• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜିମ୍ବାଓ୍ଵେ ବିପକ୍ଷରେ ଭାରତର ଧମାକାଦାର ବିଜୟ ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ରଚିଛନ୍ତି। ରୋହିତ ଶର୍ମା ବାବର ଆଜମଙ୍କ ବିଶ୍ଵ ରେକର୍ଡ ଧ୍ଵସ୍ତ କରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଜିତିବାର ଅଧିନାୟକ ଉପଲବ୍ଧି ହାସଲ କରିଛନ୍ତି। 
  2. ଉତ୍ତରପ୍ରଦେଶ, ବିହାର, ହରିୟାଣା, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଓଡ଼ିଶାର ୭ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହୋଇଥିଲା। ୭ଟି ସିଟ୍ ମଧ୍ୟରୁ ବିଜେପି ୪ଟି ଆସନ ଜିତି ଥିବାବେଳେ ଶିବସେନା, ଆରଜେଡି ଓ ଟିଆରଏସ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି ଯାଇଛି।
  3. ଆତଙ୍କବାଦୀଙ୍କ ଆକ୍ରମଣରୁ ଚୀନ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଏବେ ପାକିସ୍ତାନ ସରକାର ବୁଲେଟ୍ ପ୍ରୁଫ୍ ଯାନ ବ୍ୟବହାର କରିବାକୁ ପାକିସ୍ତାନ ରାଜି ହୋଇଛି।
  4. ଟେସଲାର ସିଇଓ ତଥା ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କଙ୍କ ୮ ଡଲାର ଯୋଜନା ଆରମ୍ଭ ହୋଇଛି। ୫ଟି ଦେଶରେ ଏବେ ଟ୍ୱିଟରର ବ୍ଲୁ ଟିକ ଯୋଜନା ଆରମ୍ଭ ହୋଇଯାଇଛି |
  5. ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ପ୍ରେସିଜନ ଏୟାରର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରେସିଜନ ଏୟାର ହେଉଛି ତାଞ୍ଜାନିଆର ସର୍ବବୃହତ ଏୟାରଲାଇନ।ବିମାନରେ ୪୯ଜଣ ଯାତ୍ରୀ ଥିବା ବେଳେ ଏପର୍ଯ୍ୟନ୍ତ ୨୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବିବିସି ନିଉଜ୍ ଆଫ୍ରିକା ରିପୋର୍ଟ କରିଥିବା ନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।
  6.  ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ସୂଚନା ସମ୍ବଳିତ ବିଜ୍ଞପ୍ତି ଏବଂ ମିଆଦି ଜମା ଓ ସୁନା ସମେତ ସମ୍ପତ୍ତି ତାଲିକା ପ୍ରକାଶ କରିଛି।ମନ୍ଦିର ଟ୍ରଷ୍ଟ୍‌ କହିଛି ଯେ, ଜାତୀୟକରଣ ବ୍ୟାଙ୍କ୍‌ରେ ତା’ର ୫,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୧୦.୩ ଟନ୍‌ ସୁନା ଜମା ଦିଆଯାଇଛି। ସେହିପରି, ନଗଦ ୧୫,୯୩୮ କୋଟି ଟଙ୍କା ମଧ୍ୟ ଜମା ରଖାଯାଇଛି।
  7. ସରୋଗେସି (ଉଧାର ଗର୍ଭ) ବିଷୟରେ ଆଜିକାଲି ଗଣମାଧ୍ୟମରେ ଅନେକ ଖବର ଶୁଣିବାକୁ ମିଳେ। ସମ୍ପ୍ରତି ଆମେରିକାର ଜଣେ ୫୬ ବର୍ଷୀୟା ମହିଳା ନ୍ୟାନ୍ସି ହକ୍ ତାଙ୍କ ପୁଅ ଓ ବେହୂଙ୍କ ପୁଅର ଉଧାର ମାଆ ସାଜିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
  8. ସାମାଜିକ ଗଣମାଧ୍ୟମ କମ୍ପାନି ଟ୍ବିଟରର ନୂଆ ମାଲିକ ଏଲନ ମସ୍କ ଗତକାଲି କମ୍ପାନିର ପାଖାପାଖି ଅଧା କର୍ମଚାରୀଙ୍କୁ ଛଟେଇ କରିବା ପରେ କମ୍ପାନିର ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ଦୁଃଖ ପ୍ରକାଶ କରିଛନ୍ତି।
  9. ଇଂଲଣ୍ଡର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ପ୍ରକାଶିତ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ସେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଗର୍ବିତ।
  10. ସହରରେ ଖଣ୍ଡିଏ ଘର ମିଳିବାର ସ୍ବପ୍ନ ସାକାର ହେବ। ସବୁ ଗରିବଙ୍କ ମୁଣ୍ଡ ଉପରେ ରହିବ ଛାତ ।  ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନ ପାଇବେ ସ୍ଥାୟୀ ଜମି ପଟ୍ଟା । ମିଳିବ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ଠାରୁ ଆରମ୍ଭ କରି କମ୍ୟୁନିଟି ହଲ୍‌ ପରି ୯ ମୌଳିକ ତଥା ସହରୀ ସୁବିଧା।
  11. ଡାକ୍ତରଙ୍କ ଲାଗି କରାଯାଉଥିବା ସର୍ଭିସ ବଣ୍ଡ ସମାପ୍ତ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ନ୍ୟାସନାଲ ମେଡିକାଲ କମିଶନଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ଏହି ନୀତି ସମାପ୍ତ ହେଲେ ଡାକ୍ତରୀ ପଢା ପରେ ଯୁବ ଡାକ୍ତରମାନଙ୍କୁ ସେହି ରାଜ୍ୟର ହସ୍ପିଟାଲ ମାନଙ୍କରେ କାର୍ଯ୍ୟ କରିବା ଲାଗି ଥିବା ବାଧ୍ୟବାଧକତା ସମାପ୍ତ ହୋଇଯିବ।
  12. ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢିବା ଯୋଗୁ ସରକାର ୩ ଦିନ ତଳେ ଜାରି କରିଥିବା କଟକଣାକୁ ପରିସ୍ଥିତି ସ୍ୱଭାବିକ ହେବା ପରେ ରବିବାର ପ୍ରତ୍ୟାହାର କରିଛନ୍ତି।
  13. ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ତାରିଖରେ ସଙ୍ଗଠିତ ହେବ। ଉତ୍ତର ଆମେରିକାରେ ଲୋକେ ଏହି ମହାଜାଗତିକ ଘଟଣାକୁ ସ୍ପଷ୍ଟ ଦେଖିପାରିବେ।
  14. ଭାରତ ଯୋଡୋ ଯାତ୍ରା ରବିବାର  ୬୦ ଦିନ ପୁରଣ କରିଛି। ଏବେ ତେଲେଙ୍ଗାନାରେ ଚାଲିଥିବା ଏହି ଯାତ୍ରା ମେଡକ ଜିଲ୍ଲାର ଆଲ୍ଲାଦୁର୍ଗରୁ ପୁଣି ଆରମ୍ଭ ହୋଇଥିବା ବେଳେ ଏଥିରେ ବରିଷ୍ଠ ଅଧିବକ୍ତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବଙ୍କୁ ମଧ୍ୟ ଯୋଗ ଦେଇଛନ୍ତି।
  15. ଭାରତ ବାୟୋଟେକ୍‌ ଙ୍କ କୋଭିଡ-୧୯ ଭେକ୍ସିନର ପାଖାପାଖି ୫ କୋଟି ଡୋଜ ବଳି ପଡିଛି। ଏ ଗୁଡିକର ବ୍ୟବହାର ସମୟ ସୀମା(ଏକ୍ସପାଇରୀ ଡେଟ୍) ୨୦୨୩ ଜାନୁୟାରୀ ରେ ଶେଷ ହୋଇଯିବ। ଚାହିଦା କମ ଯୋଗୁ ଟିକାର କେହି କ୍ରେତା ମିଳୁ ନାହାନ୍ତି।
  16. ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘ବିଜେପିର ଡବଲ ଇଞ୍ଜିନ ଧୋକାରୁ ରକ୍ଷା କରିବୁ, ରାଜ୍ୟରେ ପରିବର୍ତ୍ତନର ଉତ୍ସବ ମନାଇବୁ’ । ଏହାସହ ୫୦୦ ଟଙ୍କାରେ ସିଲିଣ୍ଡର, ଯୁବକଙ୍କୁ ୧୦ ଲକ୍ଷ ଚାକିରି, କୃଷକଙ୍କ ୩ ଲକ୍ଷ ଯାଏଁ ଋଣ ଛାଡ ନେଇ ଟ୍ୱିଟ୍‌ରେ ଘୋଷଣା କରିଛନ୍ତି । ଏହାସହ ଗୁଜରାଟର ଜନତାଙ୍କ ପାଇଁ ୮ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି।
  17. ଟପ୍ ୩ ଧନୀ ଦଳଙ୍କ ମଧ୍ୟରେ ବିଜେପି, କଂଗ୍ରେସ ଓ ବହୁଜନ ସମାଜ ପାର୍ଟି (ବସପା) ରହିଛନ୍ତି। ବିଜେପି ନିକଟରେ ମୋଟ ୨୯୦୪.୧୮ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ କଂଗ୍ରେସ ନିକଟରେ ୯୨୮.୮୪ କୋଟି ଓ ବସପା ନିକଟରେ ୭୩୮ କୋଟି ଟଙ୍କାର ସମ୍ପତ୍ତି ରହିଛି।
  18. ଶ୍ରୀଲଙ୍କା ନୌସେନା ଶନିବାର ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ଜଳଭାଗରେ ଏମାନେ ମାଛ ଧରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
  19. ଆସନ୍ତା ଶିକ୍ଷାବର୍ଷ ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ସରକାରୀ ସ୍କୁଲରେ ଏହି ନୂଆ ନିୟମ ଲାଗୁ ହେବ । ଷଷ୍ଠରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବାକୁ ଯାଉଛି ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା । ରାଜ୍ୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏସସିଇଆରଟି) ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି ।
  20. କେନ୍ଦ୍ର ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ) ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାର ଜିପିଏଫରେ ନିବେଶର ସୀମା ସ୍ଥିର କରିଛନ୍ତି । ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ମୁତାବକ, ଏଣିକି ସରକାରୀ କର୍ମଚାରୀ ଜିପିଏଫରେ ମାତ୍ର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.