ ନୂଆ ଉପାୟ ଚିନ୍ତା କରିଛନ୍ତି ପରିବହନ କମିସନ। ଏଣିକି ଆଉ ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ।
  16. ଡୁମଡୁମା ଅଞ୍ଚଳର ରାଜୀବ ଶ୍ରୀଚନ୍ଦନ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ସେକ୍ସନ ଅଫିସର ଭାବେ କାମ କରୁଥିଲେ।:  ନିଶା ନିବାରଣ କେନ୍ଦ୍ରରେ ନିଶା ଛାଡ଼ିବାକୁ ଭର୍ତ୍ତି ହୋଇଥିଲେ। ହେଲେ ନିଶା ଛାଡ଼ିବା ଦୂରର କଥା ଚାଳିଗଲା ଜୀବନ। ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏପରି ଛାତିଥରା ଅଘଟଣ ।
  17. ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା। ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇ ଦେବେ ସରକାର। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
  18. କଂଗ୍ରେସ ପାର୍ଟି ଏକା ଚାଲିବ। ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ। କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାର୍ବଜନୀନ ସମ୍ୱୋଧିନରେ ଏହା କହିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ। ।
  19. ସାଉଦିଆରବ ବିରୋଧରେ ଇରାନ୍‌ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛି । ଏହାର ଐତିହାସିକ ଜାମକରନ୍‌ ମସ୍‌ଜିଦ୍‌ ଉପରେ ଲାଲ୍‌ ଝଣ୍ଡା ଉଡାଇ ଇରାନ୍‌ ଏହି ସୂଚନା ଦେଇଛି । ୨୦୨୦ ମସିହାରେ ଜେନେରାଲ୍‌ କାସିମ୍‌ ସୁଲେମାନୀଙ୍କ ହତ୍ୟାପରେ ଇରାନ୍‌ ଜାମରକନ୍‌ ମସ୍‌ଜିଦ୍‌ ଉପରେ ଲାଲ ପତାକା ଉଡାଇଥିଲା ।
  20. ବାଂଲାଦେଶ ବିପକ୍ଷରେ ବିଜୟ ଟିମ ଇଣ୍ଡିଆକୁ ଏକ ପ୍ରକାରର ସେମି ଫାଇନାଲକୁ ନେଇ ଯାଇଛି। କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। ବାଂଲାଦେଶକୁ ରୋହିତ ଶର୍ମା ଆଣ୍ଡ କୋ ୫ ରନରେ ହରାଇବା ପରେ ପଏଣ୍ଟ ଟେବୁଲରେ ୬ ପଏଣ୍ଟ ପାଇ ଶୀର୍ଷରେ ପହଞ୍ଚି ଯାଇଛନ୍ତି। ଦଳ ପାଖରେ ଏବେ ବି ଆଉ ଗୋଟିଏ ମ୍ୟାଚ୍‌ ରହିଛି। ଶେଷ ମ୍ୟାଚ୍‌ରେ ଭାରତ ରବିବାର ଜିମ୍ବାୱେକୁ ଭେଟିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.