• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସିଓପି ୨୭ ଶିଖର ସମ୍ମିଳନୀ ଆଧାରରେ ପ୍ରସ୍ତୁତ କରାଯାଇଥିବା ସନ୍ଧିର ପ୍ରଥମ ଡ୍ରାଫ୍ଟ ସର୍ବଜନୀନ କରି ଜାତିସଂଘ । ଏଥିରେ ସମସ୍ତ ଜୀବାସ୍ମ ଇନ୍ଧନର ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବନ୍ଦ ନକରିବା ନେଇ ଭାରତ ଏବଂ ୟୁରୋପୀୟ ସଂଘର ଅପିଲକୁ ସ୍ୱୀକାର କରାଯାଇଛି ।
  2. ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରିବେ କେନ୍ଦ୍ର ସରକାର।
  3. ବାରାଣସୀ କୋର୍ଟ  ହିନ୍ଦୁ ପକ୍ଷଙ୍କ ଦ୍ଵାରା ଦାୟର ଆବେଦନ ଉପରେ ଶୁଣାଣି କରିବାକୁ ପ୍ରସ୍ତୁତ ହୋଇଛନ୍ତି । ହିନ୍ଦୁ ପକ୍ଷ ଆବେଦନରେ ଜ୍ଞାନବ୍ୟାପୀ ପରିସର ହିନ୍ଦୁଙ୍କୁ ପ୍ରଦାନ କରିବା, ପୂଜାର ଅଧିକାର ଦେବା ଏବଂ ମୁସଲିମ ପକ୍ଷଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ଦାବି କରିଛନ୍ତି।
  4. ମୋରବି ମୁନିସିପାଲିଟି ହାଇକୋର୍ଟକୁ ଅବଗତ କରିଛି ଯେ ଝୁଲାପୋଲ ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ କୌଣସି ଅନୁମତି ନ ନେଇ ଓ ମରାମତି ସମ୍ପର୍କରେ ନ ଜଣାଇ ସାଧାରଣ ଯାତ୍ରୀଙ୍କ ବ୍ୟବହାର ପାଇଁ ଖୋଲିଦେଇଥିଲା। ଏହି ଦୁର୍ଘଟଣାରେ ୧୩୫ ଜଣ ପ୍ରାଣ ହରାଇଥିଲେ।
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲା ମାନ୍ୟତା ମିଳିବ ।
  6. ସରକାର ସିଲିଣ୍ଡରଗୁଡିକୁ କ୍ୟୁଆର କୋଡ୍‌ଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିଲିଣ୍ଡରଗୁଡ଼ିକ କ୍ୟୁଆର କୋଡ୍‌ଯୁକ୍ତ ହେଲେ ଗ୍ୟାସ୍‌ ଚୋରି ରୋକିବାରେ ସହାୟକ ହେବ। କ୍ୟୁଆର କୋଡ୍‌ ସାହାଯ୍ୟରେ ସିଲିଣ୍ଡରଗୁଡିକୁ ଟ୍ରାକ କରାଯାଇପାରିବ, ଯଦ୍ବାରା ସିଲିଣ୍ଡର ବଣ୍ଟନ ପ୍ରକ୍ରିୟା ସମୟରେ ଗ୍ୟାସ ଚୋରମାନଙ୍କୁ ଚିହ୍ନଟ କରାଯାଇପାରିବ।
  7. ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗନେଇପାରିବେ ବୋଲି ସୂଚନା ଦିଆଯାଇଛି।
  8. ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।
  9. ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆଇଏମଡିଙ୍କ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି ।
  10. ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଅବସର ବେଉରିଆ ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଦୂତବାସରେ କାମ କରିଛନ୍ତି । ବିଭିନ୍ନ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ସେ ଭାରତୀୟ ପ୍ରତିନିଧି ଦଳ ସହ ସାମିଲ ହୋଇଥିଲେ ।
  11. ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା ବିଜୟ ଦେବରକୋଣ୍ଡା ନିଜର ସମସ୍ତ ଅଙ୍ଗ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏକ ମେଡିକାଲ୍ ଇଭେଣ୍ଟରେ ଏହି ବିଷୟରେ ଆଲୋଚନା ସମୟରେ ଲୋକଙ୍କୁ ଅଙ୍ଗଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି ଦେବରକୋଣ୍ଡା।
  12. ଆତଙ୍କବାଦୀ ଗତିବିଧି ଉପରେ ଅଙ୍କୁଶ ଲଗାଯିବା ନେଇ ଭାରତରେ “ନୋ ମନି ଫର ଟେରର’ ଅନ୍ତରାଷ୍ଟ୍ରିୟ ସମ୍ମିଳନୀର ଆୟୋଜନ କରାଯିବ । ଭାରତରେ ଆସନ୍ତା ୧୮ ଏବଂ ୧୯ ନଭେମ୍ବରରେ ଏହି ଅନ୍ତରାଷ୍ଟ୍ରିୟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ମିଳିଛି ।
  13. ରିଲିଜ ହେବାକୁ ଥିବା ଫିଲ୍ମ ‘ଦୃଶ୍ୟମ୍-୨’ ଆଗୁଆ ଟିକେଟ ବୁକିଂରୁ କୋଟି କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ମୁତାବକ, ‘ଦୃଶ୍ୟମ୍-୨’ ଆଡଭାନ୍ସ ବୁକିଂରୁ ୪.୫୦କୋଟି ଟଙ୍କା ଆୟ କରିସାରିଛି। ଫିଲ୍ମ ପୂର୍ବରୁ ଏତେ କୋଟି ଟଙ୍କାର ଆୟ ହୋଇଥିବା ବେଳେ ରିଲିଜ୍ ପରେ ଏହା ବଢ଼ିବ ବୋଲି ଆଶା କରାଯାଉଛି।
  14. ଅନ୍ତର୍ଜାତୀୟସ୍ତରରେ ଗବେଷଣା କରାଯାଇଛି । ସେମାନେ ୫୩ଟି ଦେଶର ୫୭,୦୦୦ରୁ ଅଧିକ ପୁରୁଷଙ୍କ ଶୁକ୍ରାଣୁ ନମୁନା ଆଧାରରେ ୨୨୩ଟି ପ୍ରୋଜେକ୍ଟ ପରୀକ୍ଷା କରିଥିଲେ। ଏଥିରେ ଦକ୍ଷିଣ ଆମେରିକା, ଏସିଆ ଓ ଆଫ୍ରିକା ଭଳି ଦେଶ ସାମିଲ ଥିଲା। ଯେଉଁଠାରେ ପୂର୍ବରୁ ଏମିତି ଗବେଷଣା କରାଯାଇ ନଥିଲା। ତେବେ ପ୍ରଥମଥର କରାଯାଇଥିବା ଗବେଷଣାରୁ ଜଣାପଡ଼ିଲା କି ଏଠାକାର ଲୋକଙ୍କ ସ୍ପର୍ମ କାଉଣ୍ଟ କମ ରହିଛି।
  15. ସାମୁଦ୍ରିକ ସୀମା ଉଲ୍ଲଙ୍ଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ୧୪ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଆଉ ଏକ ପୃଥକ୍ ଘଟଣାରେ ଶ୍ରୀଲଙ୍କା ନୌସୈନିକଙ୍କ ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି ।
  16. ଭାରତ ଯଦି ରୁଷରୁ ତେଲ କିଣୁଛି, ପାକିସ୍ତାନ ବି କିଣିବ । ଏଥିପାଇଁ ଆମେରିକା ପାକିସ୍ତାନକୁ ରୋକି ପାରିବ ନାହିଁ ବୋଲି କହିଛି ।
  17. ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମନି ଲଣ୍ଡରିଂ ମାମଲାରେ ଜାମିନ ଆବେଦନ ଖାରଜ ହେଲା ଜୈନଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି।
  18. ମଣିପାଳ ଏକାଡେମି ଅଫ ହାୟର ଏଜୁକେସନ (ମାହେ)ର ୩୦ତମ ସମାବର୍ତ୍ତନ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ମୁଖ୍ୟ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
  19. ନ୍ୟାସନାଲ କ୍ୟାପିଟାଲ ଟେରିଟରୀ (ଏନସିଟି)ରେ ଖୁବ୍ ଶୀଘ୍ର ଡାଇରେକ୍ଟ-ଟୁ-ମୋବାଇଲ (ଡିଟୁଏମ) ପ୍ରସାରଣର ପରୀକ୍ଷା ମୂଳକ ଅଧ୍ୟୟନ ହେବ। ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା।
  20. ବିଗତ ଦଶ ବର୍ଷରେ ଯେଉଁମାନେ ଆଧାର ଅପଟେଡ କରାଇନାହାନ୍ତି, ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଆଧାର ନମ୍ବର ଅପଡେଟ କରିପାରିବେ। ଏଥିପାଇ ସର୍ବନିମ୍ନ ମୂଲ୍ୟ ୫୦ଟଙ୍କା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.