• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆମ୍ ଆଦମୀ ପାର୍ଟି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆମ ଆଦମୀ ପାର୍ଟି ଗୁଜୁରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇସୁଦାନ ଗାଧ୍ବୀଙ୍କୁ ଚୟନ କରିଛି ।
  2. ସାମରିକ ସୀମାନ୍ତରେ ୪ ଘଣ୍ଟା କାଳ ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଉଡୁଥିବା କଥା ଚିହ୍ନଟ କରିବା ପରେ ଦକ୍ଷିଣ କୋରିଆ ତୁରନ୍ତ ତା’ର ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କରିଛି।
  3. ଚନ୍ଦ୍ର ଯାତ୍ରା ପାଇଁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଆର୍ଟେମିସ୍-୧’ ଆଜି ‘ଭେଇକ୍ଲ୍‌ ଆସେମ୍ବ୍ଲି ବିଲ୍‌ଡିଙ୍ଗ୍‌’ରୁ ‘ଲଞ୍ଚ୍‌ ପ୍ୟାଡ୍‌’ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।
  4. ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଜନଗହଳି ଭରା ଲଣ୍ଡନ୍‌ ଟ୍ୟୁବ୍‌ ଷ୍ଟେସନ୍‌ରେ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଉଜ୍ଜ୍ବଳ ରଙ୍ଗର ‘ଅଫିମଫୁଲ’ ବିକ୍ରି କରୁଥିବା ଦେଖି ଯାତ୍ରୀମାନେ ଚକିତ ହୋଇଯାଇଛନ୍ତି।
  5. ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ଚୀନ୍‌ ସମାନ ଧରଣର ଅନ୍ୟ ଏକ ଗୁପ୍ତଚର ଜାହାଜକୁ ଭାରତର କ୍ଷେପଣାସ୍ତ୍ର ପରୀକ୍ଷା ସାଟେଲାଇଟ (ଉପଗ୍ରହ)ର ଗତିବିଧି ଉପରେ ନଜର ରଖିବା ପାଇଁ ଗତ ତିନି ମାସ ତଳୁ ଲଙ୍ଗର ପକାଇ ରଖିଛି।
  6. ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ଆଦେଶରେ କମ୍ପାନୀ ତାର ଗ୍ଲୋବାଲ ଜବ କଟ୍‌ ଆରମ୍ଭ କରିଛି। ଏଥିରେ ଭାରତୀୟ କର୍ମଚାରୀ ମଧ୍ୟ ଛଟେଇ ହେଲେଣି। ଭାରତରେ ଏହି ଛଟେଇ ଏବେ ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ୨୦୦ କର୍ମଚାରୀଙ୍କୁ ବାହାର ଆକ୍ସେସ୍‌ ଫେରସ୍ତ ନେଇଛି।
  7. ପ୍ରକୃତରେ ହ୍ବାଟ୍ସଆପ୍‌ ୟୁଜର୍ସ ଅନଲାଇନ ରହିଲେ ବି ଅନ୍ୟମାନଙ୍କୁ ଜଣା ପଡ଼ିଯାଉଥିଲା। କିନ୍ତୁ ଏବେ ଏଭଳି ଆଉ ହେବନାହିଁ। ଏଣିକି ଆପଣ ନିଜର ଅନଲାଇନ୍‌ ଷ୍ଟାଟସକୁ ଲୁଚାଇପାରିବେ । ଏହାଦ୍ବାରା ଆପଣ ଅନଲାଇନରେ ଥିଲେ ବି କେହି ଜାଣିପାରିବେ ନାହିଁ।
  8. ୨୦୧୪ର ସଂଶୋଧିତ କର୍ମଚାରୀ ପେନସନ ଯୋଜନାର ବୈଧତାକୁ ବଳବତ୍ତର ରଖିଛନ୍ତି ଉଚ୍ଚତମ ନ୍ୟାୟାଳୟ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମାସିକ ୧୫ ହଜାର ଟଙ୍କିଆ ବେତନ ସୀମାକୁ ରଦ୍ଦ କରିଛନ୍ତି।
  9. ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍ ପାଇଁ ସପିଙ୍ଗ୍ ମଲକୁ ଗଣିବାକୁ ପଡ଼ିଛି ୨୫ ହଜାର ଟଙ୍କା। ୬ ଟଙ୍କାର କ୍ୟାରି ବ୍ୟାଗ ଧରାଇ ଗ୍ରାହକଙ୍କୁ ହନ୍ତସନ୍ତ କରୁଥିବା କଟକର ଏକ ସପିଙ୍ଗ୍ ମଲକୁ କଟକ ଜିଲ୍ଲା ଖାଉଟି ଅଦାଲତ ୨୫ ହଜାର ଟଙ୍କା ଫାଇନ୍ କରିଛନ୍ତି। କଟକର ଜଣେ ଗ୍ରାହକ ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ବଜାର କୋଲକାତା ନାମକ ସପିଙ୍ଗ୍ ମଲକୁ ପୋଷାକ କିଣିବା ବେଳେ ତାଙ୍କୁ କ୍ୟାରି ବ୍ୟାଗ ନେବେ କି ନାହିଁ ପଚରା ଯାଇଥିଲା । ଏପରିକି ଏଥିପାଇଁ ଟଙ୍କା ପଡ଼ିବ ବୋଲି କାଉଣ୍ଟରରେ ଥିବା କର୍ମଚାରୀ କହିନଥିଲେ।
  10. ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଜନ ଔଷଧି କେନ୍ଦ୍ରରେ ମିଳୁଥିବା ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ଔଷଧ ନକଲି ଥିବା ଅଭିଯୋଗ ହୋଇଛି। ଔଷଧର ଖୋଳରେ ଥିବା ବାର କୋଡ଼କୁ ସ୍କାନ କଲେ ତାହା ଔଷଧ କମ୍ପାନୀ ପରିବର୍ତ୍ତେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି।
  11. ଭୁବନେଶ୍ୱର ଏମ୍ସରୁ ଗିରଫ ହେଲେ ଟିକେଟ ଦଲାଲ । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି ଦଲାଲମାନେ ।
  12. ଧୂଆଁ ଓ ଧୂଳିରେ ଚାଦରରେ ଢ଼ାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ। ଆଜି ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ୬୦୦ ପାଖାପାଖି ପହଞ୍ଚିଛି। ପ୍ରଦୂଷଣକୁ ଆଖି ଆଗରେ ରଖି କାଲିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୋଏଡାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
  13. ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସନ୍ତା ୧୦ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ରୁ ୧ ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ପ୍ରାୟ ୧୦ ଟା ୩୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
  14. ୨୦୨୨ ବର୍ଷରେ ୨୭ ଦିନ ବିଧାନସଭାର ବୈଠକ ବସିସାରିଛି। ଏଣୁ ଅବଶିଷ୍ଟ ୩୩ ଦିନ ପାଇଁ ଏହି ଅଧିବେଶନ ବସିିବା ନିମନ୍ତେ ସ୍ଥିର କରାଯାଇଛି ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି। ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ଚଳିତ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
  15. ବିଧାୟକମାନଙ୍କୁ କିଣିବାକୁ ଚାଲିଛି ଚେଷ୍ଟା। ଦଳର ଏମ୍‌ଏଲ୍‌ଏଙ୍କୁ ଲାଞ୍ଚ ଦେଉଛି ବିଜେପି। ପୁଣି ଥରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ବିଧାୟକଙ୍କୁ ଲାଞ୍ଚ ଦେବା ମାମଲାରେ ପୁଣିଥରେ ସେ ବିଜେପିକୁ କରିଛନ୍ତି ଟାର୍ଗେଟ୍। ଏନେଇ ଏକ ଭିଡିଓ ମଧ୍ୟ ସେ ଜାରି କରିଛନ୍ତି।
  16. ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ ସ୍ତରର ପଦବୀ ପୂରଣ ପାଇଁ ଗୋଟିଏ ପରୀକ୍ଷା ଆୟୋଜନ ହେବ । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଠାରୁ ଯୁଗ୍ମ ସ୍ନାତକ ଭିତ୍ତିକ ଚୟନ ପରୀକ୍ଷା (ସିଜିଏଲଆରଇ) ଓ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ) ହେବ ।
  17. ମେଟା ଅର୍ଥାତ ଫେସବୁକର ଖରାପ ସମୟ ଚାଲିଛି । କମ୍ପାନୀର ଆୟ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଧନୀ ତାଲିକାର ବହୁ ତଳକୁ ଖସି ଆସିଛନ୍ତି । ମେଟା ଇଣ୍ଡିଆ ହେଡ୍ ଅଜିତ ମୋହନ କମ୍ପାନୀରୁ ଇସ୍ତଫା ଦେଇଛନ୍ତି ।
  18.   କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ଗ୍ରାହକଙ୍କ ପେନ୍‌ସନ୍‌କୁ ମାସିକ ୧୦୦୦ ରୁ ବୃଦ୍ଧି କରିବାକୁ ଶ୍ରମ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ବିଷୟରେ ମନ୍ତ୍ରଣାଳୟ ସଂସଦୀୟ କମିଟି ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ମାଗିବ।
  19. ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ମୁତାବକ, ଯେଉଁସବୁ କମ୍ପାନୀର କାରବାର ଗତ ୬ ମାସ ଧରି ନିଷ୍କ୍ରିୟ ରହିଛି, ସେମାନଙ୍କ ଉପରେ କର୍ପୋରେଟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିବ । ଏପରି କମ୍ପାନୀଗୁଡ଼ିକର ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରଯିବ ।
  20. ପଂଜାବର ଅମୃତସରରେ ଶିବସେନା ନେତା ସୁଧୀର ସୁରିଙ୍କୁ ହତ୍ୟା କରାଯାଇଛି । ଅମୃତସରର ଗୋପାଳ ମନ୍ଦିର ବାହାରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ପୁଲିସ ସୁରକ୍ଷାରେ ଥିବା ସୁରିଙ୍କୁ ଅତି ନିକଟରୁ ଗୁଳି କରିଥିବା ହତ୍ୟାକାରୀ ସନ୍ଦୀପ ସିଂକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.