• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍ବାଧୀନ ଭାରତର ପ୍ରଥମ ମତଦାତାଙ୍କ ମୃତ୍ୟୁ ହୋଇଛି । ୧୦୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ହିମାଚଳ ପ୍ରଦେଶ କିନୌରର ଶ୍ୟାମ ଶରଣ ନେଗୀ । ନଭେମ୍ବର ୨ ତାରିଖରେ ନେଗୀ ବିଧାନସଭା ନିର୍ବାଚନ ପାଇଁ ପୋଷ୍ଟାଲ ବାଲଟରେ ଭୋଟ ଦେଇଥିଲେ ।
  2. ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଅଛି । ବିଜେପିକୁ ଲାଗିଛି ଶକ୍ତ ଧକ୍କା । ବରିଷ୍ଠ ନେତା ଜୟ ନାରାୟଣ ବ୍ୟାସ , ୪ଥରର ବିଧାୟକ ଜୟ ନାରାୟଣ ବିଜେପିରୁ ଇସ୍ତଫା ଦେଇଛନ୍ତି।
  3. କାଲିଫର୍ନିଆ ସ୍ଥିତ ଆପଲ୍ କମ୍ପାନୀକୁ ୨୦ ମିଲିୟନ୍ ଡଲାରରୁ ଅଧିକ (ପ୍ରାୟ ୧୪୦ କୋଟି ଟଙ୍କା) ଠକେଇ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଅଭିଯୋଗ ଆସିଛି ଧୀରନ୍ଦ୍ର ପ୍ରସାଦଙ୍କ ବିରୋଧରେ। ଧିରେନ୍ଦ୍ର ପ୍ରସାଦ ଆପଲ ସହିତ ପ୍ରାୟ ୧୦ ବର୍ଷ କାମ କରିଥିଲେ। ବର୍ତ୍ତମାନ ତାଙ୍କ କମ୍ପାନୀକୁ ଠକିବା ପାଇଁ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।
  4. ୨୩ ଟନ ଓଜନ ଚୀନ୍‌ ରକେଟର ଧ୍ୱଂସାବଶେଷ ପ୍ରଶାନ୍ତ ମହାସାଗରରେ ପଡିଛି। ୟୁନାଇଟେଡ ଷ୍ଟେଟ୍‌ ସ୍ପେସ୍ କମାଣ୍ଡ ଶନିବାର ଏହି ସୂଚନା ଦେଇଛନ୍ତି। ଚୀନ୍‌ ରକେଟ୍‌ ଅନ୍ତରୀକ୍ଷରୁ ଖସୁଥିବାର ସୂଚନା ପରେ ଅନେକ ଦେଶ ହାଇଆଲର୍ଟରେ ଥିଲେ।
  5. ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷକୁ ଡ୍ରୋନ ଓ କ୍ଷେପଣାସ୍ତ୍ର ଯୋଗାଇବାକୁ ନେଇ ଇରାନକୁ ସାରା ବିଶ୍ବରେ ସମାଲୋଚନା କରାଯାଉଥିବାବେଳେ ମୁହଁ ଖୋଲିଛି ଇରାନ । ରୁଷକୁ ଡ୍ରୋନ ଯୋଗାଇଦିଆଯାଉଥିବା କଥା ଇରାନ ପକ୍ଷରୁ ସ୍ବୀକାର କରାଯାଇଛି
  6. ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାର ଆନ୍ତର୍ଜାତିକ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ସୁପାରିଶ କରାଯାଇଛି । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି ।
  7. ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଦଳ ଭାବେ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିସାରିଥିଲା । ନ୍ୟୁଜିଲାଣ୍ଡ ପରେ ଗ୍ରୁପ-୧ରୁ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚଛି ।
  8. ଧାମନଗର ଉପନିର୍ବାଚନର ରାୟ । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ ଥିବାରୁ ୧୮ ରାଉଣ୍ଡ ଭୋଟ ଗଣତି ହେବ । ପ୍ରଥମେ ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ଆରମ୍ଭ କରାଯିବ ।
  9. ଟାଙ୍ଗୀ ମା’ ଉଗ୍ରତାରାଙ୍କ ପୀଠର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ବ୍ୟୟ ବରାଦ । ଭୋଗ ମଣ୍ଡପ ନିର୍ମାଣ ସହ ଭକ୍ତଙ୍କ ଆଶ୍ରୟ ସ୍ଥଳ ନିର୍ମାଣ ହେବ । ୧ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଠିକା ଦାର ନିଯୁକ୍ତ ପରେ ଆଜି ମା ଉଗ୍ରତାରାଙ୍କ ପୀଠରେ ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବ୍ଲକ ଅଧ୍ଯକ୍ଷା ରୀସ୍ନା ମାନଧାତା ।
  10. ଜଳେଶ୍ବର ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ଜଳେଶ୍ୱର ପୋଲିସ ଦ୍ୱାରା ଆଠଟି ଗୋରୁ ବୋଝେଇ କଣ୍ଟେନର ଜବତ ସହ ସାତ ସହରୁ ଉର୍ଦ୍ଧ୍ବ ଗୋରୁ ଉଧର । ଘଟଣା ସ୍ଥଳରୁ ଚାରି ଡ୍ରାଇଭର ଗିରଫ ଓ ଚାରି ଡ୍ରାଇଭର ଏବଂ ହେଲ୍ପର ଫେରାର।ପୋଲିସର ତଦନ୍ତ ଜାରୀ।
  11. ଭାରତୀୟ ସେନାବାହିନୀର ଭବିଷ୍ୟତ କାର୍ଯ୍ୟଖସଡ଼ା, ସାଂପ୍ରତିକ ସୁରକ୍ଷା ସମସ୍ୟା ଓ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥାର ବିକାଶ ଆଦି ବିଷୟବସ୍ତୁକୁ ନେଇ ଆସନ୍ତା ୭ ତାରିଖ ସୋମବାରଠାରୁ ନୂଆଦିଲ୍ଲୀରେ ସେନା କମାଣ୍ଡର ସମ୍ମିଳନୀ ଆୟୋଜିତ ହେବ ।
  12. ଗୀତିକାର ତଥା ବରିଷ୍ଠ ଆଇନଜୀବୀ ନିମାଇଁ ମହାନ୍ତି ଶୁକ୍ରବାର ଅପରାହ୍ନ ୨ଟା ୨୨ ସମୟରେ ତାଙ୍କର ବାରିପଦାର ପୁରୁଣାହାଟସାହିସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।
  13. କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ଭଳି ୫ଟି ବିଷୟକୁ ଆଧାର କରି କରାଯାଇଥିବା
  14. ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଦୀର୍ଘ ସମୟ ପରେ ଫୋରେକ୍ସ ରିଜର୍ଭ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଲଗାତାର ହ୍ରାସର ଚାପରେ ଥିବା ବୈଦେଶିକ ମୁଦ୍ରାଭଣ୍ଡାରକୁ ୨୮ ଅକ୍ଟୋବରରେ ଶେଷ ହୋଇଥିବା ସପ୍ତାହରେ ଅଭିବୃଦ୍ଧି ମିଳିଥିବା ଜଣାପଡିଛି। 
  15. ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌‌ର ସୁପର-୧୨ ପର୍ଯ୍ୟାୟର ଶନିବାର ସିଡ୍‌‌ନୀ ଠାରେ ଅନୁଷ୍ଠିତ  ଗ୍ରୁପ୍‌‌-୧ର ମ୍ୟାଚ୍‌‌ରେ ଇଂଲଣ୍ଡ ଶ୍ରୀଲଙ୍କାକୁ ୪ ୱିକେଟ୍‌‌ରେ ପରାସ୍ତ କରିଛି ।
  16. ରାଜ୍ୟର ୫ ହଜାର ଗାଁରେ ଖୋଲିବାକୁ ଯାଉଛି ବିହନ ବ୍ୟାଙ୍କ । ଏଥିପାଇଁ ରାଜ୍ୟ ସରକାର ୧୦ ବର୍ଷରେ ଖର୍ଚ୍ଚ କରିବେ ୧୫୦ କୋଟି ଟଙ୍କା । ଏଣିକି ପାରମ୍ପରିକ ପଦ୍ଧତିକୁ ଛାଡ଼ି ଉନ୍ନତ କିସମର ବିହନ ବ୍ୟବହାର କରାଯିବ । ୨୦୩୦ ମସିହା ସୁଦ୍ଧା କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
  17. ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଫିସିଆଲ୍ ୱେବସାଇଟ୍ drdo.gov.in ରେ ଅନଲାଇନରେ ସୂଚନା ମିଳିଛି , ଯେଉଁଥି ପାଇଁ ୭ ନଭେମ୍ବର ୨୦୨୨ ରେ ଲିଙ୍କ୍ ଉପଲବ୍ଧ ହେବ। ଏହା ସହିତ ଆବେଦନ କରିବାର ଶେଷ ତାରିଖ ହେଉଛି ୭ ଡିସେମ୍ବର ୨୦୨୨ ଧାର୍ଯ୍ୟ କରା ଯାଇଛି।
  18. ପଦ୍ମପୁର ଉପ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଆସନ୍ତା ଡ଼ିସେମ୍ବର ପାଞ୍ଚ ତାରିଖ ଭୋଟିଂ ହେବାକୁ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛି । ଏଥିପାଇଁ ନଭେମ୍ବର ୧୦ ତାରିଖ ବିଜ୍ଞପ୍ତି ପ୍ରକାଶ ହେବାକୁ ଥିବା ବେଳେ ୧୭ ତାରିଖ ପ୍ରାର୍ଥପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୧ ତାରିଖ ପ୍ରଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି।
  19. ପ୍ୟାରିସରେ ଅନୁଷ୍ଠିତ ଖାଦ୍ୟ ଇଭେଣ୍ଟରେ ଏମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିଛି ପ୍ରଶଂସା । ମାଣ୍ଡିଆରୁ ପ୍ରସ୍ତୁତ ଏମାନଙ୍କ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ମିଳିଛି ବାହାବା । ଗଞ୍ଜାନ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ୟାରିସରେ ଅନୁଷ୍ଠିତ ଫୁଡ ମେଳାରେ ମିଳିଛି ସ୍ଥାନ ।
  20. ଖେରେ କହିଛନ୍ତି ଯେ ଖୁବ୍ ଶୀଘ୍ର ସିନ୍ଦେ ଗୋଷ୍ଠୀ (୧୬ ବିଧାୟକ)ଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବ। ଏଥିରେ ଯଦି କୋର୍ଟ ଏହି ଗୋଷ୍ଠୀକୁ ଅଶିଦ୍ଧ ଘୋଷଣା କରନ୍ତି ତେବେବି ରାଜ୍ୟରେ ବିଜେପି ସରକାରର ଆଉ ପତନ ହେବନି ବୋଲି ସେ କହିଛନ୍ତି। କାରଣ ବିଜେପି ତାର ପ୍ଲାନ-ବିରେ ଏବେ କାମ କରୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.