• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ‘ଇସ୍ରୋ’ ଚେନ୍ନାଇଠାରୁ ୧୧୫ କିଲୋମିଟର୍‌ ଦୂରରେ ଥିବା ଶ୍ରୀହରିକୋଟା ସ୍ପେସ୍‌ପୋର୍ଟରୁ ଭାରତରେ ପ୍ରଥମ କରି ନିର୍ମିତ ଘରୋଇ ରକେଟ୍‌ ‘ବିକ୍ରମ୍‌-ଏସ୍‌’ର ଉତ୍‌କ୍ଷେପଣ ସଫଳ ହୋଇଛି ବୋଲି କହିଛି। ଟୁଇଟ୍‌ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଘୋଷଣା କରିଛି, ‘ମିସନ୍‌ ପ୍ରାରମ୍ଭ’ ସଫଳତାର ସହିତ ସମ୍ପନ୍ନ ହୋଇଛି।
  2. ପ୍ରଥମ ଥର ପାଇଁ ୬ଜଣ ମହିଳା ସମ୍ମାନଜନକ ‘ଡିଫେନ୍‌ସ୍‌ ସର୍ଭିସେସ୍‌ ଷ୍ଟାଫ୍‌ କୋର୍ସ’ ଏବଂ ‘ଡିଫେନ୍‌ସ୍‌ ସର୍ଭିସେସ୍‌ ଟେକ୍ନିକାଲ୍‌ ଷ୍ଟାଫ୍‌ କୋର୍ସ’ ପରୀକ୍ଷା ପାସ କରିଛନ୍ତି ।
  3. ନିରବଚ୍ଛିନ୍ନ ଧୂମପାନ କରି ସାଢ଼େ ୩ ଘଣ୍ଟା ମଧ୍ୟରେ ଦକ୍ଷିଣ ଚୀନ୍‌ର ଜଣେ ୫୦ ବର୍ଷିୟ ବ୍ୟକ୍ତି ୪୨ କିଲୋମିଟର୍‌ ଦୌଡ଼ିବା ଘଟଣା ସମଗ୍ର ବିଶ୍ଵରର ସମ୍ବାଦପତ୍ରମାନଙ୍କରେ ପ୍ରମୁଖ ଖବର ଭାବେ ପ୍ରକାଶ ପାଇଛି।
  4. ଅଫିସ୍‌କୁ ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର କରୁଥିବାରୁ ‘ଦିଲ୍ଲୀ ଡାଇଲଗ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କମିସନ୍‌’ର ଉପାଧ୍ୟକ୍ଷ ପଦରୁ ଜାସ୍ମିନ୍‌ ଶାହଙ୍କୁ ହଟାଇବା ପାଇଁ ଉପରାଜ୍ୟପାଳ ଭି.କେ. ସାକ୍‌ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ କହିଛନ୍ତି।
  5.  ଏସିଆର ଶୀର୍ଷ ଧନୀ ବ୍ୟକ୍ତି ତଥା ଆଦାନି ଗ୍ରୁପ ମୁଖ୍ୟ ଗୌତମ ଆଦାନି ନ୍ୟୁୟର୍କ କିମ୍ବା ଦୁବାଇରେ ଫ୍ୟାମିଲି ଅଫିସ ଖୋଲିବା ନେଇ ଯୋଜନା ରଖିଛନ୍ତି। ବ୍ଲୁମବର୍ଗ ରିପୋର୍ଟରୁ ଏହା ଜଣାଯାଇଛି। 
  6.  ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣିଥରେ ଟ୍ରୋଲ୍‌ ହୋଇଛନ୍ତି। ବୁଧବାର ଦିନ ପଦଯାତ୍ରା ସମୟରେ ଭାରତର ଜାତୀୟ ସଂଗୀତ ବାଜିବା ବଦଳରେ ନେପାଳର ଜାତୀୟ ସଂଗୀତ ବାଜିଥିଲା।
  7. ୨୦୦୯ ମସିହାର ଡବଲ ମର୍ଡର ମାମଲାରେ ଗୁରୁବାର ଦିନ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଏବଂ ଅନ୍ୟ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ଵତନ୍ତ୍ର ବିଚାରପତି ଏଏମ୍‌ ପାଟିଲ ପ୍ରମାଣ ଅଭାବରୁ ସେମାନଙ୍କୁ ‌ଦୋଷମୁକ୍ତ କରିଛନ୍ତି।
  8. କେନ୍ଦ୍ର ସରକାର ସେନାବାହିନୀ ଟ୍ରିବ୍ୟୁନାଲ (ଏଏଫ୍‌ଟି) ପାଇଁ ୧୧ ଜଣ ଜୁଡିସିଆଲ୍‌ ଓ ୧୨ ଜଣ ପ୍ରଶାସନିକ ସଦସ୍ୟ ନିଯୁକ୍ତ କରିଛନ୍ତି।
  9. ଟ୍ୱିଟରରେ ଏବେ ଟ୍ୱିଟ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏଲନ ମସ୍କଙ୍କ ଟ୍ୱିଟରରେ କାମ କରିବା ଲାଗି ତାଙ୍କ କଠୋର ନୀତିରେ ସହମତ ହେବା ଅଥବା କମ୍ପାନୀ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଶହଶହ କର୍ମଚାରୀ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଇସ୍ତଫା ଦେଇଛନ୍ତି।
  10. ଏକ ଯାଚିକାର ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଦେଶର ବିଭିନ୍ନ ଜିଲ୍ଲାରେ ଜଜ୍‌ ହେବା ପାଇଁ ମିଳୁନାହାନ୍ତି ଉପଯୁକ୍ତ ପ୍ରାର୍ଥୀ । ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ଆଡିସ୍‌ନାଲ୍‌ ଜିଲ୍ଲା ଜଜ୍‌ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାକୁ ନେଇ ଜଣେ ପରୀକ୍ଷାର୍ଥୀ ଏହି ଯାଚିକା ଦାଏର କରିଥିଲେ ।
  11. ପୂର୍ବତନ ପ୍ରଶାସକ ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନଯୁକ୍ତି ମିଳିଛି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି ।
  12. ହାଇକୋର୍ଟ ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଇଛନ୍ତି । ଡିଏସପିରୁ ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଜାରି ହୋଇଛି । ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରମୋଟି ଡିଏସ୍ପିଙ୍କୁ ଏଏସ୍ପି ପଦୋନ୍ନତି ବିଜ୍ଞପ୍ତି ନେଇ ମାମଲା ହୋଇଥିଲା ।
  13. ଚା ବୋର୍ଡ ତଥ୍ୟ ଅନୁଯାୟୀ ୨୦୨୨ କ୍ୟାଲେଣ୍ଡର ବର୍ଷର ପ୍ରଥମ ଆଠ ମାସରେ ଭାରତରୁ ଚା ରପ୍ତାନି ୧୪.୮ ପ୍ରତିଶତ ବୃଦ୍ଧି ହୋଇ ୧୪୦.୨୮ ନିୟୁତ କିଲୋଗ୍ରାମରେ ପହଞ୍ଚିଛି। ୨୦୨୧ରେ ଜାନୁୟାରୀ-ଅଗଷ୍ଟ ଅବଧିରେ ଚା ଆମଦାନୀ ୧୨୨.୧୮ନିୟୁତ କିଲୋଗ୍ରାମରେ ରହିଥିଲା ​​। ଭାରତରୁ ଚାହା ଆମଦାନୀରେ ରୁଷ, ୟୁକ୍ରେନ ଏବଂ କାଜାଖସ୍ତାନ ସବୁଠାରୁ ଶୀର୍ଷରେ ରହିଛି ​। ପ୍ରଥମ ଆଠ ମାସରେ୩୦.୫୬ ନିୟୁତ କିଲୋ ଚାହା ଭାରତ ଆମଦାନୀ କରିଥିବା ସୂଚନା ରହିଛନ୍ତି।
  14. ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଏବଂ ୟୁରୋଲୋଜିର ଡାକ୍ତରୀ ଦଳ ୫୩ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ୧୦ କିଲୋଗ୍ରାମ ଓଜନର ଏକ ଫୁଟବଲ୍ ଆକାରର କିଡନୀ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି । ହସ୍ପିଟାଲ ତରଫରୁ ମିଳିଥିବା ସୂଚନା ଅନୁସାରେ ଏହି ସଫଳ ଅସ୍ତ୍ରୋପଚାର ତେଲେଙ୍ଗାନା ରାଜ୍ୟରେ ପ୍ରଥମ ଏବଂ ଦେଶରେ ଦ୍ୱିତୀୟ ଘଟଣା ।
  15. ଓଡିଶାର ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ଏ ନେଇ ଗଠିତ କମିଟି ଆସନ୍ତା ୨୪ରେ ହେବାକୁ ଥିବା ଶୀତ ଅଧିବେସନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ରିପୋର୍ଟ ପ୍ରଦାନ କରିବ ।
  16. କେନ୍ଦ୍ର ସରକାର ପ୍ରାୟ ୮୦,୦୦୦ ରେଳ କର୍ମଚାରୀଙ୍କ ପାଇଁ ସରକାର ଦରମା ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି। ରେଳ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ତଥା କାର୍ଯ୍ୟର ଭାର ଦୂର କରିବାକୁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୬ ନଭେମ୍ବରରେ ନୂତନ ବ୍ୟବସ୍ଥା ଘୋଷଣା କରିଛନ୍ତି।
  17. ପ୍ରଧାନମନ୍ତ୍ରୀଙ୍କ ‘ମିଶନ୍ ଲାଇଫ୍’ (ଜୀବନଶୈଳୀ ପାଇଁ ପରିବେଶ) ଅର୍ଥାତ୍ ‘ଇକୋ-ଫ୍ରେଣ୍ଡଲି ଜୀବନଶୈଳୀ ‘ ଆହ୍ୱାନକୁ ଆପଣାଇବା ଏକ ବଡ଼ ଉତ୍ସାହ ହୋଇପାରେ। ଏହି ଦିଗରେ ପଦକ୍ଷେପ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ‘ମିଶନ୍ ଲାଇଫ୍’ ସମଗ୍ର ବିଦ୍ୟାଳୟ ପାଠ୍ୟକ୍ରମର ଏକ ଅଂଶ ଭାବରେ ପ୍ରସ୍ତୁତ କରାଯାଉଛି, ଯାହା ମୌଳିକ ସ୍ତରରୁ ହିଁ ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ।
  18. ବେଲପଡା ତହସିଲ୍‍ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ ଶୁକ୍ରବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ । ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଯୁଗଳଙ୍କ କାର୍ଯ୍ୟାଳୟ ଓ ପାଟଣାଗଡ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।
  19. ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଓ୍ୱେଲିଂଟନରେ ଖେଳାଯିବାର ଥିଲା । କିନ୍ତୁ ଏହି ମ୍ୟାଚରେ ବାଧକ ସାଜିଛି ବର୍ଷା । ବର୍ଷା ଲାଗି ରହିଥିବାରୁ ପ୍ରଥମ ଟି-୨୦ ମ୍ୟାଚଟି ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି ।
  20. କେନ୍ଦ୍ର କୃଷି ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁସାରେ ୨୦୨୧ ମସିହାରେ ସାରା ଦେଶରେ ୪୦୭ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ୨୦୨୨ ମସିହାରେ ଏହା ୩୮୪ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ଅର୍ଥାତ୍‍ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ ଅଞ୍ଚଳରେ ପ୍ରାୟ ୨୩ ଲକ୍ଷ ହେକ୍ଟର କମ୍‍ ଜମିରେ ଧାନ ଚାଷ କରାଯାଇଛି। ଏହାର ନକରାତ୍ମକ ପ୍ରଭାବ ଖାଦ୍ୟଶସ୍ୟ ଭଣ୍ଡାର ଉପରେ ପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.